ଶ୍ରୀନଗର: ଶନିବାର ଠାରୁ ଜମ୍ମୁ-କଶ୍ମୀରରେ ରହୁଥିବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ। କାରଣ ଶନିବାର ଠାରୁ କଶ୍ମୀର ଉପତ୍ୟକାରେ ପୋଷ୍ଟ ପେଡ୍ ମୋବାଇଲ ସେବା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୋଷ୍ଟ ପେଡ୍ ମୋବାଇଲ ସେବା ଲୋକମାନେ ପାଇବାକୁ ଥିବା ବେଳେ ଇଣ୍ଟରନେଟ୍ ସେବା ପାଇଁ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ହିଁ ଏଠାରେ ମୋବାଇଲ ସେବା ବନ୍ଦ […]
ଇରାନ: ସାଉଦି ଆରବ ଉପକୂଳ ଦେଇ ଇରାନର ସିନୋପା ନାମକ ତେଲ ଟ୍ୟାଙ୍କର ବା ଜାହାଜ ଯାଉଥିବା ବେଳେ ଆଜି ସମୁଦ୍ର ଭିତରେ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି କ୍ଷେପଣାସ୍ତ୍ର ଆସି ଟ୍ୟାଙ୍କର ଉପରେ ମାଡ଼ ହେବା ପରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସାଉଦି ଆରବ କିନ୍ତୁ ଏବାବଦରେ କିଛି ପ୍ରତିକ୍ରିୟା ରଖି ନାହିଁ। ଏବେ ଟ୍ୟାଙ୍କରଟି ସମୁଦ୍ର ଭିତରେ ଜଳୁଥିବା ସୂଚନା ରହିଛି। ଟ୍ୟାଙ୍କର ଭିତରେ ଥିବା ତେଲ ଏବେ ସମୁଦ୍ରରେ ଭାସୁଛି ବୋଲି […]
ଭୁବନେଶ୍ୱର: ଓଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଦମ୍ଦାର ଅଭିନୟ ଓ ସଂଳାପ କହିବାର ଭୟାନକ ଷ୍ଟାଇଲ୍ ଦେଖି ଦର୍ଶକ ଛାତି ଥରିଯାଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଖଳନାୟକର ମୃତ୍ୟୁ ବେଳର ଦୃଶ୍ୟରେ ରାଇମୋହନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍କୁ ବେଶ୍ ଗୁରୁତ୍ୱ ଦିଅନ୍ତି। ସିନେମା ଲାଇନ୍ ଏସବରୁ […]
ବେଙ୍ଗାଲୁରୁ: ବଢ଼ିଲା କଂଗ୍ରେସ ନେତା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି) ଡିପାର୍ଟମେଣ୍ଟ ରେଡ୍ କରି ପାଖାପାଖି ୫ କୋଟି ଟଙ୍କା ଜବତ କରିଛି। ଆଜି ସକାଳେ ଆଇଟି ଡିପାର୍ଟମେଣ୍ଟ ଏହି ସୂଚନା ଦେଇଛି। ବେଙ୍ଗାଲୁରୁ ଏବଂ ଟୁମକୁରୁର ୨୫ଟି ସ୍ଥାନରେ ଆଇଟି ଡିପାର୍ଟମେଣ୍ଟ ରେଡ୍ କରି ଏହି ସବୁ ଟଙ୍କା ଜବତ କରିଛି। ଆଜି ସକାଳୁ ମଧ୍ୟ ବିଭିନ୍ନ […]
ବୁଲନ୍ଦସହର: ଗଙ୍ଗାରେ ବୁଡ଼ ପକାଇବା ପାଇଁ ଆସି ରାସ୍ତା କଡ଼ରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ବସ୍। ଅକାଳରେ ଚାଲିଗଲା ୭ ଜୀବନ। ଆଜି ସକାଳେ ଉତ୍ତର ପ୍ରଦେଶର ବୁଲନ୍ଦସହରର ଗଙ୍ଗାଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ ଛୋଟ ଛୁଆ ଅଛନ୍ତି। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସର ବାସିନ୍ଦା। ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ନରଉର ଘାଟକୁ ଆସିଥିଲେ। ଘରକୁ ଫେରିବା ପୂର୍ବରୁ […]
ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ନୋବେଲ୍ ପୁରସ୍କାର୍ ଘୋଷଣା ହୋଇଛି। ମେଡିସିନ୍ କ୍ଷେତ୍ରରେ ୩ ଜଣ ବୈଜ୍ଞାନିକ-ୱିଲିୟମ ଜି କାଇଲିନ ଜୁନିୟର, ସାର ପିଟର ଜେ ରାଟକ୍ଲିଫେ ଓ ଗର୍ଗ ଏଲ ସିମେନଜାଙ୍କୁ ଚଳିତ ବର୍ଷ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ମିଳିବ। ସେହିଭଳି ରାସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣ- ଜନ୍ ବି ଗୁଡ୍ଏନଫ୍, ଏମ୍ ଷ୍ଟେନଲି ହ୍ୱିଟନ୍ଗାମ୍ ଏବଂ ଆକିରା ୟୋଶିନୋଙ୍କୁ ମିଳିବ ନୋବେଲ୍। କିନ୍ତୁ ଏଥର ସାହିତ୍ୟ କ୍ଷେତ୍ରରେ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପିଠିରେ ସର୍ଜରୀ ହୋଇଛି। ଏହି ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଅପଡେଟ୍ ଆସୁଛି। ଏହା ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ହାର୍ଦ୍ଦିକଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି। ହାର୍ଦ୍ଦିକ ଗୁରୁବାର ସୋଶାଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାସହ ସେ ଏହି ମୁହୂର୍ତ୍ତର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, […]
ନୂଆଦିଲ୍ଲୀ: ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ୯ ତାରିଖ ଦିନ ଜିଓ ଏହି ଘୋଷଣା କରିଥିଲା। ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍ କରି ଏହି ପ୍ରଶ୍ନର ଜବାବ ଦେଇଛି। ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ୍ ରିଚାର୍ଜ କରିଛନ୍ତି, ସେମାନେ ଏହି […]
ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଛି। ହେଲେ ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ରୋନଟି ପୁଣି ଥରେ ପାକିସ୍ତାନ ପଟକୁ ଫେରିଯାଇଛି। ଉଭୟ ପଞ୍ଜାବ ପୁଲିସ୍ ଏବଂ ସେନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଏହା […]