• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

12
ଖାଇବା ପରେ ଗାଧୋଇବା କାହିଁକି ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ ?

ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍‌ ରହିଲେ, ସ୍ୱାସ୍ଥ୍ୟ ଠିକ୍‌ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। […]

t5754
ପାକିସ୍ତାନକୁ ବଡ଼ ଝଟ୍‌କା; ବେଷ୍ଟ ଫ୍ରେଣ୍ଡ୍‌ ଚୀନ୍‌ ଛାଡ଼ିଲା ହାତ

ନୂଆଦିଲ୍ଲୀ; ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏ ନେଇ ଇମ୍ରାନ ସରକାର ଚାପରେ ରହିଛି। ଅନ୍ୟପକ୍ଷେ ଆତଙ୍କବାଦକୁ ନେଇ ଅନ୍ତର୍ଜାତୀୟ ଚାପ ମଧ୍ୟ କମ୍‌ ନୁହେଁ।  ଏସବୁ ଭିତରେ ଇମ୍ରାନ ସରକାରଙ୍କୁ ଏବେ ଆଉ ଏକ ଜୋରଦାର୍‌ ଝଟ୍‌କା ଲାଗିଛି। ଏଇ ଝଟ୍‌କା ଦେଇଛି ବେଷ୍ଟ ଫ୍ରେଣ୍ଡ ଚାଇନା। ପାକିସ୍ତାନର ଆର୍ଥିକ ସ୍ଥିତି ଦେଖି ଏବେ ଚୀନ୍‌ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛି। ପ୍ରତି ଦୁର୍ଦ୍ଦିନରେ ପାକିସ୍ତାନକୁ ସହାୟତାର ହାତ […]

jitendra-1-750x430
ଜିତେନ୍ଦ୍ର ମିଶ୍ରଙ୍କ ‘ଦ ଲାଷ୍ଟ୍ କଲର’କୁ ଦୁଇ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ସିନେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’କୁ ଆମେରିକାରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ଏହି ସିନେମାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସେଲିବ୍ରେଟି ସେଫ୍ ବିକାଶ ଖାନ୍ନା। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଓଡ଼ିଆ ପୁଅ […]

543234
‘ତେଜସ’ରେ ଉଡ଼ିଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢ଼ୁଆ ବିମାନ ‘ତେଜସ’ରେ ଆଜି ଉଡ଼ିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଯିଏ କି ତେଜସରେ ଉଡ଼ିଛନ୍ତି। ସକାଳ ୯ଟା ୫୮ ମିନିଟରେ ବାଙ୍ଗାଲୋରରେ ରାଜନାଥ ସିଂହ ଏହି ଉଡ଼ାଣ ମାରିଥିଲେ। ଆକାଶ ମାର୍ଗରେ ୩୦ ମିନିଟ୍ ଉଡ଼ାଣ ମାରିବା ବେଳେ ପାଇଲଟଙ୍କ ପଛ ସିଟରେ ସେ ବସିଥିଲେ। ଉଡାନ ଭରିବା ପରେ ରାଜନାଥ ସିଂ କହିଛନ୍ତି, ‘ଉଡାନ ବେଶ ସହଜ ଏବଂ ଆରାମଦାୟକ […]

76432
ଏକେ-୪୭ ଧରି ଏମିତି ଧମକ ଦେଲେ ଯୁବତୀ..

ୱାଶିଂଟନ: ଛାତ୍ରଛାତ୍ରୀ ତଥା ଯୁବପୀଢିଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ହିଂସା ମନୋଭାବ। ଏହାର ଅନେକ ଉଦାହରଣ ଆମେ ଶୁଣି ଆସିଛୁ। ଏଠାରେ ଆମେ କହିବାକୁ ଯାଉଥିବା ଘଟଣା ଏହାର ଆଉ ଏକ ପୁନରାବୃତ୍ତି। ତେବେ ଏହି ଅପରାଧର ନାୟିକା ଜଣେ ଯୁବତୀ । ଯୁବତୀ ଜଣକ ଏକେ-୪୭ ଧରି ୪୦୦ ଲୋକଙ୍କୁ ଗୁଳିକରି ହତ୍ୟା କରିବା ପାଇଁ କୁଆଡ଼େ ଧମକ ଦେଇଥିଲେ। ତେବେ ପ୍ରଶ୍ନ ଉଠେ କାହିଁକି ସେ ଏପରି କଲେ ? ହଁ, […]

IIT
ଛାତ୍ରଙ୍କ କମାଲ୍‌: ସହରବାସୀଙ୍କ ପାଇଁ ତିଆରି କଲେ ତିନି ଚକିଆ ଇ-ଗାଡି ‘ଦେଶ୍‌ଲା’

କୋଲକାତା:ପରିବେଶ ସୁରକ୍ଷା ପାଇଁ ଛାତ୍ରଙ୍କ ସଫଳ ପ୍ରୟାସ। ତିଆରି କଲେ ପ୍ରଦୂଷଣ ରହିତ ଇ-ଗାଡ଼ି । ଖଡଗପୁର ଆଇଆଇଟିର ୫୦ ଜଣ ଛାତ୍ର ମିଶି ତିଆରି କରିଛନ୍ତି ଏହି ଅଭିନବ ପରିବେଶ ଉପଯୋଗୀ ଯାନ । ଗାଡ଼ିର ନାମ ‘ଦେଶଲା’। ବଜାରେ ଏବେ ଚାଲୁଥିବା ତିନି ଚକିଆ ଅଟୋ ଏବଂ ହାଇ ମେଣ୍ଟନାନ୍ସ ଇ-ରିକ୍ସାକୁ ଏହି ଇ-ଗାଡି ଚ୍ୟାଲେଞ୍ଜ ଦେବ ବୋଲି କହିଛନ୍ତି  ଛାତ୍ରମାନେ। ଆଇଆଇଟି ଖଡ଼ଗପୁର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ବିକ୍ରାନ୍ତ ରଚେଲା ଏହି […]

e-11
ବ୍ୟାନ୍‌ ହେଲା ଇ-ସିଗାରେଟ୍

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍‌ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍‌ ଏସୁବୁ ଉପରେ ବ୍ୟାନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେ କହିଥିଲେ, ରିପୋର୍ଟରୁ ଜଣାପଡ଼ିଛି କିଛି ଲୋକ ଇ-ସିଗାରେଟ୍‌ର ଅଭ୍ୟାସରେ ପଡ଼ିବାର ଆରମ୍ଭ କରିସାରିଛନ୍ତି। ମୋଟ ୪୦୦ ବ୍ରାଣ୍ଡର […]

8765887
ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍‌ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍‌ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍‌ କରୁଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ […]

430205-main
ଯମୁନା ବ୍ରିଜର ଶୀର୍ଷକୁ ଚଢିଗଲେ ଯୁବକ, ଓହ୍ଲାଇବା ପାଇଁ ରଖିଲେ ଏମିତି ସର୍ତ୍ତ

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜର ଜଣେ ଯୁବକ ନୂଆ ଯମୁନା ବ୍ରିଜ ଖୁଣ୍ଟର ଶୀର୍ଷକୁ ଜାତୀୟ ପତାକା ଧରି ଉଠିଯାଇଛନ୍ତି। ଯଦି ଇସ୍ରୋ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାରେ ବିଫଳ ହେବ ତାହେଲେ ସେ ତଳକୁ ଓହ୍ଲାଇବେ ନାହିଁ ବୋଲି  କହିଛନ୍ତି। ଯୁବକର ନାମ ରଜନୀକାନ୍ତ। ତାଙ୍କ ଘର ପ୍ରୟାଗରାଜର ମଣ୍ଡା ଅଞ୍ଚଳରେ। ସୋମବାର ରାତିରେ ନୂଆ ଯମୁନା ବ୍ରିଜରେ ଥିବା ଖୁଣ୍ଟର ଶୀର୍ଷ ଭାଗକୁ ସେ ଚଢ଼ିଯାଇଛନ୍ତି। ସେପ୍ଟେମ୍ୱର ୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ […]

2347543
ବିମାନବନ୍ଦରରେ ଯଶୋଦାବେନ୍‌ଙ୍କୁ ଦେଖା କରିବାକୁ ଦୌଡ଼ିଲେ ମମତା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ। ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଝାଡ଼ଖଣ୍ଡର ଧାନବାଦରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁଜରାଟ ଫେରୁଥିବା ବେଳେ କୋଲକାତାର ଆସାନଶୋଲରେ ଥିବା କଲ୍ୟାଣେଶ୍ୱେରୀ ମନ୍ଦିରରେ […]

56788765
ସିନ୍ଧୁଙ୍କୁ ବାହାହେବା ପାଇଁ ଏମିତି ଧମକ ଦେଲେ ବୃଦ୍ଧ

ଚେନ୍ନାଇ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଏହା ଏକ ଜୋକ ନା ଆଉ କିଛି। ହେଲେ ପ୍ରକୃତରେ ଏମିତି ଘଟଣା ଘଟିଛି। ତାମିଲନାଡୁର ରାମନାଥପୁରମ ଜିଲ୍ଲାରେ ରହୁଥିବା ଜଣେ ୭୦ ବର୍ଷୀୟ ମାଲାୟିସାମୀ ବିଶ୍ୱ ବିଜେତା ପ୍ରସିଦ୍ଧ ଶଟଲର ପିଭି ସିନ୍ଧୁଙ୍କୁ ବିବାହ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଛନ୍ତି। ମାଲାସିୟାମୀ ତାଙ୍କ ଆବେଦନରେ ୨୪ ବର୍ଷୀୟ ସିନ୍ଧୁଙ୍କୁ ବାହା ହେବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ ଏନେଇ ବ୍ୟବସ୍ଥା […]

Capture-1234
ଜନ୍ମଦିନରେ ମା’ଙ୍କ ସହ ଏକାଠି ଖାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ ଏକାଠି ଲଞ୍ଚ କରିଥିଲେ। ଏହି ଘଟଣା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମୋଦି ତାଙ୍କ […]

7654567
ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍‌ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି ଗୀତଟି ରିଲିଜ୍‌ ହେବା ପୂର୍ବରୁ ହିଁ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ସେହିପରି ରାନୁଙ୍କ ନୂଆ ଗୀତ ‘ଆଦତ୍’କୁ ଲୋକେ ପସନ୍ଦ କରିଛନ୍ତି। ‘ଆଦତ୍’ ଗୀତର ମେକିଂ […]

875678
ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍‌ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ  ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ  ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍‌ ଲୁକ୍‌କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। […]

7890987
ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିଲେ, ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ନିଚ୍ଛକ ପ୍ରେମର ଅନେକ କରୁଣ ପରିଣତି ଆମେ ଶୁଣି ଆସିଛୁ। ଫିଲ୍ମରେ ବି ଦେଖି ଆସିଛୁ।  ହେଲେ ଏମିତି ଛାତିଥରା ପରିଣତି ବୋଧହୁଏ ଆପଣ ଦେଖି ନ ଥିବେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଲୁଚି ଲୁଚି ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପରିବାର ଲୋକଙ୍କ ହାତରେ ଧରା ପଡ଼ି ଯାଇଥିଲେ ଜଣେ ଯୁବକ । ଆଉ ତା ପରେ ଯାହା ଘଟିଲା ତାହା ଥିଲା ଅତ୍ୟାନ୍ତ ହୃଦୟ ବିଦାରକ। […]

modi
ମୋଦିଙ୍କ ଶୁଭ ମନାସି ହନୁମାନଙ୍କୁ ଦାନ କଲେ ସୁନା ମୁକୁଟ

ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। କେଉଁଠି ଦୀପ ଦାନ କରାଯାଉଛି ତ କେଉଁଠି ପୂଜା ପାଠ । କେଉଁଠି ମୋଦିଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ପୂଜା ହେଉଛି ୭୦ କିଲୋ ଓଜନର ଲଡ୍ଡୁ। ସାରା ଦେଶ ମୋଦିଙ୍କ ଶୁଭ କାମନା ମନାସୁଛି। ଏହି  ଅବସରରେ ମୋଦିଙ୍କ ଜଣେ ପ୍ରଶଂସକ ଦାନ କରିଛନ୍ତି ଏକ କିଲୋ ୨୫ ଗ୍ରାମ ଓଜନର ଏକ ସୁନା ମୁକୁଟ। ବାରଣାସୀର ଅରବିନ୍ଦ ସିଂ […]

098765
ମୋଦିଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ, ସାରା ଦେଶରେ ପୂଜାର୍ଚ୍ଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।  ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ।  ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ।  ଡ୍ୟାମରେ ମାଆ ନର୍ମଦାଙ୍କ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଏହି ଅବସରରେ ମୋଦି ସରଦାର ସରୋବର ଡ୍ୟାମ, ଷ୍ଟାଚୁ ଅଫ୍ ୟୁନିଟ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ନର୍ମଦା […]

123456
ବୁଡ଼ି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପାଣିରେ ପଶିଲା ହାତୀଛୁଆ, ଭିଡିଓ ଭାଇରାଲ

ଭୁବନେଶ୍ୱର: କୁହାଯାଏ ପଶୁମାନଙ୍କ ଭିତରେ ହାତୀ ବହୁତ ଶାନ୍ତ, ଶୃଙ୍ଖଳିତ । ଅବଶ୍ୟ ହାତୀ ଥରେ ରାଗିଗଲେ ପ୍ରଳୟ  କରିଦିଏ । ହେଲେ ହାତୀ ପାଖରେ କେତେ ମହାନ ଭାବ ରହିଛି, ଜାଣନ୍ତି ? ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରୁ ହାତୀର ମହାନୁଭବତାକୁ ଅନୁମାନ କରିହେବ। ହାତପଲ ଏକ ନଦୀ କୂଳ ଦେଇ ଯାଉଥିଲେ। ହଠାତ୍‌ ଛୁଆହାତୀଟିଏ ଗୋଷ୍ଠୀ ଛାଡ଼ି ପାଣି ଆଡ଼କୁ ମାଡ଼ି ଆସିଥିଲା। ପାଣିରେ ଜଣେ ବ୍ୟକ୍ତି ବୁଡି ଯାଉଥିବା […]

122
ସ୍ୱପ୍ନରେ ଗିଳିଦେଲେ ନିର୍ବନ୍ଧ ମୁଦି, ଆଉ ତା ପରେ...

ନୂଆଦିଲ୍ଲୀ: ସ୍ୱପ୍ନ ସତ ହେଉ, ଏକଥା କିଏ ନ ଚାହେଁ ! ଅବଶ୍ୟ ଆମେରିକାର  ଏହି ଯୁବତୀଙ୍କର ଏପରି ଇଚ୍ଛା ଥିଲା କି ନାହିଁ ଆମେ ଜାଣିନୁ। କିନ୍ତୁ ତାଙ୍କ ସ୍ୱପ୍ନ ସତ ହୋଇଯାଇଛି।  ଯାହା ସେ ସ୍ୱପ୍ନରେ ଦେଖିଥିଲେ ତାହା ତାଙ୍କ ପାଇଁ ତତ୍‌କ୍ଷଣାତ୍‌ ବାସ୍ତବର ରୂପ ନେଇଛି ।  ହେଲେ ତା ପରେ କ’ଣ ହେଲା ଜାଣନ୍ତୁ। ଗତ ସପ୍ତାହର ଘଟଣା।  କାଲିଫର୍ଣ୍ଣିଆର ୨୯ ବର୍ଷ ବୟସ୍କ ଏହି ଯୁବତୀ ଜେନା ଇବାଂସ ଜଣକ  […]

33 (1)
ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ଭୁବନେଶ୍ୱର: ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। ‘ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’, ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍‌ […]

poiuytr
ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଲସ୍‌ ଏଞ୍ଜେଲସ୍‌ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ। ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ। ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ।  ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍ ସିଙ୍ଗର୍ ଲିଆମ୍ ଗ୍ୟାଲ୍‌ଗେର୍‌। ସେ ସବୁ ବେଳେ ତାଙ୍କ ପାଖରେ ଟୁଥ୍‌ବ୍ରଶ୍‌ଟିଏ ରଖିଥା’ନ୍ତି। ସେ ନିଜେ ଏ କଥା କହିଛନ୍ତି। ‘ଦ ସନ୍‌’ ଖବର କାଗଜକୁ ଦେଇଥିବା […]

smith-3
ଆଇସିସି ଟେଷ୍ଟ ରାଙ୍କିଂ: କୋହଲିଙ୍କ ଠାରୁ ଆଗରେ ସ୍ମିଥ୍

ଦୁବାଇ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ପେସ୍ ବୋଲର ପ୍ୟାଟ୍ କମିନ୍ସ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ରବିବାର ଆଶେସ୍ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ ୧୩୫ ରନରେ ଜିତି ଇଂଲଣ୍ଡ ସିରିଜକୁ ୨-୨ରେ ଡ୍ର’ କରିଥିଲା। ସୋମବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଗୁଡ଼ିକରେ ସେଭଳି ପରିବର୍ତ୍ତନ ହୋଇନାହିଁ। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ନୂଆ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ସ୍ମିଥଙ୍କ […]

s-5
ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଚେନ୍ନାଇ: ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲା। ହେଲେ ନିଜକୁ ଜଣେ ଦକ୍ଷ ପୁଲିସ୍‌ ଅଫିସର ଓ ଏନକାଉଣ୍ଟର ସ୍ପେଶାଲିଷ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ୭ ଜଣ ମହିଳାଙ୍କୁ ବିବାହ କରିଥିଲା। ଏପରି କି ୬ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଏଭଳି ଜଣେ ୪୨୦ ନକଲି ପୁଲିସ୍‌ ଅଫିସରଙ୍କୁ ଚେନ୍ନାଇ ପୁଲିସ୍‌ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ତ୍ରିପୁରର ୪୨ ବର୍ଷୀୟ […]

1238765
ଧର୍ମରୁ ଊର୍ଦ୍ଧ୍ୱରେ ଏଠି ସମ୍ପର୍କ; ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ନୂଆଦିଲ୍ଲୀ: ମାନବିକତା ଏବଂ ବନ୍ଧୁତ୍ୱ ଆଗରେ ହାର ମାନିଛି ଜାତି, ଧର୍ମ। ଦିନେ ଏକାଠି ହୋଇ କାମ କରିବାକୁ ଯାଉଥିଲେ ଅହମଦାବାଦର ଭାନୁଶଙ୍କର ପାଣ୍ଡ୍ୟା ଏବଂ ଭିଖୁ କ୍ୟୁରେଶୀ। ଉଭୟଙ୍କ ଧର୍ମ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏକା ସାଙ୍ଗରେ ଖାଇବା ପିଇବା ପାଖରୁ ଆରମ୍ଭ କରି ପର୍ବପର୍ବାଣୀରେ ଉଭୟ ସାମିଲ୍ ହେଉଥିଲେ। ତିନି ବର୍ଷ ପୂର୍ବେ କ୍ୟୁରେଶୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଭାନୁଶଙ୍କରଙ୍କର ମୃତ୍ୟୁ ହୋଇଯାଇଛି। ହେଲେ କ୍ୟୁରେଶୀଙ୍କ ଉତ୍ତରାଧକାରୀ ତିନି ପୁଅ ଭାନୁଶଙ୍କରଙ୍କ ପାଇଁ […]

q-3
ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି। ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ ନିକଟରେ […]