• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

download (3)
ମହମ୍ମଦ ରଫିଙ୍କ ସହ ଗୀତ ଗାଇବା କାହିଁକି ବନ୍ଦ କରିଦେଇଥିଲେ ଲତା

ମୁମ୍ୱାଇ : ଭାରତରତ୍ନ ସମ୍ମାନିତ ହୋଇଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ […]

057590479
‘ବିଗ୍‌ବସ୍‌ ୧୩’ର ସବୁଠାରୁ ଦାମୀ ପ୍ରତିଯୋଗୀ କିଏ ଜାଣନ୍ତି ?

ମୁମ୍ୱାଇ : ‘ବିଗ୍‌ବସ୍‌ ୧୩’କୁ ଟିଭି ପରଦାରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ୨୯ ସେପ୍ଟେମ୍ୱରରେ ଏହି ଶୋ’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ତେବେ ଶୋ’ରେ କେଉଁମାନେ ପ୍ରତିଯୋଗୀ ରହିବେ, ଏହାର ତାଲିକା ଏପର୍ଯ୍ୟନ୍ତ ବିଗ୍‌ବସ୍‌ର ଅଫିସିଆଲ୍‌ ସାଇଟ୍‌ରେ ଘୋଷଣା କରାଯାଇନାହିଁ। କିନ୍ତୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇ ବିଗ୍‌ବସ୍‌ର ଏହି […]

234323
ଜମ୍ମୁରେ ପଶିଲେ ଆତଙ୍କବାଦୀ, ପରିବାର ଲୋକଙ୍କୁ ବନ୍ଧକ ରଖିଲେ

ଶ୍ରୀନଗର: ଗତକାଲି ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏହାପରେ ଆଜି ସକାଳୁ ଏଯାବତ୍ ୩ ଥର ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିସାରିଛି। ଦୁଇଟି ସ୍ଥାନରେ ଗୁଳିବିନିମୟ ଜାରି ରହିଥିବାବେଳେ ଅନ୍ୟ ଏକ ସ୍ଥାନରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଗ୍ରେନେଡରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଛନ୍ତି। ଉଭୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ […]

BIDISHA-MAITRA
‘ଜାତିସଂଘରେ ଅଭିଭାଷଣ ନାଁରେ ଇମ୍ରାନ ଖାଲି ମିଛ କହିଲେ’

ନ୍ୟୁୟର୍କ: ଗତକାଲି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯାହା ମନ୍ତବ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ହିଂସାକୁ ଉସକେଇବା ଭଳି ଅଭିଭାଷଣ। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି ବୋଲି ବିଦିଶା କହିଛନ୍ତି। ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ […]

4567456
ମା‘ଙ୍କ ଶେଷ ଇଚ୍ଛା ପୂରଣ କଲେ ବାଂଶୁରୀ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ ସ୍ୱରାଜ। ସୁଷମା ଅଗଷ୍ଟ ୬ରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଆଇସିଜେ କୋର୍ଟର ଓକିଲ ହରିଶ ସାଲଭେଙ୍କ ସହ ଫୋନରେ କଥା ହୋଇଥିଲେ। ସେ କୁଳଭୂଷଣ ଯାଦବଙ୍କ ମାମଲା ଆଇସିଜେରେ ଲଢ଼ିଥିବାରୁ ଦେଖାହେଲେ ପାରିଶ୍ରମିକ ବାବଦକୁ ୧ ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ତାଙ୍କର ପରଲୋକ ହୋଇଯାଇଥିଲା। ଶୁକ୍ରବାର ସୁଷମା ସ୍ୱରାଜଙ୍କ ଶେଷ […]

cyclone
ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଲଘୁଚାପ

ନୂଆଦିଲ୍ଲୀ: ଭାରତ ମହାସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ କି ସତର୍କ ସୂଚନା ମଧ୍ୟ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ସମ୍ଭାବ୍ୟ ବାତ୍ୟା ଏବେ ଚେନ୍ନାଇରୁ […]

khanderi
ନୌସେନାରେ ସାମିଲ୍ ହେଲା ଖାଣ୍ଡେରି

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଖାଣ୍ଡେରି।  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଆଇଏନ୍ଏସ ଖାଣ୍ଡେରିକୁ ଭାରତୀୟ ନୌସେନାରେ ସାମିଲ୍ କରିଛନ୍ତି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି। ଆତଙ୍କବାଦୀ ଜଳପଥରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଖାଣ୍ଡେରି ଭାରତୀୟ ନୌସେନାରେ ସାମିଲ୍ ହୋଇଛି। ଯାହାକି ନୌସେନାର ଶକ୍ତିକୁ ବୃଦ୍ଧି କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଡ଼ାଜାହାଜ ପ୍ରସ୍ତୁତ କରିବା ଦେଶ ଅନେକ […]

mahatma-gandhi-statue-ap_650x400_61475816825
ଏହି ଦେଶରେ ଗାନ୍ଧିଙ୍କ ପାଦ ପଡ଼ିନି ହେଲେ ଅଛି ସର୍ବାଧିକ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏଥିପାଇଁ ସାରା ପୃଥିବୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ହିଁ କହୁଛି ବିଶ୍ୱ ଦରବାରରେ ମହାତ୍ମା ଗାନ୍ଧିଙ୍କ ଲୋକପ୍ରିୟତା କେତେ । ତେବେ ପୃଥିବୀରେ ଏମିତି ଏକ ଦେଶ ଅଛି, ଯେଉଁଠିକୁ ମହାତ୍ମା ଗାନ୍ଧି ଆଦୌ ଯାଇ ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଦେଶରେ ରହିଛି ଗାନ୍ଧିଙ୍କର ସବୁଠାରୁ ଅଧିକ ପ୍ରତିମୂର୍ତ୍ତି। ଜାଣନ୍ତି ସେ ଦେଶ କିଏ ? ସେ ଦେଶ […]

retyrt
ଘରର ମୁଖ୍ୟ ଦ୍ୱାର ଏମିତି ରଖିଲେ ବାସ୍ତୁ ଦୋଷ କଟିବ

ଭୁବନେଶ୍ୱର: ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ ହୋଇଥିଲେ ସକାରାତ୍ମକ ପ୍ରଭାବ ପକାଏ। ନହେଲେ ଏହା ନକାରାତ୍ମକ ପ୍ରଭାବ ପକାଏ।  ମୁଖ୍ୟ ଦ୍ୱାର ଠିକ୍‌ ଦିଗରେ ରହିଲେ ଓ ବାସ୍ତୁ ଅନୁସାରେ ନିର୍ମାଣ ହୋଇଥିଲେ ଘରେ […]

ins
ନୌସେନାରେ ସାମିଲ୍‌ ହେବ ସାଇଲେଣ୍ଟ କିଲର 'ଆଇଏନଏସ ଖଣ୍ଡେରୀ'

ମୁମ୍ବଇ: ଦିନକୁ ଦିନ ଅଶାନ୍ତ ହୋଇ ପଡ଼ୁଛି ଭାରତର ସୀମାନ୍ତ। ଦୁଇ ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ଆଡୁ ବଢୁଛି ବିପଦ। ଏହାକୁ ଦୃଷ୍ଟିରେ ରଖି ଭାରତ ତାର ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ  ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ସଜାଗ ହୋଇଗଲାଣି ‘ଆଇଏନଏସ ଖଣ୍ଡେରୀ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସବମେରାଇନ୍‌ ଅର୍ଥାତ ଯୁଦ୍ଧଜାହାଜ ସେପ୍ଟେମ୍ବର ୨୮ ତାରିଖରେ ଭାରତୀୟ ନୌସେନାରେ ସାମିଲ କରାଯିବ। ମୁମ୍ବାଇରେ ଆୟୋଜିତ […]

pilot
ଖସିପଡ଼ିଲା ସ୍ଥଳସେନାର ‘ଚିତା’, ୨ ପାଇଲଟ୍‌ ମୃତ

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ ହରାଇଛନ୍ତି। ଜଣେ ପାଇଲଟ୍‌ ଭାରତର ହୋଇଥିବା ବେଳେ ଆଉ ଜଣେ ଭୁଟାନର ବୋଲି ଜଣାପଡ଼ିଛି। ଭାରତୀୟ ପାଇଲଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କର। ସେହିପରି ଭୁଟାନର ପାଇଲଟ ଜଣଙ୍କ ଜଣେ ଟ୍ରେନି ବୋଲି ଜଣାପଡ଼ିଛି। ଆଜି ଏହି ଚିତା ହେଲିକପ୍ଟରଟି ଅରୁଣାଚଳ […]