• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sikhar
ଆଘାତ କାରଣରୁ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍ ପଡ଼ିଲେ ଧାଓ୍ୱନ

ନୂଆଦିଲ୍ଲୀ: ଆଘାତ କାରଣରୁ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ ଖେଳିପାରିବେ ନାହିଁ ଓପନର ଶିଖର ଧାଓ୍ୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଶିଖର ଗୁରୁତର ଆହତ ହୋଇଥିଲେ। ଶିଖରଙ୍କ ବାମ ହାତର ଅଙ୍ଗୁଳିରେ ଆଘାତ ଲାଗିଛି। ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲ୍‌କୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ସେ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନଥିଲେ। […]

bmw
BMWରେ ତେଲ ପକାଇବା ପାଇଁ କୁକୁଡ଼ା, ବତକ ଚୋରି

ଚୀନ୍‌: ଚୀନର ଜଣେ ଧନୀ ଚାଷୀଙ୍କୁ BMW ଚଲାଇବାକୁ ବହୁତ ସଉକ୍‌ ଥିଲା। ଏଥିପାଇଁ ସେ ଏହି ଦାମିକା ଗାଡ଼ି ତ କିଣିଦେଲେ ହେଲେ ଅଧିକା ଦିନ ପର୍ଯ୍ୟନ୍ତ ଚଲାଇପାରିଲେ ନାହିଁ। କାହିଁକି ନା ସେହି ଗାଡ଼ି ପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଆପଣ ଭାବୁଥିବେ ସେ ସେହି ଗାଡ଼ି ଚୋରି କରି ଆଣିଥିବେ। ନା ଏପରି କିଛି ହୋଇନାହିଁ। ତାହାଲେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା। ଚୀନ୍‌ର ସିଚୁଆନ୍‌ ନାମକ ସ୍ଥାନରେ ରହୁଥିବା […]

mulayam
ହସ୍ପିଟାଲରେ ମୁଲାୟମ ସିଂହ ଯାଦବ

ଗୁରୁଗ୍ରାମ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଅସୁସ୍ଥ। ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି। ରବିବାର ଦିନ ମୁଲାୟମ ପ୍ରଥମେ ଦୁର୍ବଳ ଅନୁଭବ କରିବାରୁ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା କରି ବ୍ଲଡ୍ ସୁଗାର ଓ ରକ୍ତଚାପ ଅଧିକ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସୋମବାର ସକାଳେ ମୁଲାୟମ ସିଂ ଯାଦବ ଡାକ୍ତରଖାନାରୁ ଡିସଚାର୍ଜ […]

salman
ନୂଆ ସରପ୍ରାଇଜ୍ ନେଇ ଆସୁଛନ୍ତି ସଲମାନ

ମୁମ୍ବାଇ: ବି-ଟାଉନ୍‌ରେ ଏବେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚା। ଭାଇଜାନଙ୍କ ଫିଲ୍ମ ବକ୍ସ  ଅଫିସ୍‌ରେ କମାଲ କରୁଛି। ମାତ୍ର ୪ ଦିନରେ ଫିଲ୍ମ ୧୧୮ କୋଟି ଟଙ୍କା ଆୟ କରିସାରିଲାଣି।ଭାଇଜାନଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଏବେ ପୁଣି ସଲମାନ ଆଉ ଏକ ସରପ୍ରାଇଜ୍‌ ନେଇ ଆସୁଛନ୍ତି। ଏହାର ସୂଚନା ସେ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।  ଏଥିରେ ଫ୍ୟାନଙ୍କ ରିଆକ୍ସନ ମଧ୍ୟ […]

naveen-modi
ଦିଲ୍ଲୀରେ ମୋଦି-ନବୀନ ଭେଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭ ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତ ହୋଇଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ସହ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ […]

pm modi
ପାକିସ୍ତାନ ଆକାଶରେ ଉଡ଼ିବ ମୋଦିଙ୍କ ବିମାନ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ଆକାଶମାର୍ଗରେ ଉଡ଼ିବ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିଶ୍‌କେକ୍‌ରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ। ଏହି ବୈଠକରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ବିଶ୍‌କେକ୍‌ ଯିବା ପାଇଁ ଏବେ ଦୁଇଟି ରାସ୍ତା ରହିଛି। ଯେଉଁଥିରୁ ଦକ୍ଷିଣ ପାକିସ୍ତାନର କିର୍ଗିସ୍ଥାନ ଆକଶମାର୍ଗ ଅନ୍ୟତମ। ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ […]

3 year old
ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଆଖି ବୁଜିଲା ୩ ବର୍ଷର ଶିଶୁ

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଗଲା ୩ ବର୍ଷର ଶିଶୁ ଫତେହବୀର ସିଂହ। ଯେଉଁ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା ପୁଣି ଠିକ୍ ଦୁଇ ବର୍ଷ ପରେ ସେଇ ଦିନ ସେ ସବୁ ଦିନ ପାଇଁ ଆଖି ବନ୍ଦ କରିଦେଲା। ଜୁନ୍‌ ୬ରେ ଘର ପାଖରେ ଖେଳୁଥିବା ବେଳେ ଫତେବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରକୁ ଖସି ପଡ଼ିଥିଲା। ଏନଡିଆରଏଫ୍ ଟିମ୍, […]

rahul
ସରକାରୀ ବାସଭବନ ହରାଇ ପାରନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ସରକାରୀ ବାସଭବନ ହରାଇ ପାରନ୍ତି। ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍‌ରେ ଥିବା ଏହି ସରକାରୀ ବାସଭବନ ଏଥର ଆଉ ରାହୁଲଙ୍କୁ ମିଳିନପାରେ ବୋଲି ଜଣାପଡ଼ିଛି। ଲୋକସଭା ସଚିବାଳୟ ସାଂସଦଙ୍କ ପାଇଁ ଖାଲି ପଡ଼ିଥିବା ବଙ୍ଗଳାକୁ ନେଇ ଏକ ଲିଷ୍ଟ୍‌ ଜାରି କରିଛି। ଏହି ଲିଷ୍ଟ୍‌ରେ ରାହୁଲ ଗାନ୍ଧିଙ୍କ ୧୨ ତୁଗଲକ ଲେନ୍ ବଙ୍ଗଳା ମଧ୍ୟ ରହିଛି।  ଯାହାକୁ ନେଇ ବିବାଦ ଦେଖାଦେଇଛି।  ୨୦୦୪ରେ ଆମେଠି ଲୋକସଭା ଆସନ […]

sushma
ଆନ୍ଧ୍ର ରାଜ୍ୟପାଳ ହେବେ ସୁଷମା ସ୍ୱରାଜ!

ନୂଆଦିଲ୍ଲୀ: ମୋଦି-୧ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କୁ ଖୁବ୍‌ଶୀଘ୍ର ମୋଦି-୨ ସରକାରରେ ନୂଆ ଦାୟିତ୍ୱ ମିଳିବ ବୋଲି ଶୁଣିବାକୁ ମିଳୁଛି। ମୋଦି-୨ ସରକାରରେ ଅସୁସ୍ଥତା କାରଣରୁ ନିର୍ବାଚନ ଲଢ଼ି ନଥିବା ସୁଷମାଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବ ବୋଲି ପାୱର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରି କି ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡା. ହର୍ଷବର୍ଦ୍ଧନ ଟ୍ୱିଟ୍‌ କରି ସୁଷମା ସ୍ୱରାଜ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ […]