• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

12
କୁକୁର ପଛରେ ପଡ଼ିଛି କୁନି ଚିତା....ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିଛନ୍ତି। ହେଲେ ଏମିତି ବନ୍ଧୁତ୍ୱ କେବେ ଦେଖି ନ ଥିବେ। ଏକ ନିଆରା ବନ୍ଧୁତ୍ୱର ଝଲକ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି। ଖାଲି ଦେଖିବାକୁ ମିଳିନି, ଏହାର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଛୋଟ ଚିତାବାଘଟିଏ ଏକ କୁକୁର ପଛରେ ଦୌଡୁଛି। ଦେଖିଲେ ଲାଗିବ ଯେମିତି କୁକୁରକୁ ଖାଇବା ପାଇଁ ଗୋଡାଉଛି। ହେଲେ ପରେ ଜଣାପଡ଼ୁଛି ସେମାନେ କାହିଁକି ଦୌଡୁଥିଲେ ? ପ୍ରକୃତରେ ଏମାନେ ଦୁହେଁ ଭଲ ବନ୍ଧୁ । […]

jm
ସେନା ଗୁଳିରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ରହିଛି। ଆଜି ସକାଳେ ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗତକାଲି ଆଉ ଜଣେ ନିହତ ହୋଇଥିଲା। ଶ୍ରୀନଗରଠୁ ୫୫ କିଲୋମିଟର ଦୂରରେ ଥିବା ଏହି ଲାବଦାର ଗାଁରେ ଏବେ ଆତଙ୍କବାଦୀ ଓ ସେନା […]

123-M
‘ଶିବସେନାକୁ ସମର୍ଥନ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣିବ’

ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ବିଜେପି ମନା କରିଦେବା ପରେ ଏବେ ଶିବସେନା ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କଂଗ୍ରେସ-ଏନ୍‌ସିପି ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାକୁ ଯୋଜନା କରୁଛି। ହେଲେ ଏହାକୁ କଂଗ୍ରେସ ନେତା ସଞ୍ଜୟ ନିରୂପମ ନାପସନ୍ଦ କରିଛନ୍ତି। ଏନସିପି-କଂଗ୍ରେସର ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ନେତା ସଞ୍ଜୟ ନିରୂପମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାଦ୍ୱାରା ଶିବସେନାର ଯେତିକି ଲାଭ ନ ହେବ ତାଠୁ ଅଧିକ କ୍ଷତି […]

1
ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ରାଉରକେଲା: ଭଲ ପାଠ ପଢି ସାର୍ଟିଫିକେଟ ହାସଲ କରିବା, ବଡ ଚାକିରି କରି ବହୁତ ଟଙ୍କା ଉପାର୍ଜ୍ଜନ କରିବା  ସଫଳତାର ମାପକାଠି ନୁହେଁ। ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେବା, ଅନ୍ୟକୁ ସହାୟତାର ହାତ ବଢାଇବା, ନିଜ ଭିତରର ମଣିଷ ପଣିଆର ଆହ୍ୱାନକୁ ଶୁଣିବାରେ ହିଁ ରହିଛି ମଣିଷ ଜୀବନର ସଫଳତା। ଜୀବନର ଏଇ ସତ୍ୟକୁ ବୁଝି ପାରିଛନ୍ତି ରାଉରକେଲା ଏନଆଇଟିର ଏଇ ଛାତ୍ରଛାତ୍ରୀମାନେ। ସେଥିପାଇଁ ତାଙ୍କ ପାଖରେ ଜ୍ଞାନର ଆଲୋକଙ୍କୁ ବାଣ୍ଟୁଛନ୍ତି ଗରିବ ବସ୍ତିରେ। ଯେଉଁମାନେ ଅର୍ଥାଭାବରୁ […]

123456789
‘’ହମାରା ୟେ ସିଦ୍ଧୁ କିଧର ଗୟା ”

କରତାରପୁର: କରତାରପୁର କରିଡର ଉଦ୍‌ଘାଟନ ସମାରୋହ ଏବଂ ସିଦ୍ଧୁ- ଉଭୟଙ୍କୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚା। କରତାରପୁର ଯିବା ଲାଗି ଅନୁମତିକୁ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଲେ ସିଦ୍ଧୁ । ଏବେ ଇମ୍ରାନଙ୍କ ପାଟିରେ ସିଦ୍ଧୁଙ୍କ ନାଁ ଶୁଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସେ। କରତାରପୁର କରିଡର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇ କଂଗ୍ରେସ ନେତା ନଭଜୋତ ସିଂ  ସିଦ୍ଧୁ କହିଥିଲେ, ଏହି କରିଡରକୁ ଆରମ୍ଭ  କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ୧୪ […]

ram-temple
ରାମ ମନ୍ଦିର ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୫ ବର୍ଷ !

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ। ଏ ନେଇ ସୁପ୍ରିମ କୋର୍ଟ ରାୟ ଦେବା ପରେ ସମସ୍ତଙ୍କ ମନରେ ଜିଜ୍ଞାସା ବୃଦ୍ଧି ପାଇବାରେ ଲାଗିଛି। କେବେ ନିର୍ମାଣ ହେବ ରାମ ମନ୍ଦିର ? କେମିତି ହେବ ତାର ପରିପାଟି ? ଯଦି ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଡିଜାଇନ୍‌କୁ ସ୍ୱୀକୃତି ମିଳେ ତେବେ କମ୍‌ ସେ କମ୍‌ ମନ୍ଦିର ନିର୍ମାଣ ପାଇଁ ୫ ବର୍ଷ ଲାଗିଯିବ। ରାମ ମନ୍ଦିର ସହ […]

12
କଂଗ୍ରେସ ସହ ମେଣ୍ଟ କରିପାରେ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି  ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,  କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର […]

 Afghanistan
ଆଫଗାନିସ୍ତାନରେ ଘମାଘୋଟ, କାନ୍ଦାହାର ଦୂତାବାସରୁ ୫୦ ଜଣଙ୍କୁ ଫେରାଇ ଆଣିଲା ଭାରତ

ଆଫଗାନିସ୍ତାନ କାନ୍ଦାହାର ଦୂତାବାସର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ । ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ଏହି କର୍ମଚାରୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି । ତାଲିବାନ ଓ ଆଫଗାନିସ୍ତାନର ସୈନ୍ୟଙ୍କ ମଧ୍ୟରେ କାନ୍ଦାହାର ନିକଟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Fill Potholes
ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ନିଜ ଟଙ୍କାରେ ଖାଲଖମା ମରାମତି କରୁଛନ୍ତି ବୃୃଦ୍ଧ ଦମ୍ପତି

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।

auditorium
କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

barmer
ନବଜାତକକୁ ବଞ୍ଚାଇଦେଲା ମମତା : ମା’ର ବିକଳ କାନ୍ଦଣା ଦେଖି କୁନି ପୁଅକୁ ଫେରାଇ ଦେଲା ଚୋର

ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।

Coronavirus
ଏକା ସମୟରେ କରୋନାର ୨ଟି ଭାରିଏଣ୍ଟସ୍‌ରେ ସଂକ୍ରମିତ ହେବା ପରେ ଚାଲିଗଲା ମହିଳାଙ୍କ ଜୀବନ

ଏବେ କରୋନା ଭାଇରସ୍‌ର ନୂଆ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍‌ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍‌ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି।

health-workers
ରାସ୍ତା ରୋକି ପାରିଲାନି ପ୍ରଖର ଜଳସ୍ରୋତ : ଉଚ୍ଛୁଳା ନଈ ପାର୍ ହୋଇ ଟିକା ଦେବା ପାଇଁ କଲେ ସ୍ୱାସ୍ଥ୍ୟକର୍ମୀ

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।

Copa America Final
 କୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌।

hoshangabad
ବାହାବେଦୀରେ ବସିଥିଲା ପ୍ରେମିକ : ବାହାରେ ସୋନା, ବାବୁ କହି କହି ବିକଳରେ କାନ୍ଦୁଥିଲା ପ୍ରେମିକା

ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।

rice
ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ଭୁବନେଶ୍ୱର: ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ। ଜାଣନ୍ତୁ […]

indian navy
ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ହଠାତ୍‌ ଗାଏବ ହୋଇଯାଇଥିଲା ପାକିସ୍ତାନୀ ବୁଡ଼ାଜାହାଜ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିବା ପରେ ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା। ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା କରିଥିଲା। ହେଲେ ଏହି […]

match
ଧୂଳିସାତ୍ ହେଲା ଦକ୍ଷିଣ ଆଫ୍ରିକାର ଆଶା

ଲର୍ଡ୍ସ: ଭାରତଠାରୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ବିଜୟଧାରାକୁ ଫେରିଛି । ରବିବାର ଐତିହାସିକ ଲର୍ଡ୍ସରେ ଖେଳାଯାଇଥିବା ଏକ ମ୍ୟାଚରେ ପାକିସ୍ତାନ ୪୯ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ବିଜୟ ସହ ପାକିସ୍ତାନ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି । ଅନ୍ୟପକ୍ଷରେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ଆଶା ଶେଷ ହୋଇଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏକମାତ୍ର ବିଜୟ ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଥିବା […]