ଭୁବନେଶ୍ୱର : ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ ସାପ କାମୁଡ଼ିଲେ କେଉଁ ଲକ୍ଷଣ ଦେଖାଯାଏ, ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଓ ସାପ କାମୁଡ଼ିଲେ କେମିତି ଚିକିତ୍ସା କରାଯାଏ- ଏସବୁ ସଂପର୍କରେ ସେ ସୂଚନା […]
ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି। ଆମେ ଅନେକ ସମୟରେ ଦେଖା ହୋଇଛୁ। ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ […]
ଶ୍ରୀନଗର: ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ୨ ଜଣ ଆତଙ୍କବାଦୀ ସଂଗଠନ ଲଶ୍କାର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛନ୍ତି। ୨୨ ଅଗଷ୍ଟ ବିଳମ୍ୱିତ ରାତ୍ରିରେ ବାରମୁଳା ଜିଲ୍ଲାର ବୋନିୟର ସେକ୍ଟରରୁ ଏହି ଦୁଇ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। […]
ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଚିକିତ୍ସା ପାଇଁ ଦିଲ୍ଲୀକୁ ଯାଇ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ ଓ ଅନ୍ୟାନ୍ୟ ଦଳର ନେତାଙ୍କୁ ଗିରଫ କରାଯିବାକୁ ସେ ସମାଲୋଚନା […]
ଶ୍ରୀନଗର: ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ଦିନ ପୂର୍ବରୁ କଶ୍ମୀରରେ ଇଣ୍ଟରନେଟ୍, ମୋବାଇଲ ଓ କେବୁଲ୍ ଟିଭି ସେବା ବନ୍ଦ ରହିଛି। ଏବେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କୋହଳ ହେବା ପରେ ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ କେବୁଲ୍ ଟିଭି ବଦଳରେ ସେଟ୍ ଅପ୍ ବକ୍ସ ଏବଂ ଯେଉଁମାନେ ଡିଟିଏଚ ବିଲ୍ ଦେଇ ପାରୁନାହାନ୍ତି । ତେଣୁ ସେମାନେ ରେଡିଓ କିଣୁଥିବାର […]
ନୂଆଦିଲ୍ଲୀ: ଏମିତିରେ ସୋଶାଲ ମିଡିଆରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଏବେ ଏକ ଫଟୋକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା-ନିକ୍। ଫ୍ୟାନ୍ସମାନେ ଏହି ଫଟୋ ଏବଂ ପ୍ରିୟଙ୍କାଙ୍କ କମେଣ୍ଟକୁ ଦେଖି ଏମିତି ମଜାକ ଉଡ଼ାଇଥିଲେ ଯେ ଶେଷରେ ନିକ୍ଙ୍କୁ ମୁହଁ ଖୋଲିବାକୁ ପଡ଼ିଲା। ନିକଟରେ ପ୍ରିୟଙ୍କା ପତି ନିକଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ନିକ୍ଙ୍କ ନୂଆ ପ୍ରୋଜେକ୍ଟ ବିଷୟରେ […]
ଇସ୍ଲାମାବାଦ୍: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ଏପରି କି ଭାରତ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଯୁଦ୍ଧ ଧମକ ଦେଉଛନ୍ତି। କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)କୁ ନେବ ବୋଲି ମଧ୍ୟ କହିଥିଲା। ହେଲେ ଖୋଦ୍ ପାକିସ୍ତାନ ସରକାରଙ୍କ ଓକିଲ ଇମ୍ରାନ୍ ଖାନ୍ଙ୍କୁ ଲୋକହସା କରାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପାଖରେ ଆଇସିଜେକୁ ଯିବାକୁ […]
କାବୁଲ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ଆତ୍ମଘାତୀ ଆକ୍ରମଣ କରାଯାଇଛି। ଆଫ୍ଗାନିସ୍ତାନର ରାଜଧାନୀ କାବୁଲରେ ଆଜି ସଂଗଠନ ପକ୍ଷରୁ ହମ୍ଲା କରାଯାଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ଥିବାରୁ ଆମେରିକା ଏମାନଙ୍କୁ ଦମନ କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ଦୀର୍ଘବର୍ଷ ହେଲାଣି ମୁତୟନ […]
ନୂଆଦିଲ୍ଲୀ: Whats App ବ୍ୟବହାର କରୁଛନ୍ତି ? ତାହାଲେ ସାବ୍ଧାନ ରୁହନ୍ତୁ। କାରଣ Whats Appରେ ଏକ ନୂଆ ଭାଇରସ୍ର ସନ୍ଧାନ ମିଳିଛି, ଯାହାକୁ ବ୍ୟବହାର କରି ହ୍ୟାକର୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍ କରିଦେଇପାରେ। ଗୁଗୁଲ୍ର ପ୍ରୋଜେକ୍ଟ ଜିରୋ ଟିମ୍ ଏହି ବଗ୍ ବା ଭାଇରସ୍ର ସନ୍ଧାନ ପାଇଛନ୍ତି। ସେଥିପାଇଁ IOS ୟୁଜର୍ସଙ୍କୁ ସାବଧାନ୍ କରାଇ ଦିଆଯାଉଛି ଯେ, ସେମାନେ ଯେପରି ମେସେଜ୍ ପଠାଉଥିବା ୱେବସାଇଟ୍କୁ କ୍ଲିକ୍ ନ କରନ୍ତି। କାରଣ ଏ ପ୍ରକାର ୱେବସାଇଟ୍ […]
ମୁମ୍ୱାଇ: ‘କୌନ ବନେଗା କରୋଡ଼ପତି’ର କରମବୀର ସ୍ପେଶାଲ ଏପିସୋଡ଼ରେ ଏନ୍ଡିଆର୍ଏଫ୍ ଟିମ୍ଙ୍କୁ ଦେଖିବାକୁ ମିଳିଥିଲା। ଅମିତାଭ ବଚ୍ଚନଙ୍କ ସହିତ ହଟ୍ ସିଟ୍ରେ ଏନ୍ଡିଆର୍ଏଫ୍ର ମହାନିର୍ଦ୍ଦେଶକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, କମାଣ୍ଡାଣ୍ଟ୍ ଅନୁପମ ଶ୍ରୀବାସ୍ତବ ଓ ପ୍ରଦୀପ କୁମାର ଶ୍ରୀବାସ୍ତବ ବସିଥିଲେ। Meet the bravehearts of @NDRFHQ and watch them play on #KBC, tonight at 9 PM @SrBachchan pic.twitter.com/YjrQXBYHFm — Sony TV (@SonyTV) August 30, 2019 […]
ନୂଆଦିଲ୍ଲୀ: କୋଲକାତାର ରନାଘାଟ୍ ରେଲୱେ ଷ୍ଟେସନ୍ରେ ଗୀତ ଗାଇ ରାତାରାତି ସେଲେବ୍ରିଟି ହୋଇଯାଇଥିବା ରାନୁ ମଣ୍ଡଳଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ଏଲିଜାବେଥ୍ ସାଥୀ ରୟ, ଯାହାଙ୍କୁ ସୋଶାଲ୍ ମିଡିଆରେ ଭାରି ନିନ୍ଦା କରାଯାଉଛି। ସେ କାହିଁକି ତାଙ୍କ ମା’ଙ୍କର ଯତ୍ନ ନେଉ ନଥିଲେ ଓ ଏମିତି ରେଳ ଷ୍ଟେସନ୍ରେ ଭିକ ମାଗିବାକୁ ଛାଡ଼ି ଦେଇଥିଲେ ବୋଲି ପ୍ରଶ୍ନ କରି ଲୋକେ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି। ତେବେ ଏନେଇ ସେ ମୁହଁ ଖୋଲିଛନ୍ତି। ନ୍ୟୁଜ୍ […]
ରାୟପୁର: ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅମିତ ଯୋଗୀ। ବିଳାସପୁର ସ୍ଥିତ ବାସଭବନରେ ଅମିତ ଥିବା ବେଳେ ଛତିଶଗଡ଼ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ବେଳେ ଅମିତଙ୍କ ସମର୍ଥକ ଓ ପୁଲିସ ପ୍ରଶାସନ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ରହିଛି। ଅମିତଙ୍କ ସମର୍ଥକମାନେ ଏହି ସମୟରେ ପୁଲିସ ପ୍ରଶାସନ […]
ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ପ୍ରମୁଖଙ୍କ ଉପସ୍ଥିତିରେ ଆପାଚ୍ ଏଚ୍-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ସୂଚନାଯୋଗ୍ୟ, ୨୦୧୬ରେ ଆତଙ୍କବାଦୀ ଏହି ଏୟାରବେସରେ ନିକଟରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା। Punjab: […]
ନୂଆଦିଲ୍ଲୀ: ସରକାରୀ ଡ୍ୟୁଟିରେ ଥିବା ଡାକ୍ତର ତଥା ସ୍ୱାସ୍ଥ୍ୟସେବାରେ ଜଡ଼ିତ ଅନ୍ୟ କର୍ମଚାରୀମାନେ ଅନେକ ସମୟରେ ରୋଗୀଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନେକ ସମୟରେ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମାରଧର କରିବା ସହ ଡାକ୍ତରଖାନାରେ ଭଙ୍ଗାରୁଜା ମଧ୍ୟ କରିଥାନ୍ତି। ଏପରି ହିଂସା ଦେଶ ବ୍ୟାପି ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏପରି ହିଂସାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ନୂଆ ଆଇନ ପ୍ରଣୟନ […]
ମହାରାଷ୍ଟ୍ର: ନଭି ମୁମ୍ବାସ୍ଥିତ ଉରଣ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ ବା ONGCର ଏଲ୍ପିଜି ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି। ପ୍ଲାଣ୍ଟର ଶୀତଳ ଭଣ୍ଡାରରେ ନିଆଁ ଲାଗି ଯାଇଥିବା ଜଣାଯାଇଛି । ପ୍ଲାଣ୍ଟ ଏତେ ଜୋରରେ ଜଳୁଛି ଯେ, ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଥିବା ଜଣାଯାଇଛି। ଶୀତଳ ଭଣ୍ଡାରରେ ଆହୁରି ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଅନ୍ୟମାନଙ୍କୁ ସୁରକ୍ଷିତ […]
ମୁମ୍ବାଇ: ବକ୍ସ ଅଫିସ୍ରେ ଧମାକା ପରେ ଧମାକା କରୁଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆକ୍ସନ୍ ଡ୍ରାମା ‘ସାହୋ’। ପ୍ରଥମ ଦିନରେ ସାରା ଦେଶରେ ୧୦୦ କୋଟି ପାର କରିଥିବା ‘ସାହୋ’ ଏବେ ପ୍ରଥମ ୱିକ୍ଏଣ୍ଡରେ ସର୍ବଭାରତୀୟ ବକ୍ସ ଫିସ୍ କଲେକ୍ସନ୍ରେ ୨୦୦ କୋଟି ପାର୍ କରିଦେଇଛି। ସୂଚନା ଅନୁଯାୟୀ କେବଳ ହିନ୍ଦୀରେ ଏହା ପାଖାପାଖି ୮୦ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସ୍ ଡଟ କମ୍ ମୁତାବକ ‘ସାହୋ(ହିନ୍ଦୀ)’ ଭର୍ସନ ପ୍ରଥମ ଦିନରେ ୨୪ କୋଟି, […]
ଭୁବନେଶ୍ୱର : ବାରମ୍ବାର ନାକରେ ଆଙ୍ଗୁଳି ଭର୍ତ୍ତି କରିବା ଭଲ ଅଭ୍ୟାସ ନୁହେଁ। ଛୋଟ ପିଲାଙ୍କ କଥା ଛାଡ଼, ଅନେକ ବଡ ବଡ ଲୋକଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି। ହୁଏତ ସେମାନେ ନିଜ ଅନ୍ୟମନସ୍କତାରେ ଏପରି କରିଥାଇ ପାରନ୍ତି। ଏହାଦ୍ୱାରା ନାକର କ୍ଷତି ତ ନିଶ୍ଚୟ ହୋଇଥାଏ। ହେଲେ ମନେ ରଖନ୍ତୁ, ଆପଣଙ୍କର ଏପରି କାମକୁ ଦେଖୁଥିବା ଲୋକର ମନରେ ଏକପ୍ରକାର ବିକାର ଭାବ ବି ସୃଷ୍ଟି ହୋଇଥାଏ। ‘ନ୍ୟାସ୍ନାଲ୍ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଇନଫର୍ମେସନ୍’ […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମ୍ ତିହାର ଜେଲ୍ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ ଚିଦାମ୍ୱରମ୍ କହିଛନ୍ତି। ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଏହି ବରିଷ୍ଠ କଂଗ୍ରେସ ନେତା ୧୧ ଦିନ ହେଲା ସିବିଆଇ ରିମାଣ୍ଡରେ ଅଛନ୍ତି। ଆଜି ଆଉ ତିନି ଦିନି […]
ମୁମ୍ବଇ:ସଙ୍ଗୀତ ଦୁନିଆକୁ ଅକସ୍ମାତ ଆସିଲେ ଆଉ ତାଙ୍କର ସୁମଧୁର କଣ୍ଠରେ ସମସ୍ତଙ୍କୁ ଚମକେଇ ଦେଲେ। ହଁ, ଆମେ ସେଇ ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳଙ୍କ କଥା କହୁଛୁ, ଯାହାର କଣ୍ଠର ଯାଦୁ ଆଜି ସାରା ଦେଶକୁ ବିମୋହିତ କରି ଦେଇଛି। ପେଟ ପାଇଁ ରେଳ ଷ୍ଟେସନରେ ସଂଘର୍ଷ କରୁଥିବା ରାନୁଙ୍କ ପାଖରେ ହୁଏତ ଆଜି ଅର୍ଥର ଅଭାବ ନାହିଁ, ହେଲେ ସେ ସଂଘର୍ଷର ଦିନକୁ ସେ ଭୁଲି ପାରୁ ନାହାନ୍ତି। ରାତାରାତି ସେଲେବ୍ରିଟି ପାଲଟି ଥିବା ରାନୁଙ୍କୁ […]
ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ଅଞ୍ଚଳ ହେଉଛି ସଂସଦ ପରିସର। ବେଆଇନ ଭାବେ ଏହାର ପରିସରକୁ କେହି ପଶିବା ଏତେ ସହଜ କଥା ନୁହେଁ। ତଥାପି ସଂସଦ ପରିସର ମଧ୍ୟକୁ ଜଣେ ବ୍ୟକ୍ତି ଛୁରି ନେଇ ପଶି ଆସିଥିଲେ। ଅବଶ୍ୟ ପଶିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। ତେବେ କିଏ ଏହି ବ୍ୟକ୍ତି ଜଣକ ? କାହିଁକି ଛୁରି ନେଇ ସଂସଦ ପରିସରକୁ ଆସିଥିଲେ ? ମିଳିଥିବା ସୂଚନା ଅନୁସାରେ, ଏହି ବ୍ୟକ୍ତିଙ୍କ ନାମ ସାଗର ଇନ୍ସା। […]
ଭୁବନେଶ୍ୱର(ମିହିର ପଟ୍ଟନାୟକ): ଶ୍ରୀ ମନ୍ଦିରରେ ଗଣପତି ଉପାସନା ପ୍ରାଚୀନ କାଳରୁ ରହିଛି। କୁହାଯାଏ, ମନ୍ଦିର ନିର୍ମାଣ ସମୟରୁ ହିଁ ବଟ ବୃକ୍ଷ ମୂଳରେ ଶ୍ରୀ ଗଣେଶଙ୍କୁ ସ୍ଥାପନା କରାଯାଇଛି। ଯାହାଙ୍କୁ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଅଥବା ଜଗନ୍ନାଥ ଦର୍ଶନ ସମୟରେ ପ୍ରଥମ ଦର୍ଶନ କରିବାର ବିଧି ଅଦ୍ୟାବଧି ରହିଛି। ସେ ହେଉଛନ୍ତି ଶ୍ରୀ ମନ୍ଦିରରେ ପୂଜା ପାଉଥିବା ସର୍ବପ୍ରାଚୀନ ଗଣେଶ । ଆସନ୍ତାକାଲି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଆସନ୍ତୁ ଜାଣିବା ଭାରତର ଏକ […]
ପାଟନା: ଜେଲ୍ ପରିସରରେ ହେଲା ଆଜୀବନ କଏଦୀଙ୍କ ମସ୍ତି ଭରା ଜନ୍ମଦିନ ପାଳନ। ଜନ୍ମଦିନରେ କେକ୍ କଟାଯିବା ସହ ମଦ, ମାଂସ ଭୋଜିର ଆୟୋଜନ ବି ହୋଇଛି। ମୋବାଇଲରେ ଏହାର ଭିଡିଓ ସୁଟ୍ ହୋଇଛି, ଯାହା ପରେ ଭାଇରାଲ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ ଜେଲ୍ ବିଭାଗର ଦାୟିତ୍ୱହୀନତା ପଦାରେ ପଡ଼ିଛି। ଏହି ଘଟଣାରେ ୪ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ଘଟିଛି ବିହାର ସୀତାମାଢ଼ି ଜେଲ୍ରେ। ଏଠାରେ ଦୁଇଟି […]
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ କଲ୍ୟାଣ ସିଂହଙ୍କ ସ୍ଥାନରେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେହିପରି କାଲରାଜ ମିଶ୍ରଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି କାଲରଜ ମିଶ୍ରଙ୍କ ନୂଆ ନିଯୁକ୍ତିକୁ ସ୍ୱାଗତ ଜଣାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ତାମିଲନାଡୁ ବିଜେପି […]
ନୂଆଦିଲ୍ଲୀ: ଆସାମର ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ( ଏନ୍ଆରସି) ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ। ଗତକାଲି ଗୃହମନ୍ତ୍ରଣାଳୟ ଏନଆରସି ତାଲିକା ପ୍ରକାଶ କରିବା ପରେ କଂଗ୍ରେସ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲା। ବୈଠକରେ ବରିଷ୍ଠ ନେତାମାନେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଯେଉଁ ଯୋଗ୍ୟ ବ୍ୟକ୍ତିମାନେ […]
ଗୁଆହାଟି: ଗୋପାଳକମାନଙ୍କର ସବୁଠାରୁ ବଡ଼ ଚିନ୍ତା-ଗାଈ କେମିତି ଅଧିକ କ୍ଷୀର ଦେବ। ଏଥିପାଇଁ ସେମାନେ ଅନେକ କିଛି କରିଥାନ୍ତି, ଯେମିତି ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ, ଔଷଧ ଯୋଗାଇଥାନ୍ତି। ତେବେ ଗୋପାଳକଙ୍କର ଏପରି ଚିନ୍ତାକୁ ଚୁଟ୍କିରେ ସମାଧାନ କରିପାରିଛନ୍ତି ଆସାମର ଜଣେ ବିଧାୟକ ଦିଲ୍ଲୀପ ପଲ୍। ଦିଲ୍ଲୀପଙ୍କ କହିବା ଅନୁଯାୟୀ, ବଂଶୀ ସ୍ୱନ ଶୁଣିଲେ ଗାଈ ଅଧିକ କ୍ଷୀର ଦେବ। ସେ ଦାବି କରିଛନ୍ତି, ଏହା କେବଳ ପୁରାଣର କଥା ନୁହେଁ, ଆଧୁନିକ ଯୁଗରେ ମଧ୍ୟ […]