ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ମଧ୍ୟ ଏଭଳି ଏକ ନୋଟିସ୍ ଜାରି କରିଥିଲା। ଡିଜିସିଏ ଗତକାଲି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନ କରିବାକୁ କୁହାଯାଇଛି। […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ଗତକାଲି ଭାରତୀୟ ପେସ୍ ବୋଲର ମହମ୍ମଦ ଶାମି ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଆଉ ପ୍ରଥମ ମ୍ୟାଚ୍ରେ ହିଁ ସେ ଏକ ରେକର୍ଡ ହାସଲ କରିଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏ ବିଶ୍ୱକପ୍ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ଚେତନ ଶର୍ମା ବିଶ୍ୱକପ୍ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଥିଲେ। ୧୯୮୭ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ। ବିଶ୍ୱକପ୍ ଇତିହାସରେ ମଧ୍ୟ ଏହା […]
ପଟିଆଲା: ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମଙ୍କ ଅନୁଗାମୀ ତଥା ବରଗରି ଧର୍ମଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ ମହିନ୍ଦର ପାଲ ସିଂହ ବିଟ୍ଟୁଙ୍କୁ ପଟିଆଲା ଜେଲ୍ ଭିତରେ ହତ୍ୟା କରାଯାଇଛି। ଜେଲ୍ର ୨ ଜଣ ଅନ୍ତେବାସୀ ତାଙ୍କୁ ଜେଲ୍ ଭିତରେ ଶନିବାର ଅପରାହ୍ଣ ୫ଟାରେ ହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରିଦ୍କୋଟ୍ ବାସିନ୍ଦା ମହିନ୍ଦରଙ୍କୁ ଜେଲ୍ ଭିତରେ ଗୁରୁସେବକ ସିଂହ ଏବଂ ମନିନ୍ଦର […]
ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛନ୍ତି। ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ରୋହତକ ଜେଲ୍ରେ ଅଛନ୍ତି। ଗୁରମିତ୍ଙ୍କର ଏଭଳି ଆବେଦନ ପରେ ଜେଲ୍ ଅଧୀକ୍ଷକ ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ […]