
ନୂଆଦିଲ୍ଲୀ: କରୋନା ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଦେବା ପରେ ସମ୍ବିତଙ୍କୁ ଗୁରଗାଓଁର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାପରେ ଟ୍ୱିଟ୍ କରି ସମ୍ବିତ କହିଛନ୍ତି, ‘ଆପଣମାନଙ୍କ ଆଶୀର୍ବାଦ ଓ ପ୍ରାର୍ଥନା ଯୋଗୁ ସୁସ୍ଥ ହୋଇ ଘରକୁ ଫେରିଛି। ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଲାଭ କରିବା ପାଇଁ କିଛି ଦିନ ଲାଗିବ।’ आप सभी के आशीर्वाद […]
ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍ଜାକୁ ନେଇ ଆସିବା ପାଇଁ ଆଗେଇ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପିଜି କରିଥିବା ଡାକ୍ତରଙ୍କୁ ଅତି କମ୍ରେ ୧୦ ବର୍ଷ ସରକାରୀ ଚାକିରି କରିବାକୁ ପଡ଼ିବ। ଯଦି ଏହା ମଝିରେ ସେମାନେ ଚାକିରି ଛାଡନ୍ତି ତେବେ ସେମାନଙ୍କୁ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ । ସରକାରୀ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ନିଟ୍ରେ କୋହଳ ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହାଦ୍ୱାରା ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହୋଇ ପାରିବ। ସ୍ୱାସ୍ଥ୍ୟ […]
ହାଇଦ୍ରାବାଦ୍: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ରେ ଥିବା ଏକ ଔଷଧ କମ୍ପାନୀରେ ଶନିବାର ନିଆଁ ଲାଗି ଯାଇଛି। ଏତେ ଜୋରରେ ନିଆଁ ଜଳୁଛି ଯେ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ। ଅଗ୍ନିକାଣ୍ଡରେ ୮ ଜଣ ଲୋକ ଜଳି ଯାଇଥିବା ଆଶଙ୍କା କରାଯାଉଛି । ନିଉଜ ଏଜେନ୍ସ ANI ତଥ୍ୟ ଅନୁଯାୟୀ, ବିନ୍ଧ୍ୟା ଅର୍ଗାନିକ୍ସର ଏହି ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ ଉଦ୍ୟୋଗିକ କ୍ଷେତ୍ରରେ ଅବସ୍ଥିତ। ଶନିବାର ଦ୍ୱିପହରରେ ହଠାତ୍ ଏଠାରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର ସୂଚନା […]
ନୂଆଦିଲ୍ଲୀ: ଜୁନ ୧୯ରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦଳର ବିଧାୟକଙ୍କ ଅନୁରୋଧ କ୍ରମେ ସେ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ଦେବେଗୌଡାଙ୍କ ପୁଅ ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ଦେବଗୌଡାଙ୍କ ପ୍ରାର୍ଥିତ୍ୱକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଏବଂ କଂଗ୍ରେସର ସମର୍ଥନ ନେଇ ଅନିଶ୍ଚିତତା ମଧ୍ୟ ରହିଥିଲା। […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମିଡିଆ ରିପୋର୍ଟରେ ଅନୁସାରେ, ଚାଷୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଚାଷୀ ଆଖି ବୁଜି ସାରିଲେଣି। ମୃତ ଚାଷୀମାନେ ପଞ୍ଜାବ ଓ ହରିଆନାର ଭିନ୍ନ ଭିନ୍ନ ଅଞ୍ଚଳର ନିବାସୀ। କିଛି ଦିନ ତଳେ ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଥିଲେ, ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ସହୟତା ଦିଆଯିବ। କଂଗ୍ରେସର ପୂର୍ବ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି କିଛି ଆକଳନ କରିଛନ୍ତି, ଯାହା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି। ସେପ୍ଟେମ୍ବର ମଧ୍ୟଭାଗ ବେଳକୁ ଭାରତରେ ମହାମାରୀ କରୋନାର ଅନ୍ତ ଘଟିପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଶେଷଜ୍ଞ-ଡାକ୍ତର ଅନୀଲ କୁମାର ଓ ରୂପାଲୀ ରୟ ଗାଣିତିକ ଆକଳନ ‘ବେଲି ମଡେଲ୍’କୁ ଆଧାର କରି ଏଭଳି କିଛି ଆକଳନ କରିଛନ୍ତି। ସେମାନଙ୍କ ଅଧ୍ୟୟନ ସଂକ୍ରାନ୍ତ ତଥ୍ୟ ଅନ୍ଲାଇନ୍ ଜର୍ଣ୍ଣାଲ୍ […]
ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ…। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର କାହାଣୀ ସ୍ମୃତିକୁ ଆହୁରି ସତେଜ କରିଦିଏ। ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରେ ଭାରତ। ୧୯୭୧ ଭାରତ-ପାକ୍ ଯୁଦ୍ଧର ସ୍ମୃତିକୁ ଏହି ଦିବସ ଆହୁରି […]
କୋଟା: ରାଜସ୍ଥାନର କୋଟା ସହରର ଏକ ସରକାରୀ ଡାକ୍ତରଖାନାରେ ମାତ୍ର କେଇ ଘଣ୍ଟାରେ ୯ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ ଜେକେ ଲୋନ ଡାକ୍ତରଖାନାରେ ୧ରୁ ୪ ଦିନ ମଧ୍ୟରେ ଜନ୍ମ ହୋଇଥିବା୫ ଜଣ ଶିଶୁଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଘଟଣାର ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ନିର୍ଦ୍ଦେଶ ଦେବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ ଚାଷୀ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି। ନୂଆ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ସିଂଘୁ, ଟିକରୀ, ଚିଲ୍ଲା ଏବଂ ଗାଜିପୁର ସୀମାରେ ଅଟକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଲାଇଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ଦିଲ୍ଲୀ ପୋଲିସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିଂଘୁ ସୀମାରେ ମୁତୟନ ୨ ଜଣ ଆଇପିଏସ୍ ଅଫିସର କରୋନା ସଂକ୍ରମିତ […]