• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

unesco
ବାଳିକା ଓ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ପୁରସ୍କାର, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର:  ୟୁନେସ୍କୋ ପୁରସ୍କାରର 2021 ସଂସ୍କରଣ ରେ ବାଳିକା ଏବଂ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ନାମାଙ୍କନ ପତ୍ର ଆମନ୍ତ୍ରଣ କରିଛି ଯାହା ବାଳିକା ଏବଂ ମହିଳା ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଦୁଇ ବିଜେତାଙ୍କୁ ପ୍ରଦାନ କରାଯିବ। ଏହି ଦୁଇ ବିଜେତା ପ୍ରତ୍ୟେକେ  50,000 ଆମେରିକୀୟ ଡଲାର ପୁରସ୍କାର ପାଇବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନଗୁଡିକ ଆସନ୍ତା 15, 2021 ସୁଦ୍ଧା ୟୁନେସ୍କୋ (INCCU) ସହିତ ଇଣ୍ଡିଆନ ନ୍ୟାସନାଲ କମିଶନ ଫର କୋପରେସନ […]

vaccine-1
ଭାକ୍ସିନ ନେବା ପରେ ବି କରୋନା ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଦେଶରେ କରୋନା ଭାକ୍ସିନେସନ କାର୍ଯ୍ୟକ୍ରମ ମିଶନ୍‌ ମୋଡ୍‌ରେ ଚାଲିଛି। ଦେଶରେ ପ୍ରାୟ ଅଢେଇ କୋଟି ଲୋକ ଇତି ମଧ୍ୟରେ କରୋନା ଭାକ୍ସିନ ନେଇ ସାରିଲେଣି। ଭାକ୍ସିନେସନର ଏପରି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆଶ୍ୱସ୍ତି ଦେଉଥିବାବେଳେ ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଭାକ୍ସିନର ୨ଟି ଡୋଜ ନେଇ ସାରିବା ପରେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି। ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ରର ଜାଲନାରେ ଏକ […]

Mithali Raj
ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି ରେକର୍ଡ ରଚିଲେ ମିତାଲି ରାଜ

ଲକ୍ଷ୍ନୌ:ଭେଟେରାନ ବ୍ୟାଟ୍ସମ୍ୟାନ ମିତାଲି ରାଜ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି।  ଏପରି ରେକର୍ଡ କରିବାରେ ସେ ଭାରତରେ ପ୍ରଥମ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ  ମହିଳା କ୍ରିକେଟର।  ଶୁକ୍ରବାର ସେ ୧୦ ହଜାର ରନ୍ ପୂରଣ କରିଛନ୍ତି। ଭାରତୀୟ ଏକଦିବସୀୟ ଅନ୍ତଜାତୀୟ ଟିମ୍‌ର ନେତୃତ୍ୱ ନେଉଥିବା ୩୮ ବର୍ଷୀୟ ମିତାଲିଙ୍କ ପୂର୍ବରୁ  ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ […]

sushant singh
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତ‌ଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତା ସଲ୍‌ମାନ୍‌ ଖାନ୍‌, କରଣ ଜୋହର, ଏକ୍‌ତା କପୁର ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ ହୋଇଥିବା ପିଟିସନ୍‌କୁ କୋର୍ଟ ଖାରଜ କରିଛନ୍ତି। ବୁଧବାର ବିହାରର ଏକ କୋର୍ଟ ଏହି ପିଟିସନ୍‌ ଖାରଜ କରିଛନ୍ତି। ଏହା ଆମ ବିଚାର ପରିସର ଭୁକ୍ତ ନୁହେଁ କାରଣ ଦର୍ଶାଇ କୋର୍ଟ ପିଟିସନ୍‌ ଖାରଜ କରିଛନ୍ତି। ଜଣେ ସ୍ଥାନୀୟ ଓକିଲ କୋର୍ଟରେ ଏହି ପିଟିସନ୍‌ ଦାଖଲ […]

vaxine
ପୂର୍ଣ୍ଣାଙ୍ଗ ରୂପ ନେଲା କୋଭାକ୍ସିନ୍; ହଟିଲା ‘ ହ୍ୟୁମାନ ଟ୍ରାଏଲ ମୋଡ଼୍‌’ ଲେବ୍‌ଲ

ନୂଆଦିଲ୍ଲୀ: ଭାରତର ନିଜସ୍ୱ କରୋନା ଟିକା-କୋଭାକ୍ସିନ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଇଛି । କୋଭାକ୍ସିନକୁ ଏବେ ମାନବୀୟ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଇ ପାରିବ ନାହିଁ । ଏହାଫଳରେ କୋଭାକ୍ସିନ ଟିକା ନେବା ପୂର୍ବରୁ ଆଉ ସ୍ୱୀକୃତୀ ପତ୍ର ଦସ୍ତଖତ କରି ଦେବାକୁ ପଡ଼ିବ ନାହିଁ । ଏନେଇ କୋଭାକ୍ସିନକୁ ନୀରିକ୍ଷଣ କରୁଥିବା ବିଶେଷଜ୍ଞ କମିଟି ଡିସିଜିଆଇକୁ ସୁପାରିସ କରିଛି। ବିସ୍ତୃତ ପର୍ଯ୍ୟବେକ୍ଷଣ ପରେ କୋଭାକ୍ସିନକୁ ଟ୍ରାଏଲ ମୋଡ଼୍‌ରୁ ହଟେଇବା ଲାଗି ବିଶେଷଜ୍ଞ କମିଟି ସୁପାରିସ […]

Meteorite
ଆକାଶରୁ ଖସିଲା ପଥର...ପୃଥିବୀଠାରୁ ବି ଅଧିକ ପୁରାତନ

ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମିରୁ ଏକ ଉଲ୍‌କାପିଣ୍ଡ ଠାବ କରାଯାଇଛି। ଗବେଷଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀ ସୃଷ୍ଟି ହେବାର ପୂର୍ବରୁ ତିଆରି ହୋଇଛି। ଏହି ଉଲ୍‌କାପିଣ୍ଡରୁ ସୌରମଣ୍ଡଳରେ ଗ୍ରହ ନିର୍ମାଣର ପ୍ରକ୍ରିୟା ସମ୍ପର୍କରେ ଜଣାପଡ଼ିବାର ସମ୍ଭାବନା ରହିଛି। ଯେତେବେଳେ ଆମ ସୌରମଣ୍ଡଳରେ ପୃଥିବୀ ପରି ଗ୍ରହର ନିର୍ମାଣ ହେଉଥିଲା,ଉଲ୍‌କାପିଣ୍ଡସବୁ ସେହି ସମୟର ସୃଷ୍ଟି ବୋଲି  ଗବେଷକମାନେ କହନ୍ତି। ହେଲେ  ଆଫ୍ରିକାର ସାହାରା ମରୁଭୂମିରୁ  ଉଲ୍‌କାପିଣ୍ଡର ଯେଉଁ ଟୁକୁଡା ମିଳିଛି ତାହା ପୃଥିବୀଠାରୁ ପୁରାତନ ବୋଲି […]

antilia
ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଘଟଣା: ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି। ଇଣ୍ଡିଆନ ମୁଜାହିଦିନର ଜଣେ  ଆତଙ୍କୀ ପାଖରୁ ଏକ ମୋବାଲଇ ଫୋନ ସିଜ କରାଯାଇଥିଲା। ଏହା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ହାଇ ସିକ୍ୟୁରିଟି […]

mamta
ମମତାଙ୍କୁ ଆକ୍ରମଣ ନେଇ ବିଜେପି-ଟିଏମ୍‌ସି ବାକ୍‌ଯୁଦ୍ଧ: ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି।  ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅଧିନ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିବା  ଅଭିଯୋଗ ହୋଇଥିଲା ଏଥିରେ ତାଙ୍କ ପାଦରେ ଆଘାତ ଲାଗିଥିବାରୁ ସେ SSKM ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର […]

TV set collapses on journalist
ଲାଇଭ୍‌ ସୋ ଚାଲିଥିବାବେଳେ ଭାଙ୍ଗିଗଲା ଷ୍ଟୁଡିଓ, ମୁହଁ ମାଡି ପଡ଼ିଗଲେ ଆଙ୍କର

ୱାଶିଂଟନ: ଟିଭିରେ ଚାଲିଥିଲା ଲାଇଭ ସୋ। ଏକ ଆଲୋଚନା ପାଇଁ ମଞ୍ଚ ଉପରେ ବସିଥାନ୍ତି ଅତିଥି। ଆଙ୍କର ଆଙ୍କରିଂ କରୁଛନ୍ତି। ହଠାତ୍‌ ଷ୍ଟୁଡିଓର ସେଟ ତାଙ୍କ ଉପରେ ପଡିଗଲା। ଆଙ୍କର ଜଣକ ମୁହଁ ମାଡି ତଳେ ପଡି ଯାଇଥିଲେ।  ଏମିତି ଏକ ଘଟଣା ଘଟିଛି କଲମ୍ବିଆରେ। ଏହାର ଭିଡିଓ ସୋଶିଆଲ ମିଡିଆରେ ସେୟାର ହେବା ପରେ  ଖୁବ୍‌ ଭାଇରାଲ ହୋଇଛି। ଆଙ୍କରଙ୍କ ନାଁ କାର୍ଲୋସ ଅର୍ଡୁଜ। କଲମ୍ବିଆ ESPNରେ ଏକ ବିତର୍କ ଚାଲିଥିବାବେଳେ ପ୍ୟାନେଲରେ ବସିଥିଲେ ସେ। […]

race carrying husbands on backs
ସ୍ୱାମୀଙ୍କୁ କାନ୍ଧରେ ପକାଇ ୧୦୦ ମିଟର ଦୌଡ଼ିଲେ ମହିଳା

କାଠମାଣ୍ଡୁ: ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳା ସମକକ୍ଷ ହୋଇପାରିବେ ।  ଆଉ ଏହି କଥାକୁ ପ୍ରମାଣିତ କରିବା ପାଇଁ ଏଠି ମହିଳା ସ୍ୱାମୀଙ୍କୁ କାନ୍ଧରେ ପକାଇ ଦୌଡୁଛନ୍ତି। ଏହି ଦୃଶ୍ୟ ବେଶ ଭାଇରାଲ ହୋଇଛି ସେମାନେ ଦୌଡୁଛନ୍ତି, ହେଲେ ଝୁଣ୍ଟି ପଡ଼ୁ ନାହାନ୍ତି କିମ୍ବା ନିଜ ଉପରୁ ନିୟନ୍ତ୍ରଣ ହରାଉନାହାନ୍ତି। ଘଟଣା ଘଟିଛି ନେପାଳରେ।  ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ନେପାଳ ତାନାହନ୍ ଅଞ୍ଚଳରେ […]