• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vikash dubey
ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ଭୋପାଳ: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି। ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ  ପୋଲିସ ତାଙ୍କୁ ଗିରଫ କରିଥିଲା। ୟୁପି ମୁଖ୍ୟ ସଚିବ ଅବିନାଶ ଅବସ୍ଥିଙ୍କ କହିବା ଅନୁଯାୟୀ, ମହାକାଳ ମନ୍ଦିର ଥାନାରେ ଆତ୍ମସମର୍ପଣ କରିଛି ବିକା। ତାଙ୍କୁ  ସେଠାରୁ ଏକ ଅଜଣା ସ୍ଥାନକୁ ନିଆ ଯାଇଛି। ଆସନ୍ତାକାଲି ସୁଦ୍ଧା ବିକାଶକୁ ଏସ୍‌ଟିଏଫ୍‌ ରିମାଣ୍ଡରେ ନେବ […]

Mamata Banerjee
କେମିତି ଆହତ ହେଲେ ମମତା ବାନାର୍ଜୀ ? ଘଟଣା ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

କୋଲକାତା: ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବାବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିକିତ୍ସା କୋଲକାତା SSKM ହସ୍ପିଟାଲରେ ଚାଲିଛି। ଏକ ଡାକ୍ତରୀ ଟିମ୍ ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି। ମମତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଗତକାଲି ହସ୍ପିଟାଲ୍‌କୁ ଯାଇ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଅନ୍ୟପଟେ ମମତାଙ୍କ ଆହତ ହେବା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମମତାଙ୍କ ଆହତ ହେବା ଘଟଣାକୁ ନାଟକବାଜୀ […]

kumbha mela
କୁମ୍ଭ ମେଳାରେ ବୁଡ ପକାଇଲେ ଶତାଧିକ ସାଧୁ: ଶିବମୟ ହେଲା ପରିବେଶ

ହରିଦ୍ୱାର: ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭ ମେଳା।  ଦୀର୍ଘ ୧୧ ବର୍ଷ ପରେ ଆରମ୍ଭ ହୋଇଛି ପବିତ୍ର ବୁଡ଼। ଆଜି ଭୋର୍ ୪ଟାରୁ ସାହି ସ୍ନାନ ଆରମ୍ଭ ହୋଇଛି। ସକାଳ ୮ଟା ପରେ ସାଧାରଣ ଶ୍ରଦ୍ଧାଳୁ ସ୍ନାନ କରିପାରିବେ। ହର କି ପୌରୀ ଘାଟରେ ଗଙ୍ଗା ଆଳତି କରିବା ପରେ ଶହ ଶହ ସାଧୁ ସନ୍ଥ ସାହି ସ୍ନାନରେ ଭାଗ ନେଇଥିଲେ। ମହାଦେବଙ୍କ ମନ୍ତ୍ର୍ରୋଚ୍ଚାରଣ ସହ ବୁଡ଼ ପକାଇଛନ୍ତି। ସାଧୁମାନେ ଜୁନ୍ନା ଅଖାଡା, ଆହ୍ୱାନ ଅଖାଡା, […]

sanitizer spray
ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌: ମିଡିଆ ସହ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ଓଚାଙ୍କ ସମ୍ପର୍କ ଟିକିଏ ଅଲଗା। ମିଡିଆ ସହ ସେ ବେଶ ମଜାଳିଆ ଅନ୍ଦାଜରେ ମିଶିବାକୁ ନେଇ ସେ ଜଣାଶୁଣା । ହେଲେ ଏଥର ମିଡିଆ ସହ ଯେମିତି ବ୍ୟବହାର କଲେ ତାହା ମିଡିଆର ମୁଖ୍ୟ ଖବର ପାଲଟି ଯାଇଛି। ସାଧାରଣତଃ ନେତା ଓ ସେଲେବ୍ରିଟିମାନେ ମିଡିଆଠାରୁ ଦୂରରେ ରହିବା ପାଇଁ ଚେଷ୍ଟା କରିଥାନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରକୁ ଯଥାସମ୍ଭବ ଏଡ଼ାଇ ଦେଇଥାନ୍ତି। ହେଲେ ମିଡିଆକୁ ସବୁବେଳେ ସାମ୍ନା […]

no mercy to rapist
ଗଣଦୁଷ୍କର୍ମ ଅଭିଯୋଗ ଆଣିବାର ଦିନକ ପରେ ପୀଡିତାଙ୍କ ବାପାଙ୍କୁ ଚାପିଦେଲା ଟ୍ରକ

କାନପୁର:୧୩ ବର୍ଷର ଶିଶୁକନ୍ୟା ଗଣଦୁଷ୍କର୍ମର ଶିକାର ହୋଇଥିଲା। ଏ ନେଇ ବାପା ଥାନାରେ ମାମଲା ଦାଏର କରିଥିଲେ। ହେଲେ ମାମଲା ଦାଏର କରିବାର ଦୁଇ ଦିନ ପରେ ଅର୍ଥାତ୍‌ ବୁଧବାର ସକାଳେ ଡାକ୍ତରଖାନା ବାହାରେ ପୀଡିତାଙ୍କ ବାପାଙ୍କର ସଡ଼କ ଦୁର୍ଘଟଣାରେ ପ଼୍ରାଣ ଚାଲିଗଲା। ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ। ଏହି ଘଟଣାରେ ଗାଁର ତିନି ଜଣ ଯୁବକଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡିତାଙ୍କ ବାପା। ଝିଅର ଡାକ୍ତରୀ ମାଇନା କରିବାକୁ ଆସିଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ […]

11am-samarin
ନୌସେନାରେ ସାମିଲ ହେଲା ନୂଆ ସଦସ୍ୟ ’ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଶକ୍ତି ବୃଦ୍ଧି କରିବ INS କରଞ୍ଜ୍। ସାଇଲେଣ୍ଟ କିଲର ଭାବେ ଜଣାଶୁଣା ଏହି  ସ୍କର୍ପିନ କ୍ଲାସ ସବମରିନ ମୁମ୍ବାଇସ୍ଥିତ ନାଭାଲ ଡକୟାଡରେ ଜଳାବତରଣ କରିଛି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରଞ୍ଜର ଏହା ଦ୍ୱିତୀୟ ଶ୍ରେଣୀର ବୁଡାଜାହାଜ। ସ୍କର୍ପିନ ସବମରିନ୍ ରେଞ୍ଜର ଏହା ସବୁଠୁ ଉନ୍ନତ ଓ ଶକ୍ତିଶାଳୀ।  […]

corona
ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ କରୋନା ଭାଇରସ୍ : WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ଭାଇରସ୍‌କୁ ନେଇ ଏକ  ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚିନ୍ତା ଆହୁରି ବଢ଼ି ଯାଇଛି। ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ କରୋନା ଭାଇରସ୍। ଏହି ଆଶଙ୍କାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମଧ୍ୟ ଖଣ୍ଡନ କରି ପାରିନାହିଁ। ଅତ୍ୟଧିକ ଭିଡ଼ ଥିବା ସ୍ଥାନରେ ଭାଇରସ୍ ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ ବୋଲି WHO କହିଛି। ବାୟୁ ଦ୍ୱାରା ଭାଇରସ୍ ବ୍ୟାପୁଥିବା ଖବର ପ୍ରଚାର […]

CM-11AM
ତିରଥ ସିଂ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାୱତ  ଇସ୍ତଫା ଦେବାର ଗୋଟିଏ ଦିନ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି।  ବରିଷ୍ଠ ବିଜେପି ନେତା ତିରଥ ସିଂ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରାଯାଇଛି । ଆଜି ଅପରାହ୍ନ ୪ଟାରେ ଶପଥ ନେବେ ୫୬ବର୍ଷ ବୟସ୍କ ତିରଥ ସିଂ। ଅନେକ ପୁରୁଖା ନେତାଙ୍କୁ ପଛରେ ପକାଇ ବିଧାୟକ ଦଳ ବୈଠକରେ […]

TMC MP
ମହିଳା ବିଧାୟକଙ୍କ ଗାଲ ଚିପି ଦେଲେ ସାଂସଦ

ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜ ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେସ ମିଟ୍‌ରେ  ଟିଏମ୍‌ସିର ଜଣଷ ସାଂସଦ  ଦଳୀୟ ମହିଳା ବିଧାୟକଙ୍କ ଗାଲ ଚିପି ଦେଇଛନ୍ତି। ବିଜେପି ସାଂସଦ ଏହି ଭିଡିଓକୁ ଟ୍ୱିଟ କରିବା ସହ ଟିଏମସିର ଏହି ସାଂସଦ ଜଣକ କଲ୍ୟାଣ ବାନାର୍ଜୀ ବୋଲି କହିଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି ସାସଂଦ ଲକେଟ ଚାଟାର୍ଜୀ ମଧ୍ୟ ଟ୍ୱିଟ କରି ବର୍ଷିଛନ୍ତି। […]

firinig
ଦାମ୍ପତ୍ୟ କଳହର ଭୟଙ୍କର ପରିଣତି: ଗୁଳିକରି ପତ୍ନୀ, ଶାଶୂ, ଶ୍ୱଶୁରଙ୍କୁ ହତ୍ୟାକଲେ ପୋଲିସ କର୍ମଚାରୀ

ଜମ୍ମୁ: ଦାମ୍ପତ୍ୟ କଳହ କେତେ ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀରରେ। ଜଣେ ପୋଲିସ କର୍ମଚାରୀ ପତ୍ନୀଙ୍କ ସହ ଝଗଡ଼ା କରି ନିଜର ପତ୍ନୀଙ୍କ ସହ ଶାଶୂ ଓ ଶ୍ୱଶୁରଙ୍କୁ ହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଏଭଳି ଭୟଙ୍କର କାଣ୍ଡ ଘଟିଛି  । ଇଣ୍ଡିଆନ ରିଜର୍ଭ ପୋଲିସ (IRP)  କର୍ମଚାରୀ  ରାଜେନ୍ଦ୍ର କୁମାର ହଠାତ୍‌ ତାଙ୍କ ଶାଶୂଙ୍କ ଘରରେ ପହଞ୍ଚିଲେ। ତାଙ୍କ ଘର ଭିତରକୁ ପଶି ପତ୍ନୀଙ୍କ ସହ ଝଗଡ଼ା କରିଥିଲେ। […]

cctv
ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ଗାଡ଼ି ରଖିବା ଘଟଣା: ସିସିଟିଭି ଫୁଟେଜ୍‌ରେ ଧରାପଡ଼ିଲା ଦୁର୍ବୃତ୍ତ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡ଼ି ରଖିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି କ୍ୟାମେରାରେ ଧରାପଡ଼ିଛି ଦୁର୍ବୃତ୍ତ।  ଦୁର୍ବୃତ୍ତ ଜଣକ ପିପିଇ କିଟ୍‌ ପିନ୍ଧି  ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୂଚନାଥାଉ କି, ବୋମା ନିଷ୍କ୍ରିୟ ଟିମ୍‌ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା। ଜିଲୋଟିନ୍‌ ଗୁଡ଼ିକର ଓଜନ ପ୍ରାୟ ୨.୫ କେଜି ହେବ। ଏବେ […]