
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା(IAF)ର ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଗ୍ରୁପ୍ କ୍ୟାପ୍ଟେନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ୍ ଇଣ୍ଡିଆଏୟାର୍ବେସ୍ରେ ଆଜି ସକାଳେ IAFର ଏକ MiG-21 Bison ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। combat ଟ୍ରେନିଂ ମିଶନ ପାଇଁ ବିମାନଟି ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗ୍ରୁପ୍ କ୍ୟାପ୍ଟେନ ଏ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ କୋର୍ଟ […]
ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏକ ଭିଡିଓ କନଫରେନସିଂ ଜରିଆରେ କିପରି ସ୍ଥିତିର ମୁକାବିଲା କରିବ ସେ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଭୟଭୀତ ନକରି ସେମାନଙ୍କୁ ସଚେତନ କରିବା ଦରକାର। ଯେଉଁଠି ଜରୁରୀ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ। ଯଦି କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସର ଆବଶ୍ୟକ ଅଛି, ତାହା ମଧ୍ୟ କରାଯାଉ। କରୋନା ଗ୍ରାଫକୁ ଦେଖି […]
ନୂଆଦିଲ୍ଲୀ: ନିଜର ଅବହେଳା ପାଇଁ ସାରା ବିଶ୍ୱକୁ କରୋନା ପରି ବିପଦ ମୁହଁକୁ ଠେଲି ଦେଇଥିବା ଚୀନ ପୁଣି ଏବେ ଟିକାକୁ ନେଇ ଦାଦାଗିରି ଦେଖଉଛି। ଇତି ମଧ୍ୟରେ ଅନେକ ଦେଶ କରୋନା ଭାକ୍ସିନ ବାହାର କରିଥିବାବେଳେ ଚାଇନା ବି ପଛରେ ପଡ଼ିନାହିଁ। ତେବେ ଚୀନ୍ ଦ୍ୱାରା ବିକଶିତ ଟିକା ନେବାକୁ ଅନେକ ଦେଶ ଅମଙ୍ଗ ହେଉଛନ୍ତି । ବିଶ୍ୱସ୍ତରରେ ଆସ୍ଥା ସାଉଁଟି ପାରୁନି ଚାଇନା ପ୍ରସ୍ତୁତ ସିନୋଭ୍ୟାକ୍। ଏଭଳି ସ୍ଥିତିରେ ଜୋର ଜବରଦସ୍ତ ଲୋକଙ୍କୁ ଟିକା […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ତଦନ୍ତକୁ ଜୋରଦାର କରିଛି ଏନ୍ଆଇଏ। ତଦନ୍ତରେ ଏନଆଇଏ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗିରଫ ପୋଲିସ ଅଧିକାରୀ ସଚିନ ବଜେଙ୍କ କାର୍ଯ୍ୟାଳୟରେ ଛାନ୍ଭିନ୍ କରିବା ସହ ଏକ କଳା ରଙ୍ଗର କାର୍ ଜବତ କରିଛି। କାର୍ ଭିତରୁ ୫ ଲକ୍ଷ ଟଙ୍କା ସହ ଟଙ୍କା ଗଣିବା ମେସିନ୍, ବିସ୍ଫୋରକ ଭର୍ତ୍ତି କାରର ନମ୍ବର ପ୍ଲେଟ୍ ଏବଂ ଏକ ଚେକ୍ ଟି […]
ଭୁବନେଶ୍ୱର: ଆମେରିକାରେ ଆଖିବୁଜା ଗୁଳିମାଡ଼ । ଆମେରିକା ଆଟଲାଣ୍ଟାର ଜର୍ଜିଆ ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ୩ଟି ସ୍ପା ଭିତରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଚଳାଇଛି। ମାମଲାରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା […]
ନୂଆଦିଲ୍ଲୀ: ଶିଶୁଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍। ଏଥିପାଇଁ ଭାକ୍ସନ ‘କିଡ୍କୋଭ୍’ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି। ଏ ନେଇ ଆମେରୀକିୟ ଫାର୍ମା କମ୍ପାନୀ ମଡର୍ଣ୍ଣା ପକ୍ଷରୁ ଘୋଷଣା କରାଯାଇଛି। ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୬ ମାସରୁ ୧୧ ବର୍ଷ ବୟସର ଶିଶୁଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଛି । ୬ହଜାର ୭୫୦ ଜଣ ଶିଶୁଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପଯର୍ୟାୟରେ ବଡ ପିଲାଙ୍କୁ ଏହି ଟିକା ଦିଆଯିବ। […]
ପାଟନା: ଯାତ୍ରୀବାହୀ ଗାଡ଼ିରେ ଆଉ ଏଣିକି ଅଶାଳୀନ ଗୀତ ବଜାଇ ପାରିବନି। ଯଦି ବଜାଇବ ତେବେ ପରମିଟ୍ ବନ୍ଦ କରି ଦିଆଯିବ। ଏପରି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଯାତ୍ରୀଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏପରି […]
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାହ । ଗତକାଲି ସ୍ପର୍ଟସ ଆଙ୍କର ସଂଜନା ଗଣେଶନ ଏବଂ ଯଶପ୍ରୀତଙ୍କ ବିବାହ ଗୋଆରେ ସମ୍ପନ୍ନ ହୋଇ ଯାଇଛି। ଶିଖ ପରମ୍ପରା ଅନୁସାରେ ଦୁହିଁଙ୍କର ବିବାହ ଗୁରୁଦ୍ୱାରରେ ହୋଇଯାଇଛି। ଉଭୟେ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ସମୟର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବିବାହ ଫଟୋ ସହ ବୁମ୍ରାହ ଏବଂ ସଂଜନା […]
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରରେ ଏମିତି ଗୋଟିଏ ଶବ୍ଦ ଲେଖିଲାବେଳକୁ ଟୁଇଟର ଆକାଉଣ୍ଟ ବ୍ଲକ ହୋଇଯାଉଛି। କୌଣସି କାରଣରୁ ଯଦି ଆପଣ ସେହି ୭ ଅକ୍ଷର ବିଶିଷ୍ଟ ଶବ୍ଦ ଲେଖି ଦେଉଛନ୍ତି, ଟୁଇଟର ପକ୍ଷରୁ ୧୨ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଉଛି। ତେବେ କ’ଣ ଏହି ୭ ଅକ୍ଷର ବିଶିଷ୍ଟ ଶବ୍ଦ । ଯାହାକୁ ନେଇ ସୋସିଆଲ ମିଡିଆରେ ବହୁଛି ଝଡ। ଏମିତି କି ଶବ୍ଦଟିଏ ଯାହା ପାଇଁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍ […]
ନୂଆଦିଲ୍ଲୀ: ଆଜିଠୁ ଜେଇଇ ମେନ୍-ଟୁ । ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଜେଇଇ ମେନ୍। ଦେଶର ୩୩୧ଟି ସହରରେ ପରୀକ୍ଷା କରାଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି। ଭୁବନେଶ୍ୱର, କଟକ, ବାଲେଶ୍ୱର, […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହେବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ତଥା ଏନ୍କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-NIA ସଚିନ ୱାଜେଙ୍କୁ ଗିରଫ କରିଥିବାବେଳେ ଆଜି ତାଙ୍କୁ ସସ୍ପେଣ୍ଡ କରାଯାଇଛି। ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ଚୈତନ୍ୟ ଦେଇଥିବା ସୂଚନା ଅନୁଯାୟୀ, ସଚିନ ପ୍ରଥମେ ସନ୍ଦେହ ଘେରକୁ ଆସିଥିଲେ। ପରେ ତାଙ୍କୁ NIA ତାଙ୍କୁ […]
ନବାଦା: ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳି ଇଶାନ କିଶାନଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଖେଳି କମାଲ ଦେଖାଇଛନ୍ତି ଇଶାନ। ଟି-୨୦ରେ ଇଂଲଣ୍ଡ ବିରୋଧ ଶାନଦାର ବୋଲିଂ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏଥି ସହିତ ପ୍ରଥମ ମ୍ୟାଚରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚରେ ୫୬ ରନ୍ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି। ଏହି କାରଣରୁ ପୁରା ଦେଶରେ ଖୁସିର ମାହୋଲ। […]
ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କରୋନା। ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ୨୬ ହଜାର ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୮ ଜଣଙ୍କ ଜୀବନ ନେଇଛି ମହାମାରୀ। ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ଟିପିଛି । ଏବେ ବି ଆକ୍ଟିଭ କେସ୍ […]
ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ମାସର ଶିଶୁ ଅଛନ୍ତି। ଗତକାଲି ସକାଳେ ପାପୁମପାରେ ଜିଲ୍ଲାର ତିଗୋଡ ଗାଁରେ ମାଟି ଅତଡ଼ା ଖସିବାରୁ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜଣେ ୮ମାସର ଶିଶୁ ଅଛନ୍ତି। ରାଜଧାନୀ ଇଟାନଗର ଓ ନାହରଲାଗୁନ୍ ମଧ୍ୟରେ ଥିବା ମୋଦିରିଜୋ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୪ଜଣଙ୍କ ଜୀବନ ଯାଇଛି। ଅରୁଣାଚଳ ପ୍ରଦେଶ ସରକାର ପୀଡିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା […]
ଥିରୁଅନନ୍ତପୁରମ: ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଲଣ୍ଡା ହେଲେ କେରଳ ମହିଳା କଂଗ୍ରେସ ମୁଖ୍ୟ । କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ମୁଖ୍ୟ ଲତିକା ସୁବାଷ। ଦୀର୍ଘ ବର୍ଷ ଧରି ପାର୍ଟିରେ ରହି ସେବା କରି ଆସୁୁଥିବା ମହିଳାଙ୍କୁ ଦଳ ଅବହେଳା କରୁଥିବା […]
ନୂଆଦିଲ୍ଲୀ: ପ୍ରଥମ ଟି-୨୦ର ବଦ୍ଲା ଦ୍ୱିତୀୟ ମ୍ୟାଚ୍ରେ ନେଲା ଭାରତ । ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦କୁ ସାନ୍ଦାର ଷ୍ଟାଇଲରେ ଜିତି ନେଇଛି ଭାରତ । ଇଂଲଣ୍ଡ ବିରୋଧରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ଦଳ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୬୫ ରନ୍ର ଟାର୍ଗେଟ୍ ରଖିଥିଲା ଇଂଲଣ୍ଡ । ତେବେ ଏହି ଟାର୍ଗେଟକୁ ମାତ୍ର ୩ ଓ୍ୱିକେଟରେ ହରାଇ ହାସଲ କରି ନେଇଥିଲା […]
ମୁମ୍ବାଇ: ନିଜ ପାଇଁ ନୁହେଁ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଚର୍ଚ୍ଚାରେ ଥିବା ରିୟଲ ହିରୋ ସୋନୁ ସୁଦ୍ ପୁଣି ଏବେ ଚର୍ଚ୍ଚାରେ। କରୋନା ପରି ମହାବିପତ୍ତି ସମୟରେ ଗରିବ, ଅସହାୟ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଆସିଛନ୍ତି। କେତେବେଳେ ବିଦେଶରେ ଫସି ରହିଥିବା ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି ତ କେତେବେଳେ ଚାଷୀଙ୍କୁ ଟ୍ରାକ୍ଟରୂ ଦେଇଛନ୍ତି। ପୁଣି କେତେବେଳେ ଅନ୍ଲାଇନ୍ କ୍ଲାସ ପାଇଁ ମୋବାଇଲ ଯୋଗାଇଛନ୍ତି। ହେଲେ ସେ ଏବେ ଯାହା କରିବାକୁ […]