• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bhind
ବିବାହ ଉତ୍ସବରେ ସାମିଲ ହେବା ମହଙ୍ଗା ପଡ଼ିଲା, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ ଅତିଥି

ଭିଣ୍ଡ : ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କୁ ଏପରି ସଜା ଦେଇଛି ପୋଲିସ୍ । ଲକଡାଉନ ମଧ୍ୟରେ କୋଭିଡ କଟକଣା ଉଲ୍ଲଂଘନ କରି ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକ ବିବାହରେ ସାମିଲ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି […]

jhabreda
‘ଭୋଟ ମାଗିବା ପାଇଁ ଆସିଲେ, ଲାଠି ମାଡ଼ ଖାଇବ’ : ବିଧାୟକଙ୍କ କ୍ଲାସ ନେଲେ ଗ୍ରାମବାସୀ

ଝବରେଡ଼ା : ଲୋକ ପ୍ରତିନିଧିଙ୍କ କ୍ଲାସ ନେଲେ ଜନତା । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ବିଧାୟକଙ୍କୁ ଘେରିଲେ ଗାଁ ଲୋକେ । ଭୋଟ୍ ନେଇ ଜନତାଙ୍କ ବିଷୟରେ ଭୁଲି ଯାଇଥିବା ନେତାଙ୍କୁୁ ଆଇନା ଦେଖାଇଲେ ଗ୍ରାମବାସୀ । ଉତ୍ତରାଖଣ୍ଡ ଝବରେଡା ଗାଁରେ ଏପରି ଘଟଣା ଦେଖିବାକୁ ମଳିିଛି । ବିଜେପି ବିଧାୟକ ପିଏଚସି ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି । ବିଜେପି ବିିଧାୟକ ଦେଶରାଜ କର୍ଣ୍ଣୱାଲ ଗତକାଲି ଝବରେଡ଼ା ଗାଁ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର […]

dap
କୃଷକଙ୍କ ହିତରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ପୁରୁଣା ମୂଲ୍ୟରେ ଡିଏପି ସାର ପାଇବେ ଚାଷୀ ଭାଇ

ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ଖୁସି ଖବର । ସରକାର ଡିଏପି (DAP Fertiliser)  ସାର ଉପରେ ୧୪୦ ପ୍ରତିଶତ ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୃଷକମାନେ ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କା ସବସିଡି ପାଇବେ।  ଯଦ୍ୱାର ବସ୍ତା ପିଛା ୨୪୦୦ ଟଙ୍କା ଦେବା ପରିବର୍ତ୍ତେ ମାତ୍ର ୧୨୦୦ ଟଙ୍କା ଦେବାକୁ ପଡ଼ିବ ।  ଅର୍ଥ  ଚାଷୀ ଭାଇମାନେ ପୁରୁଣା ମୂଲ୍ୟରେ ସାର ପାଇପାଇବେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ […]

white
ବ୍ଲାକ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ

ପାଟଣା : ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ । କରୋନା ମହାମାରୀ ମଧ୍ୟରେ ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଏହାରି ଭିତରେ ହ୍ୱାଇଟ୍ ଫଙ୍ଗସ୍ ମାମଲା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିହାରର ରାଜଧାନୀ ପାଟନାରେ ହ୍ୱାଇଟ୍ ଫଙ୍ଗସ(White Fungus)ରେ ସଂକ୍ରମିତ ଚାରି ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାଟଣାର ଜଣେ ପ୍ରସିଦ୍ଧ ବିଶେଷଜ୍ଞ ମଧ୍ୟ ଅଛନ୍ତି। […]

କରୋନାରେ ଆଖି ବୁଜିଲେ ମୁମ୍ବାଇ ଆକ୍ରମଣରେ ଏନଏସଜି କମାଣ୍ଡୋଙ୍କ ନେତୃତ୍ବ ନେଇଥିବା ଜେ.କେ. ଦତ୍ତ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇ ଜୀବନ ହାରିଲେ ୨୬/୧୧ ମୁମ୍ବାଇ ଆକ୍ରମଣରେ ହିରୋ ସାଜିଥିବା ଜେ.କେ ଦତ୍ତ । ୭୨ ବର୍ଷ ବୟସରଙ୍କ ଜାତୀୟ ସୁରକ୍ଷା ଗାର୍ଡ଼(National Security Guard)ର ପୂର୍ବତନ ମୁଖ୍ୟ ଜୀବନ ହାରିଛନ୍ତି । କରୋନା ସଂକ୍ରମିତ ହେବାପରେ ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ଜେ.କେ ଦତ୍ତଙ୍କ ଅକ୍ସିଜେନ ସ୍ତର କମି ଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହୃଦଘାତ ହେବାରୁ ଗତକାଲି ଚିକତ୍ସିତ […]

corona
୨୩ ଦିନରେ ତୁଟିଗଲା ୭ ଜନ୍ମର ବନ୍ଧନ

ରାଜଗଡ଼ : ସୁନାର ସଂସାର ଉଜାଡ଼ି ଦେଲା ମହାମାରୀ । ପାଦରେ ଅଳତାର ରଙ୍ଗ ପିକା ପଡ଼ିନଥିବା ବେଳେ କରୋନା ଆଗରେ ସବୁଦିନ ପାଇଁ ହାରିଯାଇଛି ମଥାର ସିନ୍ଦୁର । ନୂଆ ଗଢ଼ା ହେବା ପୂର୍ବରୁ ଅଧା ହୋଇ ରହିଯାଇଛି କାହାଣୀ । କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହୋଇ ଜୀବନ ହାରିଦେଲେ । ୨୩ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ […]

_117666215_virusnosegraphic
ତୃତୀୟ ଲହରୀର ଭୟାବହତା ରୋକିବା ପାଇଁ ତୀବ୍ର କରିବାକୁ ହେବ ଟିକାକରଣ

ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଲେ ବୈଜ୍ଞାନିକ । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତୀବ୍ରତର ନକଲେ ଭୟାବହ ହେବ ତୃତୀୟ ଲହରୀ । ମାତ୍ର ୬ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହରୀର ସାମ୍ନା କରିବାକୁ ପଡ଼ିବ । ଏଥି ସହିତ ମହାମାରୀ ରୋକିବା ପାଇଁ ଜାରି ହୋଇଥିବା ଗାଇଡଲାଇ ପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ବୈଜ୍ଞାନିକ । ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ […]

black
ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ଏବେ ସୁଦ୍ଧା ୯୦ ମୃତ, ୧୫୦୦ ସଂକ୍ରମିତ

ମୁମ୍ବାଇ : କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଦେଶ ପାଇଁ ନୂଆ ସମସ୍ୟା ରୂପରେ ଉଭା ହୋଇଛି । କରୋନାର ଦ୍ୱିତୀୟ ଲହରୀ ନାକେଦମ କରିସାରିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ପାଇଁ ଚିନ୍ତାରେ ସରକାର । ଅନେକ ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍ କାୟା ବିସ୍ତାର କରିବା ସହ ସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି । ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ଏବେ ସୁଦ୍ଧା ୯୦ ଜଣ ପ୍ରାଣ ହରାଇଥିବା କହିଥିଛନ୍ତି ରାଜ୍ୟ […]

corona
ସରକାରୀ ପ୍ୟାନେଲର ଖୁଲାସା : ଜୁଲାଇରେ ଶେଷ ହୋଇପାରେ କରୋନାର ଦ୍ୱିତୀୟ ଲହରୀ

ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବୈଜ୍ଞାନିକ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ […]

Saurav Ganguly
ସୌରଭ ଗାଙ୍ଗୁଲିଙ୍କ ଉପରେ ହେବ ବାୟୋପିକ୍ : ରଣବୀର ହେବେ ଗାଙ୍ଗୁଲି!

କ୍ରିକେଟର ସୌରଭ ଗାଙ୍ଗୁଲି ନିଜ ଜୀବନରେ ବାୟୋପିକ୍ ତିଆରି ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଚଳଚ୍ଚିତ୍ର ଭାୟାକମ୍ ବ୍ୟାନରରେ ନିର୍ମିତ ହେବ। ତେବେ ରଣବୀର କପୁର ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ କରିବା ନେଇ ସୂଚନା ରହିଛି।

Lav Agarwal On Corona
କରୋନା ସଂକ୍ରମଣ: ଟପ୍‌ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା

ଦେଶର ୫୫ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି । ୫୫ ସର୍ବାଧିକ ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରୁ ଓଡ଼ିଶାରୁ ଗୋଟିଏ ଜିଲ୍ଲା ରହିଥିବା ନେଇ ସୂଚନା ମିଳିଛି। ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜସ୍ଥାନର ସର୍ବାଧିକ ୯ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି

jagdish
କରୋନାରେ ଜୀବନ ହାରିଲେ 'ମିଷ୍ଟର ଇଣ୍ଡିଆ' ତଥା ଚାମ୍ପିଅନ ବଡି ବିଲଡର ଜଗଦୀଶ  

ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଜଗତରେ ଶୋକର ଛାୟା । ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ଦିନ ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଏହି ଉଦୀୟମାନ ଖେଳାଳି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ମାହାମାରୀ ତାଙ୍କ ଜୀବନ ନେଇଯାଇଛି । ସବୁ […]

flight
ଭାରତୀୟଙ୍କୁ ଆମେରିକା ମନା : ବିମାନ ଯାତ୍ରା ଉପରେ କଟକଣା

  ଆମେରିକାକୁ ଭାରତରୁ ବିମାନ ଯାତ୍ରା କଟକଣା ଆସନ୍ତା ୪ରୁ ଆମେରିକାକୁ ବିମାନ ଯାତ୍ରା କଟକଣା ପାସେଞ୍ଜର ବିମାନ ଯାତ୍ରା ଉପରେ କଟକଣା ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି କରୋନାର ଦ୍ରୁତ ସଂକମଣ ଦୃଷ୍ଟିରୁ ଆମେରିକାର କଟକଣା ପୂର୍ବରୁ ଥାଇଲାଣ୍ଡ ଜାରି କରିଛି କଟକଣା ନୂଆଦିଲ୍ଲୀ : ଆସନ୍ତା ୪ରୁ ଭାରତରୁ ଆମେରିକାକୁ ବିମାନ ଯାତ୍ରା ଉପରେ କଟକଣା । ହ୍ୱାଇଟ ହାଉସ ତରଫରୁ ବୟାନ ଜାରି କରି ବିମାନ ଯାତ୍ରା ବନ୍ଦ କରିବା ନେଇ […]

whtassap
ମେ ପହିଲାରୁ କିଛି ନିୟମରେ ପରିବର୍ତ୍ତନ : ତୁରନ୍ତ ଶେଷ ନକଲେ ବନ୍ଦ ହୋଇପାରେ ହ୍ୱାଟସଆପ ସେବା

ଟେକ୍ନୋଲୋଜି ଦୁନିଆରେ ମେ ୧ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ୟୁଜରଙ୍କ ଉପରେ ପଡ଼ିବ । ଏପରିସ୍ଥଳେ ୟୁଜରଙ୍କୁ ହ୍ୱାସଟସଆପ୍ ସମେତ ଅନ୍ୟ ସବୁ କାମ ଶେଷ କରିନେବା ଜରୁରୀ । ସମୟ ପୂର୍ବରୁ କାମ ଶେଷ ନକଲେ ହ୍ୱାସଟଆପ୍ ବନ୍ଦ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ ସେବାରେ ପରିବର୍ତ୍ତନ ହେବାକୁ ଯାଉଛି . . . ହ୍ୱାଟସଆପ୍ ପକ୍ଷରୁ ବର୍ଷ ଆରମ୍ଭରୁ ନୂଆ ପଲିସିର […]

ani
ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୧୫ ମୃତ

ଅହମଦାବାଦ : ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଭରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ଅନେକ କୋଭିଡ୍ ରୋଗୀ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।   ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ହୋଇଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା […]

merut
ଭାଇଚାରାର ଅନନ୍ୟ ଉଦାହରଣ : ମୁସଲମାନ ଭାଇଙ୍କ କାନ୍ଧରେ ମଶାଣୀ ଗଲା ହିନ୍ଦୁ ଭଉଣୀ

ମିରଟ : ସାରା ଦେଶରେ ଚାଲିଛି ମୃତ୍ୟୁର ନୃତ୍ୟ । ଚାରିଆଡ଼େ ଅବ୍ୟକ୍ତ ନୀରବତା, ସାହାଯ୍ୟ ଖୋଜୁଥାଏ ଅସହାୟ ଆଖି । ଆଖିର ଲୁହ ଆଖିରେ ଶୁଖି ଯାଇଥାଏ ହେଲେ କେହି ପାଖକୁ ଆସୁ ନଥାନ୍ତି । ସଙ୍କଟ ସମୟରେ ପର କରିଦେଲେ ନିଜ ଲୋକ । ଆଉ ଏପରି ସମୟରେ ଭାଇଚାରାର ଅନନ୍ୟ ଉଦାହରଣ ଦେଲେ ମୁସଲିମ ସମାଜର ଲୋକେ । ମିରଟ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ସଂକ୍ରମଣ ସନ୍ଦେହରେ ଛୁଇଁଲେନି […]

od
ବଳକା ସମୟର ହେଲା ବିନିଯୋଗ, ଘରକୁ ଆସିଲା ଟଙ୍କା

ସମୟର ସଦୁପଯୋଗ କଲେ ଲାଭ ମିଳିବ । ସମୟର ଅପଚୟ ନକରି ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗୃହ ଉପକରଣ । ଘରକୁ ଆସୁଛନ୍ତି ଲକ୍ଷ୍ମୀ । ୪୦ ଜଣ ମହିଳା ଏକାଠି ହୋଇ ଏହା କରି ଦେଖାଇଛନ୍ତି ।

yuva-baraga
ଟିକାକରଣ ପାଇଁ ସାରା ଦେଶରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବାକୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହୋଇଛି । ବଡ଼ ଅଭିଯାନ ୧୮ରୁ ୪୪ ବୟସ୍କଙ୍କୁ ମାଗଣା ଟିକାକରଣ ନେଇ ଆରମ୍ଭ ହୋଇଛି ନାଁ ପଂଜୀକରଣ । କାଲି ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତୃତୀୟ ପର୍ଯ୍ୟାୟରେ ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ସରକାର ଘୋଷଣା କରିବା ପରେ ୧୮ରୁ ୪୪ ବର୍ଷ ଭିତରେ […]

coronavirus
ଫିକା ପଡ଼ିଛି ଯନ୍ତ୍ରଣା : କୋଭିଡ ହସ୍ପିଟାଲରେ ପାଠ ପଢ଼ୁଛନ୍ତି ସଂକ୍ରମିତ ଛାତ୍ର

  ବ୍ରହ୍ମପୁର : କୋଭିଡ ହସ୍ପିଟାଲରେ ପାଠପଢ଼ା । କଲେଜ ବନ୍ଦ, କୋଚିଂ ସେଣ୍ଟର ବନ୍ଦ । ହେଲେ ଚାଟାର୍ଡ ଆକାଉଣ୍ଟାଟାଣ୍ଟ ହେବାର ସ୍ୱପ୍ନ ଆଗରେ ଅଦୃଶ୍ୟ ଭାଇରସର ଯନ୍ତ୍ରଣା ହାରିଯାଉଛି । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦିନରାତି କଠିନ ପରିଶ୍ରମ କରୁଛନ୍ତି କରୋନା ସଂକ୍ରମିତ ଯୁବକ । ପାଠପଢ଼ାରେ ବାଧା ସୃଷ୍ଟି କରିପାରିନି ମହାମାରୀର ମାୟାଜାଲ । ଅଦୃଶ୍ୟ ଭାଇରସ୍ ଭୟରେ ଜୀବନଯାତ୍ରା ଠପ୍ ହୋଇ ଯାଇଥିବା ବେଳେ କୋଭିଡ୍ ହସ୍ପିଟାଲରେ ରହି ପରୀକ୍ଷା ପାଇଁ […]