• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

world
୨୦ ଲକ୍ଷ ମୁହାଁ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ରହିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫ଶହ ପାର୍ କରିଥିବାବେଳେ ପ୍ରାୟ ୨୦ ଲକ୍ଷ ମୁହାଁ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା।  ଆମେରିକା, ଇଟାଲି ଓ ସ୍ପେନରେ ଜାରି ରହିଛି ମହାମାରୀର ଭୟାବହ ସ୍ଥିତି। କେବଳ ଏହି ୩ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପାଖାପାଖି ୭୦ ହଜାରରେ ପହଞ୍ଚିଛି। ଆମେରିକାରେ ସର୍ବାଧିକ ୨୩ ହଜାର ୫ଶହରୁ […]

Poonam
ଭାରତର କରୋନା ମୁକାବିଲା ପଦକ୍ଷେପକୁ ପ୍ରଶଂସା କଲା WHO

ନୂଆଦିଲ୍ଲୀ: ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିଛି। କରୋନା ମୁକାବିଲା ପାଇଁ ଭାରତ ‘କଠୋର ଏବଂ ସମୟୋଜିତ’ ପଦକ୍ଷେପ ନେଇଛି ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍‌ଡାଉନ୍‌ର ଅବଧି ମେ’ ୩ ଯାଏ ଘୁଞ୍ଚାଇବା ପରେ WHO ଏପରି ପ୍ରଶଂସା କରିଛି। WHO ର ଦକ୍ଷିଣ ପୂର୍ବ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍‌ କ୍ଷେତ୍ରପାଳ ସିଂହ ଏପରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଏବେ ସଂଖ୍ୟା ବାବଦରେ […]

mahim
ବିସିସିଆଇ ଉପାଧ୍ୟକ୍ଷ ପଦରୁ ମହିମ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିସିସିଆଇ ଉପାଧ୍ୟକ୍ଷ ପଦବୀରୁ  ଇସ୍ତଫା ଦେଲେ ମହିମ ବର୍ମା। ସେ ତାଙ୍କର ଇସ୍ତଫାପତ୍ରକୁ ବିସିସିଆଇ ସିଇଓଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ସିଏୟୁ)ର ସମ୍ପାଦକ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ଏହି କାରଣରୁ ବିସିସିଆଇ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବର୍ମା କହିଛନ୍ତି, “ମୁଁ ମୋ ରାଜ୍ୟ ଆସୋସିଏସନର ଦାୟିତ୍ୱ ବହନ କରିବାକୁ ଚାହୁଁଛି, ଯାହା ଠିକ୍ ଭାବେ ପରିଚାଳିତ ହେଉନଥିଲା। ମୁଁ ମୋ ଇସ୍ତଫା ପତ୍ରକୁ ବିସିସିଆଇ […]

supreme-court-order
କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ ସୁବିଧା, ରାୟ ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ ଲ୍ୟାବ୍‌ରେ କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ୍ ସୁବିଧା। ଯେଉଁମାନଙ୍କର ଟେଷ୍ଟ ପାଇଁ ସାଢ଼େ ୪ ହଜାର ଟଙ୍କା ଦେବାର ସାମର୍ଥ୍ୟ ନାହିଁ, ସେମାନଙ୍କୁ ଘରୋଇ ଲ୍ୟାବ୍‌ରେ ପରୀକ୍ଷା କରାଇବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବନି। ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀ ମାଗଣା ଟେଷ୍ଟ ସୁବିଧା ପାଇବେ। ସୁପ୍ରିମକୋର୍ଟ ନିଜ ପୂର୍ବ ନିର୍ଦ୍ଦେଶକୁ ସଂଶୋଧନ କରି ଆଜି ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ କୋର୍ଟ ପୂର୍ବରୁ ସମସ୍ତଙ୍କୁ ଘରୋଇ ଲ୍ୟାବରେ ମାଗଣା […]

america
ଦିନକରେ ଆମେରିକାର ମୃତ୍ୟୁସଂଖ୍ୟା ୨ ହଜାର ଟପିଲା

ନ୍ୟୁୟର୍କ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶେଷ କରି ଆମେରିକା, ସ୍ପେନ, ଇଟାଲୀ ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆମେରିକାରେ ୫ ଲକ୍ଷ ୩୩ ହଜାର ୧୧୫ ଜଣଙ୍କ ସଂକ୍ରମିତଙ୍କ ମଧ୍ୟରୁ ୨୦ […]

ias-edit-final-ias
ସନ୍ତାନକୁ କୋଳରେ ଧରି ଅଫିସ୍ ଆସିଲେ ଏହି ମହିଳା ଆଇଏଏସ୍ ଅଧିକାରୀ

ବିଶାଖାପାଟଣା: କର୍ତ୍ତବ୍ୟର ଆହ୍ୱାନ ଆଗରେ ଗୌଣ ହେଲା ବ୍ୟକ୍ତିଗତ ସମସ୍ୟା। ଜନସାଧାରଣଙ୍କ ସେବା ପାଇଁ ମାସକର ସନ୍ତାନକୁ କାଖରେ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ। ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପାଟଣା ମୁନିସପାଲିଟି କମିଶନର ଗୁମାଲା ଶ୍ରୀଜନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଭଳି ବିରଳ ଘଟଣା କରୋନା ଭାଇରସ ସହ ସାରା ଦେଶ ଲଢୁଥିବା ବେଳେ ସେ ବି ନିଜର ନିହାତି ଅସୁବିଧା ସମୟରେ ଜନସେବା କରିବାକୁ ପଛାଇ ନାହାନ୍ତି। ଗୁମାଲା ମାସକ ତଳେ ମାତୃତ୍ୱ ଲାଭ […]

international
କରୋନା କବଳରେ ନ୍ୟୁୟର୍କ, ଦିନକରେ ମୃତ୍ୟୁ ସଂଖ୍ୟା ୭୦୦୦ ଟପିଲା

ଭୁବନେଶ୍ୱର: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ପାଖାପାଖି ଲକ୍ଷେ ଲୋକଙ୍କ ଜୀବନ ନେବାକୁ ବସିଲାଣି ମହାମାରୀ କରୋନା। ଆଜି ସୁଦ୍ଧା ଏ ଭାଇରସ ଦ୍ୱାରା ବିଶ୍ୱର ୧୬ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ୯୭ ହଜାର ୫୦୦ ଲୋକଙ୍କ ଜୀବନ ଗଲାଣି। ଆମେରିକାରେ ସର୍ବାଧିକ ୪ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ଟପିଲାଣି। କେବଳ ନ୍ୟୁୟର୍କରେ ୭ […]

blackday-final-edt
ମନେପଡ଼େ ୯୧ ବର୍ଷ ତଳର ବିଭୀଷିକା, କରୋନା ପାଇଁ ଆସିବ କି କଳାଯୁଗ?

ନୂଆଦିଲ୍ଲୀ: କରୋନା ଆଗରେ ସମଗ୍ର ବିଶ୍ୱ ସତେ ଯେପରି ଅସହାୟ ହୋଇପଡ଼ିଛି। ବିଶେଷ କରି କରୋନା ମାଡ଼ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଲାଣି। ଆଜକୁ ଠିକ୍ ୯୧ ବର୍ଷ ପୂର୍ବେ ବିରାଟ ଆର୍ଥିକ ମାନ୍ଦାବସ୍ଥା ବିଶ୍ୱରେ ଉଭା ହୋଇଥିଲା। ତେବେ କରୋନା ପ୍ରଭାବ ବିଶ୍ୱ ଅର୍ଥନୀତିରେ ପୁଣିଥରେ ଏକ କଳାଯୁଗ ସୃଷ୍ଟି କରିବ କି? କାହିଁକି ନା କରୋନାକୁ ଆୟତ୍ତରେ ରଖିବାକୁ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଭଳି ବିଭିନ୍ନ କଟକଣା ଯୋଗୁଁ ସାରା ବିଶ୍ୱରେ ଶିଳ୍ପ ଓ […]

hcl
ଭାରତରେ କେତେ ଗଚ୍ଛିତ ରହିଛି ହାଇଡ୍ରୋକ୍ସି କ୍ଲୋରୋକୁଇନ?

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଶରେ ବହୁ ପରିମାଣର ଗଛିତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ଦେଶ ପାଇଁ ଆଗାମୀ ଏକ ସପ୍ତାହରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ ଆବଶ୍ୟକ ରହିଛି ହେଲେ ଆମ ଦେଶରେ ଏବେ ୩.୨୮ କୋଟି ଟାବଲେଟ ମହଜୁଦ୍ ଅଛି। ଯଦି ମାସକ ପାଇଁ ଆକଳନ କରାଯାଏ, ତା ହେଲେ […]