• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

died
୧୬୯ ଜଣଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡ଼ୁରେ ସ୍ଥିତି ଜଟିଳ ହେବାରେ ଲାଗିଛି। ସେପଟେ ଆଜି ଇନ୍ଦୋରରେ କରୋନା ସଂକ୍ରମିତ ହୋଇଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ସ୍ଥିତି ଦେଖିବାକୁ ଗଲେ, ଗତ ୨୪ ଘଣ୍ଟାରେ ନୂଆ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୫ ରହିଛି। ସେମାନଙ୍କ ମଧ୍ୟରେ ୭୧ ଜଣ ବିଦେଶୀ ନାଗରିକ ରହିଛନ୍ତି। ଦେଶରେ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ସେପଟେ ରେଳ ବିଭାଗ ପକ୍ଷରୁ ଡାକ୍ତରୀ […]

hcl
କ୍ଲୋରୋକ୍ୱିନ୍‌ ଔଷଧ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ କି?

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଔଷଧ। କରୋନା ଭୟରେ ମନଇଚ୍ଛା ସମସ୍ତେ ଏହାକୁ ଖାଇବା ଉଚିତ ନୁହେଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟର ଯୁଗ୍ମ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କେଉଁମାନେ ଏହି ହାଇଡ୍ରକ୍ସି କ୍ଲୋରୋକ୍ୱିନ୍ ଖାଇବେ ସେନେଇ ନିର୍ଦ୍ଦିଷ୍ଟ ନିୟମ ରହିଛି। କେବଳ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରମାନେ ଏହା ଖାଇପାରିବେ। ସବୁ ଔଷଧ ଭଳି ଏହାର ମଧ୍ୟ ପାର୍ଶ୍ୱପ୍ରତିକ୍ରିୟା ରହିଥିବାରୁ, […]

package
କରୋନା ମୁକାବିଲା ପାଇଁ ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ୧୫ ହଜାର କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଏଭଳି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମ ନାମରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ରାଜ୍ୟ ଓ କେନ୍ଦ୍ର ଓ ଶାସିତ ଅଞ୍ଚଳକୁ ଯେଉଁ ଆର୍ଥିକ ସହଯୋଗ […]

corona
ଦେଶରେ ୧୧୧ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଆଜି ଶହେ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୭୦୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ରେ ପହଞ୍ଚିଥିବାବେଳେ ୩ ହଜାର ୬ଶହ ୬୬ ଚିକିତ୍ସାଧୀନ ଅଛନ୍ତି। କରୋନା ସଂକ୍ରମଣରୁ ସୁସ୍ଥ […]

modi
ଘରେ ମାସ୍କ ତିଆରି କରି ପିନ୍ଧ, ୫ ଜଣଙ୍କୁ ଗିଫ୍ଟ ଦିଅ

ନୂଆଦିଲ୍ଲୀ: ଗତକାଲି ରାତି ୯ଟାରେ ୯ ମିନିଟ ଦୀପ ପ୍ରଜ୍ୱଳନ ନେଇ ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନା ଲଢ଼େଇ ଲମ୍ବା ଲଢ଼େଇ, ଆମେ ଜିତିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କାଲି ରାତିରେ ସାରା ଦେଶର ୧୩୦ କୋଟି ଲୋକ ଶକ୍ତି ପ୍ରଦର୍ଶନ କଲେ। ୧୩୦ କୋଟି ଲୋକଙ୍କ ସାମୁହିକ ଶକ୍ତିକୁ ଆମେ ଦର୍ଶନ କଲୁ। ଏହି ଶକ୍ତି କରୋନା ବିରୋଧ ଲଢ଼େଇରେ […]

school
ଲକ୍‌ଡାଉନ୍‌ ପରେ ସ୍କୁଲ ଓ କଲେଜ ଖୋଲିବ କି?

ନୂଆଦିଲ୍ଲୀ: ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା ପରେ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ତେବେ ସ୍ଥିତି ସମୀକ୍ଷା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି। କେବେ ସ୍କୁଲ ଖୋଲିବ, ଏପ୍ରିଲ୍ ୧୪ରେ କରୋନା ସ୍ଥିତି ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ନେବ କେନ୍ଦ୍ର।  ଦେଶବ୍ୟାପୀ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଏପ୍ରିଲ ୧୪ରେ ସରିବା ପରେ, ଦେଶରେ କରୋନା […]

crpf
ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ସିଆରପିଏଫ୍ ଡିଜି

ନୂଆଦିଲ୍ଲୀ: ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେଲ୍ଫ କ୍ୱାରେଣ୍ଟାଇନ୍‌କୁ ଗଲେ ସିଆରପିଏଫ ଡିଜି ଏ ପି ମାହେଶ୍ୱରୀ। ପରୋକ୍ଷ ଭାବେ ସେ ସିଆରପିଏଫ୍‌ର ଚିଫ୍ ମେଡିକାଲ ଅପିସରଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ସଂପୃକ୍ତ ମେଡିକାଲ ଅଧିକାରୀ ଜଣଙ୍କ କରୋନା ପଜିଟିଭ୍ ଟିହ୍ନଟ ହୋଇଥିଲେ। ଏହା ଜଣାପଡ଼ିବା ପରେ ସିଆରପିଏଫ୍‌ ଡିଜି ନିଜେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଛନ୍ତି। ସିଆରପିଏଫର ଯେଉଁ ଯବାନ ସଂପୃକ୍ତ ମେଡିକାଲ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ ତାଙ୍କ ରକ୍ତ ନମୁନା କିନ୍ତୁ […]

amrica
ଆମେରିକାରେ ସ୍ଥିତି ଜଟିଳ, ଦିନକରେ ପ୍ରାଣ ହରାଇଲେ ୧୫୦୦

ୱାସିଂଟନ୍: ମହାମାରୀ କରୋନା କବଳରେ ପୃଥିବୀର ୨୦୫ ଦେଶ  ସବୁଠୁ ଅଧିକ ପ୍ରଭାବିତ ହୋଇଛି ସୁପରପାୱାର୍ ଆମେରିକା। ଗତ ୨୪ ଘଣ୍ଟାରେ ଆମେରିକାରେ ପ୍ରାଣ ହରାଇଲେ ପ୍ରାୟ ୧୫ ଶହ ଲୋକ। ଗତକାଲି କେବଳ ୧୪ ଶହ ୮୦ ଲୋକ ଏହି ଭୟାନକ ରୋଗରେ ଜୀବନ ହରାଇଛନ୍ତି। ଆମେରିକାର ନ୍ୟୁୟର୍କ, କାଲିଫର୍ଣ୍ଣିଆ, ନ୍ୟୁଜର୍ସି, ଓ୍ବାସିଂଟନ୍ ଡିସିରେ ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗଲାଣି। ଏହି ସବୁ ଅଞ୍ଚଳରୁ ପ୍ରତି ଘଣ୍ଟାରେ ହଜାର ହଜାର ଲୋକେ କରୋନାରେ ଆକ୍ରାନ୍ତ ହେଉଥିବା […]