ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨୨୯ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୩୪ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୬କୁ ବୃଦ୍ଧି ହୋଇଛି। ତେବେ ଆରୋଗ୍ୟ ହାର ୧୯ ଦଶମିକ ୮୯ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ୪ ହଜାର ୩୨୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। […]
ନୂଆଦିଲ୍ଲୀ: ୧୮ ହଜାର ୯ଶହ ପାର୍ କରିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦେଶର ୬୧ଟି ଜିଲ୍ଲାରେ ଗଲା ୧୪ ଦିନରେ କୌଣସି ରୋଗୀ ଚିହ୍ନଟ […]
ନୂଆଦିଲ୍ଲୀ: ମେ’ ୨୬ରେ ସମ୍ୟୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ୧୨ ପ୍ରମୁଖ ବିରୋଧୀ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନକୁ ୬ ମାସ ପୂରିବାକୁ ଯାଉଛି। ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। କଂଗ୍ରେସ, ଜେଡି-ଏସ, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମଏମ, ଜମ୍ମୁ ଆଣ୍ଡ କଶ୍ମୀର ନ୍ୟାସନାଲ କନଫରେନ୍ସ,, ସମାଜବାଦୀ ପାର୍ଟି, ଆରଜେଡି, […]
ହାଇଦ୍ରାବାଦ: ହାରିଲା କରୋନା, ଜିତିଲା ନବଜାତ। ମୃତ୍ୟୁ ମୁଖରୁ କରୋନା ସଂକ୍ରମିତ ନବଜାତର ଜୀବନ ବଞ୍ଚାଇଲେ ଡାକ୍ତର। କରୋନାକୁ ମାତ ଦେଇଥିବା ହାଇଦ୍ରାବାଦର ସବୁଠାରୁ କମ ବୟସର ଏହି ଶିଶୁର ଚିକିତ୍ସା ହସ୍ପିଟାଲରେ ଜାରି ରହିଥିଲା। ସୂଚନା ଅନୁସାରେ, ଏପ୍ରିଲ ୧୭ରେ କରୋନା ସଂକ୍ରମିତ ଜଣେ ମହିଳା ୭ ମାସରେ ଏକ ପ୍ରିମାଚ୍ୟୁର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ହେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା ଓ ଠିକ ଭାବରେ ସେ ନିଃଶ୍ୱାସପ୍ରଶ୍ୱାସ ନେଇ ପାରୁନଥିଲେ। ଫଳରେ […]
ନୂଆଦିଲ୍ଲୀ: ଆସନ୍ତା ୨୬ରେ ସଂଗଠିତ ହେବ ବିରଳ ମହାଜାଗତିକ ଘଟଣା। ସେହିଦିନ ଏକକାଳୀନ ସୁପରମୁନ୍ ଓ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ପଡୁଛି। ମେ ୨୬ ତାରିଖ ପୂର୍ଣ୍ଣମୀ ତିଥିରେ ଏହି ସୁପରମୁନ୍ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ। ସଂଯୋଗବଶତଃ, ସେହିଦିନ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ। ସେହିଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର […]
ବିଶାଖାପାଟଣା: ଆୟୁର୍ବେଦିକ ଔଷଧରେ କରୋନା ଭଲ ହେବା ଖବରକୁ ନେଇ ଅସମ୍ଭାଳ ଭିଡ଼। ଔଷଧ ନେବାକୁ ହଜାର ହଜାର ସଂଖ୍ୟକ ଲୋକ ଭିଡ଼ ଜମାଇ ଥିଲେ। ନା ଥିଲା ସାମାଜିକ ଦୂରତା ନା କେହି କୋଭିଡ କଟକଣାକୁ ମାନୁଥିଲେ। ମେ’ ୨୧ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲା କ୍ରିଷ୍ଣାପାଟନମ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ଭୁଲି ଲୋକମାନେ ଆୟୁର୍ବେଦିକ ଔଷଧ ନେବାକୁ ଲମ୍ବା ଲାଇନ ସହ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। […]
ନୂଆଦିଲ୍ଲୀ: ଦିନକ ପରେ ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ମେ’ ୨୧ ତାରିଖ ଦିନ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟି ଥିବାବେଳେ ଗତକାଲି ଏହା ସ୍ଥିର ଥିଲା। ହେଲେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ପେଟ୍ରୋଲ ଲିଟର ପ୍ରତି ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୩ ଟଙ୍କା ୨୧ […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଚିନ୍ତା ବଢ଼ାଇ ଥିବାବେଳେ ବ୍ଲାକ ଫଙ୍ଗସକୁ ନେଇ ଆହୁରି ଚିନ୍ତା ବଢ଼ିଛି। ଅନେକ ରାଜ୍ୟ ଏହି ରୋଗକୁ ମହାମାରୀ ଘୋଷିତ କରି ସାରିଲେଣି। ଏସବୁ ଭିତରେ ବ୍ଲାକ ଫଙ୍ଗସକୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲରେ mucormycosis ଅର୍ଥାତ ବ୍ଲାକ ଫଙ୍ଗସକୁ ନେଇ ଏହି ବିରଳ ଘଟଣା ସାମ୍ନାକୁ ଆସିଛି। ମେଡିକାଲ ପରୀକ୍ଷଣରୁ ଜଣାପଡ଼ିଛି, ରୋଗୀଙ୍କ ଶରୀରର […]
ନୂଆଦିଲ୍ଲୀ: କରୋନାରୁ ବର୍ତ୍ତିବାକୁ ଭାରତୀୟ ସ୍ଥଳସେନାର ନୂଆ ଷ୍ଟ୍ରାଟେଜି। ମହାମାରୀ କରୋନାରେ ସ୍ଥଳସେନାର କେତେକ ଯବାନ ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଏହାର ପ୍ରଭାବରୁ ସୁରକ୍ଷା ଦେବାକୁ ସେନାର ସମସ୍ତ କର୍ମଚାରୀଙ୍କୁ ବର୍ଗିକରଣ କରାଯାଇଛି। ଯବାନମାନେ ଗ୍ରୀନ୍, ୟେଲୋ ଓ ରେଡ୍ ଭଳି ୩ଟି ବିଭାଗରେ ରହିବେ। ୧୪ ଦିନିଆ କ୍ୱାରେଣ୍ଟାଇନ୍ ପିରିୟଡ ସାରିଥିବା ଯବାନଙ୍କୁ ଗ୍ରୀନ୍, ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ଥିଲେ ୟେଲୋ ଓ କରୋନା ଲକ୍ଷଣ ଥିବା କିମ୍ବା ଚିକିତ୍ସା ଦରକାର କରୁଥିବା […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି ପାଇଛି। ୧୪ ହଜାର ୧୭୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ହଜାର ୫୪୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪ ହଜାର ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨ ହଜାର ୩ ଜଣ ଆକ୍ରାନ୍ତ ଥିବା ବେଳେ, […]
ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ତଳମୁହାଁ ହେଉଛି। କିଛିଦିନ ହେବ ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ୍ ସୂଚନା ଦେଇଛନ୍ତି। ମେ ୧୦ରେ ପଜିଟିଭିଟି ହାର ୨୪% ଥିଲା, ଆଜି ଖସି ତାହା ୧୨.୪୫% ରହିଛି। ଗତ ୧୨ ଦିନ ହେଲାଣି ପଜିଟିଭିଟି ହାର ୨୦ % ତଳେ ରହିଛି। ଓଡ଼ିଶାର ୨୮ଟି ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ […]
ନୂଆଦିଲ୍ଲୀ: ଦିନକୁ ଦିନ ସାଇବର କ୍ରାଇମ ଘଟଣା ଲଗାତାର ଭାବେ ବଢ଼ିବାରେ ଲାଗିଛି। ତେଣୁ ସାବଧାନ ରହିବା ଜରୁରୀ। କାରଣ ଠକମାନେ ଅତି ସହଜରେ ଲୋକମାନଙ୍କୁ ସେମାନଙ୍କ ଜାଲରେ ଫସାଇବାରେ ସଫଳ ହେଉଛନ୍ତି। କେତେବେଳେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତ ଆଉ କେତେବେଳେ କଥା ମାଧ୍ୟମରେ ଠକମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି। ବାରମ୍ବାର ସତର୍କ ସତ୍ତ୍ୱେ ମଧ୍ୟ ଲୋକମାନେ ସେମାନଙ୍କ ଜାଲରେ ପଡ଼ି ଯାଉଛନ୍ତି ଓ ଠକାମିର ଶିକାର ହେଉଛନ୍ତି। ଏସବୁ ଭିତରେ ଦିଲ୍ଲୀ […]
ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୪,୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି। କରୋନା କବଳରେ ପଡ଼ି ଡାକ୍ତରମାନେ ମଧ୍ୟ ଜୀବନ ହରାଇବାରେ ଲାଗିଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। […]
ମେ’ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ ଉପଛାୟା ଭଳି ଦେଖାଯିବ ଏହି ଦିନ ବୈଶାଖ ପୂର୍ଣ୍ଣିମା ପଡୁଥିବାରୁ, ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍ ବୋଲି କୁହାଯାଉଛି ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ’ ୨୬ରେ ଲାଗିବ। ଏହି ଦିନ ବୈଶାଖ ପୂର୍ଣ୍ଣିମା ପଡୁଥିବାରୁ, ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍ ବୋଲି କୁହାଯାଉଛି। ଚଳିତ ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ […]
ମୁମ୍ବାଇ: ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍ସ୍ପଟ୍ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ଏହି ସଂଖ୍ୟା ପରେ ବୃଦ୍ଧି ପାଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଶିବସେନା ନେତା ଏବଂ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ର ସ୍ୱାସ୍ଥ୍ୟ […]