ବିଜାପୁର: ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହ ମାନହାସ୍ଙ୍କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ୫ ଦିନ ଲାଲ୍ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ। ସେହି ସ୍ଥାନକୁ ରାକେଶ୍ୱରଙ୍କୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ଅନ୍ୟ ଅନୁଷ୍ଠାନରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିକି କୋଭିଡ୍ ଯୋଦ୍ଧା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ରେ ଭର୍ତ୍ତି […]
ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି। ଲାଗିଛି ୩୦ ପ୍ରକାର ଫୁଲ ଓ ୧୦ ପ୍ରକାର ପରିବା ଗଛ। ଯେଉଁଠି ଦିନେ ଘାସ ଓ ଅନାବନା ଗଛରେ ଭରି ରହିଥିଲା ଏବେ ତାହା ପାର୍କର ଭ୍ରମ ସୃଷ୍ଚି କରୁଛି। ଦେଖନ୍ତୁ ଏହି ଭିଡିଓ
ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏ ଲକ୍ଡାଉନ୍ କଟକଣା ଲାଗୁ ହେବ। ଯେଉଁସବୁ ସହର ଗୁଡ଼ିକରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି। ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁସାରେ, ‘ମଧ୍ୟପ୍ରଦେଶର ଯେଉଁ ସବୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ଟିକା କୋଭାକ୍ସିନ୍ର ପ୍ରଥମ ଡୋଜ୍ ନେଇଥିଲେ। Got my second dose of the COVID-19 vaccine at AIIMS today. Vaccination is among the few ways we […]
ସୁରତ: କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ୧୩ ବର୍ଷୀୟ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁରତରେ ଏହି ଘଟଣା ଘଟିଛି। ହସ୍ପିଟାଲ୍ରେ ଭର୍ତ୍ତି ହେବା ପୂର୍ବରୁ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ King George’s Medical University (KGMU)ର ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ଙ୍କ ମଧ୍ୟରେ କୁଳପତି ଲେଫ୍ଟନାଣ୍ଟ୍ ଜେନେରାଲ୍(ଅବସରପ୍ରାପ୍ତ) ବିପିନ୍ ପୁରୀ ଅଛନ୍ତି। ଦ୍ୱିତୀୟ ଥର ପାଇଁ ସେ କରୋନା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୫ରେ ସେ କରୋନାର ଦ୍ୱିତୀୟ ଟିକା ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ଙ୍କ ସମେତ ପାଖାପାଖି ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। […]
ବିଜାପୁର: ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍ଙ୍କର ଫଟୋ ସାମ୍ନାକୁ ଆସିଛି। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି। ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍ ବୋଲି […]