ତାଇଓ୍ୱାନରେ ସପୁରୀ ବିପ୍ଳବ। ଚୀନର ଦମନମୂଳକ ନୀତି ବିରୁଦ୍ଧରେ ସପୁରୀକୁ ଅସ୍ତ୍ର କରିଛନ୍ତି ତାଇଓ୍ୱାନବାସୀ। ଫଳରେ ଫସର ଫାଟିଛି ତାଇଓ୍ୱାନ ଅର୍ଥନୀତିକୁ ଦୁର୍ବଳ କରିଦେବା ଲାଗି ଚୀନ୍ କମ୍ୟୁନିଷ୍ଟ ଶାସକଙ୍କ ଷଡ଼ଯନ୍ତ୍ର। ତାଇଓ୍ୱାନକୁ ଚୀନ୍ ନିଜର ଏକ ପ୍ରଦେଶ ଭାବେ ବିବେଚନା କରୁଛି କିନ୍ତୁ ତାଇଓ୍ୱାନ ସ୍ୱତନ୍ତ୍ର ଦେଶ ଭାବେ ରହିବାକୁ ଚାହୁଁଛି
ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ପପ୍ରେସ। ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍। ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଉତ୍ତରାଖଣ୍ଡର କଂସରୋ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୮୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୩୩ ନିୟୁତରେ ପହଞ୍ଚିଲାଣି। ଏହାସହ ଗତ ଅଢେଇ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ୪ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ୨୦୨୧ କ୍ୱାଡ୍ ବୈଠକ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ନେଇ ଆଲୋଚନା ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ କଟକଣାମୁକ୍ତ କରିବା ମୁଖ୍ୟ ପ୍ରସଙ୍ଗ ଭାରତରେ ଅଧିକ ଭାକସିନ୍ ପ୍ରସ୍ତୁତି ପାଇଁ ନିବେଶ ସମ୍ପର୍କରେ ଆଲୋଚନା ନୂଆଦିଲ୍ଲୀ: ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ପ୍ରସ୍ତୁତ ହେଉଛି। ଚୀନର ବଢୁଥିବା ସାମରିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ କାଉଣ୍ଟର […]
ପଶ୍ଚିମବଙ୍ଗ ମହାସଂଗ୍ରାମ ଫୋକସରେ ରହିଛି ନନ୍ଦିଗ୍ରାମ। ଆଜି ଏଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱି ଶୁଭେନ୍ଦୁ ଅଧିକାରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ଉପସ୍ଥିତି ପ୍ରମାଣିତ କରୁଛି ନନ୍ଦିଗ୍ରାମକୁ କେତେ ଗୁରୁତ୍ୱ ଦେଉଛି ବିଜେପି।
ଯେଉଁ ନନ୍ଦିଗ୍ରାମରେ ସଂଗ୍ରାମ କରି କ୍ଷମତାକୁ ଆସିଥିଲେ ମମତା ବାନାର୍ଜୀ, ବିଧାନସଭା ନିର୍ବାଚନ ପୂର୍ବରୁ ସେଇ ନନ୍ଦିଗ୍ରାମରେ ତାଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହା ପରେ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ବି ହୋଇଛି।
WHO ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯିବାକୁ ଆଜି ବର୍ଷେ ପୂରିଛି। ଭାରତରେ ସାମଗ୍ରିକ ଭାବେ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ, ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର ସମେତ ପ୍ରାୟ ୬ଟି ରାଜ୍ୟ। ନାଗପୁରରେ ଆସନ୍ତା ୧୫ରୁ ସପ୍ତାହେ ପାଇଁ ଲାଗୁ ହେଉଛି ଲକଡାଉନ
ମହାଶିବରାତ୍ରୀ ଅବସରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭମେଳାର ପ୍ରଥମ ସାହିସ୍ନାନ। ଦୀର୍ଘ ୧୧ ବର୍ଷ ପରେ ସାହିସ୍ନାନ ଯୋଗ ଥିବାରୁ ପ୍ରାୟ ୨୨ ଲକ୍ଷ ଶ୍ରଦ୍ଧାଳୁ ହରିଦ୍ୱାର ଗଙ୍ଗା ଘାଟରେ ବୁଡ଼ ପକାଇଛନ୍ତି।