• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kejriwal
୧୦ ହଜାର ହସ୍ପିଟାଲ ବେଡ୍ ସଂରକ୍ଷିତ ରଖ: କେଜରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଦେଶର ରାଜଧାନୀରେ ଥିବା ସରକାରୀ ହସ୍ପିଟାଲ ଓ କିଛି ଘରୋଇ ହସ୍ପିଟାଲରେ ୧୦ ହଜାର୍ ବେଡ୍ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ବେଡ୍ ଅଭାବ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦିଲ୍ଲୀର ସୀମା ସିଲ୍ ଖୋଲିବାକୁ କହିଛନ୍ତି। ପୂର୍ବରୁ ଦିଲ୍ଲୀକୁ ଚିକିତ୍ସା ପାଇଁ ପଶି ଆସୁଥିବାରୁ ସୀମା ସିଲ୍ କରାଯାଇଥିଲା ହେଲେ ଏହି ନିର୍ଦ୍ଦେଶକୁ […]

school
ଅଗଷ୍ଟ ପରେ ଖୋଲିବ ସ୍କୁଲ, କଲେଜ!

ନୂଆଦିଲ୍ଲୀ: ସାରା ଦେଶରେ ଅଗଷ୍ଟ ମାସ ପରେ ଖୋଲିପାରେ ସ୍କୁଲ୍, କଲେଜ। ଏନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶାଙ୍କ ପୋଖରିଆଲ ନିଶଙ୍କ। ମାର୍ଚ୍ଚ ୧୬ରୁ ବନ୍ଦ ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଅଗଷ୍ଟ ମାସ ପରେ ଖୋଲିବା ନେଇ ଯୋଜନା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସାମାଜିକ ଦୂରତା ରଖି ଗ୍ରୀନ ଓ ଓରେଞ୍ଜ ଜୋନରେ ଥିବା ଶିକ୍ଷାନୁଷ୍ଠାନ ପ୍ରଥମେ ଖୋଲାଯିବ। ଦୁଇଟି ସିଫ୍ଟରେ ସ୍କୁଲ, କଲେଜରେ […]

bidden
ଟ୍ରମ୍ପଙ୍କ ବିରୋଧରେ ଲଢ଼ିବେ ଜୋଏ ବିଡେନ୍

ନ୍ୟୁୟର୍କ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋଏ ବିଡେନ୍ ହେବେ ଡେମୋକ୍ରେଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ତାଙ୍କୁ ଦଳ ତରଫରୁ ମନୋନୟନ କରାଯାଇଛି। ଆସନ୍ତା ନଭେମ୍ବର ମାସରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢିବେ। ତେବେ ଡେମୋକ୍ରାଟିକ ପାର୍ଟିରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଗତ ଶୁକ୍ରବାର ଆୟୋଜିତ ଏକ ସଭାରେ ଜୋଏ ଆମେରିକାର ଜବ୍ ରିପୋର୍ଟକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସମାଲୋଚନା କରିଥିଲେ। ଏହାସହ ଯୁକ୍ତରାଷ୍ଟ୍ରର ଅର୍ଥ […]

CORONA-TAK1
ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ମେକ୍ସିକୋ: ବିଶ୍ୱରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଏବେସୁଦ୍ଧା ୪ ଲକ୍ଷ ୨ ହଜାର ୯୪ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ମେକ୍ସିକୋରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ହଜାର ୫୯୩ଟି ନୂଆ ମାମଲା ସାମନାକୁ ଆସିଛି। ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୮୭ ଜଣ। ଏଠାରେ ଦିନକରେ ୨୯୦୭ ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଛୁଇଁବାକୁ […]

cbse
ନୂଆ ସିଲାବସ୍ ପଢ଼ିବେ ସିବିଏସଇ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନା ଜନିତ ଶିକ୍ଷାବର୍ଷ କ୍ଷତି ଭରଣା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଯୋଜନା। ଛାତ୍ରଛାତ୍ରୀଙ୍କ ପାଇଁ ସଂକ୍ଷିପ୍ତ ହେବ ସିଲାବସ୍। ଆସନ୍ତା ମାସେ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଲାଗି ଏକ ନୂଆ ତଥା ସ୍ୱତନ୍ତ୍ର ସିଲାବସ ପାଇଁ ବୋର୍ଡ ପ୍ରସ୍ତୁତ ଥିବା କହିଛନ୍ତି ସିବିଏସଇ ଅଧ୍ୟକ୍ଷ ମନୋଜ ଆହୁଜା। ସେ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ହଠାତ ପରିବର୍ତ୍ତନ କରାଯାଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରିବ ନାହିଁ। ତେଣୁ ସମସ୍ତଙ୍କୁ ସୁହାଇବା ଭଳି ପାଠ୍ୟକ୍ରମକୁ […]

head
ଦିନକରେ ୨୭୮ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୬,୯୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଅତିକ୍ରମ କରି ଭାରତ ଷଷ୍ଠ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୯୩ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେଶ ୧ ଲକ୍ଷ […]

mon
କୁଟନୈତିକ ସ୍ତରରେ ଆଲୋଚନା ହେବ ସୀମା ବିବାଦ

ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟ LAC ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ଲାଗି ଉଭୟ ଦେଶ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିବେ। ଆଜି ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ପରେ ଏହି ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଭାରତ ପକ୍ଷରୁ 14 କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର […]

jio
ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକାରୀ ସଂସ୍ଥା ମୁବାଦଲା। ଗତ ଛଅ ସପ୍ତାହରେ ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଜିଓ ପ୍ଲାଟଫର୍ମସ୍‌। ଭାରତକୁ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବା ଲାଗି ଜିଓର ରହିଥିବା ଲକ୍ଷ୍ୟକୁ ଏହି ନିବେଶ ଆହୁରି ରୁଦ୍ଧିମନ୍ତ ଓ ତ୍ୱରାନ୍ୱିତ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ […]

arvind
ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲକୁ କେଜରିୱାଲଙ୍କ ଚେତାବନୀ

ଭୁବନେଶ୍ୱର: ମହାମାରୀ କରୋନା ବେଳେ ବେଡ୍‌ର ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲଗୁଡ଼ିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ। ହସ୍ପିଟାଲରେ ବେଡ୍ ନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଜଣାପଡ଼ିଲେ, ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀ ଲୋକଙ୍କ ସେବା ପାଇଁ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଭଳି ମହାମାରୀ ସମୟରେ ହସ୍ପିଟାଲ ଗୁଡ଼ିକ ସେବା ଯୋଗାଇବା ଜରୁରୀ। ଯଦି କୌଣସି ହସ୍ପିଟାଲ ନିୟମର ଉଲ୍ଲଙ୍ଘନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

1
କରୋନା ରୋଗୀଙ୍କୁ ନ  ବଞ୍ଚେଇ ପାରିବାରୁ କାନ୍ଦିଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସୋନୁ ଦେଶର ପ୍ରତ୍ୟେକ କୋଣର କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଏତେ ପରିଶ୍ରମ ପରେ ମଧ୍ୟ କିଛି ରୋଗୀଙ୍କୁ ବଞ୍ଚାଇ ନ ପାରିବା ନେଇ ଅଭିନେତା ନିଜର ନିରାଶା ପ୍ରକାଶ କରିଛନ୍ତି। ଅଭିନେତା ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ […]

1
BBMAରେ ଛାଇଗଲା ପ୍ରିୟଙ୍କାଙ୍କ ଆକର୍ଷଣୀୟ ଚେହେରା

ମୁମ୍ବାଇ: ବଲିଉଡ ଦେଶୀ ଗାର୍ଲ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଏକ ବିଶ୍ୱ ଆଇକନ୍ ପାଲଟିଯାଇଛନ୍ତି। ସେ ବଲିଉଡ୍ ହେଉ ବା ହଲିଉଡ୍ ହେଉ ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକ ବେଶ ଉପଭୋଗ କରନ୍ତି। ନିଜର ଗ୍ରାମୀଣ ଶାନ୍ତ ସରଳ ଚେହେରା ଠାରୁ ନେଇ ବୋଲ୍ଡ ଲୁକ୍ସ ପର୍ଯ୍ୟନ୍ତ ପ୍ରିୟଙ୍କା ସବୁଥିରେ ତାଙ୍କ ପ୍ରଶଂସକମାନଙ୍କୁ ବାନ୍ଧି ପାରନ୍ତି। ଏବେ ଏବେ BBMA ରେ ପ୍ରିୟଙ୍କା ଚୋପ୍ରା ତାଙ୍କର ଚମତ୍କାର ପ୍ରଦର୍ଶନ ଓ ଆକର୍ଷଣୀୟ ଚେହେରା ଦ୍ୱାରା […]

all-out
ଆତଙ୍କବାଦୀକୁ ଏନକାଉଣ୍ଟର କଲା ସେନା

କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଏନକାଉଣ୍ଟର୍। ରାଜୌରୀ ଜିଲ୍ଲା କାଲାକୋଟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ। କାଲାକୋଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତିରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସିଆରପିଏଫ୍, ରାଜ୍ୟ ପୋଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଛି। ତେବେ ଅଞ୍ଚଳରେ ଏବେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଛି। ଯାହା ପରେ ପୁରା ଅଞ୍ଚଳକୁ କଡ୍ରନ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। […]

mall
ଖୋଲିବ ରେସ୍ତୋରାଁ, ମଲ୍ ଓ ଧାର୍ମିକ ସ୍ଥଳ; ଜାଣନ୍ତୁ କଣ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ନୂଆ ରୂପରେ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। କିନ୍ତୁ ପୂର୍ବ ପର୍ଯ୍ୟାୟର ଲକ୍‌ଡାଉନ ଠାରୁ ୫ମ ପର୍ଯ୍ୟାୟ ଲକ୍‌ଡାଉନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ସରକାର ସପିଂ ମଲ, ରେସ୍ତୋରାଁ, ହୋଟେଲ ଓ ଧାର୍ମିକ ସ୍ଥଳକୁ ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଜୁନ୍ ୮ ଅର୍ଥାତ୍ ଆସନ୍ତା ସୋମବାର ଠାରୁ ଲାଗୁ ହେବ। ଜାଣନ୍ତୁ, ସପିଂ ମଲ, ରେସ୍ତୋରାଁ ଓ ଧାର୍ମିକ ସ୍ଥଳ […]