• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

who
ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ WHOର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ ଡବ୍ଲୁଏଚ୍ଓର ଗ୍ରୀନ୍ ସିଗନାଲ। ମୃତ୍ୟୁ ହାରକୁ ଦେଖି ପ୍ରୋଟୋକଲରେ କୌଣସି ପରିବର୍ତ୍ତନ ଅମୂଳକ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି ଯେ, ଗତ ସପ୍ତାହରେ ହାଇଡ୍ରୋକ୍ସି କ୍ଲୋରୋକୁଇନର ପରୀକ୍ଷାମୂଳକ ପ୍ରୟୋଗକୁ ସାମୟିକ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଔଷଧର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଡାଟା ସେଫ୍ଟି ମନିଟରିଂ କମିଟି ପକ୍ଷରୁ ଏସଂପର୍କିତ ତଥ୍ୟକୁ […]

who
'କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ'

ନୂଆଦିଲ୍ଲୀ: କରୋନା ପାଇଁ ପ୍ରାକୃତିକ ଉପାୟରେ ଆସିବନି ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା। କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ। ସେ କହିଛନ୍ତି ଯେ, ମଣିଷ କ୍ଷେତ୍ରରେ ଟୀକା ଦ୍ୱାରା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥାଏ।  କେବଳ ଭ୍ୟାକସିନ ଦ୍ୱାରା ହିଁ ହର୍ଡ ଇମ୍ୟୁନିଟି ସମ୍ଭବ। କାରଣ କରୋନା ଦ୍ୱାରା ବହୁଳ ସଂକ୍ରମିତ ଦେଶମାନଙ୍କରେ ଆଣ୍ଟିବଡି […]

electroinics
ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ନୂଆଦିଲ୍ଲୀ: ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାର ୩ଟି ବଡ଼ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ଘଟାଇବା ସହ ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଆରମ୍ଭ କରାଯାଇଛି। ପ୍ରଡକସନ ଲିଙ୍କଡ ଇନସେଣ୍ଟିଭ ସ୍କିମ୍ ଅନ୍ତର୍ଗତ ଭାରତରେ ଉତ୍ପାଦିତ ଇଲେକଟ୍ରୋନିକ୍ସ ସାମଗ୍ରୀର ବିକ୍ରୀ ଉପରେ ୪ରୁ ୬ ପ୍ରତିଶତ ଯାଏଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଛି। ସେହିଭଳି କମ୍ପୋନେଣ୍ଟ ମାନୁଫାକଚରିଂ ସ୍କିମରେ ନିର୍ଦ୍ଧାରିତ […]

tahir
ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ। ପୂର୍ବତନ ଆମ ଆଦମୀ ପାର୍ଟି ନେତା ତାହିର ହୁସେନ୍। ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ଚାର୍ଜସିଟରେ ଦର୍ଶାଇଛି। ତାହିର ହୁସେନଙ୍କ ସହ ୧୫ ଜଣ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ। ହିଂସାକାଣ୍ଡ ବେଳେ ତାହିର ହୁସେନ ନିଜ ଘର ଛାତ ଉପରେ ଥିଲେ ଏବଂ ସେ ହିଂସାରେ ଲୋକଙ୍କୁ ଉସୁକାଇଥିଲେ। ତେବେ ତାହିରଙ୍କ ନାଁରେ ଆଉ ଏକ ସଙ୍ଗିନ ଅଭିଯୋଗ ଆଣିଛି […]

rani
ଖେଳ ରତ୍ନ ଆୱାର୍ଡ ପାଇଁ ରାଣୀ ରାମପାଲଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ମହିଳା ହକି କ୍ୟାପଟେନ୍ ରାଣୀ ରାମପାଲଙ୍କ ନାଁ ସୁପାରିଶ କରିଛି ହକି ଇଣ୍ଡିଆ। ଏହାସହ ବନ୍ଦନା କାଟାରିଆ, ମୋନିକା ଓ ହରମନପ୍ରିତ ସିଂଙ୍କୁ ଅର୍ଜୁନ ପୁରସ୍କାର ଦେବା ଲାଗି ସୁପାରିଶ କରିଛି। ମେଜର ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ଆରପି ସିଂ ଓ ତୁଷାର ଖଣ୍ଡକେରଙ୍କ ନାଁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟକୁ ସୁପାରିଶ କରିଛି। […]

nisarg
ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍!

ନୂଆଦିଲ୍ଲୀ: ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ନିସର୍ଗ। ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି। ଆସନ୍ତାକାଲି ରାତି ସୁଦ୍ଧା ନିସର୍ଗ ମହାରାଷ୍ଟ୍ରର ରାଇଗଡ ଏବଂ ଦମନ ମଧ୍ୟବର୍ତ୍ତୀ ସ୍ଥାନରେ ଉପକୂଳ ଛୁଇଁବା ଆଶଙ୍କା ରହିଛି। ଏହି ସମୟରେ ବାଣିଜ୍ୟ ନଗରୀ ମୁମ୍ବାଇ ସହ ଥାନେ, ପଲଘର, ରାଇଗଡ […]

wajjid
ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୃତ୍ୟୁ ପରେ ଏବେ ଭାଇରାଲ ହେବାରେ ଲାଗିଛି ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ। ଗୀତଟି ତାଙ୍କ ଭାଇ ତଥା ସଙ୍ଗୀତ ନିର୍ଦ୍ଦେଶକ ସାଜିଦଙ୍କୁ ସେ ଉତ୍ସର୍ଗ କରିଛନ୍ତି।   View this post on Instagram   A heart breaking old video of #wajidkhan . This is not a recent video. #rip A post shared by Viral Bhayani (@viralbhayani) on […]

msme
MSME ପାଇଁ ୫୦ ହଜାର କୋଟିର ପ୍ୟାକେଜକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପକୁ ମିଳିଛି ମଂଜୁରୀ। MSME ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ରୋଡମ୍ୟାପ MSME ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବ। MSME ପାଇଁ ପୂର୍ବରୁ ହୋଇଥିବା ଘୋଷଣାକୁ କ୍ୟାବିନେଟ ମଂଜୁରୀ ମିଳିଛି। ରପ୍ତାନୀ କରୁଥିବା ଏମ୍‌ଏସ୍‌ଏଇ ଏବଂ ଯେଉଁମାନଙ୍କର ଭଲ ରେକର୍ଡ ଅଛି, ସେମାନେ ଷ୍ଟକ ମାର୍କେଟକୁ ଯିବାର ସୁଯୋଗ ପାଇବେ। ଦେଶର ମୋଟ ରପ୍ତାନୀର ୪୮ ପ୍ରତିଶତ ଏମ୍‌ଏସ୍‌ଏମ୍‌ଇ ରହିଛି। ଦେଶରେ […]

rice
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା  ଦେଇଛନ୍ତି। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି, ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଧାନ ସହ ୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି। ସରକାର ଜୁଆର କ୍ୱିଣ୍ଟାଲ ୨୬ ଶହ […]

bsran
ବିଶ୍ୱରେ ବେକାବୁ ମହାମାରୀ ସ୍ଥିତି, ବ୍ରାଜିଲରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ସଂକ୍ରମିତ

ଆମେରିକା: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ବ୍ରାଜିଲରେ କାୟା ମେଲାଇ ଚାଲିଛି କୋଭିଡ୍-୧୯ ଗତକାଲି ଗୋଟିଏ ଦିନରେ ୩୩ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍କଟ ଦେଖା ଦେଇଛି। ରେକର୍ଡ ସଂଖ୍ୟକ ୩୩ ହଜାର ୨୭୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଥିବା ବେଳେ ପ୍ରାୟ ୨୯ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଗତ ୨୪ […]

america
ଆମେରିକାରେ କୁହୁଳୁଛି ଜନ ଅସନ୍ତୋଷ; ୫ ସହରରେ ପୋଡ଼ାଜଳା, ବିକ୍ଷୋଭ

ଚିକାଗୋ: ଆମେରିକାରେ ଥମୁନି ଉତ୍ତେଜନା। ଆମେରିକାର ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହେବା ପରେ ଏହାକୁ ନେଇ ପ୍ରତିବାଦ ଜୋର ଧରିଛି। ଲୋକଙ୍କ ଭିତରେ ଦେଖାଦେଇଥିବା ଅସେନ୍ତାଷ ଏବେ ବିଭିନ୍ନ ସହରକୁ ବ୍ୟାପିଛି। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାରେ ଆସି ବିକ୍ଷୋଭ କରୁଛନ୍ତି। ପରିସ୍ଥିତିକୁ ନଜରରେ ରଖି ଆମେରିକାର ଅନେକ ସହରରେ ଜାରି ହୋଇଛି କର୍ଫ୍ୟୁ। ଲୋକମାନଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରିଛି ଟ୍ରମ୍ପ ପ୍ରଶାସନ। ଲଗାତର ପଞ୍ଚମ ଦିନ ପାଇଁ […]

locoust
୪ ରାଜ୍ୟରେ ନିଦ ହଜାଇ ଦେଲେଣି ପଙ୍ଗପାଳ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତରୁ ଧିରେ ଧିରେ କେନ୍ଦ୍ରାଞ୍ଚଳକୁ ବ୍ୟାପିବାରେ ଲାଗିଲାଣି ପଙ୍ଗପାଳ ଆକ୍ରମଣ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହରିଆଣା ପରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପହଞ୍ଚିଲେଣି ପଙ୍ଗପାଳ। ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସୀମା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ପଙ୍ଗପାଳ। ପୂର୍ବ ଉପକୂଳର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅମ୍ପନ ବାତ୍ୟାରେ ଜର୍ଜରିତ […]

kejri
ଦିଲ୍ଲୀ ସରକାରଙ୍କ ପାଖରେ ଟଙ୍କାର ଅଭାବ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଂକଟରେ ଦିଲ୍ଲୀ ସରକାର। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କେଜରିଓ୍ୱାଲ ସରକାରଙ୍କ ପାଖରେ ଟଙ୍କା ନାହିଁ। ଏଣୁ ତୁରନ୍ତ ୫ ହଜାର କୋଟି ଟଙ୍କା ଦେବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏଭଳି ଏକ ବିପତ୍ତି ବେଳେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କୁ ସହାୟତା ଯୋଗାଇଦେବାକୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ୫ ହଜାର […]