Advertisment

Padmashri Controversy: ପଦ୍ମଶ୍ରୀ ପୁରସ୍କାର ବିବାଦ, ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି

ଏବେ ଖବର ପଦ୍ମଶ୍ରୀ ପୁରସ୍କାର ବିବାଦକୁ ନେଇ। 2023ରେ ସେ ପାଇବାକୁ ଥିବା ପୁରସ୍କାରକୁ ସମାନ ନାଁଧାରୀ ଅନ୍ୟ ଜଣେ ପାଇଥିବା ନେଇ ଭୁବନେଶ୍ବରର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା। ମାମଲାରେ ତଥ୍ୟ ପ୍ରମାଣ ସହ ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author-image
Saroj Kumar Jena
undefined

padmashri

ଏବେ ଖବର ପଦ୍ମଶ୍ରୀ ପୁରସ୍କାର ବିବାଦକୁ ନେଇ। 2023ରେ ସେ ପାଇବାକୁ ଥିବା ପୁରସ୍କାରକୁ ସମାନ ନାଁଧାରୀ ଅନ୍ୟ ଜଣେ ପାଇଥିବା ନେଇ ଭୁବନେଶ୍ବରର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା। ମାମଲାରେ ତଥ୍ୟ ପ୍ରମାଣ ସହ ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର। କହିଛନ୍ତି ନ୍ୟାୟିକ ପ୍ରକ୍ରିୟାରେ ବିଶ୍ବାସ ଅଛି, ମାମଲା ବିଚାରାଧୀନ ଥିବାରୁ ଏନେଇ ଏବେ କିଛି କହିବା ସମ୍ଭବ ନୁହେଁ।

Advertisment

ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ସାହିତ୍ୟିକ। ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର। ସେ ବି ସାହିତ୍ୟିକ। ଜଣଙ୍କ ଘର ଢେଙ୍କାନାଳ, ଅନ୍ୟ ଜଣେ ରୁହନ୍ତି ଭୁବନେଶ୍ବରରେ। 2023ରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ପାଇଁ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୁଅନ୍ତି ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର।

ଅଧିକ ପଢନ୍ତୁ: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ

ପେଶାରେ ପ୍ରାଣୀ ଚିକିତ୍ସକ ଓ ସାହିତ୍ୟିକ ଭୁବନେଶ୍ବରର ଅନ୍ତର୍ଯ୍ୟାମୀ ମିଶ୍ର ନିଜକୁ ପ୍ରକୃତ ପଦ୍ମଶ୍ରୀ ବିଜେତା ଦାବି କରି ହାଇକୋର୍ଟକୁ ଯିବା ଏବଂ କୋର୍ଟ ଉଭୟ ବାଦୀ ଓ ପ୍ରତିବାଦୀଙ୍କୁ ତଥ୍ୟ ପ୍ରମାଣ ସହ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେବାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା। ଭୁବନେଶ୍ବରର ଅନ୍ତର୍ଯ୍ୟାମୀଙ୍କ କହିବା କଥା, ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ତାଙ୍କର 29ଟି ପୁସ୍ତକ ରହିଛି। ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ 2023ରେ ତାଙ୍କ ନାଁ ହି ସୁପାରିଶ ହୋଇଥିଲା।

Advertisment

ଏପରିକି ଏନେଇ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଫୋନ୍ କଲ ଆସିଥିଲା ଓ ଅଭିନନ୍ଦନ ଜଣାଯାଇ ପୁରସ୍କାର ଗ୍ରହଣ କରିବାକୁ ନିମନ୍ତ୍ରଣ ପତ୍ରକୁ ଅପକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ତାଙ୍କ ପରିବର୍ତ୍ତେ ଅନ୍ୟଜଣେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ। କେବଳ ସେତିକି ନୁହେଁ, ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ନାଁରେ ଖଣ୍ଡିଏ ବି ବହି ପ୍ରକାଶିତ ହୋଇ ନଥିବାର ବି ଅଭିଯୋଗ କରିଛନ୍ତି ଅନ୍ତର୍ଯ୍ୟାମୀ। ହେଲେ ମାମଲା ବିଚାରାଧୀନ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ରଖିବାକୁ ପଦ୍ମଶ୍ରୀ ଗ୍ରହଣ କରିଥିବା ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର ମନା କରିଛନ୍ତି। ତେବେ ତାଙ୍କ ନାଁରେ ଗୋଟିଏ ବି ପୁସ୍ତକ ନଥିବାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମୋର 40ଟି ବହି ଅଛି, ସେଥିରୁ 10ଟି ବହି ପାଠ୍ୟପୁସ୍ତକ ପ୍ରକାଶନ ସଂସ୍ଥା ଛାପିଛି ବୋଲି ବି ସେ ସ୍ପଷ୍ଟ କରିଛନ୍ତି।

ମାମଲାର ଶୁଣାଣି କରିଥିବା ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଖଣ୍ଡପୀଠଙ୍କ କହିଛନ୍ତି, ଯେ ପଦ୍ମଶ୍ରୀ ସମ୍ମାନ ପାଇଁ ସୁପାରିଶ ପୂର୍ବରୁ ଯାଞ୍ଚ ପ୍ରକ୍ରିୟାରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ତା ସତ୍ତ୍ବେ ସମାନ ନାମକରଣ କାରଣରୁ ଏଭଳି ସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ଉଭୟଙ୍କୁ ଆସନ୍ତା 24 ତାରିଖ ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପୁରସ୍କାର ସମ୍ପର୍କିତ କାଗଜପତ୍ର ଓ ସେମାନଙ୍କ ଦ୍ବାରା ପ୍ରକାଶିତ ପୁସ୍ତକର ସବିଶେଷ ତଥ୍ୟ ପ୍ରମାଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଧିକ ପଢନ୍ତୁ: ମନ୍ଦିର ଭିତରେ ମାଂସକୁ ନେଇ ହାଇଦ୍ରାବାଦରେ ଉତ୍ତେଜନା, ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ

Padma Shree Awardee
Advertisment
Advertisment