Elephant Vs Man At Khordha
ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି କରୁଥିବା ଅଭିଯୋଗ ହୋଇଛି ।
ବନ ବିଭାଗ କହିଛି ହାତୀ ମାନଙ୍କ ଉପରେ ଡ୍ରୋନ୍ ସାହାଯ୍ୟରେ ନଜର ରଖି ଘଉଡା ଯାଉଛି । ଏହାସହ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ମଧ୍ୟ ଦିଆଯାଉଛି । ଖୋର୍ଦ୍ଧା ବନଖଣ୍ଡରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ଜିଲ୍ଲାର ଟାଙ୍ଗୀ ଏବଂ ଖୋର୍ଦ୍ଧା ରେଞ୍ଜରେ ୪୦ ଟିକିଆ ହାତୀପଲ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ହାତୀ ଫସଲହାନୀ କରୁଛି, ତ ପୁଣି କେତେବେଳେ ରେଳ ଧାରଣାରେ ଅଟକି ରହୁଛି । ପୁଣି କେତେବେଳେ ଲୋକଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ହାତୀ ଆକ୍ରମଣରେ ଗତ ତିନିବର୍ଷ ମଧ୍ୟରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା
ଅନ୍ୟପଟେ ଭିନ୍ନ ଭିନ୍ନ କାରଣ ପାଇଁ ଏହି ସମାନ ସମୟ ମଧ୍ୟରେ ୧୩ଟି ହାତୀଙ୍କର ମୃତ୍ୟୁ ଘଟିଛି । ବିଶେଷ କରି ହାତୀପଲ ଟାଙ୍ଗୀ ରେଞ୍ଜର ନିରାକାରପୁର, ଡମଣଭୂଇଁ, ହଜ, ଟାଙ୍କୋଳ, ସିକୋ, ଗୟାବନ୍ଧ ଅଞ୍ଚଳରେ ଧନ ଜୀବନ କ୍ଷୟକ୍ଷତି ଘଟାଇଥିବା ଅଭିଯୋଗ ହୋଇଛି । ଆଉ ସବୁଠି ବନ ବିଭାଗର ଉଦାସୀନତାକୁ ଦାୟୀ କରିଛନ୍ତି ଲୋକେ ।
ଟାଙ୍ଗୀ ସହ ଖୋର୍ଦ୍ଧା ରେଞ୍ଜର ବାଜପୁର, ନନ୍ଦପୁର, ଜରିପୁଟ, ଖୋର୍ଦ୍ଧା ପୌରାଞ୍ଚଳ ସହିତ ବେଗୁନିଆ ବ୍ଲକର ଅନେକ ଅଞ୍ଚଳରେ ବଢିଛି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ତେବେ ହାତୀ ମାନଙ୍କ ପାଇଁ ଉଦିଷ୍ଟ ଚନ୍ଦକା ଅଭୟାରଣ୍ୟର ଟ୍ରେଞ୍ଚ ପୋତି ହୋଇଯିବା ସହିତ ଅଭୟାରଣ୍ୟ ନିକଟରେ ପ୍ରଶସ୍ତ ରାସ୍ତା, କଲେଜ, ଇଣ୍ଡଷ୍ଟ୍ରି ସ୍ଥାପନ ହେବାପରେ ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ହେଉଛନ୍ତି ହାତୀ । ସେପଟେ ବନ ବିଭାଗ କହିଛି ହାତୀଙ୍କ ଉପରେ ନଜର ରଖାଯାଇ ସେମାନଙ୍କୁ ପୁଣି ଜଙ୍ଗଲକୁ ଘଉଡା ଯାଉଥିବା ବେଳେ କ୍ଷୟକ୍ଷତି ଆଧାରରେ କ୍ଷତିପୂରଣ ମଧ୍ୟ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)