• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rising star
ରାଇଜିଂ ଷ୍ଟାର୍‌-୩ରେ ଚମକିଲେ ୧୨ ବର୍ଷିୟ ଆଫ୍‌ତାବ୍‌

ମୁମ୍ବାଇ : କଲର୍ସ ଟିଭିରେ ପ୍ରସାରିତ ହେଉଥିବା ବହୁ ପ୍ରତୀକ୍ଷିତ ସିଙ୍ଗିଙ୍ଗ୍‌ ଶୋ’ ‘ରାଇଜିଂ ଷ୍ଟାର୍‌’ର ସିଜିନ୍‌ ୩ରେ ଆଫ୍‌ତାବ୍‌ ସିଂ ବିଜୟ ମୁକୁଟ ପିନ୍ଧିଛନ୍ତି। ଟପ୍‌ ଫାଇଟ୍‌ ସତ୍ତ୍ୱେ ଆଫ୍‌ତାବ୍‌ ନିଜକୁ ଟପ୍‌ରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ୧୨ ବର୍ଷ ବୟସର ଆଫ୍‌ତାବ୍‌ଙ୍କୁ ୧୦ ଲକ୍ଷ ଟଙ୍କର ପୁରସ୍କାର ମିଳିଛି। ପ୍ରାୟ ୩ ମାସ ଧରି ଚାଲିଥିବା ଏହି ଶୋ’ରେ ଫାଇନାଲ୍‌ରେ ମାତ୍ର ୪ ଜଣ ପ୍ରତିଯୋଗୀ ପହଞ୍ଚି ପାରିଥିଲେ। ସେହି ଚାରିଜଣଙ୍କ ମଧ୍ୟରୁ ସବୁଠାରୁ […]

tej pratap
ତେଜ୍ ପ୍ରତାପ ଓ ଐଶ୍ୱର୍ଯ୍ୟା ରାୟଙ୍କ ବାହାଘର ପୂର୍ବରୁ ଖୁବ୍ ଜମିଲା ମେହେନ୍ଦି ରସମ୍‌

ପାଟନା: ବଲିଉଡ଼ରେ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ବାହାଘରକୁ ନେଇ ଯେତିକି ଚର୍ଚ୍ଚା, ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ମଧ୍ୟ ଆଜିକାଲି ସେତିକି ଚର୍ଚ୍ଚା।   ଆସନ୍ତା ୧୨ରେ ହେବାକୁ ଥିବା ବିବାହକୁ ନେଇ ଉଭୟ ପରିବାର ପୂରା ପ୍ରସ୍ତୁତ। ତେଜ ପ୍ରତାପ ବାହାହେବେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ। ବୁଧବାର ରାତିରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କର ମେହେନ୍ଦି ରସମ୍‌ ସରିଯାଇଛି। ମେହେନ୍ଦି ରସମ୍‌ରେ […]

prawn fried rice
ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌

ଆବଶ୍ୟକୀୟ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି ମାଛ, କଞ୍ଚା ମଟର, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, ତେଲ କିମ୍ବା ଘିଅ, ହଳଦୀଗୁଣ୍ଡ, ଲୁଣ। ପ୍ରସ୍ତୁତି ପ୍ରଣାଳୀ: ଚାଉଳକୁ ଧୋଇ ପାଣି ବସେଇ ଗୋଟା ଗୋଟା ଭାତ ରାନ୍ଧି ନିଅନ୍ତୁ। ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲଭାବରେ ଧୋଇ ନିଅନ୍ତୁ ଏବଂ ଲୁଣ ହଳଦୀ ଗୋଳାଇ ଦିଅନ୍ତୁ। ପିଆଜ, ରସୁଣ, ଅଦା, କଞ୍ଚଲଙ୍କାକୁ ଗ୍ରାଇଣ୍ଡରରେ ବାଟି ନିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ […]

cri
କ୍ରିକେଟ ବ୍ୟାଟ୍‌ ଉପହାର ଦେଲେ ମୋଦି

ମାଲେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲଡିଭସର ସର୍ବୋଚ୍ଚ ସମ୍ମାନ ମିଳିଛି। ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମାଲଡିଭସରେ ପହଞ୍ଚିବା ପରେ ମାଲଡିଭସର ରାଷ୍ଟ୍ରପତି ଇବ୍ରାହିମ୍ ମହମଦ ସୋଲିହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ମୋଦି ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ବେଳେ ମାଲଡିଭସ ରାଷ୍ଟ୍ରପତି ସୋଲିହଙ୍କୁ […]

yoga
ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଜୁନ ୨୧ରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ଦେଶବ୍ୟାପୀ ପାଳନ କରାଯିବ। ଝାରଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତରାରେ ଆୟୋଜିତ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ୩୦ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ଯୋଗ ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। […]

neha-1
ବାହା ହେଲେ ପୂର୍ବତନ ମିସ୍ ଇଣ୍ଡିଆ ନେହା ଧୂପିଆ

ସୋନମ୍ କାପୁରଙ୍କ ବିବାହ ପରେ ବଲିଉଡ୍‌ରୁ ଆସିଛି ଆଉ ଏକ ଭଲ ଖବରା ହାତକୁ ଦି ହାତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଇଣ୍ଡିଆ ଓ ଟେଲିଭିଜନ୍ ଜଗତର ଚର୍ଚ୍ଚିତ ଚେହେରା ନେହା ଧୂପିଆ। ନେହା ତାଙ୍କର ସବୁଠୁ ଭଲ ବନ୍ଧୁ ଅଙ୍ଗଦ ବେଦୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ଅଚାନକ ଟ୍ୱିଟ୍ କରି ଜଣାଇଛନ୍ତି। Best decision of my life.. today, I married my best friend. […]

sushama
କାଶ୍ମୀର ଛାତ୍ରଙ୍କ ଟ୍ୱିଟ୍‌ ପଢି ବିରକ୍ତ ହେଲେ ସୁଷମା

If you are from J&K state, we will definitely help you. But your profile says you are from ‘Indian occupied Kashmir’. There is no place like that. @indembmanila https://t.co/Srzo7tfMSx — Sushma Swaraj (@SushmaSwaraj) 10 May 2018

mumbai train
ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା ; ଦୁଇ ଜଣଙ୍କୁ ଅଟକ ରଖିଲା ଆର୍‌ପିଏଫ୍

ମୁମ୍ବାଇ : ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା। ଚଳନ୍ତା ଟ୍ରେନ୍‌ରେ ବିପଦଜନକ ଷ୍ଟଣ୍ଟ ଦେଖାଇବାରୁ ଅଟକ ରଖିଲା ପୁଲିସ୍।  ସୂଚନା ମୁତାବକ, ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିଲେ କିଛି ନାବାଳକ। ଟ୍ରେନ୍ ଚାଲିବା ଏବଂ ରହଣି ସମୟରେ କିଛି ବିପଦଜନକ ଷ୍ଟଣ୍ଟ ଦେଖାଇବା ସହ ଏହାର ଭିଡିଓ ମଧ୍ୟ କରିଥିଲେ। ଯାହାକୁ ଦେଖିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍‌ପିଏଫ୍। ତେବେ ଆର୍‌ପିଏଫ୍ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତ ଫେରାର […]

arvind kejriwal
କେଜ୍ରିୱାଲଙ୍କ ସଂପର୍କୀୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି। ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ ଟେଣ୍ଡରରେ ଫେକ୍ ବିଲ୍ ଦେଇଥିଲେ ବିନୟ। ଏପରିକି ତାଙ୍କ ନାଁରେ ଥିବା କମ୍ପାନୀ ମଧ୍ୟ ଫେକ୍ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିନୟଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ […]

modi 3
ମାଲ୍‌ଡିଭସ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାଲ୍‌ଡିଭସ୍‌ : ମାଲ୍‌ଡିଭସ୍‌ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ମାଲେରେ ପହଞ୍ଚିବା ପରେ ମୋଦିଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ମୋଦିଙ୍କ ଦ୍ୱିତୀୟ ପାଳିରେ ଏହା ପ୍ରଥମ ବିଦେଶ ଗସ୍ତ। ତେଣୁ ଏହି ଗସ୍ତ ଉଭୟ ଭାରତ ଏବଂ ମାଲଡିଭସ୍ ପାଇଁ ବେଶ ଗୁରୁତ୍ୱବହନ କରୁଛି। ଏହି ଅବସରରେ ମୋଦି ମିତ୍ର ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୁଖ୍ୟତଃ ମାଲଡିଭସ୍ ସହ ବିଦେଶ ନୀତି, ବାଣିଜ୍ୟିକ ଏବଂ ପର୍ଯ୍ୟଟନ ଶିଳ୍ପକୁ […]

potato bread
ଘରେ ପ୍ରସ୍ତୁତ କରନ୍ତୁ ଆଳୁ ପାଉଁରୁଟି

ଆବଶ୍ୟକୀୟ ସାମଗ୍ରୀ: ପାଉଁରୁଟି, ଆଳୁ, ଧନିଆ ପତ୍ର, ଜିରାଗୁଣ୍ଡ, କଞ୍ଚାଲଙ୍କା କଟା, ପିଆଜ କଟା। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ଦେଇ ତାକୁ ଚକଟି ଦେବେ ଏବଂ ପାଉଁରୁଟି ଗୁଡ଼ିକୁ ପାଣିରେ ବତୁରାଇ ଚିପୁଡ଼ି ପାଣି ବାହାର କରିଦେବେ ଓ ଆଳୁ ଚକଟା ସହିତ ମିଶାଇବେ। ଲୁଣ, କଟା କଞ୍ଚାଲଙ୍କା, ପିଆଜ, ଧନିଆ ପତ୍ର ସେଥିରେ ପକାଇବା ପରେ ତେଲରେ ଛାଣି ନେବେ। ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ ପ୍ଲେଟ୍‌ରେ କାଢ଼ି ଟମାଟୋ ସସ୍‌ […]

jagan
ମୁଖ୍ୟମନ୍ତ୍ରୀ ଭାବେ ଜଗନ ମୋହନଙ୍କ ଦାୟିତ୍ୱ ଗ୍ରହଣ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂଆ ରାଜଧାନୀ ଅମରାବତୀ ସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପଣ୍ଡିତଙ୍କ ଆର୍ଶୀବାଦ ନେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।   ସେପଟେ ଆଜି ଅନ୍ୟ ୫ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ନିଜ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ପ୍ରଥମ ଥର ପାଇଁ ସରକାରକୁ ଆସିଥିବା ଜଗନ ମୋହନ ଐତିହାସିକ ନିଷ୍ପତ୍ତି ନେଇ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ଯାଉଛନ୍ତି। […]

ed
ନ୍ୟୁଜ୍‌ ପୋର୍ଟାଲ୍‌ ‘କ୍ୱିଣ୍ଟ’ର ପ୍ରତିଷ୍ଠାତା ରାଘବ ବେହଲଙ୍କ ନାମରେ ଇଡି ମାମଲା

ନୂଆଦିଲ୍ଲୀ : ନ୍ୟୁଜ୍‌ ୧୮ର ପ୍ରତିଷ୍ଠାତା ତଥା କ୍ୱିଣ୍ଟ ଏବଂ ବ୍ଲୁମବର୍ଗ ଆଦି ଗଣମାଧ୍ୟମ ପ୍ରତିଷ୍ଠାନର ମୁଖ୍ୟ ରାଘବ ବେହଲଙ୍କ ନାମରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆୟକର ବିଭାଗର ଏକ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ସେ ଲଣ୍ଡନରେ ୨.୪୫ କୋଟି ଟଙ୍କା ମୂଲ୍ୟର ଏକ ସମ୍ପତ୍ତିରେ ନିବେଶ କରିଥିଲେ ହେଁ ଏହାର ଉତ୍ସ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ଦେଇପାରିନଥିଲେ। ଜଣେ ବରିଷ୍ଠ ଇଡି ଅଧିକାରୀ ଏବିଷୟରେ ସୂଚନା […]