• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

yeddyurappa
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର।  ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଏଥିପାଇଁ ରାଜଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦ୍ୟୁରପ୍ପା ବିଜୟ ସୂଚକ ବା VICTORY SIGN ଦେଖାଇଥିଲେ। ୨୩ତମ ମୁଖ୍ୟମନ୍ତ୍ରୀ […]

Yeddyurappa
ଆଜି ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। […]

varanasi
ବାରାଣସୀ ବ୍ରିଜ ଭୁଶୁଡିବା ଘଟଣା: ୪ ଅଫିସରଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବାରାଣସୀ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣା ପରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର। ଏହି ଅଘଟଣ ପାଇଁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଭରବ୍ରିଜର ମୁଖ୍ୟ ପରିଯୋଜନା ପ୍ରବନ୍ଧକଙ୍କ ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି।  ଗତକାଲି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ୪୮ ଘଣ୍ଟା ମଧ୍ୟରେ ରିପୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଆଜି ତଦନ୍ତ କମିଟି ମୁଖ୍ୟ ରାଜ ପ୍ରତାପ ସିଂହ ଘଟଣାସ୍ଥଳରେ ପହଞ୍ଛି ସ୍ଥିତି […]

ramjan
ରମଜାନ ମାସରେ ହେବ ନାହିଁ ସର୍ଚ୍ଚ ଅପରେସନ

ଶ୍ରୀନଗର: ରମଜାନ ମାସରେ ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଜାମ୍ମୁ-କାଶ୍ମୀରର ମୁସଲମାନ ଭାଇଭଉଣୀମାନେ ବିନା ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। କିନ୍ତୁ ଯଦି ସାଧାରଣ ନାଗରିକ କିମ୍ବା ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି। ପୂର୍ବରୁ ସର୍ବଦଳୀୟ ବୈଠକରେ ରମଜାନ ମାସରେ […]

yeddyurappa (1)
ଆସନ୍ତାକାଲି ସକାଳ ୯ଟାରେ ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ରାଜଭବନରେ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବି.ଏସ୍ ୟେଦ୍ୟୁରପ୍ପା ହେଉଛନ୍ତି ଏନଡିଏର ୨୩ ତମ ମୁଖ୍ୟମନ୍ତ୍ରୀ। ୟେଦ୍ୟୁରପ୍ପାଙ୍କ ଶାସନ ସହ ସୁବର୍ଣ୍ଣ କର୍ଣ୍ଣାଟକ ଗଠନ ଅଭିଯାନ ଆରମ୍ଭ ହେବ ବୋଲି ବିଜେପି […]

Yeddyurappa
କର୍ଣ୍ଣାଟକରେ ସରକାର ଗଢ଼ିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

Karnataka Governor’s letter inviting BJP’s BS Yeddyurappa to form government. #KarnatakaElectionResults2018 pic.twitter.com/EafBULC7nr — ANI (@ANI) 16 May 2018

B S Yeddyurappa ,
କଳ୍ପନା ଜଳ୍ପନାର ଅବସାନ : ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଡାକିଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶେଷରେ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏ ନେଇ ଏଏନ୍‌ଆଇ ସୂତ୍ରରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି। ତେବେ ଏହା ପରେ କଂଗ୍ରେସ ଓ ଜେଡିଏସ […]

esi
କମିଲା ESI ବୀମା ରାଶି

ନୂଆଦିଲ୍ଲୀ:ଗୁରୁବାର ଇଏସ୍‌ଆଇ ବୀମାରେ ଯୋଗଦାନ ବା କଣ୍ଟ୍ରିବ୍ୟୁସନ୍‌ ହାର ୬.୫%ରୁ ୪%କୁ କମ୍‌ କରି ଦିଆଯାଇଛି। ଏହି କ୍ରମରେ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ୪.୭୫%ରୁ ୩.୨୫%କୁ ଖସିଆସିଛି। ସେହିଭଳି କର୍ମଚାରୀଙ୍କ ଯୋଗଦାନ ୧.୭୫%ରୁ ୦.୭୫%କୁ ଖସିଆସିଛି। ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଲାଗୁ ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ୩.୬ କୋଟି କର୍ମଚାରୀ ଏବଂ ୧୨.୮୬ ଲକ୍ଷ ନିଯୁକ୍ତିଦାତାଙ୍କୁ ସିଧାସଳଖ ଫାଇଦା ମିଳିବ। ଯିଏ ମାସିକ ୨୧ ହଜାର […]

JIO-2
ଓଡ଼ିଶାରେ ‘ଜିଓ’ ରାଜୁତି ; ତିନି ମାସରେ ୪୦୩ କୋଟି ଟଙ୍କା ଆୟ

ଭୁବନେଶ୍ୱର : ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍‌ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛି। ସୂଚନା ଅନୁସାରେ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪% ବଜାର ଦଖଲ କରିଛି। ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ […]

surrogate delivery
ବନ୍ଧ୍ୟାଙ୍କୁ ସନ୍ତାନ ସୁଖ ଦେଲେ ବାନ୍ଧବୀ, ସାରା ଦୁନିଆ ପାଇଁ ହେଲେ ଉଦାହରଣ

ଭର୍ଜିନିଆ: ଜଣେ ମହିଳା ତାଙ୍କ ବାନ୍ଧଵୀ ପାଇଁ କେତେ ବଡ ଅବଦାନ କରିପାରନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ଦେଖିବାକୁ ମିଳିଛି ଆମେରିକାରେ I ଭର୍ଜିନିଆର ଏରିକା ହଷ୍ଟନ- ଏଲେମ (୩୪) ନାମକ ଜଣେ ମହିଳା ତାଙ୍କ ପିଲାଦିନର ବାନ୍ଧବୀଙ୍କ ପାଇଁ ସରୋଗେଟ ମାଆ ସାଜି ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ତାଙ୍କ ବାନ୍ଧବୀ ଯିଏ ଜୀବନରେ କେବେ ମାଆ ହୋଇ ପାରିବେ ନାହିଁ ବୋଲି ଭାବିଥିଲେ ସେ ଦୁଇ ଦୁଇଟି ସନ୍ତାନର […]

Untitled-1 copy
ରଜକୁ ରଙ୍ଗୀନ କରିବ ୨ଟି ଦମଦାର ସିନେମା

ଭୁବନେଶ୍ୱର : ଏଥର ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇଦୁଇଟି ଫିଲ୍ମ ଭେଟିଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। କାଲି ପରଦାକୁ ଆସୁଛି ଗୋଲ୍‌ମାଲ୍ ଲଭ୍ ଓ ତୁ ମୋ ଲଭ୍ ଷ୍ଟୋରି-ଟୁ। ଗୋଲ୍‌ମାଲ୍ ଲଭ୍‌ରେ ନୂଆଯୋଡ଼ି ବାବୁଶାନ ଓ ତମନ୍ନା ଥିବା ବେଳେ ତୁ ମୋ ଲଭ୍ ଷ୍ଟୋରିର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ।  ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ ସେଟ୍‌ଲ ହୋଇ ପାଉଣ୍ଡ୍ କମାଇବାର […]

match
ବିଶ୍ୱକପ୍‌ କ୍ରିକେଟ୍‌ : ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ବାତିଲ୍‌

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚକୁ ମଧ୍ୟ ବର୍ଷା ଧୋଇ ନେଇଛି। ଏଥିସହ ମ୍ୟାଚ୍ ଦେଖିବାକୁ ଆସିଥିବା ହଜାର ହଜାର ଭାରତୀୟ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଛି। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ପଏଣ୍ଟ ଭାଗ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ୭ ପଏଣ୍ଟ ସହ ଶୀର୍ଷରେ ସ୍ଥିର ରହିଥିବା […]

naveen-patnaik
ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଲାଲ୍‌ବାହୀନକୁ ନବୀନଙ୍କ ଆହ୍ୱାନ

Union Home Minister Shri @rajnathsingh called me & congratulated @odisha_police on it’s stupendous success in anti-Maoist operations in #Odisha. In democracy there is no place for violence. I appeal to them to drop weapons & join the mainstream. — Naveen Patnaik (@Naveen_Odisha) May 16, 2018

kumarswami
ଜେଡିଏସ୍‌ର ଅଭିଯୋଗ: ଲୋଭନୀୟ ଅଫର ଦେଉଛି ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ସେନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପତ୍ର ଦେଇଥିବା ବେଳେ ଜେଡ଼ିଏସ୍  ଓ କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ ଦଳ ଦାବି କରୁଛନ୍ତି। ବୁଧବାର ଜେଡିଏସ୍‌ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାରସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି।  ନିର୍ବାଚିତ ହେବାପରେ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ ବିଜେପି […]

yy
ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କଲେ ୟେଦୁରପ୍ପା

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ରାଜନୀତି। କିଏ ଗଢିବ ସରକାର ସେ ନେଇ ସସ୍‌ପେନ୍ସ ଲାଗି ରହିଛି। ସେପଟେ ସରକାର ଗଢିବାକୁ ଲାଗିପଡିଛନ୍ତି ବିଜେପି ଓ ଜେଡିଏସ୍-କଂଗ୍ରେସ ମେଣ୍ଟ। ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି କରିଛନ୍ତି। ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ବି.ଏସ୍. ୟେଦୁରପ୍ପା। ଏହାପରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ସୁଯୋଗ […]

nana
ଯୌନ ନିର୍ଯାତନା ମାମଲା ; ନାନା ପାଟେକରଙ୍କୁ ପୁଲିସର କ୍ଲିନ୍‌ଚିଟ୍‌

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ଏକ ପ୍ରକାରର ବନ୍ଦ ହୋଇଯାଇଛି। ଆଜି ମୁମ୍ବାଇ ପୁଲିସ୍‌ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ କରିସାରିବା ପରେ କୋର୍ଟଙ୍କୁ ଅବଗତ କରାଇଛି। ତଦନ୍ତ ବେଳେ ନାନାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅମୂଳକ ବୋଲି କୋର୍ଟଙ୍କୁ ପୁଲିସ୍‌ ଜଣାଇଛି। ପୁଲିସ୍‌ କହିଛି ଯେ ତଦନ୍ତ ବେଳେ ଏମିତି କିଛି ପ୍ରମାଣ ମିଳିନାହିଁ ଯେ ଯାହାଦ୍ୱାରା ନାନାଙ୍କୁ ଏହି […]

rain
ନଟିଂହ୍ୟାମରେ ବର୍ଷା, ଟସ୍ ପଡ଼ିବାରେ ବିଳମ୍ୱ

ଲଣ୍ଡନ : ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଲା। ବର୍ଷା ଯୋଗୁ ଆଜି ଇଂଲଣ୍ଡର ନଟିଂହ୍ୟାମରେରେ ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବିଳମ୍ବ ହୋଇଛି। ବର୍ଷା ହେଉଥିବାରୁ ଖବର ଲେଖାଯିବା ସୁଦ୍ଧା ଟସ୍ ମଧ୍ୟ ପଡ଼ିପାରିନି। ନଟିଂହ୍ୟାମରେ ଗତକାଲି ରାତିରେ ଲଗାଣ ବର୍ଷା ହୋଇଥିଲା। ଏହାପରେ ଆଜି ସକାଳେ ଦୁଇରୁ ତିନି ଘଣ୍ଟା ପାଇଁ ପାଗ ଶୁଖିଲା ରହିଥିଲା। ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଛି। ଇଂଲଣ୍ଡ ପାଣିପାଗ […]