ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ସତ୍ତ୍ୱେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରାୟ ୩ ସପ୍ତାହ ଧରି ତୈଳ ଦରକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଉଛି। […]
ନୂଆଦିଲ୍ଲୀ : ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦମଦାର ଅଭିଭାଷଣ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରି ପ୍ରତାପ ନିଜ ବାକ୍ ପଟ୍ଟୁତା, ସାଂସ୍କୃତିକ ଓ ବୌଦ୍ଧିକ ଜ୍ଞାନ ସମ୍ଭାର ଉପସ୍ଥାପନ କରିବା ସହ ରାଜନୀତିରେ ନିଜ ନିଗୁଢ଼ତାର ପ୍ରମାଣ ବି ଦେଇଥିଲେ। ହିନ୍ଦୀ, ଇଂରାଜୀ, ବଙ୍ଗଳା, ଓଡ଼ିଆ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କରିବା ସହ ଗୀତା, ଭାଗବତ, ବେଦ ଓ ଉପନିଷଦର ଉପାଖ୍ୟାନ ଜରିଆରେ ଭାରତୀୟ […]
ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ […]
ଆମେଠି : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ପାରମ୍ପରିକ ଆସନ ଆମେଠିରେ ହରାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅସୁସ୍ଥ ମହିଳାଙ୍କ ପାଇଁ ନେଇଥିବା ପଦକ୍ଷେପ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ କନ୍ଭୟରେ ଥିବା ଆମ୍ବୁଲାନ୍ସରେ ହିଁ ଏହି ମହିଳାଙ୍କୁ ହସ୍ପିଟାଲ ପଠାଇଛନ୍ତି। #WATCH Uttar Pradesh: Smriti Irani, BJP MP from Amethi takes a woman to hospital in her convoy ambulance. pic.twitter.com/ohWl12minG — ANI […]
ନୂଆଦିଲ୍ଲୀ : ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ୪୦ ଜଣ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନାମ ‘ଇକନମିକ୍ […]
ବେଙ୍ଗାଲୁରୁ : ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ନେତା ଏଚ୍.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ […]
ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]