ପୁରୀ: ଗତକାଲି ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ। ବିଧି ମୁତାବକ ସକାଳ ଧୂପ ସରିବା ପରେ ତିନି ଠାକୁରଙ୍କ ଆଜ୍ଞାମାଳ ରଥରେ ଲାଗି କରାଯିବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଲାଗି କରାଯିବ। ଏହାପରେ ପ୍ରଥମେ ଦେବୀ […]
ନୂଆଦିଲ୍ଲୀ : ରତନ ଟାଟା । ପରିଚୟ ପାଇଁ କେବଳ ଏହି ନାଁ ହି ଯଥେଷ୍ଟ । କାହିଁକି ନା ବିଜିନେସ୍ ୱର୍ଲଡରେ ଏହି ନାଁକୁ କିଏ ନଜାଣେ । ନିକଟରେ ରତନ ଟାଟା ନିଜର ୟଙ୍ଗ୍ ବୟସର ଫଟୋ ସୋଶାଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ ବହୁତ ଲୋକ ପସନ୍ଦ କରିଥିଲେ । ଏବେ ଏମିତି ଏକ ଫଟୋ ସେୟାର କରିଛନ୍ତି , ଯାହାକୁ ଦେଖିଲେ ହୃଦୟ ଖୁସିରେ ନାଚି ଉଠିବ। ଜଣେ ଭାରତୀୟ […]
ଭୁବନେଶ୍ୱର: ନିଟ୍ ଓ ଜେଇଇ ର ପ୍ରତି ପରୀକ୍ଷାର୍ଥୀଙ୍କୁ ମିଳିପାରେ ୟୁନିକ୍ ସେଟ୍ ଅଫ୍ କୋଶ୍ଚିନ୍। ଏନେଇ ଯୋଜନା ପ୍ରସ୍ତୁତ କରିଛି ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି- NTA। ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଅବଲମ୍ବନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏନ୍ଟିଏ ଏପରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମଥର ଲାଗି ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ପଦ୍ଧତି ଅନ୍ଲାଇନ୍ କରାଯାଇଛି। ଏଥିରେ ନିର୍ଦ୍ଦିଷ୍ଟ ସେଟ୍ ବଦଳରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସଫ୍ଟଓୟାର […]
ଗଞ୍ଜାମ : ନାଁ ତାର କାହ୍ନା। ହେଲେ ରୂପ କିନ୍ତୁ ଭିନ୍ନ । ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ। ଅଦ୍ଭୁତ ଦେଖାଯାଉଛି ଶରୀରର ବିଭିନ୍ନ ଅଂଶ । ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ । ତାସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ ଅାଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି। ଗଞ୍ଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଅାସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ। ପ୍ରଥମେ […]
ଭୁବନେଶ୍ୱର : ୧୯ ନିର୍ବାଚନରେ କଟିପାରେ ୪୦ରୁ ୫୦ ବିଜେଡି ବିଧାୟକଙ୍କ ଟିକେଟ୍। ଜଟିଳ ହୋଇପାରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ଏଭଳି ସ୍ଥିତିର ମୁକାବିଲା ଲାଗି ବିଜେଡି ଖେଳୁଛିକି ବିଧାନ ପରିଷଦ ଗୋଟି ? ନେତାଙ୍କ ଲାଗି ରେଡି ରଖୁଛି କି ଲଲିପପ୍ ? ବିଧାନ ପରିଷଦ ଗଠନ ଲାଗି ପ୍ରସ୍ତାବ ଆସିବାର ସାଢ଼େ ୩ ବର୍ଷ ପରେ ଓ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ ସରକାରଙ୍କ ତତ୍ପରତାକୁ ନେଇ ଉଠିଛି ଏମିତି ପ୍ରଶ୍ନ। […]
ହିମାଚଳ ପ୍ରଦେଶ : ଖସି ପଡ଼ିଲା ଆଉ ଏକ ମିଗ୍ ଯୁଦ୍ଧ ବିମାନ। ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ପଟ୍ଟା ଜାତିୟାନ ନିକଟରେ ଏକ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମିଗ୍ ବିମାନଟି ପଞ୍ଜାବ ପଠାନକୋଟ ଏୟାରବେସ୍ରୁ ଉଡ଼ାଣ କରିଥିଲା। ରୁଟିନ୍ ଉଡ଼ାଣ ସମୟରେ ଦିନ ଗୋଟାଏ ବାଜି ୨୧ ମିନିଟରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ପୁରା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଖସି ପଡ଼ିଥିଲା। ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜାଣିବା […]
ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବୁଧବାର ଭାରତୀୟ କ୍ରିକେଟ ବୋର୍ଡ଼ (ବିସିସିଆଇ) ପକ୍ଷରୁ ଘୋଷଣା ହୋଇଥିବା ଦଳରେ, ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷବ ପନ୍ତଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ସେହିପରି ପେସ୍ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାପର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଏକ […]
ନୂଆଦିଲ୍ଲୀ : ବିଜେପି ଛାଡ଼ିଲେ ବରିଷ୍ଠ ନେତା ଚନ୍ଦନ ମିତ୍ର। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ବିଜେପି ଛାଡ଼ି ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏମିତିକି ଅାସନ୍ତା ଶନିବାର ଦିନ ସେ ଟିଏମ୍ସିରେ ଯୋଗ ଦେବାର ସମ୍ଭାବନା ରହିଛି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହା […]
ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାରେ ଥିବା ଏନ୍ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି ବିରୋଧୀ। ଟିଡିପି, ଏନ୍ସିପି ଓ କଂଗ୍ରେସ ଏନ୍ଡିଏ ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି। ଏହି ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। ତା ଉପରେ ଅାସନ୍ତା ଶୁକ୍ରବାର ଲୋକସଭାରେ ଅାଲୋଚନା ହେବ। ରାଜ୍ୟସଭାରେ ଅାସନ୍ତା ସୋମବାର ଅାଲୋଚନା ହେବ। ଗତ ଅଧବେଶନରେ ମଧ୍ୟ ଟିଡିପି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଥିଲା। କିନ୍ତୁ ତା ଉପରେ […]
ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ବିଧାନ ପରିଷଦ ଗଠନ ପାଇଁ ପାଇଁ ୨ଟି ରାଜ୍ୟ ଅନୁଧ୍ୟାନ କରି ଫେରିଲା ସ୍ୱତନ୍ତ୍ର ଅନୁଧ୍ୟାନ କମିଟି। ତିନିଜଣିଆ ଟିମ୍ ବିହାର ଓ ତେଲେଙ୍ଗାନା ଯାଇ ସେମାନଙ୍କ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏନେଇ ରାଜ୍ୟସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଅାଯିବ ବୋଲି କମିଟିର ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି। ତେଲେଙ୍ଗାନାରେ ଯେପରି ରିଜୋଲ୍ୟୁସନ୍ ପାସ୍ ହେଲା, ସେହି ଅାଧାରରେ ରିଜୋଲ୍ୟୁସନ ଅାସିପାରେ ବୋଲି ସେ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ ନୃସିଂହ […]
ନୂଆଦିଲ୍ଲୀ : ଦେଶର ଅର୍ଥ ବ୍ୟବସ୍ଥା ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ, ଆଉ ୩ ଦିନ ପରେ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ରେ ଅର୍ଥମନ୍ତ୍ରୀଙ୍କ ଫୋକସ୍ରେ ରହିବ କେଉଁ ସବୁ ସେକ୍ଟର ? ଦେଶର ଧିମା ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିବାକୁ କେଉଁ ରଣନୀତି ଆପଣାଇବେ ନିର୍ମଳା ? ଅନୁମାନ କରାଯାଉଛି, ଆସନ୍ନ ବଜେଟ୍ରେ ରିୟଲ୍ ଇଷ୍ଟେଟ୍ ଓ […]
ନୂଆଦିଲ୍ଲୀ: ପୁଣି ଥରେ ଲାଇଭ କାର୍ଯ୍ୟକ୍ରମରେ ଦେଖିବାକୁ ମଳିଛି ଅଭାବନୀୟ ଦୃଶ୍ୟ। ଜାତୀୟ ଗଣମାଧ୍ୟମ ଜୀ ହିନ୍ଦୁସ୍ତାନୀରେ ଟ୍ରିପଲ୍ ତଲାକ୍ ଉପରେ ଚାଲିଥିଲା ଏକ ଲାଇଭ କାର୍ଯ୍ୟକ୍ରମ । ବିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା ଇଜାଜ୍ ଆର୍ଶଦ କାଜମୀ। ତେବେ ଏହାକୁ ନେଇ ମାମଲା ଦାୟର ହେବା ପରେ ମୌଲାନା ଇଜାଜ୍ଙ୍କୁ ଗିରଫ କରିଛି ପୁଲିସ। ଏହି ବିତର୍କର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। (ସୌଜନ୍ୟ: ୟୁ […]
ଢାକା : ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥିତ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ୪୬ ରନରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀକୁ ପରାସ୍ତ କରିଛି। ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୪୩୨ ରନ୍ […]
ମାଲକାନଗିରି: ରାସ୍ତାରେ ଚାଲିଗଲା ରୋଗୀର ଜୀବନ। ଗାଁକୁ ରାସ୍ତା ନ ଥିବାରୁ ରୋଗୀକୁ ଆଣିବାକୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ୪ କିଲୋମିଟର ଆଣିବା ବାଟରେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ। ସୂଚନା ଅନୁସାରେ, ଖଇରପୁଟ କାଦଗୁଡ଼ା ଗାଁର ଜମ୍ବତି କଂସାରୀ ନାମ୍ନୀ ଜଣେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା। […]
କୋଏମ୍ୱାଟୁର : କୋଏମ୍ୱାଟୁରରେ ସିଟି ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏହି ହସ୍ପିଟାଲର ଡାକ୍ତରୀଦଳ ଜଣେ ୧୩ ବର୍ଷୀୟା ଝିଅ ପେଟରୁ ଅଧ କେଜିରୁ ଅଧିକ ମଣିଷ ଚୁଟି , ଖାଲି ସାମ୍ପୋ ପ୍ୟାକେଟ୍ ଭଳି ପ୍ଲାଷ୍ଟିକ୍ ଦ୍ରବ୍ୟ ବାହାର କରିଛନ୍ତି । ସୂଚନା ମୁତାବକ, ୭ମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକାଙ୍କର ଗତ କିଛି ଦିନ ଧରି ପେଟରେ ଯନ୍ତ୍ରଣା ହେଉଥିଲା । ତାଙ୍କର ମାତା-ପିତା ତାଙ୍କୁ ଏକ ପ୍ରାଇଭେଟ ମେଡିକାଲ (VGM […]