ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି। ଆଉ କିଛି ଘଣ୍ଟା ପରେ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ତିହାରୀ ଜେଲ୍ ପକ୍ଷରୁ ଡେଥ୍ ୱାରେଣ୍ଟି ଜାରି କରିବାକୁ ନେଇ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ୪ ଜଣଙ୍କୁ କେବେ ଫାଶୀ ଦିଆଯିବ ସେ ନେଇ ଆବେଦନ ହୋଇଛି । ତିହାର ଜେଲ୍ କର୍ତ୍ତୃପକ୍ଷ ଗତକାଲି ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇବା ସହ ଏହାକୁ ଘୁଞ୍ଚାଇଥିଲେ । ଯାହାକୁ […]
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍ରେ ଭାଇରାଲ୍ ହୋଇଯାଏ । ଶିଳ୍ପା ସେଟ୍ଟୀ ଏବେ ଏମିତି ଏକ ଭିଡ଼ିଓ ନିଜର ଅଫିସିୟାଲ୍ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି , ଯାହା ଖୁବ୍ ଭାଇରାଲ୍ ସାଜିଛି । […]
ନୂଆଦିଲ୍ଲୀ : ଏୟାରସେଲ୍-ମାକସିସ୍ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ ହୋଇଛି। ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଚିଦାମ୍ବରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ୨୦୦୬ ମସିହାରେ ଏୟାରସେଲ୍-ମାକସିସ୍ ଡିଲ୍ ହୋଇଥିଲା। ସେହି ସମୟରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସିବିଆଇ ଚାର୍ଜସିଟ୍ରେ ଦର୍ଶାଯାଇଛି। ବର୍ତ୍ତମାନ ସୁଦ୍ଧା ମାମଲାରେ ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସହ ୧୮ଜଣଙ୍କ ନାଁରେ ସିବିଆଇ ଚାର୍ଜସିଟ୍ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇଛନ୍ତି। ଏହା ପରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା’। ୨୦୧୨ରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିଲେ ନିର୍ଭୟା। ଦ୍ୱିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦିପକାଇଛନ୍ତି। ଦୀର୍ଘ ୭ ବର୍ଷ ତଳେ ତାଙ୍କ ଝିଅଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ହେଲେ ଏଯାବତ ସେ […]
ଭଦ୍ରକ: ଭଦ୍ରକ ରାଣିତାଲ ରାହାଞ୍ଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ସ୍କୁଲ୍ ପିଲା ପ୍ରାଣ ହରାଇ ଥିବାବେଳେ ଅନ୍ୟ ୫ ଜଣ ଗୁରତର ହୋଇଛନ୍ତି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲାମାନେ ସ୍କୁଲ୍ ଛୁଟି ପରେ ଘରକୁ ଫେରୁଥିବା ସମୟରେ ସେମାନଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଡ୍ରାଇଭର ଓ ହେଲ୍ପର ଫେରାର୍ ହୋଇଯାଇଛନ୍ତି। ଘଟଣା […]
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହେବାକୁ ଥିବା ଏହି ନୂତନ ଶହେ ଟଙ୍କିଅା ନୋଟ୍ ବାଇଗଣି ରଙ୍ଗର ରହିବ। RBI ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ନୂଅା ନୋଟ୍ ଅାସିଲେ ବି ପୁରୁଣା ଶହେ ଟଙ୍କିଅା ନୋଟ୍ ପ୍ରଚଳନ ରହିବ। ନୂଅା ନୋଟ୍ ପୁରୁଣା ନୋଟ୍ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଅାଠୁ ସାମାନ୍ୟ ବଡ଼ ରହିବ। ନୂଅା ଶହେ ଟଙ୍କିଅା […]
ନୂଆଦିଲ୍ଲୀ : ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଆସନ୍ତାକାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟାଳିଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ଆସନ୍ତାକାଲି ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ଘୁଞ୍ଚାଇ ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ତେବେ କେବେ ଫାଶୀ ଦିଆଯିବ ସେ ନେଇ ଦିନ ଧାଯ୍ୟ ହୋଇନାହିଁ । ଦୋଷୀଙ୍କ ଆଇନଗତ ଦିଗ ବାକି ଥିବାରୁ […]
ୱେଲିଂଟନ୍: ପୁଣି ସୁପର୍ ଓଭର ନିର୍ଦ୍ଧାରିତ କରିଛି ମ୍ୟାଚ୍ ଫଳାଫଳା। ତୃତୀୟ ଟି-୨୦ ପରେ ଏଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣି କାଳ ହୋଇଛି ସୁପର୍ ଓଭର୍। ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇନଫର୍ମ ରାହୁଲ ପ୍ରଥମ ଦୁଇ ବଲରେ […]
ଛତିଶଗଡ଼: ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି […]
ନୂଆଦିଲ୍ଲୀ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି ହୋଇଛି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ଅନ୍ୟପକ୍ଷେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ […]
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ବସ ୨୫୦ ମିଟର ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଓ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ବ୍ୟବସ୍ଥା […]
କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ […]
ଚିତ୍ରକୋଣ୍ଡା: ପୂରଣ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବିଧା ପାଇଁ ଖୋଲାଯାଇଛି ସମ୍ପର୍କର ସେତୁ ଗୁରୁପ୍ରିୟା। ଆରମ୍ଭ ହୋଇଛି ଯାତାୟାତ। ଫଳରେ ଏବେ ଡଙ୍ଗା ଛାଡ଼ି ସ୍ଥଳପଥରେ ସୁବିଧାରେ ଯାତାୟାତ କରିପାରୁଛନ୍ତି ଲୋକେ। କିଏ ଚାରି ଚକିଆ ତ କିଏ ଦୁଇ ଚକିଆ ଯାନରେ ଆଉ କିଏ ପରିବାର ସହ ଚାଲି ଚାଲି ଯାଉଛି। ଏବେ ଜଳପଥ ଛାଡ଼ି ସ୍ଥଳପଥରେ ପୁଣି ରାତି ହେଉ ବା ଦିନ ଯେତେବେଳେ ଚାହିଁଲେ […]