ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲ୍ଗାମ୍ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ପୋଲିସ ୩ଟି ବନ୍ଧୁକ ଜବତ କରିଛି। କୁଲ୍ଗାମ୍ ଜିଲ୍ଲାରୁ ଜଣେ ପୁଲିସ୍ କନଷ୍ଟେବଳଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିବା ପରେ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ବୋଲି ପୋଲିସ୍ ସନ୍ଦେହ କରୁଛି। 3 bodies of terrorists recovered with three weapons so far from encounter site. — Shesh […]
ହାମିଲଟନ୍ : ଟି-ଟ୍ୱେଣ୍ଟି ପରେ ଆଜିଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ମୁକାବିଲା । ହାମିଲଟନ ସେଡନ୍ ପାର୍କରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ କରି ୫୦ଓଭରରେ ୪ୱିକେଟ ହରାଇ ୩୪୭ କରିଛି । ନ୍ୟୁଜିଲାଣ୍ଡକୁ ୩୪୮ରନ୍ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ ପଡିଥିବାରୁ ଆଜି ଓପନର୍ […]
ଉତ୍ତର ପ୍ରଦେଶ : ମିର୍ଜାପୁର ଅଂଚଳର ଅଟାରି ପ୍ରାଇମେରୀ ସ୍କୁଲ୍ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩ ବର୍ଷିୟା ଛାତ୍ରୀ ସ୍କୁଲରେ ରୋଷେଇ ଚାଲିଥିବା ମିଡ୍ ଡେ ମିଲ୍ ରନ୍ଧା ପାତ୍ରରେ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ଉକ୍ତ ଘଟଣାଟି ଗତ ରବିବାର ଦିନ ଘଟିଥିଲା । ଗରମ ରନ୍ଧା ଖାଦ୍ୟ ପାତ୍ରରେ ପଡ଼ି ଯିବାରୁ ପିଲାଟି ଶରୀରର ୮୦ ପ୍ରତିଶତ କ୍ଷତ ହୋଇ ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ […]
ନୂଆଦିଲ୍ଲୀ: ଇସ୍ରୋର ଘରୋଇକରଣ ଚକ୍ରାନ୍ତ। ୨୭ଟି ସ୍ୟାଟେଲାଇଟ୍ ନିର୍ମାଣ ପାଇଁ ଇସ୍ରୋ ଗୋଟିଏ ଦିନ ପୂର୍ବରୁ ଦୁଇଟି ଘରୋଇ କମ୍ପାନୀ ଓ ଗୋଟିଏ ସରକାରୀ କମ୍ପାନୀ ସହ ଚୁକ୍ତି କରିବା ପରେ ଅହମ୍ମଦାବାଦ ସ୍ପେସ୍ ଆପ୍ଲିକେସନ୍ କେନ୍ଦ୍ରର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ଗୁରୁବାର ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଶ୍ରୀ ମିଶ୍ରଙ୍କୁ ୧୯ ତାରିଖ ମଧ୍ୟାହ୍ଣରୁ ସମସ୍ତ ଦାୟିତ୍ୱରୁ ଅବ୍ୟାହତି […]
କେନ୍ଦୁଝର : କେନ୍ଦୁଝର କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ। ସଦର ଥାନା ଶୁଅାକାଠିସ୍ଥିତ ଗୋପାଳ ସାହି ନିକଟ ଜଙ୍ଗଲରେ ଏହି ରକେଟ୍ ବୋମା ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ନକ୍ସଲମାନେ ଏହି ବୋମା ନେଇ ଯାଉଥିବା ବେଳେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି।
ଜୟପୁର: ଘରକୁ ଦୁଇଟି ଗାଈ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ନଜର ଥିଲା ଅଲଗା। ଭାବିନେଲେ ଗୋଚାଲାଣକାରୀ, ଆଉ ପିଟି ପିଟି ମାରିଦେଲେ। ସୌଭାଗ୍ୟବଶତଃ ଅନ୍ୟ ଜଣେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ସୂଚନା ମୁତାବକ, ରାଜସ୍ଥାନ ଅଲଓ୍ୱର ଜିଲ୍ଲା କୋଲ୍ଗାଁରେ ଆକବର ଖାନ୍ ନାମକ ଜଣେ ବ୍ୟକ୍ତି ରାତିରେ ନିଜ ସହଯୋଗୀଙ୍କ ସହିତ ଘରକୁ ଦୁଇଟି ଗାଈ ନେଉଥିଲେ। ତେବେ ତାଙ୍କୁ ଗୋଚାଲାଣକାରୀ ଭାବି ସ୍ଥାନୀୟ ଲୋକେ ଆକ୍ରମଣ […]
ପୁରୀ : ଅାସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ୯ ଦିନର ଲୀଳାଖେଲା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଠାକୁର। ତା ପୂର୍ବରୁ ଅାଜି ଗୁଣ୍ଡିଚା ମନ୍ଦିରରେ ଅାଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ। ନୀତି ତ୍ୱରାନ୍ୱିତ ପାଇଁ ସନ୍ଧ୍ୟାଦର୍ଶନ ସନ୍ଧ୍ୟା ୭ଟା ଭିତରେ ବନ୍ଦ ରଖାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସହ ସମ୍ପାଦକ। ଏହା ପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଅାରତୀ, ଶ୍ରୀମୁଖ ଖଣ୍ଡୁଅା, ବାହୁଟ କଣ୍ଟ ଓ କୁସୁମି ଲାଗି ଅାଦି ନୀତି ଅନୁଷ୍ଠିତ ହେବ। […]
କୋଲକତା : ବିଜେପି ଛାଡ଼ିବା ପରେ ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର। କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେହି ଦିନରୁ ହିଁ ଚର୍ଚ୍ଚା ହୋଇଥିଲା ଯେ, ଚନ୍ଦନ ଟିଏମ୍ସିରେ ମିଶିବେ। ଅାଜି ଏକ କାର୍ଯ୍ୟକ୍ରମରେ ସେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ତାଙ୍କ ସହିତ ଅାଉ ଚାରି ଜଣ କଂଗ୍ରେସ ବିଧାୟକ ମଧ୍ୟ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା […]
ନୂଆଦିଲ୍ଲୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡେନ୍ ମାର୍ଚ୍ଚ ୮ ତାରିଖ ଯାଏ ଖୋଲା ରହିବ । ଏନେଇ ଗତକାଲି ବିଧିବଦ୍ଧ ଭାବେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଗାର୍ଡେନ୍ରେ ପ୍ରତିବର୍ଷ ଭଳି ଉଦ୍ୟାନ୍ ଉତ୍ସବକୁ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ନିଜ […]
ନୂଆଦିଲ୍ଲୀ : ଜିଏସ୍ଟି କାଉନ୍ସିଲ ବୈଠକରେ ବଡ଼ ନିଷ୍ପତ୍ତି। ସାନିଟାରି ନ୍ୟାପ୍କିନ୍ରୁ ଜିଏସ୍ଟି ଛାଡ଼ କରାଯାଇଛି। ଏଥିପାଇଁ ଅାଗରୁ ଅନେକ ଦାବି ହେଉଥିଲା। କିଶୋରୀ ଓ ଯୁବତୀଙ୍କ ମଧ୍ୟରେ ସାନିଟାରି ନ୍ୟାପ୍କିନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଓ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଏହି ପଦକ୍ଷେପ ନିଅାଯାଇଛି। ଏହା ସହିତ ଅନ୍ୟ ୩୫ଟି ସାମଗ୍ରୀ ଉପରୁ ମଧ୍ୟ ଜିଏସ୍ଟି କମ୍ କରାଯାଇଛି। ସେହିପରି ରିଟର୍ଣ୍ଣ ଫାଇଲକୁ ମଧ୍ୟ ଅନେକ ମାତ୍ରାରେ ସରଳ କରାଯାଇଥିବା ଜଣାପଡ଼ିଛି। ଅାଜି […]
ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍ରେ ଏହି ଭିଡିଓ ସୁଟ୍ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରଣବୀର ଭିଡିଓର କ୍ୟାପ୍ସନ ରଖିଛନ୍ତି ହାପି ଡ୍ୟାନ୍ସ । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀରଙ୍କୁ ସଦଗୁରୁଙ୍କ ସହ ଡ୍ୟାନ୍ସ କରିବାକୁ କୁହାଗଲା, ସେ ତୁରନ୍ତ ରାଜି ହୋଇଯାଇଥିଲେ। ଅନ୍ୟପଟେ […]