ବର୍ଷା ଦିନେ ବର୍ଷାକୁ ମନଭରି ଉପଭୋଗ କରିବା ସହ କିଛି ଚଟ୍ପଟା ଜିନିଷ ଖାଇବା ସମସ୍ତଙ୍କୁ ପସନ୍ଦ। ତେଣୁ ଚଟ୍ପଟା ମକା ଚାଟ୍ ତିଆରି କରି ଏହାର ମଜା ନିଅନ୍ତୁ। ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କର୍ଣ୍ଣଫ୍ଲୋର୍, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଳ୍ପ ପାଣିରେ ଲୁଣ ପକାଇ ମକାକୁ ସିଝାଇ ଏହାକୁ ଛାଣି ରଖନ୍ତୁ। ମକା […]
ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ଦେହ ବ୍ୟବସାୟ। ଦେହଜୀବୀମାନେ ଏହି କାରବାର ପାଇଁ ଭୁବନେଶ୍ୱରକୁ ଏବେ ସୁରକ୍ଷିତ ମଣୁଛନ୍ତି। ଆଜି ଏକ ସ୍ପା’ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା କମିସନରେଟ୍ ପୁଲିସ୍। ଖବର ମୁତାବକ, ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ ଦେହ ବେପାର ଚାଲୁଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । କୁଇକ୍ ଆକ୍ସନ୍ ଟିମ୍ ଓ ଖାରବେଳ ନଗର […]
ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ ପ୍ରମାଣପତ୍ର ଦାଖଲରେ ଅପାରଗ ଜିଲ୍ଲା ପ୍ରଶାସନ। ଏଭଳି ଅଭିଯୋଗ ଆଣି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ। ଏମିତିକି ତୁରନ୍ତ ୟା ଉପରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି। ଯେଉଁଥିରେ ନଗେନ୍ଦ୍ର ଦର୍ଶାଇଛନ୍ତି-୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଏମ୍ପି ଲାଡ୍ ସ୍କିମରେ ତାଙ୍କୁ ୧୫ କୋଟି ଟଙ୍କା ମିଳିଥିଲା। ତେବେ ପ୍ରଶାସନିକ ତଦାରଖରେ ଅବହେଳାରୁ ଅନୁଦାନ ରାଶିର ସଠିକ୍ ବିନିଯୋଗ […]
ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପାଖେ ଲାଗି ହେଲା ରସଗୋଲା। ନିଳାଦ୍ରୀ ବିଜେର ଏ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲିଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏ ପରମ୍ପରା ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ଓଡ଼ିଶା। ଏପଟେ ରସଗୋଲାକୁ ନେଇ ପାହାଳରେ ପାଳନ ହେଇଛି ରସଗୋଲା ଦିବସ। ଏଠାରେ ଯୋଗ ଦେଇଛନ୍ତି ମନ୍ତ୍ରୀ ,ବିଧାୟକ, ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତି। ହେଲେ କାହା ମନରେ ଅନୁଶୋଚନା ନାହିଁ ଯେ, ଓଡ଼ିଶା ରସଗୋଲାକୁ ଏପର୍ଯ୍ୟନ୍ତ ଜିଓଗ୍ରାଫିକାଲ […]
ଭୁବନେଶ୍ୱର: ଆର୍ଟିଓ ଅଫିସ୍, ତହସିଲ୍ ଅଫିସ୍, ଯୋଗାଣ ଅଫିସ୍ ଓ ପୌର କାର୍ଯ୍ୟାଳୟ ସବ୍ ରେଜିଷ୍ଟ୍ରାର ଅଫିସ୍ ଏସବୁ ସରକାରୀ ଅଫିସ୍ରେ ଆଜି ରେଡ୍ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ଥିବା ଅଫିସର୍ ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ୍। କେଉଁ ଅଫିସର୍ ଟିଟୋକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ଓ ପ୍ରତିବଦଳରେ କିପରି ଅନୁଗୃହୀତ ହୋଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ସେପଟେ କିଛି ଓଏଏସ୍ ଅଫିସର୍ ଓ ପୁଲିସ ଅଧିକାରୀ ଟିଟୋଠାରୁ […]
ପାକିସ୍ତାନରେ ରହୁଥିବା ଆଫଗାନ ରାଜଦୂତଙ୍କ କନ୍ୟାଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ଦୀର୍ଘ ଘଣ୍ଟା ନିର୍ଯାତନା ଦେବା ପରେ ଛାଡ଼ିଲେ।
ନୂଆଦିଲ୍ଲୀ: ଆଫ୍ରିକା ମହାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପାଞ୍ଚ ଦିନିଆ ଗ୍ରସ୍ତ ଅବସରରେ ମୋଦି ଆଜି ଉଗାଣ୍ଡାରେ ପହଞ୍ଚିଛନ୍ତି। ଏହି ଅବସରରେ ଉଗାଣ୍ଡା ରାଷ୍ଟ୍ରପତି ୟୁଏରୀ ମୁସଭେନୀଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମୁଖତଃ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଆୟୋଜିତ ହୋଇଥିବା ବ୍ୟବସାୟିକ ସମ୍ମିଳନୀକୁ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଦୃଢ଼ […]
ଇସ୍ଲାମାବାଦ୍: ହିଂସା ଓ ଭୋଟିଂରେ ଅନିୟମିତତା ଅଭିଯୋଗ ଭିତରେ ସରିଛି ପାକିସ୍ତାନ ସାଧାରଣ ନିର୍ବାଚନ ଲାଗି ମତଦାନ। ଲମ୍ବା ଲାଇନ୍ ଲଗାଇ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପାକିସ୍ତାନ ଲୋକେ। ରାଜନୈତିକ ଅସ୍ଥିରତା, ନିମ୍ନଗାମୀ ଅର୍ଥନୀତି, ଆତଙ୍କବାଦ ସାଙ୍ଗକୁ ଦୁର୍ନୀତି ଓ ଅରାଜକତାରେ ପେଷି ହୋଇଯାଇଥିବା ପାକିସ୍ତାନରେ ଏହି ନିର୍ବାଚନ ପରିବର୍ତ୍ତନର ଧାରା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ପାକ୍ବାସୀ। ପାକିସ୍ତାନ ପାର୍ଲାମେଣ୍ଟର ୨୭୨ ଆସନ ସମେତ ୪ଟି ପ୍ରଦେଶର ଆସେମ୍ବ୍ଲିକୁ ମିଶାଇ […]
ଶ୍ରୀନଗର: ତିନିଦିନ ହେବ ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ଜାରି ରହିଛି। ଅନନ୍ତନାଗ ଅଂଚଳରେ ଏହି ଏନକାଉଣ୍ଟର ହୋଇଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ଅପରେସନ୍ରେ ଦୁଇଜଣ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଗତକାଲି ଶ୍ରୀନଗରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଯବାନ୍ ସହିଦ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ସୋମବାର କୁଲଗାମ ଅଂଚଳରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।
ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍ ଓ ବସ୍ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଯୋଗେଶ୍ୱରୀ ଏବଂ ଥାନେଠାରେ ରେଳ ଚଳାଚଳ […]
ନୂଆଦିଲ୍ଲୀ: ଆଜି ସରୁଛି ସଂସଦର ବଜେଟ୍ ଅଧିବେଶନ । ତା’ ସହ ଷୋଡ଼ଶ ଲୋକସଭାର ବି ଆଜି ଅନ୍ତିମ ଦିବସ ଅଧିବେଶନ। ଅଧିବେଶନର ଶେଷ ଦିନରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ରାଫେଲ ଡିଲ୍ ସମ୍ପର୍କିତ CAG ରିପୋର୍ଟ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରିପୋର୍ଟ ଉପସ୍ଥାପନ କରାଯାଇଛି । ସେହିଭଳି ଶେଷ ଦିନରେ ପ୍ରାୟ ୧୧ଟି ବିଲ୍ ଆସିପାରେ । ଯାହା ମଧ୍ୟରେ ତିନ ତଲାକ, ନାଗରିକତା ସଂଶୋଧନ ବିଧେୟକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ରହିଛି […]
ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି। ତିନି ବର୍ଷ ପୁରୁଣା ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ଅନ୍ୟ ୨ଜଣଙ୍କୁ ଜାମିନ୍ ମିଳିଛି। ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ତାଙ୍କର ୨ ସହଯୋଗୀ ଲାଲ୍ଜୀ ପଟେଲ ଓ ଏକେ ପଟେଲଙ୍କୁ କୋର୍ଟ ଆଜି ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ସେମାନଙ୍କୁ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ କରିଥିଲେ। ୨୦୧୫ ମସିହାରେ […]
ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟା ନିକଟ ଏକ ମତଦାନ କେନ୍ଦ୍ରରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୦ରୁ ଅଧିକ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ କିଛି ପୁଲିସ୍ ଅଧିକାରୀ ଥିବା କୁହାଯାଉଛି। ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବମ୍ ସ୍କ୍ୱାଡ ଓ […]
ନୂଆଦିଲ୍ଲୀ: ଟେଲିଭିଜନ୍ ଦୁନିଆର ସବୁଠାରୁ ପପୁଲାର ଗେମ୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ର ସିଜିନ୍ ୧୦ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଜଣେ ଗରିବ ବାପା କିଭଳି ଭାବରେ ନିଜ ପୁଅକୁ ଅଧିକ ପାଠ ପଢ଼ାଇବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଛନ୍ତି ତାହା ଦେଖିବାକୁ ମିଳିବ। ସବୁ ଥର ପରି ଏଥର ମଧ୍ୟ ବିଗ୍ ବି ଅମିତାଭ ବଚ୍ଚନ ଏହି ଶୋ’କୁ ହୋଷ୍ଟ୍ କରିବେ। ବିଗ୍ ବିଙ୍କୁ ସୁଟ୍ ବୁଟ୍ ସହ ଏକ […]
ଭୁବନେଶ୍ୱର: ଜୁନ ୧୩ରେ ପୌର ପ୍ରଶାସକ କହିଥିଲେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ସରକାର। କିନ୍ତୁ ପାଖାପାଖି ଦେଢ଼ମାସ ହୋଇଯାଇଥିଲେ ବି ଚୁପ୍ ବସିଛନ୍ତି ସରକାର। ନଗର ଉନ୍ନୟନ ବିଭାଗର ସୂଚନା ଅନୁସାରେ ମାମଲା ଦାୟର ପାଇଁ କେବଳ ଡ୍ରାଫ୍ଟ୍ ପ୍ରସ୍ତୁତ ହୋଇ ସରକାରଙ୍କ ଓକିଲଙ୍କୁ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏନେଇ ଆବେଦନ କରିବେ। […]
ଭୁବନେଶ୍ୱର: ଆଉ ଭୟ ନାହିଁ, ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା। ଗତ ୨୪ ଘଣ୍ଟା ଭିତରେ ସେଭଳି ବର୍ଷା ନାହିଁ କି ଦୁଇ ପ୍ରମୁଖ ନଦୀ, ମହାନଦୀ ଓ ବୈତରଣୀ ଆଉ ଫୁଲୁ ନାହାନ୍ତି। ତେଣୁ ମହାନଦୀ ଅବବାହିକା ଜିଲ୍ଲା ସହ ବୈତରଣୀ ପ୍ରବାହିତ ଭଦ୍ରକ ଜିଲ୍ଲାରେ ବନ୍ୟା ଚିନ୍ତା ଦୂର ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ତଥ୍ୟ ଅନୁସାରେ ମୁଣ୍ଡଳୀରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ପାଣି ନିଷ୍କାସନ ହେଉଛି। ଯାହାକି […]
ମୁମ୍ବାଇ: ୨୦୦୪ରେ ସୋନିଆଙ୍କ ପ୍ରତି ପ୍ରସନ୍ନ ହେଲେନି ଭାଗ୍ୟ ଦେବୀ। ଆକସ୍ମିକ ପ୍ରଧାନମନ୍ତ୍ରୀ ବନି ଗଲେ ଡକ୍ଟର ମନମୋହନ ସିଂହ। ଅର୍ଥନୀତିଜ୍ଞରୁ ଦେଶ ଶାସନର ସର୍ବୋଚ୍ଚ ପଦବି। ପୂରା ଘଟଣାଚକ୍ରକୁ ନେଇ ତିଆରି ହେଉଛି ବଲିଉଡ୍ ଚଳଚ୍ଚିତ୍ର ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର। ୨୦୦୪ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ୟୁପିଏ। ସୋନିଆଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଛା କରିଥିଲା କଂଗ୍ରେସ। ତେବେ ବିଦେଶୀ ମୂଳ ପ୍ରସଙ୍ଗକୁ ନେଇ ବାଧକ ସାଜିଲେ ବିଜେପି ସମେତ ଅନ୍ୟ […]
ଆପଣ ସବୁବେଳେ ମସଲା ଦିଆ ମଟନ୍ କଷା ଖାଇଥିବେ। କିନ୍ତୁ କେବେ ବିନା ପିଆଜ ରସୁଣରେ ମଟନ୍ କଷା ଖାଇଛନ୍ତି କି? ତେବେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ସ୍ୱାଦିଷ୍ଟ କଞ୍ଚାଲଙ୍କା ମଟନ୍। ଆବଶ୍ୟକୀୟ ସାମଗ୍ରୀ: ମଟନ୍, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା ଟମାଟୋ, କସ୍ତୁରି ମେଥି, ଗରମ ମସଲା, ସୋରିଷ ତେଲ, ଧନିଆ ପତ୍ର, ଲୁଣ- ସ୍ୱାଦ ଅନୁସାରେ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଢ଼େଇରେ କିଛି ପାଣି ନେଇ ସେଥିରେ କଞ୍ଚାଲଙ୍କା ପକାଇ ଗରମ […]