• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

aiims
AIIMS ରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ , ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବି‍ଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ ଅନୁସାରେ ଆବେଦନ କରିପାରିବେ । ସମୁଦାୟ ପଦ ସଂଖ୍ୟା :  ୭୩ ଆସିଷ୍ଟାଣ୍ଟ୍ ପ୍ରଫେସର : ୧୨ ଆସୋସିଏଟ୍ ପ୍ରଫେସର : ୧୮ ଆଡିଶନାଲ୍ ପ୍ରଫେସର : ୧୮ ପ୍ରଫେସର : ୨୫ […]

vlcsnap-error059
ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ

ଭୁବନେଶ୍ୱର: ଗୋଟିଏ ଗୁଳିରେ ଦୁଇଟି ଶିକାର। ନବୀନଙ୍କ ଏ ବାଣରେ ରହିଛି କେନ୍ଦ୍ରକୁ ନିଶାନା। ପୁଣି ରାଜ୍ୟ ଦେଇଛି ଗରିବଙ୍କ ପାଇଁ ନିର୍ବାଚନୀ ଭେଟି। କେନ୍ଦ୍ରର ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ। ସରକାରଙ୍କ ହିସାବରେ ଏମାନଙ୍କ ସଂଖ୍ୟା ୩୪ ଲକ୍ଷ ୪୪ ହଜାର। ମେ ମାସରେ ଏହି ଗରିବଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ପାଇଁ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ। ଯୁକ୍ତି ଦର୍ଶାଇଥିଲେ ୨୦୧୧ ଜନଗଣନା ପରେ […]

sashi
ଅର୍ଥମନ୍ତ୍ରୀ ଶଶି ଭୂଷଣଙ୍କୁ ଜମାକାରୀଙ୍କ ଜୋର୍‌ଦାର ବିରୋଧ

ସୁରତ୍‌ : ଗୁଜରାଟ ସୁରତ୍‌ରେ ହଟହଟା ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଓଡ଼ିଶା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ସୁରତ୍‌ରେ ରହୁଥିବା କ୍ଷତିଗ୍ରସ୍ତ ଓଡ଼ିଆ ଜମାକାରୀ। ତାସହ ବ୍ୟାନର୍ ଧରି ଅର୍ଥମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରିଛନ୍ତି। ଅାଜି ସୁରତ ନାନ୍‌ପୁରାସ୍ଥିତ ଚାମ୍ବର୍ସ ଅଫ୍ କମର୍ସ ଅାଣ୍ଡ ଇଣ୍ଡଷ୍ଟ୍ରିର ଏକ ବୈଠକରେ ଯୋଗଦେବାକୁ ଅାସିଥିଲେ ଅର୍ଥମନ୍ତ୍ରୀ। ଏଠାରେ କ୍ଷତିଗ୍ରସ୍ତ ଜମାକାରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ହୋଇଥିଲେ […]

virat
ବିରାଟଙ୍କ ଅର୍ଦ୍ଧଶତକ, ପାଣ୍ଡ୍ୟା ଆଉଟ୍, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଛନ୍ତି । ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଥିଲେ। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଦମଦାର ବ୍ୟାଟିଂ କରି ଆଉ ଏକ ଅର୍ଦ୍ଧଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫୧ତମ ଅର୍ଦ୍ଧଶତକ। […]

up3
ବର୍ଷା ବିତ୍ପାତ : ଉତ୍ତରପ୍ରଦେଶରେ ଗଲାଣି ୪୦ରୁ ଅଧିକ ଲୋକ ପ୍ରାଣ

ନୂଆଦିଲ୍ଲୀ: କେଉଁଠି ଘରର କାନ୍ଥ ପଡ଼ି ତ ଆଉ କେଉଁଠି ବନ୍ୟା ପାଣିରେ ଭାସି ଯାଇଛନ୍ତି ଲୋକେ। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଲୋକଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି। ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ଯୋଗୁଁ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଏକର ଫସଲ ନଷ୍ଟ ହେବାକୁ ବସିଛି। ମୁଖ୍ୟତଃ ପଶ୍ଚିମ ୟୁପିରେ ପରିସ୍ଥିତି ସଙ୍ଗୀନ ରୂପ ନେଇଛି। ସାହାରନ୍‌ପୁରରେ କାନ୍ଥ ଭୁସୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୪ […]

705f1277-7db1-4788-85c7-9534504533c0
ଯେମିତି କାମକୁ ସେମିତି ଦରମା : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍‌ ଅଫ୍‌ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ୟାଙ୍କ୍‌ର କେଉଁ କର୍ମଚାରୀଙ୍କ ପାଇଁ ଲାଗୁହେବ ଏହି ନିୟମ ? ବିଜିନେସ୍‌ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଏହି ନିୟମ ଜେନେରାଲ୍‌  ମ୍ୟାନେଜର ଗ୍ରେଡ୍‌ର ଅଧିକାରୀ […]

yogi
ପୁଲିସ ୟୁନିଫର୍ମରେ ମୁଖ୍ୟମନ୍ତ୍ରୀଙ୍କଠୁ ଅାଶୀର୍ବାଦ ନେବା ଫଟୋ ଭାଇରାଲ

ଗୋରଖପୁର : ମୁଖ୍ୟମନ୍ତ୍ରୀଙ୍କ ଅାଶିଷ ଲାଭ କରିଛନ୍ତି ପୋଲିସ ଅଧିକାରୀ। ତାହା ପୁଣି ପୁଲିସ ୟୁନିଫର୍ମରେ। ଏପରି ଘଟଣା ପରେ ଏବେ ପୁଣି ଥରେ ବିବାଦ ଘେରକୁ ଅାସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ। ଗୋରଖପୁର ସର୍କଲ ଅଫିସର୍ ପ୍ରବୀଣ କୁମାର ସିଂ ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଥିଲେ। ତେବେ ଏହି ସମୟରେ ସେ ତାଙ୍କଠୁ ଅାର୍ଶୀବାଦ ନେଉଥିବା ଫଟୋକୁ ସୋସିଅାଲ୍ ମିଡିଅାରେ ଅପଲୋଡ୍‌ କରିଥିଲେ ସେ। ଯାହାକୁ ନେଇ ଏବେ […]

ro
ଚଳିତ ବିଶ୍ୱକପରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଧୈର୍ଯ୍ୟପୂର୍ଣ୍ଣ ଶତକ ମାରି ଭାରତକୁ ବିଜୟୀ କରାଇଥିଲେ । ଆଜି ମ୍ୟାଚରେ ରୋହିତଙ୍କ ସହ […]

0
ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇ ଚାମ୍ପିୟନ୍‌ ହେଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍ସରେ ଚାମ୍ପିୟନ ହୋଇଛି ଭାରତ। ଆଜି ଫାଇନାଲରେ ଭାରତର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି।  ଭାରତ ପକ୍ଷରୁ ବରୁଣ କୁମାର ଓ ମନପ୍ରୀତ ସିଂହ ୨ଟି ଲେଖାଏ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ସ୍କୋର କରିଛନ୍ତି। […]

3
ଫୋନି ତାଣ୍ଡବର ଦେଢ଼ ମାସ ପରେ, ଆଜି ବି ଅନ୍ଧାରରେ ଏମାନେ

ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ  ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିର ଘନ ଅନ୍ଧକାର ଜୀବନକୁ ଦୁର୍ବିସହ କରି ପକାଇଛି। କେବେ ବିଜୁଳି ଆସିବ ସେକଥା କାହାରିକୁ  ଜଣାନାହିଁ । ପିପିଲିର ପ୍ରଭାବିତ  ଅଞ୍ଚଳରେ […]

ss
ଡାକ୍ତରଙ୍କୁ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି। ଆନ୍ଦୋଳନରତ ଡାକ୍ତରମାନେ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରୁନାହାନ୍ତି ।ଏହା ଭିତରେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମମତା ସରକାରଙ୍କୁ ଜବାବ ତଲବ କରି ଜାରି କରିଛି ଆଡଭାଇଜରି । ସେପଟେ ଡାକ୍ତରଙ୍କୁ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି […]

wife3
ପାରିବାରିକ କଳହରୁ ହତ୍ୟା

ବାଲେଶ୍ୱର  : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ମୁହଁକୁ ଛେଚି ଅମାନୁଷିକ ଭାବେ ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡଙ୍ଗୀ ଗାଁରୁ ଏହି ଅଭିଯୋଗ ଅାସିଛି। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରିଥିଲେ। ହେଲେ ମହିଳାଙ୍କ ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି। ଏହି […]

t
ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ବୈଠକ,  ସବ୍‌କା ସାଥ, ସବ୍‌କା ବିକାଶ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ବସିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପସ୍ଥିତ ଅଛନ୍ତି ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବ୍‌କା ସାଥ୍ ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସର ମନ୍ତ୍ରକୁ ସାକାର କରିବା ଦିଗରେ ନୀତି ଆୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ୨୦୨୪ […]

bus accident
ଘାଟି ତଳକୁ ଖସିଲା ବସ୍‌; ଚାଲିଗଲା ୩୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ର ମହାବଳେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା। ରାଇଗଡ଼ ଜିଲ୍ଲା ଅମ୍ବେନାଳି ଘାଟିରୁ ବସ୍‌ ଖସି ୩୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରୀ ଏକ ବସ୍‌ରେ ମହାବଳେଶ୍ୱର ପିକ୍‌ନିକ୍ କରିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିଟି ଭାରସାମ୍ୟ ହରାଇ ପାହାଡ଼ିଆ ରାସ୍ତା ଥିବା ଅମ୍ବେନାଳି ଘାଟିରୁ ପ୍ରାୟ ୨୦୦ ଫୁଟ ତଳଖୁ ଖସି ପଡ଼ିଥିଲା। ଗାଡ଼ିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲେ ପ୍ରକୃତରେ […]

police official
ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ଏବେ ପୁଲିସ୍‌ ଅଧିକାରୀ। ଜାମ୍ମୁ ଓ କାଶ୍ମୀରରେ ଆଉ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ସୂଚନା ଅନୁସାରେ ପୁଲଓ୍ୱାମା ଜିଲ୍ଲାର ଟ୍ରାଲ୍ ଅଞ୍ଚଳରୁ ଗତକାଲି ରାତିରେ ସ୍ପେଶାଲ୍ ପୁଲିସ୍‌ ଅଫିସର ମୁଦାସିର୍‌ ଅହମ୍ମଦ ଲୋନ୍‌ଙ୍କୁ ଆତବାଦୀମାନେ ଘରୁ ଅପହରଣ କରି ନେଇଛନ୍ତି । ବର୍ତ୍ତମାନ ସେ କେଉଁଠି ଅଛନ୍ତି ତାଙ୍କୁ ଖୋଜାଖୋଜି ଚାଲିଛି। ସେ ଜଣେ ରୋଷେୟା ଥିଲେ। ଗତ ୨ ମାସ ମଧ୍ୟରେ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ […]

nu
ନୀତି ଆୟୋଗ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ ହେବା ପରେ ଏହା ପ୍ରଥମ ନୀତି ଆୟୋଗ ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ଯୋଗ ଦେବା ପୂର୍ବରୁ ଫୋନି ବାତ୍ୟା ସହାୟତା ଏବଂ  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ […]

ial
ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ଝିଅ ।ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲ୍‌ ଆଇଟମ୍ ନମ୍ବର ଆଇଲାରେ ନଜର ଆସୁଛନ୍ତି। ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର । ପୂର୍ବରୁ ମିସ୍ ଇଣ୍ଡିଆ କଣ୍ଟେଷ୍ଟ୍ରେ ଭାଗ ନେବା ସହ ମଡେଲିଂ ଜଗତରେ ବେଶ୍ ନାଁ କମାଇଥିବା ଶ୍ରେୟାଙ୍କର ଏହା ଦ୍ୱିତୀୟ ବଲିଉଡ୍ ମୁଭି ଓ ପ୍ରଥମ ଆଇଟମ୍ ସଙ୍ଗ୍ । ଆଜି ଏହି ଗୀତର ଭିଡିଓ ରିଲିଜ୍ ହୋଇଥିବାବେଳେ କେବଳ ୟୁଟ୍ୟୁ଼ବରେ ୬ ଘଣ୍ଟାରେ ୩ […]

mo
ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶ ବିଦେଶର ସାଢ଼େ ୬ ହଜାର ଅତିଥି ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସବରେ ଯୋଗ […]

karunanidhi
ଡିଏମ୍‌କେ ପାର୍ଟି ସୁପ୍ରିମୋ ଏମ୍‌ କରୁଣାନିଧି ICUରେ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସଭାପତି ଏମ୍. କରୁଣାନିଧି ଅସୁସ୍ଥ। ରକ୍ତଚାପ ହ୍ରାସ ଯୋଗୁଁ ଗତକାଲି ମଧ୍ୟରାତ୍ରରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତକାଲିଠୁ ସେ ICUରେ ଅଛନ୍ତି। ବର୍ତ୍ତମାନ ତାଙ୍କର ରକ୍ତଚାପ ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରୁ ସୂଚନା ମିଳିଛି। ଦକ୍ଷ ଡାକ୍ତରୀ ଦଳଙ୍କ ଦ୍ୱାରା ତାଙ୍କ ଚିକିତ୍ସା ଚାଲିଥିବା ସୂଚନା ଦିଆଯାଇଛି। କରୁଣାନିଧିଙ୍କ ଘର ଓ କାବେରୀ […]