ଇସ୍ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସ୍ଥିତି ଠିକ୍ ନଥିବାରୁ ପକିସ୍ତାନ୍-ଭାରତ କଏଦୀ ନ୍ୟାୟିକ ସମିତିର କୌଣସି ବୈଠକ ଅକ୍ଟୋବର ୨୦୧୩ରୁ ବସିନାହିଁ। […]
ବାଲେଶ୍ୱର: ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ରୋଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନା ନାଁରେ ସରକାରୀ ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରୁଛନ୍ତି। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲାରୁ। ବାଲେଶ୍ୱର ଜିଲ୍ଲା ବୋଳଂଚକ ୟୁଜିୟୁପି ସ୍କୁଲରେ ଅବ୍ୟବସ୍ଥାରେ ପାଠପଢ଼ା ଚାଲିଛି। ସ୍କୁଲର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ରେ ସର୍ବଶିକ୍ଷା ଯୋଜନାରେ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ୯ଲକ୍ଷ ୬୦ହଜାର ଟଙ୍କା ଆସିଥିଲା। କିନ୍ତୁ ସ୍କୁଲ […]
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ୍ ଆଟାକ୍ ନେଇ ଧମକପୂର୍ଣ୍ଣ ଫୋନ୍ କଲ୍। ଏହି ଘଟଣାରେ ପୁଲିସ୍ ମୁମ୍ବାଇରୁ ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ କାଶୀନାଥ ମଣ୍ଡଲ୍। ସୂଚନା ଅନୁସାରେ, କାଶୀନାଥ ନିଜକୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) କହି କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍ ଆଟାକ୍ ଧମକ ଦେଇଥିଲେ। ଶୁକ୍ରବାର ଦିଲ୍ଲୀ ସ୍ଥିତ ଏନ୍ଏସ୍ଜି କଣ୍ଟ୍ରୋଲ ରୁମ୍ରୁ ସେ ନମ୍ବର ନେଇ ଫୋନ୍ କରିଥିଲେ। ଏହି ଘଟଣା ଜଣାପଡ଼ିବା […]
ଶ୍ରୀମନ୍ଦିର ପରମ୍ପରାରେ ଆଜ୍ଞାମାଳ ପ୍ରସଙ୍ଗଟି ଆପଣ ଅନେକ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ପଢିଥିବେ ଆଉ ଶୁଣିଥିବେ। କିନ୍ତୁ ଆଜି ଏହି ପ୍ରସଙ୍ଗରେ ମୁଁ ରୋଚକ କାଥାଟିଏ ଆପଣଙ୍କୁ କହିବି। ପ୍ରଥମେ ଜାଣିବା ଆଜ୍ଞାମାଳ କଣ? ବାସ୍ତବରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଳ ବା ଅଧର ମାଳ ହିଁ ହେଉଛି ଆଜ୍ଞାମାଳ। କୌଣସି ନୀତି ପାଇଁ ମହାପ୍ରଭୁଙ୍କ ପ୍ରତିନିଧି ସ୍ୱରୂପ ଅର୍ଚ୍ଚା ବିଗ୍ରହ ବା ଚଳନ୍ତି ପ୍ରତିମା ବାହାର ବିଜେ କଲେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଲାଗି […]
ଆଚାର୍ଯ୍ୟ ଶଙ୍କର। ସୌମ୍ୟ ସୁଦର୍ଶନ ଯୁବ ସନ୍ନ୍ୟାସୀ। ଗୌରୀକ ବସ୍ତ୍ରରେ ପବିତ୍ର କାଶୀ ନଗରୀରେ ବୁଲୁବୁଲୁ ହଠାତ୍ ଦୃଶ୍ୟ ହୁଅନ୍ତି ଜଣେ ଚଣ୍ଡାଳ। ଦେହରେ ଭସ୍ମ, ସାଥିରେ ସ୍ଵାନ ଶିଶୁଙ୍କ ସହ ଉଭା ହୁଅନ୍ତି ସିଏ। ବଡ ବିବତ୍ସ ତାଙ୍କ ରୂପ। ଯାହାକୁ ଦେଖି ସାଥିରେ ଥିବା ସନ୍ନ୍ୟାସୀ ଓ ବିଦ୍ୱାନମାନେ, ଚଣ୍ଡାଳଙ୍କୁ ପଥରୁ ଅପସରି ଯିବାପାଇଁ କୁହନ୍ତି। ଆଚାର୍ଯ୍ୟ ଶଙ୍କରଙ୍କୁ ଚାହାନ୍ତି ଚଣ୍ଡାଳ। ହସିଦିଅନ୍ତି ଆଉ ନୀରବ ନିଶ୍ଚଳ ହୋଇ ଛିଡା ହୋଇ ରୁହନ୍ତି। ଶଙ୍କରଙ୍କ […]
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସେମିଫାଇନାଲ୍ ନିକଟତର ହୋଇଛି। ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ […]
ଲକ୍ଷ୍ନୌ: ଦଳିତଙ୍କ ଅଧିକାରକୁ ନେଇ ରାଜନୀତି କରୁଥିବା ବିଏସ୍ପି ମୁଖ୍ୟ ମାୟାବତୀ ଆଜି ତାଙ୍କ ଭାଇ ଏବଂ ପୁତୁରାଙ୍କୁ ଦଳରେ ବଡ଼ ଦାୟିତ୍ୱ ସମର୍ପିଛନ୍ତି। ସେ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦ ଦେଇଛନ୍ତି। ତା’ ଛଡ଼ା ସେ ଅନ୍ୟ କିଛି ଦଳୀୟ ପଦବୀରେ ପରିବର୍ତ୍ତନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମ୍ରୋହା ସାଂସଦ ଦାନିଶ ଅଲ୍ଲୀଙ୍କୁ ଲୋକସଭାରେ ଦଳର ନେତା ଏବଂ […]
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ନିଆଯାଉଛି। କିଏ କାଦୁଅ ରାସ୍ତାରେ ତ ଆଉ କିଏ ନଦୀ ପାରି ହୋଇଯାଉଛନ୍ତି ସ୍କୁଲ୍। ସମାନ ଦୁର୍ଦ୍ଦଶା ରାୟଗଡ଼ା କଲ୍ୟାଣସିଂପୁରରେ। ଉଛୁଳା ନଈରେ ବିପଦଜନକ […]
ନୂଆଦିଲ୍ଲୀ : ବୁମେରାଂ ହେଲା ଅାଧାର ଚାଲେଞ୍ଜ। ଟ୍ରାଇର ଅଧ୍ୟକ୍ଷ ଆର୍ଏସ୍ ଶର୍ମାଙ୍କୁ ମହଙ୍ଗା ପଡ଼ିଛି ତାଙ୍କର ଚ୍ୟାଲେଞ୍ଜ। ନିଜ ଅାଧାର ନମ୍ବର ସର୍ବସାଧାରଣରେ ସେ ପ୍ରକାଶ କରି ଚ୍ୟାଲେଞ୍ଜ ଦେଇଥିଲେ, କିଏ ଯଦି ଅାଧାର ତଥ୍ୟ ହ୍ୟାକ୍ କରି ପାରୁଛି କରୁ ଦେଖାଯିବ, ତାଙ୍କର କଣ କ୍ଷତି ହେଉଛି। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କର ଅନେକ ବ୍ୟକ୍ତିଗତ ତଥ୍ୟ ପଦାକୁ ଅାସିଛି। ଫ୍ରାନ୍ସର ଜଣେ ସାଇବର୍ ସିକ୍ୟୁରିଟି ଏକ୍ସପର୍ଟ ଆର୍ଏସ୍ ଶର୍ମାଙ୍କ ଏହି […]
ପାଟନା: ପାଣିରେ ବୁଡ଼ିଛି ବିହାରର ସୁଶାସନ ବ୍ୟବସ୍ଥା। ବର୍ଷା ପାଣିରେ ଭାସିଲା ମେଡିକାଲ କଲେଜ। ଏପରିକି ଆଇସିୟୁରେ ମଧ୍ୟ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି। ରୋଗୀ ସୁସ୍ଥ ହେବ କି ଆହୁରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେବ, କହିବା ମୁସ୍କିଲ। ବିହାର ରାଜଧାନୀ ପାଟନାର ଦ୍ୱିତୀୟ ବୃହତ ମେଡିକାଲ କଲେଜ ରହିଛି। ଲଗାଣ ବର୍ଷାରେ ଯୋଗୁ ନାଳନ୍ଦାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା। ମେଡିକାଲ ବାହାରର ଦୃଶ୍ୟ ଯେମିତି, ତାଠୁ ମେଡିକାଲ ଭିତରର ଦୃଶ୍ୟ ଆହୁରି ସାଂଘାତିକ। […]
ଚେନ୍ନାଇ : ଡିଏମ୍କେ ସଭାପତି ଏମ୍. କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପହଞ୍ଚି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କରୁଣାନିଧିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି। କରୁଣାନିଧିଙ୍କ ପୁଅ ଡିଏମ୍କେ କାର୍ଯ୍ୟକାରୀ ସଭାପତି ଏମ୍କେ ଷ୍ଟାଲିନ୍ଙ୍କ ସହ କିଛି ସମୟ ଅାଲୋଚନା କରିବା ସହ ପରିବାର ଲୋକଙ୍କୁ ଅାଶ୍ୱସନା ଦେଇଛନ୍ତି।
କାନପୁର: ଉତ୍ତରପ୍ରଦେଶର କାନପୁରଠାରୁ ୫୦ କିଲୋମିଟର ଦୂର ଭିତରଗାଓଁ ନିକଟସ୍ଥ ଏକ ଗାଁ ବେହଟା ବୁଜୁର୍ଗସ୍ଥିତ ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ଆଜିର ବୈଜ୍ଞାନିକ ଯୁଗରେ ବି ଚର୍ଚ୍ଚାରେ। ଧାର୍ମିକ, ଐତିହାସିକ ଏବଂ ଭୌଗୋଳିକ କାରଣରୁ ଏହି ତୀର୍ଥସ୍ଥଳର ଅଦ୍ଭୁତ ରହସ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରି ଗବେଷକ ମାନେ ମଧ୍ୟ ହାର ମାନିଛନ୍ତି। ମନ୍ଦିର କାନ୍ଥରୁ ଝରୁଥିବା ପାଣି ବୁନ୍ଦା ଏହି ମନ୍ଦିରର ସବୁଠୁ ବଡ଼ ରହସ୍ୟ। ସମ୍ପୂର୍ଣ୍ଣ ଓଡ଼ିଶା ପରମ୍ପରାରେ ଅନୁପ୍ରାଣିତ ଏହି ମନ୍ଦିରରେ […]
ଅାଜି ବିଶ୍ୱ ବ୍ୟାଘ୍ର ଦିବସ। ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ କରାଯାଉଛି। ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ଘଞ୍ଚ ଜଙ୍ଗଲ କମିବା ଯୋଗୁଁ ବାଘ ସଂଖ୍ୟା ମଧ୍ୟ କମୁଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବାଘଙ୍କ ସଂରକ୍ଷଣ ଜରୁରୀ। ଏଥିପାଇଁ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା […]
ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ, ଏହା ଇସ୍ଲାମ୍ ବିରୋଧୀ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି। ଆଉ ସେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା […]
ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ । ନଦୀ ଭିତରୁ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଉପସ୍ଥିତ ଲୋକଙ୍କୁ ସେ ଜଣାଇଥିଲେ । ହେଲେ ଶେଷରେ ମ୍ୟାଜିକରେ ବିଫଳ ହେଲେ ଆଉ ଟ୍ରାଜେଡିର ସାମ୍ନା କରି ଜୀବନ ହାରିଲେ […]