• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

0o
ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସରିବା ପୂର୍ବରୁ, ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ। ଆସନ୍ତା ୨୩ରେ ଆସିବାକୁ ଥିବା ଫଳାଫଳ ଏନ୍‌ଡିଏ ସପକ୍ଷରେ ଯିବ। ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ଅମିତ ଶାହ। ସେହିପରି ମୋଦି କହିଛନ୍ତି, “ଦୀର୍ଘ ବର୍ଷ ପରେ ମେ ୨୩ରେ ପୁଣି ଏକ ରେକର୍ଡ ହେବାକୁ ଯାଉଛି। କାରଣ, […]

air-
ନୂଆ ସରକାର ଆସିଲେ ଭାରତ-ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ନିଷ୍ପତ୍ତି

ଲାହୋର: ମେ ୩୦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ରହିଥିବା ଦ୍ୱିପାକ୍ଷିକ ବିମାନ ସେବା ଉପରେ ନିଷ୍ପତ୍ତି ନିଆଯିବ। ସେ ଯାଏ କୌଣସି ଭାରତୀୟ ବିମାନ ପାକିସ୍ତାନକୁ ଉଡ଼ାଣ ଭରି ପାରିବ ନାହିଁ। ଗତକାଲି ଭାରତ ପାକିସ୍ତାନ ମଧ୍ୟରେ ଉଡ଼ାଣ ସେବା ନେଇ ପାକିସ୍ତାନ ସରକାର ବୈଠକ କରିଥିଲେ। ଭାରତରେ ଲୋକସଭା ନିର୍ବାଚନ ଚାଲିଛି, ତେଣୁ ନୂଆ ସରକାର ଆସିଲେ ସମସ୍ତ ଆଲୋଚନା ପରେ ଉଡ଼ାଣ ସେବା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି […]

wc
ଭାରତ ଜିତିପାରିବନି ବିଶ୍ୱକପ୍ !

ନୂଆଦିଲ୍ଲୀ: ବିଶ୍ୱକପ୍ ରୋମାଞ୍ଚ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଅଛି ଏବଂ କିଏ ଟାଇଟଲ୍ ଫେଭରିଟ୍, ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କ୍ରିକେଟ୍ ପଣ୍ଡିତ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଏହି ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ମାନୁଛନ୍ତି, କିନ୍ତୁ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ତୃତୀୟଥର ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ଭାରତର ଆଶା ଏଥର ପୂରଣ ହେବନାହିଁ। ମୁମ୍ବାଇର ପ୍ରସିଦ୍ଧ ଜ୍ୟୋତିଷ ଗ୍ରୀନଷ୍ଟୋନ୍ ଲୋବୋ ୨୦୧୯ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ […]

kh
ସବୁ ଧର୍ମରେ ଅଛନ୍ତି ଆତଙ୍କବାଦୀ, କେହି ବି ପବିତ୍ର ନୁହଁନ୍ତି : କମଲ ହାସନ

ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ। ଆଗାମୀ ଦିନରେ ଯାହା ବି ସାମ୍ନା କରିବାକୁ ପଡ଼ିବ ସେନେଇ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଆତଙ୍କବାଦୀ’ ବୋଲି କମଲ ହାସନ କହିଥିଲେ। ଏହାକୁ […]

vlcsnap-error274
ଅାସନ୍ତାକାଲି ଦୃଶ୍ୟମାନ ହେବ ଲୋହିତ ଚନ୍ଦ୍ର, ଚଳିତ ଶତାଦ୍ଦୀର ବିରଳ ମହାଜାଗତିକ ଘଟଣା

ଭୁବନେଶ୍ୱର: ଅାସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାଙ୍ଗକୁ ଦୃଶ୍ୟମାନ ହେବ ବିରାଟକାୟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ୍। ଭାରତ ସମେତ ଅନ୍ୟ କିଛି ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ତେବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଏହା ଅାଂଶିକ ଦେଖିହେବ। ଶହେ ଚାରି ବର୍ଷ ପରେ ଅର୍ଥାତ୍ ଅାଗାମୀ ୨୧୨୩ ମସିହା ଜୁନ୍ ୯ରେ ପୁଣି ଏଭଳି ବିରଳ ମହାଜାଗତିକ ଘଟଣା ଘଟିବ। ଅାସନ୍ତାକାଲି ଘଟିବାକୁ […]

imran pressmeet
ଇମ୍ରାନ୍ ଖାନ୍‌ଙ୍କ ପ୍ରଥମ ପ୍ରେସ୍‌ମିଟ୍; ଆରମ୍ଭରୁ ଭାରତ ବିରୋଧୀ ମନ୍ତବ୍ୟ

କରାଚୀ: ପାକିସ୍ତାନ ନିର୍ବାଚନରେ ସଫଳତା ପରେ ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପ୍ରଥମ ପ୍ରେସମିଟ୍। ତେବେ କ୍ଷମତା ଗାଦିରେ ବସିବା ପୂର୍ବରୁ ହିଁ ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି ଇମ୍ରାନ୍। କହିଛନ୍ତି ଭାରତୀୟ ଗଣମାଧ୍ୟମ ଉପରେ ସେ ସନ୍ତୁଷ୍ଟ ନାହାନ୍ତି। ଭାରତୀୟ ଗଣମାଧ୍ୟମ ତାଙ୍କୁ ବଲିଉଡ୍ ଭିଲେନ୍ ଭଳି ଚିତ୍ରଣ କରିଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍। ଅନ୍ୟପକ୍ଷରେ ମୂଳରୁ ହିଁ ସେ କାଶ୍ମୀର କାର୍ଡ ଖେଳିଛନ୍ତି। କହିଛନ୍ତି, ସଂପର୍କ ସୁଧାରିବା ଦିଗରେ କାଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ। […]

mmta
ପ.ବଙ୍ଗରେ ଆଗୁଆ ସରିଲା ପ୍ରଚାର, ବର୍ଷିଲେ ଦିଦି

ନୂଆଦିଲ୍ଲୀ: ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍‌ ହେବ। ଏହି ପର୍ଯ୍ୟାୟରେ ଦମ୍‌ଦମ୍‌, ବରାସତ୍‌, ବସିରହାଟ୍‌, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ନିର୍ବାଚନ ହେବ। ଏହସବୁ ସ୍ଥାନରେ ଆଜି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ପ୍ରଚାର ହେବନାହିଁ। ପଶ୍ଚିମବଙ୍ଗରେ ଏବେ ସିଧାସଳଖ […]

vlcsnap-error984
ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା

ରାୟଗଡ଼ା: ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା। ରଥଯାତ୍ରା ସମୟରେ ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା କୁହାଯାଇଥାଏ। ତଲାରୀ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଦୀର୍ଘ୨ ଶହ ବର୍ଷର ଏହି ପୁରୁଣା ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରାର ଅନନ୍ୟ ପରଂପରା। ବଡ଼ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥା’ନ୍ତି। ସମଗ୍ର ଆଦିବାସୀ […]

CBDT
ଆୟକର ରିଟର୍ଣ୍ଣସ ଶେଷ ତାରିଖ ଆଉ ମାସେ ବଢ଼ିଲା

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ ଅବଧି ଆଉ ଏକ ମାସ ଘୁଂଚାଇଛନ୍ତି ସିବିଡିଟି। ପୂର୍ବରୁ ଆୟକର ରିଟର୍ଣ୍ଣସର ଶେଷ ତାରିଖ ଜୁଲାଇ ୩୧ ନିର୍ଦ୍ଧାରିତ ହୋଇଥିଲା।  ରିଟର୍ଣ୍ଣସ ଅବଧି ଘୁଂଚିବା ପରେ ବିନା ଜରିମାନାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣସ ଦାଖଲ କରିହେବ। ସୂଚନା ଅନୁସାରେ, ଆୟକର ରିଟର୍ଣ୍ଣସ ତାରିଖ ଘୁଂଚାଇବାକୁ ବିଭିନ୍ନ ଆଡୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା। ଅଗଷ୍ଟ ୩୧ ତାରିଖ ପରେ ରିଟର୍ଣ୍ଣସ ଦାଖଲ କଲେ […]

vlcsnap-error666
ଏମତି ଗାଁ, ଯେଉଁଠି ଝିଅ ଦେବାକୁ ଅନ୍ୟ ଗାଁ ଲୋକେ ଅରାଜି

ବାଲେଶ୍ୱର:ଗ୍ରାମାଞ୍ଚଳର ବିକାଶ ପାଇଁ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା। ହେଲେ ଏଭଳି ଅନେକ ଗାଁ ଅଛି ଯେଉଁଠି ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ। ଏଭଳି ଏକ ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ର ସିନ୍ଦୁରିଆ ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା। ତେଣୁ ଏହି ଗାଁରେ କେହି ଝିଅ ବାହା ଦେବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି। ପୁଣି ସବୁଦିନିଆ ରାସ୍ତା ନଥିବାରୁ ଖଟିଆ ଓ ଭାରରେ ବୁହା ହୁଅନ୍ତି ରୋଗୀ। ଏହି […]

gop
ଫୋନି ଉଜାଡ଼ି ଦେଇଛି ଉତ୍କଳମଣୀଙ୍କ ଅନ୍ତୁଡିଶାଳ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ଛଅ ଘଣ୍ଟାର ପ୍ରଳୟ ପୋଛି ଦେଇଛି ପୂରା ଗାଁକୁ। ଉଡ଼ାଇନେଇଛି ମୁଣ୍ଡ ଉପରୁ ଛାତ। ଆଉ ଉଜାଡ଼ି ଦେଇ ଯାଇଛି ଲୋକଙ୍କ ଜୀବନ ଜୀବିକା। ଏପରି ଚିତ୍ର ଦେଖିବାକୁ ମିଳିଛି, ବିପର୍ଯ୍ୟୟ ବେଳେ ଦୀନ ଦୁଃଖୀଙ୍କ ପାଖରେ ସବୁବେଳେ ଠିଆ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ‘ସୁଆଣ୍ଡୋ’ରେ। ଉଜୁଡ଼ି ଯାଇଛି ତାଙ୍କ ଅନ୍ତୁଡ଼ିଶାଳ। ଉଡି ଯାଇଛି ମୁଣ୍ଡ ଉପରୁ ଛାତ। ପଲିଥିନ ତଳେ ଷଠିଘରେ ସେମତି ନିଶ୍ଚଳ ହୋଇ ବସିଛନ୍ତି ଉତ୍କଳମଣି […]

vlcsnap-error407
ପାକିସ୍ତାନରେ ବଦଳିବ ସରକାର, ଇମ୍ରାନ୍ ହୋଇପାରନ୍ତି ପଲିଟିକାଲ୍‌ କ୍ୟାପ୍‌ଟେନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନରେ ବଦଳିପାରେ ସତ୍ତା। କ୍ରିକେଟର୍‌ରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍‌ ଦଳ ସବୁଠୁ ଅଧିକ ଆସନରେ ଆଗୁଆ ରହିଛି। ଗତକାଲିଠୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ଗଣନାରେ ଇମ୍ରାନ୍ ଖାନ୍‌ ଦଳ ଆଗୁଆ ରହିଛି। ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫ୍ ଏବେ ସୁଦ୍ଧା ୧୧୯ଟି ସିଟ୍‌ରେ ଆଗୁଆ ଥିବା ବେଳେ ନୱାଜ୍ ସରିଫ୍‌ଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ ୬୧ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମାତ୍ର ୪୦ଟି ଆସନରେ ଲିଡ୍ କରୁଛି। ଏହାଛଡ଼ା ସ୍ୱାଧୀନ ଏବଂ ଅନ୍ୟାନ […]

paik
ଆବାସ ଯୋଜନାକୁ ଉପହାସ: ପାଇଖାନା ଘରେ ଦିନ କାଟୁଛନ୍ତି ୨ ପରିବାର

ରାୟଗଡ଼ା: ବାସହୀନଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁପକ୍କା ଘର ଯୋଜନା, ସବୁଥିରେ ଗୃହହୀନଙ୍କୁ ଘର ପ୍ରଦାନ କରାଯାଉଛି । ମାତ୍ର ଏସବୁ ଯୋଜନା ଗରିବଙ୍କ ନିକଟରେ କେତେ ଦୂର ପହଞ୍ଚୁଛି, ତାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି  ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ସାନଗୁତିଗୁଡ଼ା ଗାଁରେ। ଘର ପାଇଁ ବହୁବାର ଗୁହାରୀ କରି ନିରାଶ […]

kargil
ଆଜି କାର୍ଗିଲ୍ ବିଜୟ ଦିବସ

ନୂଆଦିଲ୍ଲୀ: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ୧୯୯୯ ମସିହା ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଅନୁପ୍ରବେଶକାରୀ କବ୍‌ଜା କରିଥିବା ସମସ୍ତ ଘାଟିକୁ ପୁଣି ଦଖଲ କରିନେଇଥିଲା ଭାରତୀୟ ସେନା। ଏହି କାର୍ଗିଲ ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ କାଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ଭାରତୀୟ ଯବାନ ବିଜୟ ଉତ୍ସବ ପାଳନ କରିଛନ୍ତି। ତାଙ୍କ ପରିବାର […]

West Bengal Assembly
ବଦଳିପାରେ ପଶ୍ଚିମବଙ୍ଗ ରାଜ୍ୟର ନାଁ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜ୍ୟର ନାଁ ବଦଳି ବାଙ୍ଗଲା ହୋଇପାରେ। ଏହି ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ବିଧାନସଭାରେ ମଞ୍ଜୁରୀ ମିଳିଛି। ତିନୋଟି ନାଁକୁ ନେଇ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାଙ୍ଗଲାକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି। ଏହାପରେ ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଇବେ। ମନ୍ତ୍ରାଳୟ ପ୍ରସ୍ତାବକୁ ଅନୁଧ୍ୟାନ କରି ଏନେଇ ସ୍ୱୀକୃତି ପ୍ରଦାନ କରିବେ। ଯଦି ପ୍ରସ୍ତାବକୁ ସ୍ୱୀକୃତି ମିଳେ […]

ab
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍‌ର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟର୍ସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର ଛାତି ଏବଂ […]

djo
ଧୋନି ଆଇପିଏଲ୍‌ର ସଫଳ ୱିକେଟ୍‌କିପର୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ୱିକେଟକିପର ଭାବେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲରେ ଧୋନି କ୍ୱିଣ୍ଟନ୍ ଡି’କକ୍ ଓ ରୋହିତ୍ ଶର୍ମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୱିକେଟକିପର ଭାବେ ଧୋନି ଆଇପିଏଲରେ ୧୯୦ ମ୍ୟାଚ୍ ଖେଳି ୧୩୨ (୯୪ […]

yu
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୪ଟା ସୁଦ୍ଧା ୫୦.୭୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟରେ ଆଜି ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ମୋଟ୍ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି । ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ ଏବଂ ଝାଡ଼ଖଣ୍ଡର ୪ଟି ଆସନରେ ଭୋଟ୍ ନିଆଯାଇଛି । ଦିଲ୍ଲୀର ସମସ୍ତ ଆସନରେ ହାଇପ୍ରୋଫାଇଲ ଲଢ଼େଇ ହୋଇଛି । ବହୁ ଭିଭିଆଇପିଙ୍କୁ ଭୋଟ୍ ଦେବାର ଦେଖିବାକୁ ମିଳିଥିଲା। […]