• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

virat-kohli-te
ଟେଷ୍ଟ ସିରିଜ୍‌ରେ ବିରାଟ ଦମ୍‌ ଦେଖାଇପାରିବେ ତ?

ନୂଆଦିଲ୍ଲୀ: ଚାରିବର୍ଷ ଭିତରେ ବହୁତ କିଛି ବଦଳି ସାରିଛି। ଏହାରି ଭିତରେ ବିରାଟ କୋହଲି କ୍ରିକେଟ ଜଗତରେ ବ୍ୟାଟିଂର ବାଦ୍‌ଶାହ ବନିଯାଇଛନ୍ତି। ଏହି କଥା କହିଛନ୍ତି ବିରାଟ କୋହଲିଙ୍କ ପିଲାଦିନର କୋଚ୍‌ ରାଜ୍‌ କୁମାର ଶର୍ମା। ସେ କହିଛନ୍ତି ୧ ଅଗଷ୍ଟରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ୍‌ରେ ବିରାଟଙ୍କ ବ୍ୟାଟିଂକୁ କେହି ରୋକିପାରିବେନି। ଭାରତୀୟ ଦଳ ଯେତେବେଳ ୨୦୧୪ରେ ଇଂଲଣ୍ଡ ଗସ୍ତ କରିଥିଲା, ସେହି ସିରିଜ୍‌ରେ ୫ଟି ମ୍ୟାଚ୍‌ର ୧୦ ଟି […]

odiya-pua
କାଶ୍ମୀର ଉପତ୍ୟକାରେ ଥମୁନି ଆତଙ୍କ: ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ ପରେ ଜନ୍ମମାଟିରେ  ଶୋକାକୁଳ ପରିବେଶ

ଭୁବନେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ଆତଙ୍କର ଛାୟା। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ଅଭିଯାନ ଚଳାଇଥିଲେ ବି ନିଜକୁ ଅନେକ କ୍ଷତି ସହିବାକୁ ପଡୁଛି। ଗତ ଦୁଇ ଦିନରେ ଅନନ୍ତନାଗ ଓ ପୁଲଓ୍ୱାମାରେ ୪ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ବଡସୁଆଳର ଅଜିତ୍ ସାହୁ ଓ ଉତ୍ତରପ୍ରଦେଶ ମେଜର କେତନ୍ ଶର୍ମା। ତେବେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଫେବ୍ରୁଆରୀ ୧୪ ପୁଲଓ୍ୱାମା ଆକ୍ରମଣ ଲାଗି ଗାଡ଼ି ଯୋଗାଇଥିବା ଜୈଶ ଆତଙ୍କବାଦୀ […]

2
ପୋଲରୁ ଖସିଲା ଟ୍ରକ୍

ପାରାଦୀପ : ପୋଲରୁ ଖସି ନଦୀରେ ପଡିଲା ଟ୍ରକ୍। ପାରାଦୀପରେ ଘଟିଛି ଏହି ଦୁର୍ଘଟଣା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡେଇଠାରେ ପୋଲ ଉପରୁ ଟ୍ରକ୍ ମହାନଦୀରେ ଖସି ପଡ଼ିଛି। ଚଣ୍ଡିଖୋଲ ଅାଡକୁ ଯାଉଥିବାବେଳେ ଟ୍ରକଟି ପୋଲର ବାମ ପଟକୁ ମାଡି ଯାଇ ପାଣିକୁ ଖସି ପଡ଼ିଥିଲା । ଭାରସାମ୍ୟ ହରାଇ ଟ୍ରକ ଖସିପଡିଥିବା ସନ୍ଦେହ କରାଯାଉଛି। ଟ୍ରକଟି ବାମ ପଟକୁ ଏପରି ମାଡିଯାଇଛି ଯେ ପୋଲ ଉପରେ ଥିବା ଫୁଟ୍ ପାଥ୍ ଏବଂ ଏହାର ବାଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି […]

canal
ନିର୍ମାଣର ମାସେ ନପୁରୁଣୁ ଭୁଷୁଡ଼ିଲା କେନାଲ୍‌

ରାୟଗଡ଼ା: ନିର୍ମାଣକୁ ମାସେ ପୁରିନଥିବାବେଳେ କେନାଲ ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଏଣେ ତେଣେ ବୋହିଯାଉଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଳିସିରିପୁର ଗାଁ ନିକଟରେ। ଏଠାରେ ପ୍ରାୟ ୧୦ ଫୁଟ୍ ଓସାରରେ ଭୁଷୁଡି ପଡିଛି କେନାଲ।  ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ୩ଟି ପଞ୍ଚାୟତର ୪ ଶହ ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ […]

weather2
୧୦ ଜିଲ୍ଲା ପାଇଁ ସତର୍କ ସୂଚନା ; ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତି ୮ଟା ଯାଏ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା। ଏହି ୧୦ଟି ଜିଲ୍ଲା ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ବରଗଡ଼ ,କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର,କଟକ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

rr
ସହିଦଙ୍କ ୪ ବର୍ଷର ପୁଅକୁ ଧରି କାନ୍ଦିଲେ ପୁଲିସ୍‌ ଅଧିକାରୀ

ଶ୍ରୀନଗର: ସାମ୍ନାକୁ ଆସିଛି ଭାବପ୍ରବଣ କରିବା ଭଳି ଗୋଟିଏ ଫଟୋ। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଇନସପେକ୍ଟର ଅଶ୍ରଦ ଖାନ୍‌ଙ୍କୁ ଦିଆଯାଇଥିବା ଅନ୍ତିମ ଶ୍ରଦ୍ଧାଞ୍ଜଳି ବେଳର ଦୃଶ୍ୟ ଯିଏ କେହି ବି ଦେଖିବ, ତା’ ଆଖିରେ ଲୁହ ଜକେଇ ଆସିବ। ସହିଦ ଅଶ୍ରଦଙ୍କ ୪ ବର୍ଷର ପୁଅ ମଧ୍ୟ ଏହି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ଉପସ୍ଥିତ ଥିଲା। ହୁଏତ ସେ ଏକଥା ବୁଝିପାରୁ ନଥିଲା ଯେ ତା’ ବାପା ଦେଶ ପାଇଁ ବଳିଦାନ ଦେଇ ସବୁ […]

oo
ମୋଦିଙ୍କ ମାଷ୍ଟରଷ୍ଟ୍ରୋକ: ପୁଣି ୧୫ ଟିକସ୍‌ ଅଧିକାରୀ ବିଦା

ନୂଆଦିଲ୍ଲୀ: ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସର ଲକ୍ଷ୍ୟ ନେଇ ମୋଦି-୨ ସରକାର ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଥିବା ଦେଶର ୧୫ ଜଣ ବରିଷ୍ଠ ଟିକସ୍‌ ଅଧିକାରୀଙ୍କୁ ଆଜି ମୋଦି-୨ ସରକାର ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ପାଇଥିବା ୧୫ ଅଧିକାରୀଙ୍କ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ବିଭାଗର ପ୍ରିନ୍ସିପାଲ କମିଶନର, କମିଶନର, ଆଡିସନାଲ କମିଶନର ଓ ଡେପୁଟି […]

bjp
ବିଜେଡିକୁ ‘ଲଲିପପ୍‌’ର ସରକାର କହି କଟାକ୍ଷ କଲେ ଅରୁଣ

ଭୁବନେଶ୍ୱର : ବିଜେଡିକୁ ‘ଲଲିପପ୍‌’ର ସରକାର କହି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ନବୀନ ଶାସନକାଳ ଭିତରେ ରୋଜଗାର ଦେଇପାରି ନାହାନ୍ତି। କିନ୍ତୁ ୧୯ ବର୍ଷ ହେଲା ଲଲିପପ୍ ଦେଇ ଅାସୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଅାଇନ ନେଇ ସେ କହିଛନ୍ତି ଯେ ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଅଛନ୍ତି। ଏହା ସରକାରଙ୍କ ବଡ଼ ବିଫଳତା। ‘ଅାମ […]

tn
କଶ୍ମୀର ପୁଣି ଅଶାନ୍ତ: ମେଜର ସହିଦ, ୩ ଆତଙ୍କୀ ନିହତ

ଶ୍ରୀନଗର: କିଛିଦିନ ପରେ ଆଜି ପୁଣିଥରେ କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି। ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଲଢ଼େଇରେ ସେନାର ଜଣେ ମେଜର ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିବା ସହ ଉଭୟ […]

ict
ଟିମ୍ ଇଣ୍ଡିଆକୁ ମିଳିଲା ଦୁଇଦିନର ଛୁଟି

ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନକୁ ଆଇସିସି ବିଶ୍ୱକପ୍ ମ୍ୟାଚରେ ଦମଦାର ଢ଼ଙ୍ଗରେ ହରାଇବା ପରେ ଭାରତୀୟ ଟିମର ଖେଳାଳିମାନଙ୍କୁ ଦୁଇଦିନ ପାଇଁ ବ୍ରେକ୍ ମିଳିଛି। ଏହି ଦୁଇ ଦିନର ବିରତି ପରେ ଭାରତ ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ହେବାକୁଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ। ଏ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଟିମ୍ ଦୁଇ ଦିନର ଛୁଟି ମିଳିଛି। ଭାରତ ଗତ ୧୨ ଦିନରେ ତିନୋଟି ମ୍ୟାଚ୍ ଖେଳିଛି। ଭାରତ ତା’ର […]

67n
ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କୋଲକାତା:କିଛିଦିନ ଧରି ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ୧୪ଟି ମେଡିକାଲ କଲେଜର ମୋଟ୨୪ […]

jj
ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ ନଡ୍ଡା ଦଳର ପ୍ରତିଦିନ ଘଟୁଥିବା ଘଟଣାର ସବୁ ଦାୟିତ୍ୱ ନିର୍ବାହ କରିବେ। ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୂର୍ବଭଳି ଅମିତ ଶାହ ହିଁ ରହିବେ। ଅମିତ […]

Ayesha_Nana
ନାନା ପାଟେକରଙ୍କ ସହ ଲିଭ୍‌-ଇନ୍‌- ରିଲେସନ୍‌ସିପ୍‌ରେ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସିନେମାରେ ନିଖୁଣ ଅଭିନୟରେ ସିନେପ୍ରେମୀଙ୍କ ମନ ଜିଣିଥିବା ନାନା ପାଟେକର ବି ଲିଭ୍‌-ଇନ୍-ରିଲେସନ୍‌ସିପ୍‌ରେ ଥିଲେ। ଯଦିଓ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତା ଅଭିନେତ୍ରୀ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହିଥିବା ନୂଆ ନୁହେଁ, କିନ୍ତୁ ନାନାଙ୍କ କଥା ଟିକେ ଅଲଗା। କାରଣ ତାଙ୍କର ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ଫ୍ୟାନ୍‌ମାନେ ମଧ୍ୟ ସ୍ୱତନ୍ତ୍ର । କ୍ରାନ୍ତିବୀରଠାରୁ ଆରମ୍ଭ କରି ତିରଙ୍ଗା ପର୍ଯ୍ୟନ୍ତ ନାନା ତାଙ୍କ ଫିଲ୍ମରେ ଯେଉଁ ନିଖୁଣ ଅଭିନୟ କରିଥିଲେ ତାହା ଦେଖିଥିବା ଲୋକ ଭୁଲିପାରିବ ନାହିଁ। […]

sapatha-sansada
ସପ୍ତଦଶ ଲୋକସଭା ଅଧିବେଶନର ପ୍ରଥମ ଦିନ,  ପ୍ରଥମ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଧ୍ୟକ୍ଷ ପ୍ୟାନେଲରେ ଥିବା ସାଂସଦ ଭର୍ତ୍ତୃହରି ମହାତାବ ଓଡ଼ିଆ ଏବଂ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥପାଠ କରିଥିଲେ। ଆଜି ଓ କାଲି ଦୁଇଦିନ ଧରି ନବନିର୍ବାଚିତ […]

dDharmaghata
ଡାକ୍ତର ଆନ୍ଦୋଳନର ସପ୍ତାହେ ପରେ ନରମିଲେ ଦିଦି

ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା। ସେପଟେ ଆଜି IMAର ୨୪ ଘଣ୍ଟିଆ ଧର୍ମଘଟରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ୧୨ ଦଫା ମଧ୍ୟରୁ […]

earthquake
ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ ; ୧୦ମୃତ, ଅନେକ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।  ଲୋମ୍ବକ୍‌ ଦ୍ୱୀପରେ ରବିବାର ପ୍ରାୟ ସକାଳ ୬ଟା ୪୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଭୂକମ୍ପରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ୭କି.ମି ଗଭୀର ଥିଲା। ବୋଲି ଆମେରିକା ଭୂବୈଜ୍ଞାନିକ ସର୍ଭେ ପକ୍ଷରୁ କୁହାଯାଇଛି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲୋମ୍ବକ୍‌ର ମୁଖ୍ୟ ସହର ମାତାରାମ୍‌ର ୫୦ କି.ମି. […]

Pakistan
ସର୍ଫରାଜଙ୍କୁ ଏମିତି ସମାଲୋଚନା କଲେ ପ୍ରଶଂସକ

ଲଣ୍ଡନ: ଆଇସିସି ବିଶ୍ୱକପରେ ଭାରତଠାରୁ ୮୯ ରନରେ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ସେମାନେ ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଏବଂ ବାକି ଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପରାଜୟ ପରେ ସୋଶାଲ ମିଡିଆରେ ପାକିସ୍ତାନୀ ପ୍ରଶଂସକ ନିଜ ଟିମର ଦୁର୍ବଳତା ଉପରେ ବର୍ଷିଛନ୍ତି। ପ୍ରଶଂସକ ମଧ୍ୟ ପାକିସ୍ତାନ ଟିମର ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ପ୍ରଶଂସକ କହିଛନ୍ତି, ପାକିସ୍ତାନ ଟିମ୍ ମ୍ୟାଚ୍ ପୂର୍ବରୁ ଫାଷ୍ଟ ଫୁଡ୍ ଯଥା ବର୍ଗର […]

solar boat
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସୋଲାର ବୋଟ୍

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଡାଲ୍‌ ହ୍ରଦ। ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଏହାର ମନୋରମ ସୌନ୍ଦର୍ଯ୍ୟ ଆକର୍ଷଣ କରିଥାଏ। ଖାଲି ଏତିକି ନୁହେଁ ବୋଟ୍‌ରେ ବସି ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିଥାନ୍ତି ପର୍ଯ୍ୟଟକ। ତେବେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଅନ୍ୟତମ କାରଣ ପାଲଟିଛି ଏଠାକାର ସୋଲାର ବୋଟ୍। ସମ୍ପୂର୍ଣ୍ଣ ସୌରଚାଳିତ ଏହି ବୋଟ୍‌କୁ ନିର୍ମାଣ କରିଛନ୍ତି  କିଛି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ନିଜ କଲେଜ ପ୍ରୋଜେକ୍ଟରେ ଏହି ସୋଲାର ବୋଟ୍‌ ତିଆରି କରିବା […]

yy
ପାକ୍ ସାମ୍ବାଦିକଙ୍କୁ ଏମିତି ଜବାବ ଦେଲେ ରୋହିତ୍

ଲଣ୍ଡନ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଆଉ ଶତକ ବଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଡିଏଲ୍ ନିୟମରେ ୮୯ ରନରେ ପରାସ୍ତ କରି ବିଶ୍ୱକପରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିଜୟ ଅଭିଯାନ ୭-୦ରେ ପହଞ୍ଚାଇଛି। ଭାରତ ବିଶ୍ୱକପରେ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ହରାଇ ଆସିଛି ଏବଂ ବିରାଟ କୋହଲିଙ୍କ ଏହି ଟିମ୍ ଧାରା ବଜାୟ ରଖିଛି। ରବିବାର ମ୍ୟାଚ୍ ପରେ ରୋହିତ୍ ଶର୍ମା ସାମ୍ବାଦିକ ସମ୍ମିଳନୀ ପାଇଁ ପହଞ୍ଚିଥିଲେ। ସେ ଏକ ପ୍ରଶ୍ନର ଏମିତି ଜବାବ ଦେଲେ […]

vlcsnap-error689
ରିଲିଜ୍‌ ହେଲା ପାଟଣାଗଡ଼ ପାର୍ସଲ ବୋମା ସିନେମାର ଟିଜର

ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ। ନିର୍ମାଣାଧିନ ସିନେମାର ଟିଜର ସିକ୍ୱେନ୍ସରେ ଦମଦାର୍ ଷ୍ଟାରକାଷ୍ଟରୁ ବାରି ହେଉଛି ଫିଲ୍ମର କେମିତି ହେଉଥିବ ମେକିଂ। ଆଜି ରିଲିଜ୍‌ ହୋଇଛି ଏହି ଚଳଚ୍ଚିତ୍ରର ଟିଜର। ଯାହାକି ଏବେ ବଢ଼ାଇଛି ଦର୍ଶକଙ୍କ ଉତ୍କଣ୍ଠା। ରେଂଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ଶ୍ରୀଧର ମାର୍ଥା ପ୍ରଯୋଜିତ ଏବଂ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶନାରେ ଜୋରସୋରରେ ଚାଲିଛି ମୁଭିର ସୁଟିଂ। ଜେରା କରାଯାଉଛି ପାଟଣାଗଡ଼ ବ୍ଲାଷ୍ଟର ଖଳନାୟକଙ୍କୁ। କେମିତି ପଠାଇଥିଲା ମୃତ୍ୟୁର […]

M
ବିଦେଶରୁ ଆସୁଥିଲା ଟଙ୍କା, ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ: ଏନଆଇଏ

ନୂଆଦିଲ୍ଲୀ: ଯେଉଁ ଅଭିଯୋଗରେ ଜାତୀୟ ତଦନ୍ତ ଅଧିକାରୀ ସଂସ୍ଥା(ଏନଆଇଏ) ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ଏନଆଇଏ ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତା ମାନେ ବିଦେଶରୁ ଟଙ୍କା ଆଣି ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ। ଏଥିସହ ଏହି ଟଙ୍କାରେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଭାବନା ସୃଷ୍ଟି କରିବା ପାଇଁ ମୁସଲିମ୍ ମହିଳାଙ୍କୁ ଟଙ୍କା ଦେଉଥିଲେ ବୋଲି ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା […]