ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଗ୍ୱାଲିଅର ସହରରେ ଜଣେ ଯୁବକର ଚାକିରି ଚାଲିଯିବାରୁ ସେ ହତାଶ ହୋଇ ଚରମ ପଦକ୍ଷେପ ନେଇଥିବା ଜଣାପଡିଛି। ଗତ କାଲି ସେ ରାସ୍ତା ଉପରେ ନିଜ ଦେହରେ ନିଆଁ ଲଗାଇଦେଇଥିବା ଜଣାପଡିଛି। ପରେ ଯୁବକ ଜଣକ ନିଆଁରୁ ରକ୍ଷା ପାଇବା ପାଇଁ ରାସ୍ତା ଉପରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ତାଙ୍କ […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କ୍ୟାବିନେଟ ସେକ୍ରେଟାରୀ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲାର ସ୍ଥିତି ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩୫୦ ଶ୍ରମିକ ସ୍ପେଶାଲ ଟ୍ରେନରେ ୩ ଲକ୍ଷ ୫୦ ହଜାର ପ୍ରବାସୀ ଶ୍ରମିକ ନିଜ ରାଜ୍ୟରେ ପହଞ୍ଚା ଯାଇଛି। ରାଜ୍ୟ ସରକାରମାନେ ରେଲେଓ୍ୱକୁ ସହଯୋଗ କରିବାକୁ ସେ […]
ଭୁବନେଶ୍ୱର: ଶିବ ଆରାଧନାରେ ମଗ୍ନ ହେଉଛି ଜଗତ। ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତି ନାଥ ମନ୍ଦିର ହେଉ କି, ଉତ୍ତରଭାରତର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ, ରାତି ପାହୁ ନପାହୁଣୁ ଆଜି ବୋଲ୍ବମ୍, ହର ହର୍ ବମ୍ ଧ୍ୱନିରେ କମ୍ପୁଥିଲା ସବୁ ଶୈବାଳୟ। ଲମ୍ବା ଲାଇନ୍ରେ ଶିବ ଦର୍ଶନ ଅପେକ୍ଷାରେ ଗେରୁଆ ବସ୍ତ୍ରଧାରୀ ହଜାର ହଜାର କାଉଡ଼ିଆ। ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଶ୍ରାବଣର ପ୍ରଥମ ସୋମବାରରେ ଆଶୁତୋଷଙ୍କ ଜଳଲାଗି ପାଇଁ ବିଭିନ୍ନ ନଦୀରୁ ଜଳଭାର ଧରି ଘଣ୍ଟା […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍କୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ବ୍ଲେମ ଗେମ୍। ମୁହାଁ ମୁହିଁ ହୋଇଛନ୍ତି ଦାମ, ବିଷ୍ଣୁ ଓ ବାପି ସର୍ଖେଲ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ୍ ଟିଟୋ ଲିଙ୍କ ନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ୍ଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସେମାନଙ୍କ ଭୂମିକାର ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଟୋ ସହ ସର୍ଖେଲ୍ ଲିଙ୍କ୍ରେ ଥିବା ଅଭିଯୋଗ ଆଣି STF କାହିଁକି […]
ନୂଆଦିଲ୍ଲୀ: କରୋନା ଭାଇସର ଯୋଗୁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ତାମିଲନାଡୁର ଜଣେ ଦୋକାନୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁର ମଦୁରାଇରେ ତାଙ୍କର ଏକ ସେଲୁନ୍ ଦୋକାନ ରହିଛି। ସେହି ବ୍ୟକ୍ତିଙ୍କ ନାଁ ସି. ମୋହନ। ମୋହନ ନିଜ ଝିଅର ପାଠ ପଢ଼ା ପାଇଁ ସଞ୍ଚୟ କରି ରଖିଥିବା ୫ଲକ୍ଷ ଟଙ୍କାକୁ ଲୋକଙ୍କ ସାହାଯ୍ୟ ପାଇଁ ଖର୍ଚ୍ଚ କରିଥିଲେ। ମୋହନଙ୍କର ଏହି ଅର୍ଥ […]
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ସମୟରେ କେତେକ ଭାରତୀୟ ବିଦେଶରେ ଫସି ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ମାଲଦ୍ୱୀପରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଇଏନ୍ଏସ୍(INS)ଜାହାଜ ଗୁରୁବାର ଦିନ ସେଠାରେ ପହଞ୍ଚିଥିଲା। ଏହାପରେ ଏହି ନୌସେନା ଜାହାଜ ରବିବାର ସକାଳେ କୋଚି ବନ୍ଦରରେ ପହଞ୍ଚିଥିଲା। ଏହି ଜାହାଜ ଦ୍ୱାରା ୬୯୮ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୧୯ […]
ଭଦ୍ରକ: ଧରମ ପୁଅ ରଚିଲା ଅଧର୍ମ କାଣ୍ଡ। ଧରମ ମା’ଙ୍କୁ ହତ୍ୟା, ଧରମ ଭଉଣୀକୁ ଦୁଷ୍କର୍ମ। ସମ୍ପର୍କର ବନ୍ଧ ଡେଇଁ ଭିଆଇଛି ଜଘନ୍ୟ କାରନାମା। ଅଭିଯୁକ୍ତର ନାଁ ବବୁଆ ମହାନ୍ତି। ସମୟ ବିଳମ୍ବିତ ରାତି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ତଥା ଧରମ ବାପାଙ୍କ ସହ ବାହାରକୁ ଯାଇଥିବା ବବୁଆ ଫେରିଆସିଥିଲା ଏକୁଟିଆ। ଆଉ କବାଟ ଖୋଲିବା କ୍ଷଣି ହଠାତ୍ ଶିଳପୁଆରେ ଆକ୍ରମଣ କଲା ନିଜ ଧରମ ମା’ଙ୍କୁ। ଏହାପରେ ଧରମ ଭଉଣୀକୁ ମୁହଁ ସହ […]
ଇସ୍ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍ -ଇ-ଇନ୍ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି। ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ସେପଟେ ସଂଖ୍ୟା ଗରିଷ୍ଠତା ପାଇଁ ପିଟିଆଇ ପକ୍ଷରୁ କସରତ ଜାରି […]
ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି । ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି। ଯମୁନାର ବିପଦ ସଙ୍କେତ ୨୦୪ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ଦେଢ ମିଟର ଅଧିକ ରହିଛି। ଏହା ଫଳରେ ଦିଲ୍ଲୀରେ ବି ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା […]
ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା କି ! ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାର ପାଗ ହଠାତ୍ ବଦଳି ଯାଇଥିଲା। ଅନ୍ଧାର ମାଡ଼ି ଆସିବା ସହ ରାସ୍ତାଘାଟ କିଛି ଦେଖା ଯାଇ ନ ଥିଲା। ଚାରିଆଡେ ଧୂଳି ଉଡିବାକୁ ଲାଗିଲା। ପରେ […]
ମୁମ୍ୱାଇ: ମୁମ୍ବାଇରେ କରୋନା ଭାଇରସ୍ର ସ୍ଥିତି ଦିନିକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଡାକ୍ତରଖାନାଗୁଡ଼ିକରେ ବେଡ୍ର ଅଭାବ ଦେଖାଦେଇଛି । ଏହାର ମୁକାବିଲା ପାଇଁ ବିଏମ୍ସି ପ୍ରଶାସନ ଖୋଲାଯାଗାରେ ହସ୍ପିଟାଲ ଓ କ୍ୱାରେଣ୍ଟିନ୍ କେନ୍ଦ୍ର ଗୁଡିକ ତିଆରି କରୁଥିବା ଜଣାପଡିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିକେସି(BKC)ର ଏମ୍ଏମ୍ଆରଡିଏ(MMRDA)ଗ୍ରାଉଣ୍ଡରେ ଭାରତର ପ୍ରଥମ ଗ୍ରାଉଣ୍ଡ ହସ୍ପିଟାଲ ତିଆରି କରୁଥିବା ଜଣାପଡିଛି। ଏହି ଡାକ୍ତରଖାନାଟି MMRDA ଦ୍ୱାରା ନିର୍ମାଣ କରାଯାଉଛି ଏବଂ ଏହି ସ୍ୱତନ୍ତ୍ର […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଲକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଉଥିବାର ଦେଖିବାକୁ ମିଳିଛି। କନେଷ୍ଟବଲଙ୍କ ନାଁ ପ୍ରବୀଣ। ଗତ କିଛିଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପ୍ରବୀଣ କରୋନ ଭାଇରସ ରୋଗରୁ ସୁସ୍ଥହୋଇ ପୁନଃ ନିଜ ଡ୍ୟୁଟିରେ ଯୋଗ ଦେଇଛନ୍ତି। ସେ ପୋଲିସ ଷ୍ଟେସନରେ ପହଞ୍ଚିବା ମାତ୍ରେ, ସେଠାରେ ଉପସ୍ଥିତ ଥିବା ସମସ୍ତ […]
ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ କମିଟି ହୋଇଛି। କୃଷି, ଅର୍ଥ, ରାଜ୍ୟ ପ୍ରତିନିଧି, ବୀମା ପ୍ରତିନିଧିଙ୍କୁ ନେଇ କମିଟି ଗଠିତ ହୋଇଛି। ଅାସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନେଇ […]
ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର। ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍ରୁ ବାୟୋଲୋଜିକାଲ ସାମ୍ପଲ ମିଳିଛି। ଏହି ସାମ୍ପଲକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିବା ଏସପି କହିଛନ୍ତି। ସେପଟେ ନିଖୋଜ ବାପାର ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛି […]