ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍କା। ଇଲେକ୍ଟୋରାଲ ବଣ୍ଡ୍ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏହିସବୁ ତଥ୍ୟ ଏକ ବନ୍ଦ […]
ନୂଆଦିଲ୍ଲୀ: ଯଦି ଆପଣ ରେଗୁଲାର ସୋଶାଲ୍ ମିଡିଆ ବିଶେଷ କରି ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି। ତା’ହେଲେ ଆପଣ ଜାଣିଥିବେ ଏଥିରେ ମିଥ୍ୟା ଖବର ଗୁଡ଼ିକ କେମିତି ବ୍ୟାପିଥାଏ। ଜଣେ ଲୋକ ଏଠାରେ କିଛି ଲେଖିବା ମାତ୍ରେ , ଲୋକମାନେ ଏହାର ସତ୍ୟତା ନପରଖି ସାଙ୍ଗେ ସାଙ୍ଗେ ସେୟାର କରିଥାନ୍ତି। ଏହା ସହିତ ହ୍ୱାଟ୍ସ୍ଆପ୍ରେ ଆସୁଥିବା କିଛି ତଥ୍ୟହୀନ କଥାକୁ ମଧ୍ୟ ଲୋକମାନେ ସହଜରେ ବିଶ୍ୱାସ କରିନେଇଥାନ୍ତି। ନିକଟରେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ବହୁଜନ ସମାଜ […]
ମୁମ୍ବାଇ: ମଜାଦାର ଟ୍ୱିଟ୍ ପାଇଁ ବୀରେନ୍ଦ୍ର ସେହ୍ୱାଗ ବେଶ୍ ପରିଚିତ। ବିଶେଷ କରି କାହାକୁ ଜନ୍ମଦିନ କିମ୍ବା ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇବା ସମୟରେ ସେ ମଜାଦାର ଟ୍ୱିଟ୍ ମାଧ୍ୟମରେ ବଧାଇ ଜଣାଇଥାନ୍ତି। ଏଥର କିନ୍ତୁ ସେହ୍ୱାଗଙ୍କ ବଦଳରେ ଏହି ତାଲିକାରେ ସାମିଲ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ଆଜି ଭାରତୀୟ ବୋଲର୍ ଇଶାନ୍ତ ଶର୍ମା ୩୦ ବର୍ଷରେ ପାଦ ଦେଇଛନ୍ତି। ବିଶ୍ୱ କ୍ରିକେଟ୍ରେ ସେ ତାଙ୍କ ଉଚ୍ଚତା ପାଇଁ ପରିଚିତ। ବର୍ତ୍ତମାନ ଇଶାନ୍ତ ଭାରତୀୟ […]
ଆମେ ଫିଟ୍ ଆଉ କମ୍ ବୟସର ଦେଖାଯିବାକୁ ସବୁବେଳେ ଚେଷ୍ଟା କରିଥାଉ। ତେଣୁ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ଆମ ଶରୀରରେ ମଧ୍ୟ ସେହିଭଳି ପ୍ରଭାବ ପଡ଼ିଥାଏ। ଏପରି କିଛି ଜିନିଷ ରହିଛି ଯାହାକୁ ଆପଣ ଖାଇଲେ ଆପଣଙ୍କ ବୟସ କମ୍ ହୋଇଥିଲେ ମଧ୍ୟ ଆପଣ ବୃଦ୍ଧଙ୍କ ଭଳି ଦେଖାଯିବେ। ତେବେ ପଢ଼ନ୍ତୁ କଣ ଖାଇଲେ ଆପଣ କମ୍ ବୟସରେ ବୃଦ୍ଧଙ୍କ ଭଳି ଦେଖାଯିବେ? ମିଠା– ଆମେ ସମସ୍ତେ ମିଠା ଖାଇବାକୁ ପସନ୍ଦ କରିଥାଉ। କିନ୍ତୁ ହେଲଥ୍ […]
ମୁମ୍ବାଇ: ଖୁବ୍ ଶୀଘ୍ର ବଲିଉଡ୍ ସୁପରଷ୍ଟାର ଆମିର୍ ଖାନ୍ଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ବଲିଉଡର ମିଷ୍ଟର୍ ପର୍ଫେକ୍ସନିଷ୍ଟ୍ କୁହାଯାଉଥିବା ଆମିର୍ ଖାନ୍ଙ୍କୁ ପୁଣିଥରେ ତାଙ୍କର ଲୋକପ୍ରିୟ ରିଅଲିଟି ଶୋ’ ‘ସତ୍ୟମେବ ଜୟତେ’ ସିଜନ୍ ୩ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ୨୦୧୪ ପରଠୁ ଏହି ରିଅଲଟି ଶୋ’କୁ ଦେଖିବା ପାଇଁ ଆମିରଙ୍କ ଫ୍ୟାନ୍ସ୍ ଅପେକ୍ଷା କରିଛନ୍ତି। ଖବର ମୁତାବକ, ୨୦୧୯ ମସିହା ଭିତରେ ସତ୍ୟମେବ ଜୟତେ ଶୋ’ ଅନ୍ ଏୟାର ହୋଇପାରେ। କିଙ୍ଗ୍ ଖାନ୍ ଶାହାରୁଖ୍ […]
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ଚେନ୍ନାଇ ଟିମ୍ର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଗତକାଲିର ମ୍ୟାଚରେ ଧୋନୀଙ୍କ ଟିମ୍ ୪ ୱିକେଟରେ ରାଜସ୍ଥାନ ରୟାଲସ୍କୁ ପରାସ୍ତ କରିଛି। ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଟିମ୍ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୧୫୧ରନ୍ କରିଥିଲା। ଜବାବରେ ଚେନ୍ନାଇ ଟିମ୍ ମାତ୍ର ୨୪ରନରେ ୪ଟି ଓ୍ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫୮, ଅମ୍ବାତି ରାଇଡୁ ୫୭ରନ କରି ଦଳକୁ […]
ମୁମ୍ବାଇ/ଭୁବନେଶ୍ୱର: ସେଲିବ୍ରିଟିମାନେ ଅନେକ ସମୟରେ ସୋଶାଲ୍ ମିଡିଆରେ ଟ୍ରୋଲ୍ର ଶିକାର ହୋଇଥାନ୍ତି। କେବେ ତାଙ୍କର ବେଶ ପୋଷାକକୁ ନେଇ ତ ଆଉ କେବେ ଅନ୍ୟ କିଛି କାରଣରୁ। ସେହିଭଳି ସୋନମ୍ କପୁରଙ୍କର ବେଶ ପୋଷାକ ସବୁବେଳେ ଅଲଗା ଢଙ୍ଗର ହୋଇଥିବାରୁ ସେ ପ୍ରାୟ ସବୁବେଳେ ସୋଶାଲ ମିଡିଆରେ ଟ୍ରୋଲ୍ର ଶିକାର ହୋଇଥାନ୍ତି। ନିକଟରେ ସୋନମ୍ କପୁରଙ୍କୁ ଏକ ମାଟିଆ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା ଜିଓ ମାମି ଡିନର ପାର୍ଟିରେ। ସେଠାରେ ଲୋକମାନେ ତାଙ୍କ କର୍ଲିଂ ହେୟାରକୁ […]