• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

asian-up
ସ୍ୱର୍ଣ୍ଣ ଜିତିଲେ ଜିନସନ୍ ଜନସନ

ଜାକର୍ତ୍ତା : ଏସିଅାନ ଗେମ୍‌ସର ଦ୍ୱାଦଶ ଦିନରେ ଅାଥଲେଟିକ୍ସରେ ଭାରତକୁ ଅାଉ ଦୁଇଟି ସ୍ୱର୍ଣ୍ଣ। ୧୫ ଶହ ମିଟର ପୁରୁଷ ବର୍ଗ ଦୌଡ଼ରେ ଜିନସନ୍ ଜନସନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୮ଶହ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ ଜିନସନ୍। ସେପଟେ ୪ ଗୁଣା ୪ଶହ ମିଟର ମହିଳା ରିଲେ ଦୌଡ଼ରେ ମିଳିଛି ଅାଉ ଏକ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଏସିଅାଡ୍‌ରେ ଭାରତକୁ ମୋଟ ୬ଟି ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ଡିସକସ୍ ଥ୍ରୋରେ […]

dancing uncle 2
ନୂଆ ନାଚ ସହ ଇଣ୍ଟରନେଟ୍‌ରେ ନିଆଁ ଲଗାଇଲେ ଡ୍ୟାନ୍ସିଂ ଅଙ୍କଲ୍‌

ଭୁବନେଶ୍ୱର: ରାତାରାତି ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଅଙ୍କଲ୍ ନାମରେ ପରିଚିତ ହୋଇଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ପୁଣି ଥରେ ଫେରିଛନ୍ତି ନୂଆ ଅବତାରରେ। ଏଥର ସେ ଇଣ୍ଟରନେଟ୍‌ରେ ନିଆଁ ଲଗାଇଛନ୍ତି ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ। ଏଥର ସେ ବଲିଉଡ୍ ସୁପରଷ୍ଟାର ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ‘ଜିତେ ହେ ଶାନ୍ ସେ’ ଫିଲ୍ମର ଜୁଲି ଜୁଲି ଗୀତରେ ନାଚିଛନ୍ତି। ତାଙ୍କର ଏହି ନାଚ ବହୁତ ସୁନ୍ଦର ହୋଇଛି ଓ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। […]

salauddin
ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ଗିରଫ

ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍‌ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍‌କୁ ୨୦୧୧ ମସିହା ଟେରର୍‌ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏନ୍‌ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍‌ରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। […]

rupees2-up
ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଅାଜି ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୨୩ ପଇସା ହ୍ରାସ ପାଇଛି। ଫଳରେ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୮୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଇଥିବାରୁ […]

sc-1-up
ଦାଗୀ ନେତାଙ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଦାଗୀ ନେତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କ ବିରୋଧରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦୋଷୀ ଜନପ୍ରତିନିଧି ନିର୍ବାଚନ ଲଢିବା ଉପରେ ଅାଜୀବନ ବାସନ୍ଦ ଲଗାଇବା ପ୍ରସଙ୍ଗରେ ହୋଇଥିବା ଅାବେଦନର ଶୁଣାଣି କରି ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଦାଲତ ପଚାରିଥିଲେ ଯେ, ଅପରାଧିକ ମାମଲାରେ ଜଡିତ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଶୁଣାଣି ପାଇଁ ସରକାର ବର୍ତ୍ତମାନ ସୁଦ୍ଧା […]

rahul-up
ପୁଣି କେନ୍ଦ୍ର ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧିନ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍। ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି।  ବିମୁଦ୍ରାକରଣ, ରାଫେଲ ଡିଲ୍ ପ୍ରସଙ୍ଗରେ ସରକାରଙ୍କ ଉପରେ ତୀବ୍ରଭାବେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ବିମୁଦ୍ରାକରଣରେ ସାଧାରଣ ଜନତା କ୍ଷତି ସହିଛନ୍ତି। କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗୀଙ୍କୁ ସୁହାଇବା ପାଇଁ ବିମୁଦ୍ରାକରଣକୁ ଲାଗି କରାଯାଇଥିଲା। ରାଫେଲ ଜେଟ୍‌କୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟରେ କାହିଁ କିଣାଗଲା, ତାର ଯବାବ ରଖିବେକି ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ […]