• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pujara
ପ୍ରଥମ ଇନିଂସରେ ଭାରତ ୨୭୩ ରନ୍‌ କରି ଅଲ୍‌ ଆଉଟ

ସାଉଥାମ୍ପଟନ୍‌: ଭାରତ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତ ୨୭୩ ରନ୍‌ କରି ଅଲ୍‌ ଆଉଟ ହୋଇଛି। ଏଥିସହିତ ଭାରତ ପ୍ରଥମ ଇନିଂସରେ୨୭ ରନ୍‌ ଆଗୁଆ ରହିଛି। ବିଦେଶ ମାଟିରେ ଫର୍ମକୁ ଫେରିଥିବା ଟିମ୍‌ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରା ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବୋଲର୍‌ଙ୍କ ସହ ଏକାକୀ ଲଢ଼େଇ କରି ପୂଜାରା ତାଙ୍କ ଟେଷ୍ଟ୍‌ କ୍ୟାରିୟର୍‌ର ୧୫ ତମ ଶତକ ହାସଲ କରିଛନ୍ତି। ଏଥିସହ ପୂଜାରା ୧୩୨ ରନ୍‌ କରି ଅପରାଜିତ ରହିଛନ୍ତି। ପୂର୍ବରୁ […]

police
ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଲିସ ଅଧିକାରୀଙ୍କ ପରିବାର ସଦସ୍ୟ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ପୁଲିସ ଅଧିକାରୀଙ୍କ ପରିବାର ଲୋକ। କାଶ୍ମୀର ଉପତ୍ୟକାର ୯ ଜଣ ପୁଲିସ କର୍ମଚାରୀଙ୍କ ଘରୁ ଆତ୍ମୀୟଙ୍କୁ ଉଠାଇନେଇଛନ୍ତି ଏହି ରକ୍ତ ପିପାଶୁ। ଗତ ତିନି ଦିନ ଭିତରେ ଏମାନଙ୍କ ପରିବାରର ୧୧ ଜଣ ସଦସ୍ୟକୁ ଅପହରଣ କରିନିଅାଯାଇଛି। କେବଳ ଗତକାଲି ରାତିରେ ସାତ ଜଣଙ୍କୁ ଅପହରଣ କରିଛନ୍ତି ଅାତଙ୍କୀ। ସୋପିଅାନ୍, କୁଲଗାମ, ଅନନ୍ତନାଗ ଏବଂ ଅୱନ୍ତିପୁରାରୁ  ଯୋଜନାବଦ୍ଧ ଭାବେ ଏହି ଅପହରଣ କରାଯାଇଛି। ଗତ କିଛି ମାସ ହେବ କାଶ୍ମୀର ଉପତ୍ୟକାରେ ଅାତଙ୍କବାଦୀଙ୍କ […]

cylinder-UP
ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ

ବାଲେଶ୍ୱର  : ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ସହରର ପଢୁଆଁପଦା ବିଦ୍ୟୁତ୍‌ ମାର୍ଗର ମାନସ ରଂଜନ ମହାନ୍ତି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୁହଁରେ ଲାଗିଥିବା ବିଦ୍ୟୁତ୍‌ ଅକ୍ସିଜେନ ବଦଳାଇ ସିଲିଣ୍ଡର ଅକ୍ସିଜେନ ଲଗାଇବା ବେଳେ ସିଲିଣ୍ଡର ଫାଟିଯାଇଥିଲା। ଏଥିରେ ମାନସ ଅାହତ ହୋଇଥିଲେ । ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ […]

duty-up 2
ଓଡ଼ିଶା ଫେରିଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ

ଭୁବନେଶ୍ୱର : ଜାକର୍ତ୍ତା ଏସିଅାନ୍ ଗେମ୍‌ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ୍। ଦୂତୀ ଅାଜି ଓଡ଼ିଶା ଫେରିବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଦୂତୀଙ୍କ ପାଇଁ ଘୋଷଣା କରିଥିବା ୩ କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଦୂତୀ ଅାଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଅାଯାଇଥିଲା। ରାଜ୍ୟ କ୍ରୀଡ଼ା ବିଭାଗ, ଓଡ଼ିଶା […]

hockey
ମହିଳା ହକିରେ ଭାରତକୁ ରୌପ୍ୟ

ଜାକର୍ତ୍ତା: ଜାକର୍ତ୍ତା ଏସିଅାଡରେ ମହିଳା ହକିରେ ଟିମ ଇଣ୍ଡିଆ ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ପୁରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ଥିଲା ଭାରତୀୟ ମହିଳା ହକି ଦଳ। ଦୀର୍ଘ ୨୦ବର୍ଷ ପରେ ଏସିଅାନ ଗେମ୍‌ସର ଫାଇନାଲକୁ ଯାଇଥିବା ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଆଶା ରଖି ଆଜି ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଜାପାନ ଠାରୁ ୨-୧ ଗୋଲ୍‌ରେ ପରାସ୍ତ ହୋଇଛି। ଚଳିତ ଏସିଅାଡରେ ଟିମ୍ ଇଣ୍ଡିଅା ଅପରାଜୟ ରହିଥିଲା। ଫରୱାର୍ଡ ଓ ଡିଫେନସ ଦଳ ମଧ୍ୟରେ ଭଲ ସମନ୍ୱୟ […]

bjp
ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ୨ ଗୁଣା ହେବ କୃଷକଙ୍କ ଆୟ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ୧୨ ସୂତ୍ରୀ ସଂକଳ୍ପ ପତ୍ର ପ୍ରକାଶ କରିଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି। ସଂକଳ୍ପ ପତ୍ରରେ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ କଥା କୁହାଯାଇଛି।  ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଘୋଷଣା କରିଛି। ଏହାସହ ସିଟିଜେନସିପ୍ ବିଲ୍ ପାସ୍ ଓ ଲାଗୁ କରିବା, ଦେଶର […]

stree
ପରଦାକୁ ଆସିଲା ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଅାସିଛି ‘ସ୍ତ୍ରୀ’ । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍‌ଙ୍କ ଥମ୍‌ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍‌। ମୁଖ୍ୟତଃ ଫିଲ୍ମରେ ବ୍ଲାକ୍ କମେଡି ଦର୍ଶକଙ୍କୁ ବେସ୍ ଅାକୃଷ୍ଟ କରିଛି। ଭୂତକୁ ନେଇ ଥିବା ଅନ୍ଧ ବିଶ୍ୱାସ କାହାଣୀ ଉପରେ ଅାଧାରିତ ଏହି ଫିଲ୍ମ । ତେବେ ଟ୍ରେଲରରେ ଶ୍ରଦ୍ଧାଙ୍କୁ ମିଷ୍ଟିରିଅସ୍ ଭାବେ ଦର୍ଶାଯାଇଛି। ଯାହା ଦର୍ଶକଙ୍କୁ ସିନେମା ହଲ୍ ନିକଟକୁ […]

priya-prakash-up
ମାଲାୟଲମ୍ ଅଭିନେତ୍ରୀ ପ୍ରୀୟା ପ୍ରକାଶଙ୍କୁ ଅାଶ୍ୱସ୍ତି

ନୂଆଦିଲ୍ଲୀ : ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଅାଶ୍ୱସ୍ତି । ନିଜ ଅାଖିମରା ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଅାଶ୍ୱସ୍ତି । ପ୍ରିୟାଙ୍କ ଅାଖିମରା ଗୀତକୁ ନେଇ ହୋଇଥିବା ସମସ୍ତ ମାମଲାକୁ ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବେଞ୍ଚ ମାମଲାର ଶୁଣାଣି କରି ଅାବେଦନକାରୀଙ୍କୁ କଡା ଭର୍ତ୍ସନା କରିଛନ୍ତି। କେଉଁ ଅାଧାରରେ ଏପରି ମାମଲା ରୁଜୁ ହୋଇଥିଲା ସେ ନେଇ ପ୍ରଶ୍ନ କରିଛନ୍ତି ଜଷ୍ଟିସ […]