ଜୟପୁର : ହରିଅାଣା ରେଓ୍ୱାଡି ଗଣଦୁଷ୍କର୍ମ ମାମଲାରେ ପଦାକୁ ଅାସୁଛି ସାଂଘାତିକ ତଥ୍ୟ। ଏହି ଅମାନବୀୟକାଣ୍ଡରେ ସଂପୃକ୍ତ ଅଛନ୍ତି ୧୦ରୁ ଅଧିକ ଅଭିଯୁକ୍ତ। ପୀଡିତାଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ଅଣାଯାଇଛି। ସେପଟେ ସୁପରିକଳ୍ପିତ ଯୋଜନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ନିଶୁ ଫୋକଟ୍ ଏହି କାଣ୍ଡ ଭିଅାଇ ଥିବା ଜଣାାପଡିଛି। ଯେଉଁ ସ୍ଥାନରେ ଗଣ ଦୁଷ୍କର୍ମ ହୋଇଥିଲା ସେଇ ଜମିର ମାଲିକ ତଥା ଅନ୍ୟତମ ଅଭିଯୁକ୍ତ ଦିନ୍ ଦୟାଲ ପୁଲିସକୁ ଏହି ତଥ୍ୟ ଦେଇଛି। ସେ ପୁରା […]
ଗୁଆହାଟୀ: ଗୁଆହାଟୀରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ବିରାଟ ଓ ରୋହିତଙ୍କ ଦମ୍ଦାର ଶତକ ବଳରେ ଭାରତ ଖୁବ୍ ସହଜରେ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତି ନେଇଛି। ଅଧିନାୟକ ବିରାଟ କୋହଲି ୧୦୭ ବଲ୍ରେ ୧୪୦ ରନ୍ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ୧୧୭ ବଲ୍ରେ ୧୫୨ ରନ୍ ସଂଗ୍ରହ କରିଥିଲେ। ଆଜିର ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂର […]
ସୁରତ/ନୂଆଦିଲ୍ଲୀ: ଜୀବନ ଅଛି ତ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ ପରେ ବି ସମସ୍ତଙ୍କ ହୃଦୟରେ ଜୀବିତ ଥାନ୍ତି। କାରଣ କର୍ମ ହିଁ ତାଙ୍କୁ ସମସ୍ତଙ୍କ ହୃଦୟରେ ଜୀବିତ ରଖିଥାଏ। ତାଙ୍କୁ ହିଁ ପ୍ରକୃତରେ ମୃତ୍ୟୁବିଜୟୀ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ସେହିଭଳି ମୃତ୍ୟୁବିଜୟୀ ଯୁବକଙ୍କ କଥା କହିବୁ। ଯାହାଙ୍କ କାହାଣୀ ଜାଣିଲେ ଆପଣ ବି ସାଲ୍ୟୁଟ୍ ନ କରି ରହିପାରିବେନି। ଏହି କାହାଣୀ ହେଉଛି ସୁରତ୍ର ୧୮ ବର୍ଷିୟ ମିହିର ପଟେଲ୍ଙ୍କର। […]
ଗୁଆହାଟି: ଆସାମର ଗୁଆହାଟିରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଦିନିକିଆରେ ଡେବ୍ୟୁ କରୁଛନ୍ତି ଦିଲ୍ଲୀ ବ୍ୟାଟସମ୍ୟାନ ଋଷଭ ପନ୍ଥ। ଏହି ସିରିଜରେ ଦିନିକିଆ ଦଳକୁ ଫେରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ସିରିଜ୍ ପରେ ଏସିଆ କପ୍ରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ବଦଳରେ ଏସିଆ କପ୍ରେ ନେତୃତ୍ୱ ନେଇଥିଲେ ରୋହିତ ଶର୍ମା। […]
ଚେନ୍ନାଇ: ୱେଡିଙ୍ଗ୍ ଗିଫ୍ଟ ନେଇ ସମସ୍ତେ ଟିକେ ଚିନ୍ତାରେ ପଡ଼ିଯାଆନ୍ତି। କାହିଁକି ନା ସମସ୍ତେ ଚାହାଁନ୍ତି କି ୱେଡିଙ୍ଗ୍ ଗିଫ୍ଟ ଟିକେ ସ୍ପେଶାଲ୍ ହେବା ଉଚିତ୍। ଆଉ ଯଦି କୌଣସି ବନ୍ଧୁର ବିବାହ କଥା ଉଠେ ତେବେ ଗିଫ୍ଟରେ ଅନେକ ଜିନିଷ ଦେବାକଥା ମନକୁ ଆସିଥାଏ। ୱେଡିଙ୍ଗ୍ ଗିଫ୍ଟକୁ ନେଇ ଏମିତି ଜଣେ ବ୍ୟକ୍ତିଙ୍କ ମନକୁ ଏମିତି କିଛି ବୁଦ୍ଧି ଆସିଲା ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୱେଡିଙ୍ଗ୍ ଗିଫ୍ଟରେ ପେଟ୍ରୋଲ୍। ଏହା ଆଶ୍ଚର୍ଯ୍ୟ […]
ରାୟଗଡ଼ା:ପ୍ରକୃତି ଦାଉରେ ଛଟପଟ ଚାଷୀ। ଲଘୁଚାପ ବର୍ଷାରେ ବନ୍ୟା ପରିସ୍ଥିତି ଫସଲ ସବୁ ଧୋଇ ଦେଇଥିବାବେଳେ ଏବେ ‘ତିତ୍ଲି’ ପ୍ରଭାବରେ ନଦୀ ଗର୍ଭରେ ଲୀନ ହୋଇଯାଇଛି ଚାଷ ଜମି। ଫଳରେ ଚାଷୀର ଜୀବନ ଜୀବିକା ବିଶେଷ ଭାବରେ ପ୍ରଭାବିତ ହୋଇଛି। ହେକ୍ଟର୍ ହେକ୍ଟର୍ ଫସଲ ଧୋଇ ହୋଇଯାଇଛି। ଏକର ଏକର ଚାଷ ଜମିରେ ମାଡ଼ିଯାଇଛି ବାଲିଚର। ଆଉ ଏବେ ନିଜେ ଚାଷ କରିଥିବା ଜମି ଚିହ୍ନି ପାରୁ ନାହାନ୍ତି ରାୟଗଡ଼ା ଜିଲ୍ଲା ଗୁଡାରୀ ତହସିଲ୍ ବଡ଼ହୁମା ପରିବା […]
ଅମୃତସର: ପଞ୍ଜାବରେ ଜଳନ୍ଧର-ଅମୃତସର DMU ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୧୩ରୁ ଅଧିକ ଆହତ ହୋଇଛନ୍ତି। ୬୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅମୃତସରର ସିଟି ହସ୍ପିଟାଲ୍ ଓ ଗୁରୁ ନାନକ ହସ୍ପିଟାଲ୍ରେ ଆହତଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣାରେ ୩୨ ଜଣ ମୃତକଙ୍କ ପରିଚୟ ମିଳିଥିବାବେଳେ, ଏଯାଏଁ ୨୦ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର […]
ମସ୍କାଟ: ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ପୂର୍ବରୁ ଓମାନ୍କୁ ୧୧-୦ରେ ପରାସ୍ତ କରିବା ପରେ ଭାରତର ମନବଳ ଦୃଢ଼ ରହିଛି। ତେଣୁ ଦଳର ଟାର୍ଗେଟ୍ରେ ଏବେ ପାକିସ୍ତାନ ରହିଛି। ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଦଳ ଏବେ ବେଶ୍ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି […]
ପାଟନା: ଆରପାରିରେ ବିଜେପି ସାଂସଦ ଭୋଳା ସିଂହ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଶୁକ୍ରବାର ୮୨ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ବିହାରର ବେଗୁସରାଇ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଭୋଳା। ତିନିଦିନ ତଳେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ସୁମିତ୍ରା ମହାଜନଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ଦୀର୍ଘ ୧୩ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରରେ ୪ଟି ପର୍ଯ୍ୟୟରେ ପୌର ନିର୍ବାଚନ ହୋଇଥିଲା। ୭୯ଟି ପୌର ପରିଷଦର ୧୧ ଶହ ୪୫ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲା। ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିଲେ ୩ ହଜାର ୩୭୨ ଜଣ ପ୍ରାର୍ଥୀ। ଚଳିତ ବର୍ଷ ହୋଇଥିବା ନିର୍ବାଚନରେ ଭୋଟରଙ୍କ […]
ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ ତମ ଜନ୍ମଦିନ। ନିଜର ନିର୍ବାଚନମଣ୍ଡଳୀ ବାରାଣସୀରେ ସେ ଜନ୍ମଦିନ ପାଳନ କରିବେ। ଏଥିପାଇଁ ବାରାଣସୀରେ ପ୍ରସ୍ତୁତି ଚାଲିଛି। ସେଠାରେ ପ୍ରଧାନମନ୍ତ୍ରୀ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ସମେତ ଅନ୍ୟ ଦଳର ନେତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସୋଶାଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। Birthday […]
ଅମୃତସର: ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିପାରିଲେନି ନିଜେ ରାବଣ। ରାବଣପୋଡ଼ି ଦେଖୁଥିଲେ, କିନ୍ତୁ ହଠାତ୍ ତାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଆମେ କହୁଛୁ ଅମ୍ରିତସରର ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ କଥା। ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୬୧ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ରାବଣ ଭୂମିକାରେ ଅଭିନୟ କରିଥିବା ଏହି କଳାକାର। ରାବଣପୋଡ଼ି ଅବସରରେ ହୋଇଥିବା ରାମଲୀଲାରେ ରାବଣ ଭୂମିକାରେ ଅଭିନୟ କରିଥିଲେ ଦଲ୍ବୀର ସିଂହ। ଗତକାଲି ଅମୃତସରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଦଲ୍ବୀରଙ୍କ […]
ଅମୃତସର: ପଞ୍ଜାବ ଅମୃତସରରେ ରାବଣପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ୍ ମାଡ଼ିଯିବାରୁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅମୃତସର ଚୌରା ବଜାର ନିକଟରେ ରାବଣ ପୋଡ଼ି ବେଳେ ଏହି ଦୁର୍ଘଟଣା ଘଟିଛି। ରାବଣ ପୁତ୍ତଳିକାରେ ନିଆଁ ଲାଗିବା ପରେ ଏହା ଚାରିଆଡ଼େ ଛିଟିକି ଥିଲା। ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଏଣେତେଣେ ଦୌଡ଼ିଥିଲେ। ପାଖାପାଖି ୩ଶହ ଲୋକ ଟ୍ରେନ୍ ଲାଇନ୍ ଉପରକୁ ଚାଲିଆସିଥିବା ସୂଚନା ମିଳିଛି। ଏତିକି ବେଳେ ଟ୍ରେନ୍ ଲାଇନରେ ଏକା […]