• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

goa
କଂଗ୍ରେସକୁ ପୁଣି ଝଟ୍‌କା: ଏଥର ଗୋଆରେ ୧୦ ବିଧାୟକଙ୍କ ଇସ୍ତଫା

ପାଣାଜୀ: କଂଗ୍ରେସକୁ ପୁଣିଥରେ ଝଟ୍‌କା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଆଜି ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର […]

doctor
ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ

ନୂଆଦିଲ୍ଲୀ: ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପୂର୍ବରୁ ଏକ ୧୦ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ ଯଦି ଆଇନ ଆସେ, ତା’ହେଲେ ଏହାର ଲାଭ ଏବଂ କ୍ଷତି ବାବଦରେ ସମୀକ୍ଷା କରିବ। ଗତମାସରେ କୋଲକାତାର ଏନ୍‌ଆର୍‌ଏସ୍ ମେଡିକାଲ୍ କଲେଜରେ ଡାକ୍ତରମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଇଣ୍ଡିଆନ୍‌ ମେଡିକାଲ୍ […]

dhoni11
ଆଶା ଆଶାରେ ରହିଗଲା: ଇଣ୍ଡିଆକୁ ହରାଇ ଫାଇନାଲ୍‌ ଗଲା ନ୍ୟୁଜିଲାଣ୍ଡ୍

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି।   ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ […]

tenengana
ଜୁଇକୁ ଯାଉଥିଲା ପୁଅ, ମାଆ ଡାକ ଶୁଣି ଫେରି ଆସିଲା

ହାଇଦ୍ରାବାଦ: ଜୁଇକୁ ଯାଉଥିଲା ପୁଅ। ମା’ର ବୁକୁଫଟା କାନ୍ଦରେ ଥରି ଯାଉଥିଲା ଶ୍ମଶାନ ଭୂଇଁ। ସତେ ଯେମିତି ଏହି କାନ୍ଦ ଭଗବାନଙ୍କ ହୃଦୟକୁ ବି ତରଳାଇ ଦେଲା। ଦେଖୁ ଦେଖୁ ଜୁଇରୁ ଜୀବନ ନେଇ ଉଠି ଆସିଲା ମୃତ ପୁଅ। ଏସବୁ ରିଲ୍‌ ଲାଇଫର କାହାଣୀ ଆମେ ଅନେକ ଶୁଣିଛେ। ହେଲେ ଏବେ ରିଅଲ ଲାଇଫରେ ଏଭଳି ଘଟିଛି ତେଲଙ୍ଗାନାର ସୂର୍ଯ୍ୟାପେଟରେ। ମୃତ ଘୋଷିତ ୧୮ ବର୍ଷର ପୁଅ ଜୁଇକୁ ଯିବା ପୂର୍ବରୁ ଶ୍ମଶାନ ଭୂଇଁରୁ ଉଠି […]

ଆମେଠିରେ ଗଡ଼ ମଜଭୁତ୍ କରିବାକୁ ରାହୁଲଙ୍କ ପରାମର୍ଶ

ଆମେଠି: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠି ଗସ୍ତ କରିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ଲୋକଙ୍କ ସହ ବୈଠକ କରି ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ହାରିଥିଲେ। ଏହାପରେ ଆଜି ଆମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ ଥିଲା। ପ୍ରଥମେ ତିଲୋଇ ବିଧାନସଭା ଅଧିନରେ ଥିବା […]

କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ପୁଣି ଝଟ୍‌କା: ଆଉ ଦୁଇ ବିଧାୟକଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରକୁ ପୁଣି ଥରେ ଝଟ୍‌କା ଲାଗିଛି। ଆଜି କଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡିଏସ୍‌ର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଓ କେ ସୁଧାକର ବିଧାନସଭା ବାଚସ୍ପତି କେଆର […]

ew
ଭାରତକୁ ଆତଙ୍କବାଦୀଙ୍କ ଧମକ୍‌

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦାର ମୁଖ୍ୟ ଆୟାମାନ ଉଲ୍ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍‌ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନୁପ୍ରବେଶ ଜାରି ରଖିଛି, ସେକଥା ମଧ୍ୟ ଜବାହାରୀ ଜାରି କରିଥିବା ଭିଡିଓରେ କହିଛି। ଜବାହାରୀ କହିଛି, “ମୁଁ ଏତିକି କହିବାକୁ ଚାହୁଁଛି ଯେ […]

rahul
ରାହୁଲ୍‌ଙ୍କ ଟ୍ୱିଟର୍ ଫଲୋଅର୍ସ ସଂଖ୍ୟା ଏକ କୋଟିକୁ ପହଞ୍ଚିଲା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ୨୦୧୫ ମେ ମାସରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ତେବେ ଏହାର ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ନିଜ ଆକାଉଣ୍ଟ ଖୋଲି […]

ROHIT-SHARMA_100417_730x419-m
ରୋହିତ, ରାହୁଲ୍, ବିରାଟ୍ ଓ କାର୍ତ୍ତିକ ଆଉଟ୍

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ଆଗରେ ୨୪୦ ରନ୍‌ର ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଟିମ୍ ଇଣ୍ଡିଆର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ଶସ୍ତାରେ ପ୍ୟାଭିଲିୟନ୍ ଫେରିବା ସହିତ କାର୍ତ୍ତିକ ମଧ୍ୟ ନିରାଶ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ମ୍ୟାଟ ହେନରୀଙ୍କ ବଲରେ ଆଉଟ୍ ହୋଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ୍ ଦ୍ୱିତୀୟଥର ପାଇଁ ୧ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଏହା […]

gfdg
ଭାରତ, ନ୍ୟୁଜିଲ୍ୟାଣ୍ଡ୍‌ ସେମି ମୁକାବିଲା: ଆଜି ବାତିଲ୍, କାଲି ପୁଣି ଲଢ଼ିବେ ଦୁଇ ଟିମ୍‌

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍‌। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। କିନ୍ତୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିଲା, ଯେଉଁ […]

anna-hazare
ଆନ୍ନାଙ୍କ ହତ୍ୟା କରିବାକୁ ଦିଆଯାଇଥିଲା ସୁପାରି !

ମୁମ୍ବାଇ: ବିଶିଷ୍ଟ ସମାଜସେବୀ ତଥା ଦେଶରେ ଦୁର୍ନୀତି ବିରୋଧୀ ସ୍ୱର ଉତ୍ତୋଳନ କରିବାରେ ବଡ଼ ଭୂମିକା ନେଇଥିବା ଆନ୍ନା ହଜାରେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସୁପାରୀ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଥିଲା ବୋଲି ସେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟକୁ କହିଛନ୍ତି। ଶ୍ରୀ ହଜାରେ ଓସ୍‌ମାନାବାଦ୍‌ଠାରେ ଥିବା ଟେର୍‌ନା ସୁଗାର ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ନୀତି ବାବଦରେ ମୁହଁ ଖୋଲିବାରୁ ତାଙ୍କୁ ମାରିବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା। ସ୍ୱତନ୍ତ୍ର ବିଚାରପତି ଆନନ୍ଦ ୟାଭାଲକରଙ୍କ ଖଣ୍ଡପୀଠରେ କଂଗ୍ରେସ […]