ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ। ଏହାଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଏନେଇ ଘୋଷଣା ହୋଇଥିବାବେଳେ, ଆଜିଠାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ସରକାରଙ୍କୁ ଏ ଯୋଜନା ବାବଦରେ ୭୫ ହଜାର କୋଟି ଟଙ୍କାର […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କଂଗ୍ରେସ-ଜେଡିଏସ୍ ମେଣ୍ଟ। ଉଭୟ ଦଳର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସୁଛି। ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ଲାଗି ବରିଷ୍ଠ ନେତା ଡି. ଶିବ କୁମାରଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ। ଆରପଟେ ଦଳ ପୁରୁଖା ଏଚ୍.ଡି. ଦେବେଗୌଡ଼ ଖୋଦ୍ ଜେଡିଏସ୍ ଲାଗି ସଂକଟମୋଚନ ଅବତାରରେ ଅବତୀର୍ଣ୍ଣ ହୋଇଛନ୍ତି। ଶିବ କୁମାର ଦଳୀୟ ନେତା ଓ ବିଧାୟକଙ୍କ ସହିତ ଆଲୋଚନା ପରେ ଦେବେଗୌଡ଼ାଙ୍କୁ ମଧ୍ୟ ଭେଟିଛନ୍ତି। ଅସନ୍ତୁଷ୍ଟ ବିଧାୟକମାନେ […]
ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପୁଣି ଏକ ବଡ଼ ଧରଣର ଋଣ ଜାଲିଆତି। ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ୩ ହଜାର ୮ ଶହ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଫୋରେନ୍ସିକ ଅଡିଟ୍ ପରେ ପୁଲିସ ପକ୍ଷରୁ ଏତଲା ଦିଆଯାଇଛି। ୩ ହଜାର ୮ ଶହ କୋଟି ଟଙ୍କାର ଋଣ ନେଇ ଆକାଉଣ୍ଟରେ ଜାଲିଆତି କରି ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ତାକୁ ଅନ୍ୟ କାମରେ ଲଗାଇଥିବା ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ରିପୋର୍ଟରେ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି। ଆଜି ଅପରାହ୍ନରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ଲଟ୍ରେ ରଖାଯାଇଥିବା ଗାଡ଼ି ଗୁଡ଼ିକ ହଠାତ୍ ଜଳି ଯାଇଛି। ଫଳରେ ଉତ୍ତର ବେଙ୍ଗାଲୁରୁର ୟେଲାହଙ୍କା ଏୟାର ବେସ୍ର ଆକାଶ ପୂରା ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏରୋ ଇଣ୍ଡିଆ ୨୦୧୯ ଇଭେଣ୍ଟରେ ଭାଗ ନେଇଥିବା ବିମାନ ଗୁଡ଼ିକ ଆଜି ଅପରାହ୍ନରେ ସମରକଳା ପ୍ରଦର୍ଶନ କରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨.୧୭ ମିନିଟ୍ ସମୟରେ ଏଭଳି ଅଗ୍ନିକାଣ୍ଡ […]
ମୁମ୍ବାଇ: ବଡ଼ ବଡ଼ ସହରର ଭୁଲ ସ୍ଥାନରେ କିମ୍ବା ନିଷିଦ୍ଧାଞ୍ଚଳରେ ଗାଡ଼ି ପାର୍କିଂ କଲେ ଅନ୍ୟମାନଙ୍କ ପାଇଁ କେତେ ଯେ ସମସ୍ୟା ହୁଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଥିପାଇଁ ୨୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଆଜ୍ଞା ହଁ, ଏଭଳି ନିୟମ ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି। ଉଭୟ ବିଏମ୍ସି ଏବଂ ମୁମ୍ବାଇ ଟ୍ରାଫିକ୍ ପୁଲିସ୍ର ନୂଆ ନିୟମ […]
କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍। ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି ରହିଛି। ବିଗତ ୧୦ ଦିନରେ ଦୁଇଟି ବିସ୍ଫୋରଣ ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଘଟିଥିବା ସ୍ଥାନରେ ଘରର ଛାତ, ଆଜବେଷ୍ଟସ ଆଦି […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ। ବିଚ୍ଛିନ୍ନତାବାଦୀ ନେତା ଓ ଜମାତ-ଇ-ଇସ୍ଲାମି ସଂଗଠନର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଗୃହ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ସାମ୍ନାକୁ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକଙ୍କୁ ପୁଲିସ୍ ଗିରଫ କରିଥିଲା। ତେବେ […]
ଚଣ୍ଡିଗଡ଼: ହରିୟାଣାରେ ବନ୍ୟା ପାଣିରେ ଭାସିଗଲା କାର୍। ହେଲେ ଅଳ୍ପକେ ବର୍ତ୍ତିଗଲେ କାର୍ ଚାଳକ। ପ୍ରବଳ ବର୍ଷା ଯୋଗୁ ପଞ୍ଚକୁଲାର ଘାଘର ନଦୀର ବନ୍ୟା ପରିସ୍ଥିତି ଦେଖା ଦେଇଛି। ନଦୀର ପାଣି ପୋଲ ଉପରେ ଦେଇ ପ୍ରବାହିତ ହେଉଛି। ଏହି ସମୟରେ ପୋଲ ଉପରେ ଥିବା ଏକ କାର୍ ନଦୀ ସୁଅରେ ଭାସି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ କାର୍ ଡ୍ରାଇଭର ବର୍ତ୍ତି ଯାଇଛନ୍ତି। କାର୍ ଡ୍ରାଇଭରଙ୍କ ସମେତ ସ୍ଥାନୀୟ ଲୋକେ ମିଶି ବହୁ […]
ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍ ସେମିଫାଇନାଲ ଚୂଡ଼ାନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଭାରତ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମଞ୍ଚେଷ୍ଟର୍ର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। The #CWC19 semi-finals are confirmed! ? pic.twitter.com/rpnOaeWAzr — Cricket World Cup (@cricketworldcup) 6 July 2019 ଗତକାଲିର […]
ମୁମ୍ବାଇ: ପୁଣି ଥରେ ପରଦାକୁ ଆସିବ କଶ୍ମୀର ଷ୍ଟୋରୀ । ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ‘ନୋଟ୍ବୁକ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ । ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରନୂତନ ବେହଲ୍ ଓ ଜାହିର୍ ଇକବାଲ୍ । ପ୍ରନୂତନ ହେଉଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣି ଓ ଅଭିନେତା ମହନିଷ ବେହଲଙ୍କ ଝିଅ । […]
ଲିଡ୍ସ: ଚଳିତ ବିଶ୍ୱକପ୍ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବିଶ୍ୱକପ୍ରେ ଧୋନି ଜଣେ ୱିକେଟ୍ କିପର ଭାବେ ସବୁଠାରୁ ଅଧିକ ବାଇ ରନ୍ ଦେଇଛନ୍ତି। ଅର୍ଥାତ ଧୋନି ୱିକେଟ୍ କିପିଂ ଠିକ୍ ଭାବେ କରିପାରିନାହାନ୍ତି। ବିଶ୍ୱର ସବୁଠାରୁ ସଫଳ ୱିକେଟ୍ କିପରର ମାନ୍ୟତା ପାଇଥିବା ଧୋନିଙ୍କ ନାଁରେ ଏଭଳି ରେକର୍ଡ ଯୋଡ଼ି ହେବା ଦୁଃଖଦାୟକ ନିଶ୍ଚୟ। ଆଜି ଶ୍ରୀଲଙ୍କା ବିପକ୍ଷ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ-୨୦୧୯ର ତୃତୀୟ ଦିନ ଥିଲା ବେଶ ଚିତ୍ତାକର୍ଷକ । ବିଶ୍ୱର ସବୁଠୁ ବଡ଼ ଏୟାର ଶୋରେ ସରାଙ୍ଗ ସମେତ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଏବଂ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ପ୍ରଦର୍ଶିତ ହୋଇଛି । ତୃତୀୟ ଦିନରେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ପହଞ୍ଚି ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବୁଲି ଦେଖିଥିଲେ । ବେଙ୍ଗାଲୁରୁ ଆକାଶରେ ସରାଙ୍ଗ ହେଲିକପ୍ଟର ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା । […]
ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି। ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ ୧୦୫କୁ ଖସିଆସିବା ସହିତ ଏହା ବିଜେପିର ୧୦୫ ସହିତ ସମାନ ହୋଇଯାଇଛି। କର୍ଣ୍ଣାଟକା ବିଧାନସଭା ପକ୍ଷରୁ ଇସ୍ତଫା ସଂଖ୍ୟା ୧୩ କୁହାଯାଉଥିବାବେଳେ ଜେଡିଏସ୍ ବିଧାୟକ ଏଏଚ୍ ବିଶ୍ୱନାଥ […]
ଲିଡ୍ସ: ଚଳିତ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ଏକ ପାଖିଆ ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଆଗରେ ଶ୍ରୀଲଙ୍କା ୨୬୫ ରନ୍ର ଟାର୍ଗେଟ ରଖିଥିଲା। ତେବେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଏହି ଟାର୍ଗେଟକୁ ୩୯ ବଲ ପୂର୍ବରୁ ହାସଲ କରି ନେଇଛି। ଭାରତ ୭ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଯଦି ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ […]
ଲିଡ୍ସ: ଟିମ୍ ଇଣ୍ଡିଆର ନିୟମିତ ଓପନର ଶିଖର ଧୱନ ଆହତ ହେବା ପରେ କେଏଲ୍ ରାହୁଲଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତା’କୁ ସେ ଠିକ୍ ଭାବେ ତୁଲାଇଛନ୍ତି। ଆଜି ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ସେମିଫାଇନାଲ ପୂର୍ବରୁ ନିଜର ମନୋବଳ ବୃଦ୍ଧି କରିଛନ୍ତି। ରାହୁଲ ଆଜି ୧୦୭ଟି ବଲ୍ରେ ନିଜର ଶତକ ହାସଲ କରିଛନ୍ତି। ଏହା ବିଶ୍ୱକପ୍ରେ ରାହୁଲଙ୍କ ପ୍ରଥମ ଶତକ। ସେହିପରି ଦିନିକିଆ କ୍ୟାରିୟରରେ ରାହୁଲଙ୍କ ଏହା ଦ୍ୱିତୀୟ ଶତକ। ରାହୁଲ ଆଜି […]
ଲଣ୍ଡନ: ଫାଫ୍ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍ ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୨୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬ ରନ୍ର ଟାର୍ଗେଟ ମିଳିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍ ଡୁପ୍ଲେସିସି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର କ୍ୱିଣ୍ଟନ ଡି-କକ୍ ଓ […]
ଲିଡ୍ସ: ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଜି ଶତକ ହାସଲ କରିବା କ୍ଷଣି ଏକାଧିକ ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ଗୋଟିଏ ବିଶ୍ୱକପ୍ରେ ୫ଟି ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୨୦୧୫ ବିଶ୍ୱକପ୍ରେ ୪ଟି ଶତକ ମାରିଥିଲେ। ହେଲେ ଆଜି ସେହି ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି କୁମାର ସାଙ୍ଗାକାରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। […]
ଯାଜପୁର/ଜଳେଶ୍ୱର: ବର୍ତ୍ତମାନ ଶାନ୍ତ ଅଛି ବୁଢ଼ା ବୈତରଣୀ। ତାର ଏଇ ଶାନ୍ତ ରୂପ ଦେଖିଲେ କିଏ ବା ଭାବିବ ଯେ, ଏ ନଦୀ ବି ପ୍ରଳୟଙ୍କରୀ ରୂପ ନେଇପାରେ। ହେଲେ ମୌସୁମୀ ବର୍ଷା ଆରମ୍ଭ ହେବାମାତ୍ରେ କିନ୍ତୁ ପୂର୍ବ ବିଭୀଷିକାର ଚିତ୍ରକୁ ମନେ ପକାଇ ଛାନିଆ ହୋଇଯାନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅଧିକାଂଶ ଗାଁ ଲୋକେ। କାରଣ ନଦୀରେ ସାମାନ୍ୟ ବନ୍ୟା ଜଳ ଆସିଲେ ଜଳବନ୍ଦୀ ହୋଇପଡ଼ନ୍ତି ମଥୁରାପୁର, ମୁକୁନ୍ଦପୁର ସହ ପାଖ ଆଖ ୧୩ଟି […]
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହେବା ପରେ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ସିନ୍ଧୁ ନଦୀର ଟୋପେ ବି ପାଣି ପାକିସ୍ତାନକୁ ନ ଦେବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଟ୍ୱିଟ୍ କରି କଡ଼ା ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ଭାରତ ସରକାର, ପ୍ରଧାନମନ୍ତ୍ରୀ ଏବଂ ଉଚ୍ଚସ୍ତରୀୟ ଅଧିକାରୀ ନେବେ ବୋଲି ସେ କହିଛନ୍ତି। ଏନେଇ ଟେକ୍ନିକାଲ ଡିଜାଇନ ପ୍ରସ୍ତୁତ କରିବା ପାଇଁ ନିଜ ବିଭାଗକୁ ସେ […]