ଚତୁର୍ଥ ସେରୋ ସର୍ଭେ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା । ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଥିବା କହିଲେ ଭାର୍ଗବ ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତ ବର୍ଗର ଲୋକଙ୍କୁ ନେଇ ସର୍ଭେ ହୋଇଥିଲା ।
ବେଙ୍ଗାଲୁରୁ: କର୍ଣ୍ଣାଟକା ସଙ୍କଟ ନେଇ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ ସମୟ ଭିତରେ ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହା ସହିତ ଆସ୍ଥା ଭୋଟରେ ଭାଗ ନେବାକୁ ବିଧାୟକଙ୍କୁ ମଧ୍ୟ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କର୍ଣ୍ଣାଟକର ମେଣ୍ଟ ସରକାରରୁ ୧୫ […]
ଲର୍ଡ୍ସ: ଓଃ କି ରୋମାଞ୍ଚ, କି ଉତ୍କଣ୍ଠା। ଶେଷରେ ଜିତିଲା କ୍ରିକେଟ୍। ମାତ୍ର ୬ ବଲରେ ନିର୍ଣ୍ଣୟ ହେଲା ବିଶ୍ୱ ଚାମ୍ପିଅନ୍। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ଐତିହାସିକ ଲର୍ଡ୍ସରେ ଯେଉଁ ଆତଶବାଜୀର ଧୂଆଁ ସୃଷ୍ଟି କଲା, ତାହା ସାରା ଦୁନିଆକୁ କ୍ରିକେଟର ମନ୍ତ୍ର ଦେଇଥିବା ଟିମ୍ ଇଂଲଣ୍ଡକୁ ଯାବତୀୟ ପରାଜୟ ସତ୍ତ୍ୱେ ବିଶ୍ୱବିଜୟୀର ଏକ ସ୍ୱତନ୍ତ୍ର ସ୍ୱାଦ ଦେଇଛି। ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଯାବତୀୟ ପରମ୍ପରାକୁ ଭାଙ୍ଗି […]
ମୋଗା: ଗତକାଲି ପଞ୍ଜାବର ମୋଗାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାରେ ଷ୍ଟାର କ୍ୟାମ୍ପେନର ନଭଜୋତ ସିଂହ ସିଦ୍ଧୁଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏନେଇ ସିଦ୍ଧୁ କହିଛନ୍ତି, “ଯଦି ସେ ରାହୁଲଙ୍କ ସଭାରେ କହିବାକୁ ଯୋଗ୍ୟ ନୁହଁନ୍ତି, ତା’ ହେଲେ ଜଣେ ଭଲ ବକ୍ତା କି ପ୍ରଚାରକ ପାଇଁ ଯୋଗ୍ୟ ନୁହଁନ୍ତି।” ସୂଚନାଯୋଗ୍ୟ, ଗତକାଲି ମୋଗାରେ ରାଜ୍ୟ ସରକାରଙ୍କ ସମନ୍ୱୟ ବିଭାଗ ପକ୍ଷରୁ ଆୟୋଜିତ ଏକ ସଭାରେ […]
ଜମ୍ମୁ: ଜାମ୍ମୁ ଗ୍ରେନେଡ୍ ବିସ୍ଫୋରଣରେ ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଜାମ୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଶ୍ମୀର ବାସିନ୍ଦା ମହମ୍ମଦ ରିୟାଜ (୩୨)। ଗତକାଲି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ କୁଲଗାମ ଜିଲ୍ଲାର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସଦସ୍ୟ ୟାସିର ଜାଭେଦ ଭଟ୍ଟକୁ ପୁଲିସ ଗିରଫ କରିଥିଲା। ୟାସିର କୁଲଗାମରୁ ଆସି ଜାମ୍ମୁରେ ପହଞ୍ଚିବା […]
ନୂଆଦିଲ୍ଲୀ; ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ଥିବା ପଳାତକ ବ୍ୟବସାୟୀ ନିରବ ମୋଦିର ବଙ୍ଗଳାକୁ ରାଇଗଡ଼ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର ଆଲିବାଗରେ ଥିବା ୧୦୦ କୋଟି ଟଙ୍କାର ବିଳାସପୂର୍ଣ୍ଣ ବଙ୍ଗଳାକୁ ସିଆରଜେଡ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଆଜି ଭାଙ୍ଗି ଦିଆଯାଇଛି। ୩୩ ହଜାର ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏହି ବଙ୍ଗଳା ବେଆଇନ ଭାବେ ନିର୍ମିତ ହୋଇଥିଲା। ବଙ୍ଗଳାର ଉପର ଭାଗ ଭଙ୍ଗା ଯାଇଥିବାବେଳେ, ତଳ ଭାଗ ଖୁବ୍ ମଜଭୁତ ଥିବାରୁ ଭାଙ୍ଗିବା […]
ନୂଆଦିଲ୍ଲୀ: ଆପୋଷ ଆଲୋଚନାରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ସପକ୍ଷରେ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସବୁ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ଏକ ୩ ଜଣିଆ ମଧ୍ୟସ୍ଥି କମିଟି ନିଯୁକ୍ତ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଖଲ୍ଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପାଞ୍ଚୁ ବି […]
ରାଞ୍ଚି: ଆଜି ରାଞ୍ଚିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନିକିଆ। ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଭାରତୀୟ ସମୟ ଅପରାହ୍ଣ ସାଢ଼େ ଗୋଟାଏରେ ଖେଳ ଆରମ୍ଭ ହେବ। ପ୍ରଥମ ୨ଟି ମ୍ୟାଚରେ କଙ୍ଗାରୁ ଟିମ୍କୁ ମାତ ଦେଇଛି ଭାରତ। ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ସିରିଜରେ ରହିବାକୁ ଚେଷ୍ଟା କରିବ। ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଚ୍ ଜିତିବାକୁ ସଫଳ ହୋଇନାହିଁ। ଭାରତ […]