• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Aadhar-Card
ଭାରତ ପହଞ୍ଚିବାମାତ୍ରେ ଆଧାର କାର୍ଡ ନେଇପାରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆଉ ୬ ମାସ ନୁହେଁ, ଏଣିକି ପ୍ରବାସୀ ଭାରତୀୟ ନାଗରିକଙ୍କୁ ଭାରତ ପହଞ୍ଚିବା ମାତ୍ରେ ଆଧାର କାର୍ଡ ମିଳିବ। ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ପୂର୍ବରୁ ୧୮୦ ଦିନ ଅପେକ୍ଷା କରିବା ପରେ ଯାଇ ପ୍ରବାସୀ ନାଗରିକଙ୍କୁ ଆଧାର କାର୍ଡ ମିଳୁଥିଲା।’ ଆଧାର ଆକ୍ଟ ୨୦୧୬ ଅନୁଯାୟୀ ଜଣେ ପ୍ରବାସୀ ଭାରତୀୟ ୬ ମାସରୁ ଅଧିକ ସମୟ ପାଇଁ ଆସିଥିଲେ ୧୮୨ ଦିନ ପରେ […]

budget
କେଉଁ ବିଭାଗରେ କେତେ ବ୍ୟୟବରାଦ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ ହୋଇଛି ଆସନ୍ତୁ କ୍ରମ ଅନୁସାରେ ଜାଣିବା। ୧: ପେନସନ-୧,୭୪,୩୦୦ କୋଟି ୨: ପ୍ରତିରକ୍ଷା-୩,୦୫,୨୯୬ କୋଟି ୩: ସବସିଡି –୩,୦୧,୬୯୪ କୋଟି ୪: କୃଷି- ୧,୫୧,୫୧୮ କୋଟି ୫: ବାଣିଜ୍ୟ ଓ ଶିଳ୍ପ- ୨୭,୦୪୩ କୋଟି ୬: ଉତ୍ତର-ପୂର୍ବ ଭାରତର ବିକାଶ […]

alpeshthakor-55_5
ଇସ୍ତଫା ଦେଲେ ଦୁଇ କଂଗ୍ରେସ ବିଧାୟକ

ଅହମଦାବାଦ: ଗୁଜରାଟ କଂଗ୍ରେସର ଦୁଇ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଦେବା ପରେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ।ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଳ୍ପେଶ କହିଛନ୍ତି, ଯିଏ ଦେଶକୁ ଆଗକୁ ନେବ ତାଙ୍କୁ  ସେ ଭୋଟ୍ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେଇ ମାନସିକ ଯନ୍ତ୍ରଣା ଛଡ଼ା ଆଉ କିଛି ପାଇ ନାହାନ୍ତି, ଏବେ ସେ ମୁକ୍ତ […]

Capture--8.......
ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ'

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ’ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୋକୁ ଉଦ୍‌ଘାଟନ କରିଛନ୍ତି । ଚାରି ଦିନ ଧରି ହେବାକୁ ଥିବା ଏହି ମେଗା ଏୟାର ସୋ’ରେ ବିଭିନ୍ନ ଲଢୁଆ ବିମାନ ଆକାଶ ମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଗତକାଲି ଏରୋ ଇଣ୍ଡିଆ ସୋ’ଅଭ୍ୟାସ ବେଳେ ଦୁଇଟି ଫାଇଟର ବିମାନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ  ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏହାକୁ ନଜରରେ ରଖି […]

india
ଗଠନ ହେବ ନିୟୁ ଇଣ୍ଡିଆ ସ୍ପେସ୍ ଲିମିଟେଡ ନାମକ ବାଣିଜ୍ୟିକ ସଂସ୍ଥା 

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି ଯେ ମହାକାଶ ବିଭାଗ ଅଧୀନରେ ନିୟୁ ଇଣ୍ଡିଆ ସ୍ପେସ୍‌ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ଗଠନ କରାଯିବ। ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି। ବର୍ତ୍ତମାନ ଏହାର ବାଣିଜ୍ୟିକ […]

Capture
ବଜେଟ୍୧୯ରେ କୌଣସି ନୂଆ ଯୋଜନା ନାହିଁ: କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କଂଗ୍ରେସ କହିଛି। ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ନୂଆ ବୋତଲରେ ପୁରୁଣା ମଦ ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମୋତିଲାଲ ଭୋରା କହିଛନ୍ତି, ବଜେଟରେ ସାଧାରଣ […]

Capture-7.......
ଭାରତରେ ସାଉଦି ଆରବ ରାଜକୁମାର

ନୂଆଦିଲ୍ଲୀ: ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଉପସ୍ଥିତ ରହିଥିଲେ । ମହମ୍ମଦ ବିନ୍ ସଲମାନଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା, ସୁରକ୍ଷା ଓ ଆତଙ୍କବାଦ ମୁକାବିଲା ସହ ଅକ୍ଷୟଶକ୍ତି ଭଳି […]

modi
ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଦୂରଦର୍ଶୀ ବଜେଟ୍ ଦ୍ୱାରା ଆଜିର ଯୁବକ ଏବଂ ଗରିବ ଶ୍ରେଣୀର ବ୍ୟକ୍ତି ଆସନ୍ତାକାଲି ପାଇଁ ନିଜ ସୁଖ ଏବଂ ସମୃଦ୍ଧିର ସ୍ୱପ୍ନ ଦେଖିପାରିବେ। ୨୧ ଦଶକରେ ଏହି ବଜେଟ୍ ଦେଶକୁ ଆଗକୁ ନେବ, ଦେଶବାସୀ ମଜଭୁତ ହେବା ସହ ଦେଶ ମଧ୍ୟ ମଜଭୁତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦେଶ ୫ ଟ୍ରିଲିଅନ ଅର୍ଥନୀତିକ କ୍ଲବରେ ସାମିଲ୍ ହେବା ପାଇଁ ଏହି […]

coins-mixed1-1300x815
ନୂଆ ହେବ ଏହିସବୁ କଏନ୍‌: ପ୍ରଚଳନ ହେବ ୨୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: କିଛି ବ୍ୟବସାୟୀ ଖୁଚରା କଏନ୍‌ ନେଉ ନଥିବା ବେଳେ କେନ୍ଦ୍ର ସରକାର ପୁଣିଥରେ ନୂଆ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଯାଉଛନ୍ତି। ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକଥା ଘୋଷଣା କରିଛନ୍ତି। ସେ କହିଛନ୍ତି, ଖୁବ୍‌ଶୀଘ୍ର ଆର୍‌ବିଆଇ ଏହି ନୂଆ ମୁଦ୍ରାର ପ୍ରଚଳନ କରିବ। ଏହି ନୂଆ ମୁଦ୍ରାରେ ଏମିତି କିଛି ବ୍ୟବସ୍ଥା ରହିବ, ଯାହାକୁ […]

income-tax
ଆୟକର କ୍ଷେତ୍ରରେ ସଂସ୍କାର: ମଧ୍ୟବିତ୍ତଙ୍କୁ ଢିଲା ଧନୀଙ୍କୁ ଟାଇଟ୍

ନୂଆଦିଲ୍ଲୀ: ମୋଦି ସରକାର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିବା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଆୟକର କ୍ଷେତ୍ରରେ ସଂସ୍କାର ଆଣିଛନ୍ତି। ତାଙ୍କ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କ ପାଇଁ ଆଶୀର୍ବାଦ ହୋଇଥିବାବେଳେ ଧନୀଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ସଦୃଶ ହୋଇଛି। ବର୍ତ୍ତମାନ ସେମାନଙ୍କ ପାଇଁ ସ୍ଥିର କରାଯାଇଥିବା ଆୟକର ସେମାନଙ୍କ ମୋଟ ଆୟର ପ୍ରାୟ ଅଧା ହେବ। ଆୟକର କ୍ଷେତ୍ରରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ନୂଆ […]

Capture
ଆସନ୍ତାକାଲି କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧି

ପାଟନା: ଆସନ୍ତାକାଲି ବିହାରର ଏକ କୋର୍ଟରେ ହାଜର ହେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାରେ ହାଜର ହୋଇ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବେ। ଗତ ଏପ୍ରିଲ ୧୮ ତାରିଖରେ ସୁଶୀଲ ମୋଦି ବିହାର ସିଜିଏମ କୋର୍ଟରେ ଏହି ମାନହାନି ମାମଲା ଦାୟର କରିଥିଲେ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ କର୍ଣ୍ଣାଟକାର କୋଲର ଜିଲ୍ଲାରେ ରାହୁଲ ଗାନ୍ଧି ପ୍ରଚାର କରୁଥିବା […]

indian-woman-drinking-water
୨୦୨୪ ସୁଦ୍ଧା ସମସ୍ତ ଘରକୁ ପିଇବା ପାଣି ପହଞ୍ଚିବ

ନୂଆଦିଲ୍ଲୀ: ମୌସୁମୀର ଲୁଚକାଳି ଖେଳ ଯୋଗୁ ଅଧା ଭାରତରେ ଜଳ ସଙ୍କଟ ଦେଖାଦେଇଛି। ତେବେ ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାର କେତେକ ପଦକ୍ଷେପ ନେଉଥିବା ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୪ ସୁଦ୍ଧା ସବୁ ଗାଁରେ ପିଇବା ପାଣି ପହଞ୍ଚିବ। ୨୦୧୯ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସମସ୍ୟାର ସମାଧାନ ପାଇଁ ନୂଆ ମନ୍ତ୍ରଣାଳୟ ଗଠନ ହେବ ବୋଲି କହିଥିଲେ। ପ୍ରତିଶ୍ରୁତି ରଖି ଶ୍ରୀ […]

house
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ମିଳିବ ଘର

ନୂଆଦିଲ୍ଲୀ: ଆଜିର ବଜେଟ୍‌ ଘୋଷଣା ଅନୁଯାୟୀ, ଭାରତରେ ୨୦୨୨ ସୁଦ୍ଧା ଆଉ କେହି ବାସହୀନ ରହିବେ ନାହିଁ। ମୋଦି ସରକାର ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବେ। ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “୫ ବର୍ଷ ମଧ୍ୟରେ ଆମ ସରକାର ଗ୍ରାମାଞ୍ଚଳରେ ୧.୫୪ କୋଟି ଘର ନିର୍ମାଣ କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ୧.୯୫ କୋଟି ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୫-୧୬ରେ ଗୋଟିଏ ଘର […]

୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଆଜି ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ନାରୀ ତୁ ନାରାୟଣୀ’ ନାରା ଦେଇ ସୁଚାଇଥିଲେ ଯେ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଗକୁ ପ୍ରତି ଜିଲ୍ଲାରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରାଯିବ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ସଦସ୍ୟମାନଙ୍କ ଜନଧନ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏ ପଠାଯିବ। ମୁଦ୍ରା ଯୋଜନା ଅଧୀନରେ ପ୍ରତି ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ମହିଳାମାନଙ୍କୁ ୧ […]

vaiko_new
ରାଜ୍ୟସଭା ପ୍ରାର୍ଥୀ ଭାଇକୋ ଜେଲ୍ ଯିବେ

ଚେନ୍ନାଇ: ଏମ୍‌ଡିଏମ୍‌କେ ରାଜନୀତିକ ଦଳର ମହାସଚିବ ତଥା ରାଜ୍ୟସଭା ପ୍ରାର୍ଥୀ ଭାଇକୋ ଜେଲ୍ ଯିବେ। ୨୦୦୯ ମସିହାରେ ଏକ ରାଜଦ୍ରୋହ ମାମଲାର ଶୁଣାଣି କରି ଜେଲ୍ ଦଣ୍ଡାଦେଶ ସହ ଜୋରିମାନା ଘୋଷଣା କରିଛନ୍ତି ସ୍ଥାନୀୟ କୋର୍ଟ। ବର୍ଷକ ପାଇଁ ଜେଲ୍ ସହିତ ୧୦ ହଜାର ଟଙ୍କା ତଣ୍ଡ ଗଣିବେ ଭାଇକୋ। ତେବେ ଭାଇକୋଙ୍କୁ ଫାଶୀ ଦଣ୍ଡାଦେଶ ହେଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। କିନ୍ତୁ କୋର୍ଟ ଏହି ଆବେଦନ ଉପରେ ରୋକ୍ ଲଗାଇ ବର୍ଷେ ପାଇଁ ଜେଲ୍ […]

pmgsy
PMGSY ଅଧୀନରେ ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ: ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସଡ଼କ ନିର୍ମାଣ ଜରୁରୀ। ବିଭିନ୍ନ ଗାଁରୁ ଗ୍ରାମାଞ୍ଚଳ ମାର୍କେଟକୁ ଠିକ୍‌ ଭାବେ ରାସ୍ତା ନଥିବାରୁ ବ୍ୟବସାୟ ଠିକ୍‌ ଭାବେ ହୋଇପାରୁନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌ ୩ରୁ ଆହୁରି ତ୍ୱରାନ୍ୱିତ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନୀରେ ୧,୨୫,୦୦୦ କିମି ରାସ୍ତାକୁ ନବୀକରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ୧୨,୫୦୦ କିମି ନୂଆ ରାସ୍ତା ନିର୍ମାଣ କରାଯିବ। […]

nirmala
ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷଜ୍ଞ ଟିମ୍‌ ବସି କେଉଁ ଭଳି ଭାବେ ଏହି ଅର୍ଥକୁ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ, ତା’ର ନିଷ୍ପତ୍ତି ନେବେ। ବିଶେଷ କରି ରେଳ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ୨୦୧୮ରୁ ୨୦୩୦ ମଧ୍ୟରେ ୫୦ ଲକ୍ଷ […]

open defecation
ଖୋଲା ଶୌଚ ମୁକ୍ତ ହେବ ଭାରତ

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ୍ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି। ୨୦୧୪ରେ ଭାରତ ସରକାର ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ସେବେଠାରୁ କେନ୍ଦ୍ର ସରକାର ୯.୬ କୋଟି […]

Capture
ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ୱ: ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆସିବ ନୂଆ ନୀତି

ନୂଆଦିଲ୍ଲୀ: ଚଳିତ ବଜେଟ୍‌ରେ ଶିକ୍ଷାକ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଦେଶରେ ଗବେଷଣା ତଥା ଅନୁସନ୍ଧାନ ଶିକ୍ଷାକୁ ଆହୁରି ବଳିଷ୍ଠ କରିବା ପାଇଁ ଜାତୀୟ ଗବେଷଣା ସଂସ୍ଥା (ନ୍ୟାସ୍‌ନାଲ୍‌ ରିସର୍ଚ୍ଚ ପାଉଣ୍ଡେସନ୍) ସ୍ଥାପନ କରିବାକୁ ଲକ୍ଷ ରଖିଛନ୍ତି ସରକାର। ଏହାଦ୍ୱାରା ଦେଶର ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷଣାକୁ ପ୍ରୋତ୍ସାହନ ମିଳିପାରିବ। ଏଥିପାଇଁ ଏନ୍‌ଆର୍‌ଏଫ୍ ସହିତ ସମସ୍ତ ମନ୍ତ୍ରାଳୟ ଅଧୀନରେ ଅର୍ଥ ଯୋଗାଇ ଦିଆଯିବ। ଏଥିସହିତ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ନୂଆ ଶିକ୍ଷାନୀତି ମଧ୍ୟ ଅଣାଯିବ। ବିଶେଷ କରି […]

da hike...
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କ ଭେଟି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ୨୦୧୯ ମସିହା ଜାନୁଆରୀ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ। ଏଥିରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍ ଭୋଗୀ ଉପକୃତ ହେବେ। ତେବେ ଏଥିପାଇଁ ସରକାରଙ୍କୁ ରାଜକୋଷ ଉପରେ ଅତିରିକ୍ତ ୯୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

nirmala
ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ !

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛନ୍ତି ସରକାର। ବଜେଟ୍‌ରେ ଦେଶବାସୀ ଓ ଦେଶକୁ ପ୍ରାଥମିକତା ଦେଇଛନ୍ତି ଅର୍ଥ ମନ୍ତ୍ରୀ। ଚଳିତ ଥର ବଜେଟ୍‌ରେ ବିତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ସୁରକ୍ଷା ପାଇଁ ଗତ ସରକାର ଅପେକ୍ଷା ଡବଲ୍ ବ୍ୟୟ କରାଯାଇଛି। ମଜବୁତ ଦେଶ ପାଇଁ, ଏଥିର ମଜବୁତ ନାଗରିକତାକୁ ପ୍ରାଥମିକତା ଦିଆଯାଇଛି ବୋଲି […]

ମହା ରଙ୍ଗୋଲିରେ ଶିବାଜୀଙ୍କ ଝଲକ

  ଲିମ୍‌କା ବୁକ୍ ଅଫ୍ ଓ୍ୱାର୍ଲଡରେ ସାମିଲ ବମ୍ୱେ : ମହାରାଷ୍ଟ୍ରରେ ଖୁବ୍ ଧୁମଧାମରେ ପାଳିତ ହୋଇଛି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଉତ୍ସବ । ମହାରାଷ୍ଟ୍ରବାସୀଙ୍କ ପାଇଁ ଶିବାଜୀ  କୌଣସି ଦେବତାଙ୍କଠାରୁ କମ୍ ନୁହନ୍ତି ବୋଲି ମନେ କରିନ୍ତି ସେଠାକାର ବାସିନ୍ଦା  । ଯାହାର ଝଲକ ଆଜି ଦେଖିବାକୁ ମିଳିଛି ଶିବାଜୀଙ୍କ ଜୟନ୍ତୀ ଉତ୍ସବରେ ।   ସାଙ୍ଗଲୀ ଜିଲ୍ଲାରେ ଶହେ ଜଣ କଳା ଶିକ୍ଷକ  ଶହେ ଘଣ୍ଟାରେ ବିନା କୌଣସି ବିରତିରେ ଦେଢ଼ ଲକ୍ଷ ବର୍ଗଫୁଟର […]

bvc
କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ ଦଳ ସଭାପତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ। ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ଯୋଗୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ପ୍ରଥମଥର ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କ ସହ ଆଲୋଚନା କରିବେ ରାହୁଲ୍। ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ,  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ,  ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏ‌ନ୍‌. ନାରାୟଣ ସ୍ୱାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ […]

Untitled-12
 ‘ ପାକିସ୍ତାନ ଦାବି ଅମୂଳକ, ଯୋଜନାବଦ୍ଧ’

ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ଫାଶୀ ଦଣ୍ଡାଦେଶ ମାମଲାର ଶେଷ ପର୍ଯ୍ୟାୟ ଶୁଣାଣି ଗତକାଲିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ କୁଳଭୂଷଣଙ୍କ ଗିରଫଦାରୀ ଏବଂ ପାକିସ୍ତାନର ଦଣ୍ଡବିଧାନ ସହ ଜଡ଼ିତ ଅନେତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି । ଯାଦବଙ୍କ ବିରୋଧରେ ପାକିସ୍ତାନ ଯେଉଁ ସବୁ ଦାବି ରଖିଛି ତାହା ଅମୂଳକ ଏବଂ ଯୋଜନାବଦ୍ଧ ଭାବେ ତାକୁ ରୂପ ଦିଆଯାଇଛି ବୋଲି ସାଲଭେ କହିଥିଲେ । […]