• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

india
ପୁଲ୍‌ୱାମା ବଦ୍‌ଲା: ଆତଙ୍କବାଦୀ ଶିବିର ଉପରେ ୧୦୦୦ କେଜି ଓଜନର ବୋମା ମାଡ଼ କଲା ଭାରତ

ନୂଆଦିଲ୍ଲୀ: ପୁଲ୍‌ୱାମା ହମ୍‌ଲାର ପ୍ରତିଶୋଧ ନେଲା ଭାରତ। ନିୟନ୍ତ୍ରଣ ସୀମାରେଖା (ଏଲ୍‌ଓସି) ପାର୍‌ କରି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରେଜ ଫାଇଟର ଜେଟ୍‌ସ୍‌ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା […]

PM_Narendra_Modi_Nationsl_War_Memorial_Photo_BJP_Twitter__1551102226
ଲୋକାର୍ପିତ ହେଲା ଜାତୀୟ ସମର ସ୍ମାରକୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀରେ ଲୋକାର୍ପିତ ହୋଇଛି ଜାତୀୟ ସମର ସ୍ମାରକୀ। ଇଣ୍ଡିଆ ଗେଟ୍ ଅମର ଯବାନ ଜ୍ୟୋତି ନିକଟରେ ଦେଶର ପ୍ରଥମ ସମର ସ୍ମାରକୀକୁ ପ୍ରଧାନମନ୍ତ୍ରୀ ସୋମବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ସ୍ୱାଧୀନତା ପରଠୁ ଦେଶ ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କ ସ୍ମୃତିରେ ଏହି ସ୍ମାରକୀ ପ୍ରତିଷ୍ଠା କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠୁ ଏଯାଏଁ  ପ୍ରାୟ ୨୬ ହଜାର ଯବାନ ସହିଦ ହୋଇଛନ୍ତି। ସମର ସ୍ମାରକୀରେ ଏହି ସମସ୍ତ ସହିଦମାନଙ୍କ ନାଁ, ରେଜିମେଣ୍ଟ ଓ […]

High Alert Delhi Attack
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ଡ୍ରୋନ୍‌ ଆକ୍ରମଣ ମସୁଧା, ଜାରି ହେଲା ହାଇଆଲର୍ଟ

ଆଉ କିଛି ଦିନ ପରେ ଦେଶ ପାଳିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। କିନ୍ତୁ ଏହି ପବିତ୍ର ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ଉପରେ ଆକ୍ରମଣ ଆଶଙ୍କା ପ୍ରକାଶ ପାଇଛି।

befunky-collage--6--jpg_710x400xt
ବି.ଏଲ୍. ସନ୍ତୋଷ ହେଲେ ବିଜେପି ଜାତୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବି.ଏଲ୍. ସନ୍ତୋଷ। ପୂର୍ବରୁ ଦଳର ଯୁଗ୍ମ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ସନ୍ତୋଷ। ତେବେ ଆଜି ତାଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଆଜିଠାରୁ ସେ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ରହି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦିଲ୍ଲୀ ମୁଖ୍ୟାଳୟ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ […]

chanayad
ଅନ୍ତରୀକ୍ଷରେ ଆଉ ଏକ ଇତିହାସ ଅପେକ୍ଷାରେ ଭାରତ

ଶ୍ରୀହରୀକୋଟା: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସରି ସରି ଆସୁଛି କାଉଣ୍ଟ ଡାଉନ୍। ଲଞ୍ଚ୍ ପ୍ୟାଡ୍‌ରେ ଅପେକ୍ଷା କରିଛି ୧୫ ମହଲା ଉଚ୍ଚ ତଥା ୬୪୦ ଟନ୍ ଓଜନର ମହାଶକ୍ତିଶାଳୀ ରକେଟ୍ ବାହୁବଳୀ। କେବଳ ଅପେକ୍ଷା ସେଇ ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ଭାରତ। ବହୁ ପ୍ରତିକ୍ଷୀତ ମିଶନ୍ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ପୂରା ପ୍ରସ୍ତୁତ ଥିବା ବେଳେ, ଆଜି ରାତି ୨ଟା […]

roy
ବିଶ୍ୱକପ୍‌ ଫାଇନାଲ୍: ୨୪୨ ରନ୍‌ର ଟାର୍ଗେଟ୍‌ ପିଛା କରୁଥିବା ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ୨୪୨ ରନ୍‌ର ଟାର୍ଗେଟ୍‌କୁ ପିଛା କରୁଥିବା ଟିମ୍‌ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଦଳର ୱପନ୍‌ର ବ୍ୟଟ୍ସମ୍ୟାନ୍‌ ଜେସନ୍‌ ରଏ ୨୦ ବଲ୍‌ରେ ୧୭ ରନ୍‌ କରି ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ଓ ଜଏ ରୁଟ୍‌ ବ୍ୟାଟିଂ ଜାରି ରଖିଛନ୍ତି। ଖବର ଲେଖାଯିବା ସୁଦ୍ଧା ଦଳ ୧୦ ଓଭର୍‌ ୩୯ ରନ୍‌ କରିଛି। ଖେଳ ଆରମ୍ଭରୁ ଆୟୋଜକ ଟିମର […]

marraiafe
ଏମିତି ବିବାହ ସାରାଜୀବନ ମନେ ରହିବ

ପାଟନା: ଜଳଯାତ୍ରାରେ ବାହାରିଛନ୍ତି ନବ ବିବାହିତ ବର-କନ୍ୟା। ବିବାହ ପରେ ବର ତାର ନବବଧୁକୁ ପାଲିଙ୍କିରେ କିମ୍ବା ଗାଡ଼ିରେ ବସାଇ ନେବା କଥା, ହେଲେ ଏଠି ଟିଣ ଡ୍ରମ୍‌ ଭେଳା ବାନ୍ଧି କନିଆକୁ ଘରକୁ ନେଉଛି ବର। ଆପଣ ଭାବୁଥିବେ କେହି ଜଣେ ନିଆରା ଢଙ୍ଗରେ ବାହାଘର କରି ସ୍ୱତନ୍ତ୍ରତା ସୃଷ୍ଟି କରିବା ପାଇଁ ଏପରି କରିଥିବ ବୋଧେ। ନା ପାଠକେ ଏଠି କିନ୍ତୁ ଘଟଣା କିଛି ଅଲଗା। ଏଠି ବାଧ୍ୟ ହୋଇ ଟିଣ ଭେଳାରେ କନ୍ୟାକୁ ଘରକୁ […]

923047414-GettyImages540660462_6
ଓଡ଼ିଶାର ୫ଟି ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସଂଯୁକ୍ତ ଭାବେ ଦେଶରେ ୮୨ଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରୁଛନ୍ତି କେନ୍ଦ୍ର ସରକାର। ୨ଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ୭ ହଜାର ୫୦୭ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଲୋକସଭାରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମ […]

image0ad68a6d-0cd7-4b9d-8202-295d2ae84154
ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ମେଡ଼ିକାଲଗୁଡ଼ିକରେ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଛି। କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡ଼ିକାଲ୍ ପରିସରରେ ସିସିଟିଭି, ଆବଶ୍ୟକସ୍ଥଳେ ୨୪ ଘଣ୍ଟିଆ କ୍ୱିକ୍ ରିଆକ୍ସନ ଟିମ୍, ସୁରକ୍ଷା ବ୍ୟବସ୍ଥାର ମନିଟରିଂ […]

karnataka-4
କର୍ଣ୍ଣାଟକା ରାଜନୀତି: ସୁପ୍ରିମକୋର୍ଟରେ ଫେରାଦ ହେଲେ ୫ ବିଧାୟକ

ନୂଆଦିଲ୍ଲୀ: ବାଚସ୍ପତି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିବାରୁ ତା’ ବିରୋଧରେ ଆଉ ୫ ଜଣ ବିଧାୟକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ୫ ଜଣ ବିଧାୟକ ହେଉଛନ୍ତି କେ ସୁଧାକର, ରୋଶନ ବେଗ୍‌, ଏମ୍‌ଟିବି ନାଗରାଜ, ମୁନିରତ୍ନ ନାଇଡ଼ୁ ଏବଂ ଆନନ୍ଦ ସିଂହ। ଏହି ୫ ଜଣଙ୍କୁ ମିଶାଇ ମୋଟ ୧୫ ଜଣ ବିଧାୟକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇସାରିଲେଣି। ସେମାନେ ସେହି ସମୟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯେତେବେଳେ […]

gg
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ୬ ମୃତ

ଦିସପୁର: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର। ରାଜ୍ୟର ୩୩ ଜିଲ୍ଲାରୁ ୨୧ ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ। ବ୍ରହ୍ମପୁତ୍ର ଏବଂ ଏହାର ୫ଟି ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ରାଜ୍ୟରେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବରପେଟା, […]

Mamata-Mukul_710x400xt
ସିପିଏମ୍, କଂଗ୍ରେସ ଓ ଟିଏମ୍‌ସିର ୧୦୭ ବିଧାୟକ ବିଜେପିରେ ମିଶିବେ !

କୋଲକାତା: ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ସିପିଏମ୍, କଂଗ୍ରେସ ଓ ଟିଏମ୍‌ସିର ୧୦୭ ବିଧାୟକ ବିଜେପିରେ ମିଶିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ବିଜେପିର ସଂଗଠନ ଓ ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧାୟକମାନେ ସାମିଲ ହେବାକୁ ଚିନ୍ତାକରୁଛନ୍ତି। ଖୁବଶୀଘ୍ର ପଶ୍ଚିମବଙ୍ଗର ୧୦୭ ବିଧାୟକ ନିଜ ନିଜ ଦଳ ଛାଡ଼ି ବିଜେପିରେ ସାମିଲ୍ ହେବେ ବୋଲି ମୁକୁଲ୍‌ କହିଛନ୍ତି। ଏହା ପୂର୍ବରୁ ଗତ ମାସ […]

phto
କଂଗ୍ରେସ୍‌ରୁ ଯାଇ ବିଜେପିରେ ମିଶିଥିଲେ; ମିଳିଲା ମନ୍ତ୍ରୀପଦ

ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ୨ ବିଧାୟକ ହେଉଛନ୍ତି ଜେନିଫର ମନସରେଟ,  ଏବଂ ଫିଲିପ  ରଡ୍ରିଗ୍ୟୁଜ୍। ପୂର୍ବରୁ କ୍ଷମତାସୀନ ବିଜେପିର […]