ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଟ୍ୱିଟ୍ କରି ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ଭାରତ ଦୀର୍ଘଦିନ ଧରି ଶୁଳ୍କ ଲଗାଇଲା, ହେଲେ ଏବେ ଏହା ଆଉ ଗ୍ରହଣୀୟ ନୁହେଁ। India has long had a field day putting Tariffs on American products. No longer acceptable! — Donald J. Trump (@realDonaldTrump) 9 July […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ଗ୍ରହଣୀୟ ନୁହେଁ ବୋଲି ରୁଲିଂ ଦେଇଛନ୍ତି ବିଧାନସଭା ବାଚସ୍ପତି କେ. ଆର୍. ରମେଶ। ସେମାନଙ୍କ ଇସ୍ତଫାପତ୍ର ନିୟମ ଅନୁସାରେ ଦିଆଯାଇନଥିବା ବାଚସ୍ପତି ଦର୍ଶାଇଛନ୍ତି। ଫଳରେ ସାମୟିକ ଭାବେ ସଂଖ୍ୟାଲଘୁରେ ପରିଣତ ହେବାରୁ ବର୍ତ୍ତି ଯାଇଛି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର। ତେବେ ମେଣ୍ଟ ପାଇଁ ବିପଦ ହଟିବାର ଆଶା ଦେଖାଯାଉନି। କାରଣ ଆଜି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର ନୂଆ ସେନ୍ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ। କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଭାରତରେ ପ୍ରଥମେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ଆକ୍ସନ ଷ୍ଚାର ଅକ୍ଷୟ କୁମାର। ନିଜ ମାର୍ଶାଲ ଆର୍ଟ ଦକ୍ଷତାର ଚମତ୍କାର ନମୁନାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଖିଲାଡ଼ି କୁମାର। ଏହା […]
ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫଡ୍ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁ ବନ୍ଦ ରହିଛି। ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। କିଓ୍ୱି କ୍ୟାପଟେନ୍ ଓ୍ୱିଲିୟମ୍ସନ ୬୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରସ୍ ଟେଲର୍ ୬୭ ରନ୍ରେ ଅପରାଜିତ ଅଛନ୍ତି। ଟସ୍ ଜିତି କିଓ୍ୱି ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବି ଭାରତୀୟ ବୋଲର୍ଙ୍କ ମାପଚୁପ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ୧୧୦ଟି ସ୍ଥାନରେ CBI ଚଢ଼ାଉ କରିଛି। ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସଙ୍ଗେ ଚଢ଼ାଉ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ୩୦ଟି ଭିନ୍ନ ଭିନ୍ନ ମାମଲାରେ CBI ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଦୁର୍ନୀତି, ଅପରାଧିକ କାର୍ଯ୍ୟକଳାପ, ନିଶା କାରବାର ନେଇ ରେଡ୍ କରାଯାଉଥିବା ସୂଚନା ମିଳିଛି।
ଶ୍ରୀନଗର : ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୫(ଏ) ଉପରେ ପରବର୍ତ୍ତୀ ଶୁଣାଣି ୨୬ରୁ ୨୮ ତାରିଖ ମଧ୍ୟରେ ସୁପ୍ରିମକୋର୍ଟରେ ହେବ। ଧାରା ୩୫(ଏ) ଜରିଆରେ ଜମ୍ମୁ ଓ କଶ୍ମୀରର ମୂଳ ବାସିନ୍ଦା ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଉପଭୋଗ କରିଆସୁଛନ୍ତି । ତେବେ ‘ଏକ ଦେଶ, ଏକ ଆଇନ’ ନାରାରେ ଜମ୍ମୁ ଓ କଶ୍ମୀରରେ ଏହି ଧାରା ଉଚ୍ଛେଦ ଲାଗି ଦାବି ହୋଇ ଆସୁଥିଲା। ପରବର୍ତ୍ତୀ ସମୟରେ […]
ମୁମ୍ବାଇ: ୧୫ ଜଣ ପୁଲିସ୍ ଏବଂ ଜଣେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ମହାରାଷ୍ଟ୍ର ଗଡ଼ଚିରୋଲି ନକ୍ସଲ ହମ୍ଲା ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଣେ ସ୍ଥାନୀୟ ଏନ୍ସିପି ନେତା ଏହି ଆକ୍ରମଣର ପ୍ଲାନିଂରେ ସାମିଲ ଥିଲେ। କୈଳାସ ରାମଚନ୍ଦାନୀ ନାମକ ଏହି ନେତାଙ୍କୁ ଏହି ଘଟଣାରେ ସମ୍ପୃକ୍ତି ନେଇ ଗତ ଜୁନ୍ ୩୦ରେ ଗିରଫ କରାଯାଇଥିଲା। ଏବେ ସେ ଏହି ଷଡ଼ଯନ୍ତ୍ରରେ ସାମିଲ୍ ଥିବା ନିଜେ […]
ଭୁବନେଶ୍ୱର: ବିଶ୍ୱକପ୍ ଫାଇନାଲ୍ ଟିକେଟ୍ ପାଇଁ ଜୁଲାଇ ୯ ତାରିଖରେ ମାଞ୍ଚେଷ୍ଟର୍ରେ ହେବ ମହା ମୁକାବିଲା। ପ୍ରଥମ ସେମିରେ ମ୍ୟାନ୍ ଇନ୍ ବ୍ଲୁ ବନାମ୍ ମ୍ୟାନ୍ ଇନ୍ ବ୍ଲାକ୍ ଟକ୍କର୍ ହେବ। ମାନେ ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ବ୍ୟାଟ୍ସମ୍ୟାନ୍ଙ୍କ ପ୍ରଦର୍ଶନ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ, ଆଇସିସି ରାଙ୍କିଙ୍ଗରେ ଶୀର୍ଷରେ ଥିବା ଟିମ୍ ଇଣ୍ଡିଆର ୩ଜଣ ବ୍ୟାଟସମ୍ୟାନ୍ ଚଳିତ ବିଶ୍ୱକପ୍ରେ ବ୍ୟକ୍ତିଗତ ୩ଶହରୁ ଅଧିକ ରନ୍ ସ୍କୋର କରି ସାରିଲେଣି। […]