• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Mamata-banerjee
ମମତାଙ୍କ ଟିଏମ୍‌ସି ପାଇଲା ଜାତୀୟ ଦଳର ମାନ୍ୟତା

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ଟିଏମସିକୁ ଜାତୀୟ ଦଳର ମାନ୍ୟତା ମିଳିଛି। ନିର୍ବାଚନ ଆୟୋଗରେ ନିୟମ ପରିବର୍ତ୍ତନ ହେବା ପରେ ଚଳିତ ସାଧାରଣ ନିର୍ବାଚନରେ ଦଳକୁ ଏହି ମାନ୍ୟତା ମିଳିଛି। ଟିଏମସିକୁ ମିଶାଇ ମୋଟ ୭ଟି ଦଳ ଚଳିତ ନିର୍ବାଚନରେ ଭାଗ ନେବେ। ଯଦି ନିର୍ବାଚନ ଆୟୋଗ ନିୟମରେ ପରିବର୍ତ୍ତନ କରିନଥାନ୍ତେ ତା’ହେଲେ ବହୁଜନ ସମାଜ ପାର୍ଟି ସମେତ ୩ଟି ଦଳ ରାଷ୍ଟ୍ରୀୟ ଦଳର ମାନ୍ୟତା ହରାଇଥାନ୍ତେ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ […]

cricket
ସିରିଜ ବରାବର କଲା ଅଷ୍ଟ୍ରେଲିଆ

ମୋହାଲି: ପିଟର ହ୍ୟାଣ୍ଡସ୍କମ୍ବଙ୍କ ପ୍ରଥମ ଶତକ ଏବଂ ଆଷ୍ଟନ ଟର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ବରାବର ସ୍ଥିତିକୁ ଆଣିଛି। ଦିନିକିଆରେ ରନ୍ ପିଛା କରିବାରେ ଅଷ୍ଟ୍ରେଲିଆର ଏହା ସର୍ବଶ୍ରେଷ୍ଠ ବିଜୟ। ଏହି ହାଇସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୫୮ ରନ୍ କରିଥିଲା। […]

Narendra-Modi
ନିର୍ବାଚନ ତାରିଖ ଘୋଷଣା ପରେ ମୋଦି କହିଲେ ଏମିତି କଥା

  ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ଦେଶରେ ରାଜନୀତିକ ଉଷ୍ମତା ବଢ଼ି ଯାଇଛି। ଆଜିଠାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏପ୍ରିଲ ୧୧ ତାରିଖ ପାଇଁ ସମସ୍ତ ରାଜନୀତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଉ ଜନତା ଜନାର୍ଦ୍ଦନଙ୍କ ଜନାଦେଶର ବହୁ ପୂର୍ବରୁ ହିଁ ପ୍ରମୁଖ ଦଳ ଏବଂ ଏହାର ନେତୃବୃନ୍ଦ ‘ଏଥର ଦିଲ୍ଲୀରେ ଆମ ସରକାର’ ଦାବି କରିବା ଆରମ୍ଭ କଲେଣି। ଆସନ୍ତୁ ଜାଣିବା ନିର୍ବାଚନ […]

pulwama
ପୁଲ୍‌ୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜଣେ ଇଲେକ୍ଟ୍ରିସିଆନ୍‌

ଶ୍ରୀନଗର: ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ବାବଦରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଫେବୃଆରୀ ୧୪ରେ ଘଟିଥିବା ଏହି ଆକ୍ରମଣ ପଛରେ ଜଣେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୁଦାସିର ଅହମ୍ମଦ ଖାନ୍‌ ବା ‘ମହମ୍ମଦ ଭାଇ’ର ହାତ ରହିଥିବା ଜଣାପଡ଼ିଛି। ସମସ୍ତ ପ୍ରମାଣକୁ ଏକାଠି କରିବା ପରେ ରବିବାର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି, ୨୩ ବର୍ଷୀୟ ଖାନ୍‌ ପୁଲ୍‌ୱାମା ଜିଲ୍ଲାରେ ହିଁ ଗ୍ରାଜୁଏସନ୍‌ ପଢ଼ିଛି ଏବଂ ସେ ଜଣେ ଇଲେକ୍ଟ୍ରିସିଆନ୍‌। ସେ ଏହି ବିସ୍ଫୋରଣ ପାଇଁ ଗାଡ଼ି ଏବଂ […]

sita
‘ଏବେ ବି ପାକିସ୍ତାନରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଓ ପାଣ୍ଠି ଯୋଗାଯାଉଛି’

ନୂଆଦିଲ୍ଲୀ; ପୁଲୱାମା ଆତଙ୍କବାଦୀ ଆକ୍ରମର ନେଇ ତଥ୍ୟ ପ୍ରମାଣ ଦାଖଲ ସତ୍ତ୍ୱେ ମଧ୍ୟ ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏବେ ବି ସେଠାରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପାଣ୍ଠି ଯୋଗାଇ ଦିଆଯାଉଛି। ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସେପଟେ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ବିରୋଧୀମାନେ ପ୍ରମାଣ ମାଗୁଥିବାରୁ ଏହାର ଉତ୍ତର ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ସେ କହିଛନ୍ତି, “ଯବାନମାନେ ଆତଙ୍କବାଦୀ […]

dawood-rizwan-1563434504
ଡନ୍‌ ଦାଉଦ୍‌ର ପୁତୁରା ଗିରଫ୍

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମର ପୁତୁରା ରିଜୱାନ କାସକରକୁ ମୁମ୍ବାଇ ପୁଲିସ୍‌ ଗିରଫ କରିଛି। ସେ ବୁଧବାର ରାତିରେ ଭାରତରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ତାକୁ ଧରିବାରେ ସକ୍ଷମ ହୋଇଥିଲା। ତା’ ନାଁରେ ଧମକ ଦେଇ ଦାଦା ବଟି ମାଗିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଏହାପୂର୍ବରୁ ପୁଲିସ୍‌ ଦାଉଦ୍‌ର ଭାଇ ତଥା ରିଜୱାନର ବାପା ଇକବାଲ କାସକରକୁ ଗିରଫ କରିଥିଲା। […]

bjp
ହିନ୍ଦୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଇସରତ ଜାହାନଙ୍କୁ ଧମକ୍

କୋଲକାତା: ବିଜେପି ନେତ୍ରୀ ଇସରତ ଜାହାନ ଜଣେ ମୁସଲିମ। ହେଲେ ସେ ହିଜାବ ପରିଧାନ କରି ଏକ ହିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ଇସରତଙ୍କୁ ବାରମ୍ବାର ଧମକ ମିଳିଛି। ଏଥିସହ ତାଙ୍କୁ ଘର ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୬ରେ ଇସରତ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ହାୱଡ଼ା ସ୍ଥିତ ଏସି ମାର୍କେଟରେ ବିଜେପି ପକ୍ଷରୁ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେବାକୁ […]

aap
ରାଜ୍ୟ ପାହ୍ୟା ଦାବି ଜୋରଦାର କଲା ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଅଧିକ ଜୋରଦାର କରିଛି ଆମ୍ ଆଦମୀ ପାର୍ଟି (ଆପ୍‌)। ଦିଲ୍ଲୀର ଆପ୍ ସରକାର, କେନ୍ଦ୍ର ଆଗରେ ବାରମ୍ବାର ଏହି ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଉଭୟ ଦିଲ୍ଲୀ ସରକାର ଏବଂ ଆପ୍ କାର୍ଯ୍ୟକର୍ତ୍ତା। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କଲେ ହିଁ ଦିଲ୍ଲୀର ବିକାଶ ସମ୍ଭବ ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହାସହ ଦାବି ପୂରଣ […]

Tik-Tok_710x400xt
ପୁଣି ବ୍ୟାନ୍‌ ହୋଇପାରେ ଟିକ୍‌ଟକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ବ୍ୟାନ୍‌ ହୋଇପାରନ୍ତି। ସୂଚନାଯୋଗ୍ୟ, ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିଟ୍‌ଟକ୍ ଏବଂ ସ୍ୱଦେଶୀ ସୋଶାଲ୍ ମିଡିଆ କମ୍ପାନୀ ଦେଶ ବିରୋଧୀ […]

jammu-and-kashmir-1
କଶ୍ମୀରରେ ଆଉ ଜଣେ ଆତଙ୍କବାଦୀ ସଫା

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅନ୍ୟପକ୍ଷରେ ଆତଙ୍କୀ ନିପାତ ପାଇଁ ଚାଲିଥିବା ଏହି ଅପରେସନ୍‌ ବେଳେ ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗାଳିଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅପରାହ୍ଣରେ ସୁରକ୍ଷାକର୍ମୀ ତ୍ରାଲ୍‌ ଅଞ୍ଚଳର ଇଂଗ୍ଲିଶ ଗାଁରେ ଘେରାବନ୍ଦୀ କରି ଯାଞ୍ଚ କରୁଥିବା ବେଳେ ଗୋଟିଏ ଘରେ ଲୁଚି ରହିଥିବା ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। […]

tiger
ବନ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ପହଞ୍ଚିଲା ବାଘ, ବିଛଣାରେ ଶୋଇଲା

ନୂଆଦିଲ୍ଲୀ: ବନ୍ୟା ଯୋଗୁ ଆସାମର ସ୍ଥିତି ଖରାପ ହୋଇଥିବା ବେଳେ ଏଥିରୁ ଜାତୀୟ ଉଦ୍ୟାନ ‘କାଜିରଙ୍ଗା’ ବି ବର୍ତ୍ତିପାରିନି। ଅତ୍ୟଧିକ ବର୍ଷା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିଯାଇଛି। ତେଣୁ ଉଦ୍ୟାନରେ ଥିବା ପଶୁମାନେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ସୁରକ୍ଷିତ ସ୍ଥାନ ଖୋଜି ଏକ ମହାବଳ ବାଘ ଜଣଙ୍କ ଘର ଭିତରେ ପଶି ଯାଇଛି। ଉକ୍ତ ଘରେ ଥିବା ଏକ ବିଛଣାରେ ସେ ବସିଥିବା ଦେଖିବାକୁ ମିଳିଛି। ଏହି […]

ranbir
ଭାଇରାଲ ହେଉଛି ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍‌ ଓ ହ୍ୟାଣ୍ଡସମ୍‌ ଦିଶୁଥିବା ଏହି ଲୁକ୍‌ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍‌ […]

Supreme-Court
ଅଯୋଧ୍ୟା ଜମି ବିବାଦ ମାମଲାରେ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପୂରା ମାମଲାର ମଧ୍ୟସ୍ଥତା କରୁଥିବା ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱାଧୀନ କମିଟିକୁ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚକୋର୍ଟ। ରିପୋର୍ଟ ପାଇବାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨ ତାରିଖ ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲକୁ ଆଜି ରିପୋର୍ଟ ଦେବାକୁ ସୁପ୍ରିମ୍‌କୋର୍ଟ ପୂର୍ବରୁ ସମୟସୀମା […]

nirab-modi
ଲଣ୍ଡନ୍‌ରେ ବୁଲୁଛନ୍ତି ନିରବ ମୋଦି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ୍‌ରେ ବୁଲୁଥିବା ନେଇ ଖବର ପ୍ରକାଶ ପାଇଛି। ଏହି ଖବର ବ୍ରିଟିଶ ଖବରକାଗଜ ‘ଦ ଟେଲିଗ୍ରାଫ’ ପ୍ରକାଶ କରିବା ସହ ଖବରକାଗଜ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଏଥିରେ ମୋଦି ଏକ ସ୍ପୋର୍ଟିଂ ଜ୍ୟାକେଟ୍ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ। ‘ଦ ଟେଲିଗ୍ରାଫ’ର ସୂଚନା ଅନୁଯାୟୀ […]

award
୪୧ ଜଣଙ୍କୁ ପ୍ରଦାନ କରାଗଲା ନାରୀ ଶକ୍ତି ସମ୍ମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ବିଶିଷ୍ଟ ମହିଳାଙ୍କୁ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ […]