ପ୍ରିୟ ଖାଦ୍ୟ କ’ଣ ବୋଲି ପଚାରିଲେ ବେଶ ଏକ ଲମ୍ବା ତାଲିକା ମିଳିବ ପ୍ରାୟ ସମସ୍ତଙ୍କର। ହେଲେ ‘ଫୁଡ୍’ କାହାର ପ୍ରିୟ ଖାଦ୍ୟ ହୋଇଥିବ, ଏମିତି ଜାଣନ୍ତି କି ? ହଁ, ଏମିତି ଉତ୍ତର ଦେଇଛନ୍ତି କ୍ରିକେଟ ତାରକା କପିଲ ଦେବ। କ୍ରିକେଟ କିମ୍ବଦନ୍ତୀର ମାଇଲ ଖୁଣ୍ଟ କପିଲ ଦେବ କେବଳ ଭଲ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି ନାହିଁ, ବେଶ ମଜା କଥା କହି ସମସ୍ତଙ୍କୁ କେମିତି ହସାଇ ପାରନ୍ତି ଆସନ୍ତୁ ଦେଖିବା। […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ରାହୁଲ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ରାହୁଲ କେଉଁ ଦେଶର ନାଗରିକ ତାହା ପ୍ରମାଣ ନ ହେବା ଯାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଆବେଦନରେ ଦାବି କରାଯାଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାହୁଲଙ୍କ ବିରୋଧରେ ଆଗତ ଆବେଦନକୁ ଖାରଜ […]
ମୁମ୍ବାଇ: ପପୁଲାର୍ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।” ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ […]
ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ କ୍ଷମତା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର। ନିକଟରେ ପୁଡୁଚେରୀ ସରକାରଙ୍କ ନିତିଦିନ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩୦ ତାରିଖରେ ଶୁଣାଣି କରି କହିଥିଲେ। ହାଇକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ର। ସୂଚନାଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟରେ କଂଗ୍ରେସ ପକ୍ଷରୁ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ […]
ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ନକ୍ସଲ ନିହତ ହୋଇଛନ୍ତି । ଆରନ୍ପୁର ପୁଲିସ୍ ଥାନା ଅଧୀନସ୍ଥ ଗୋଣ୍ଡେରାସ୍ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନ୍କାଉଣ୍ଟରସ୍ଥଳରୁ ଜଣେ […]
ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ସର୍ବଧିକ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ‘ଚୌକିଦାର ଚୌର ହେ’ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟରେ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସର୍ବୋଚ୍ଚ କୋର୍ଟରେ ୩ ପୃଷ୍ଠାର ଶପଥପତ୍ରରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧି। କୋର୍ଟଙ୍କୁ ଅବମାନନା କରିବା କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ସେ ଅପମାନିତ କରି ନାହାନ୍ତି। ଅଜାଣତରେ ସେ ଏବଂ ତାଙ୍କ ଦଳ ଏହି ନାରା ଦେଇଛି। ନ୍ୟାୟିକ ପ୍ରକ୍ରିୟା ଉପରେ କୌଣସି ପ୍ରକାର ବାଧା […]
ଭୁବନେଶ୍ୱର : ଉଜ୍ଜ୍ୱଳ ତ୍ୱଚା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ତ୍ୱଚାର ଯତ୍ନ ନେବାକୁ ଆମକୁ ବହୁତ କମ୍ ସମୟ ମିଳିଥାଏ। ଯୁବାବସ୍ଥାରେ ତ୍ୱଚାରେ ମହଜୁଦ ଥିବା ନମନିୟତା କ୍ରମଶଃ ହଜିବାକୁ ବସେ। ୩୦ ଅତିକ୍ରାନ୍ତ କରିବା ପରେ ତ୍ୱଚାରେ ସନ ବର୍ଣ୍ଣ, ଟ୍ୟାନ, ଫାଇନ ଲାଇନ, ଡାର୍କ ସ୍ପଟ, ରିଙ୍କଲସ୍ ଅଦି ପରିଲକ୍ଷିତ ହୋଇଥାଏ। ତେଣୁ ଖରାକୁ ବାହାରିବା ମାତ୍ରେ ସନସ୍କ୍ରିନ୍ ଲଗାଇବାକୁ ଭୁଲନ୍ତୁ ନାହିଁ। ୩୦ ବର୍ଷ ଅତିକ୍ରାନ୍ତ କରିବା […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ଯାହା କ୍ଷୟ ହୁଏ ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ପବିତ୍ର ରଥଯାତ୍ରା ପାଇଁ ଏହିଦିନ ରଥକାଠ ଅନୁକୂଳ କରାଯାଏ। ଶାସ୍ତ୍ର ଅନୁସାରେ, ସତ୍ୟ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବା ପରେ ବିଜେପି କହିଛି ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି ଭିଡିଓଟିରେ କୁହାଯାଉଥିବା ଶୁଣିବାକୁ ମିଳୁଛି। ଶହଜାଦ୍ ପୁନାୱାଲା ଏହି ଭିଡିଓକୁ […]