• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

hh
ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍‌ପେନ୍ସ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍‌ପେନ୍ସ। ଫାଶୀ ତାରିଖର ୫ଦିନ ପୂର୍ବରୁ ଦିଲ୍ଲୀର ତିହାର ଜେଲ କର୍ତ୍ତୃପକ୍ଷ ଆଉ ଏକ ତାରିଖ ପାଇଁ ଆବେଦନ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପବନ ଗୁପ୍ତାଙ୍କୁ ଫାଶୀ ଦେବା ପାଇଁ ଜାନୁଆରୀ ୨୨ ତାରିଖ ସକାଳ ୭ରେ ସମୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂ ରାଜକ୍ଷମା […]

f
ଶୁକ୍ରବାରଠାରୁ ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍‌ ବିଶ୍ୱକପ୍

କେପ୍ ଟାଉନ୍‌: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ […]

images
ସରିଗଲା କି ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ?

ନୂଆଦିଲ୍ଲୀ: ସରିଗଲା କି ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ […]

f
ଏଥର ନିର୍ବାଚନରେ କଂଗ୍ରେସ ଓ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଜାଣିଛନ୍ତି କି?

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରରେ କ୍ଷମତା ଦଖଲ କରିଛି। ୨୦୧୪ ତୁଳନାରେ ଦଳ ଅଧିକ ଆସନ ମଧ୍ୟ ଜିତିଛି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲା ଜାଣିଛନ୍ତି କି? ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦଳ ଲୋକସଭା ନିର୍ବାଚନରେ ନିଜର ପ୍ରଚାର ପାଇଁ ୧୨୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୪ ତୁଳନାରେ ୨୦୧୯ରେ ଦଳ ୭୭% […]

_3b813514-3704-11ea-8a26-bda02fe1f8d7
ନ୍ୟୁଜ୍‌ ଚ୍ୟାନେଲ୍‌ରେ ଇଣ୍ଟର୍‌ଭ୍ୟୁ ବେଳେ ୨ ମହିଳାଙ୍କୁ ହତ୍ୟା କରିଥିବା ମାନିଲେ ଯୁବକ

ଚଣ୍ଡୀଗଡ଼: ଗତ ୧୦ ବର୍ଷରେ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ନ୍ୟୁଜ୍‌ ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ସ୍ୱୀକାର କରି ଗିରଫ ହୋଇଛନ୍ତି। ଚଣ୍ଡୀଗଡ଼ରେ ଏଭଳି ଘଟଣା ଘଟିଛି। ଏକ ଲାଇଭ୍‌ ଟିଭି କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ର ଜଣେ କ୍ୟାବ୍‌ ଡ୍ରାଇଭର ମନିନ୍ଦର ସିଂହ ଏଭଳି ନିଜ ଭୁଲ୍‌ ପାଇଁ ନିଜେ ହିଁ ନିଜକୁ ଧରା ପକାଇଛି। ତେବେ ସେ ଟିଭିରେ ହତ୍ୟା କରିବା ନେଇ ସ୍ୱୀକାର କରିବା ପରେ ତୁରନ୍ତ ପଞ୍ଜାବ ପୁଲିସ୍‌ ଉକ୍ତ […]

rea
ଆଇସିସି ଆୱାର୍ଡ ୨୦୧୯: ବାଜି ମାରିଲେ ୩ ଇଣ୍ଡିଆନ୍‌ କ୍ରିକେଟ୍‌ ଷ୍ଟାର୍

ନୂଆଦିଲ୍ଲୀ: ଆଇସିସି ଆୱାର୍ଡ୨୦୧୯ରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର୍। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଥିବାବେଳେ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସ୍ପିରିଟ୍ ଅଫ୍  କ୍ରିକେଟ ଆୱାର୍ଡ ଦିଆଯିବ। ଅନ୍ୟପକ୍ଷରେ ଯୁବ କ୍ରିକେଟର ଦୀପକ ଚହରଙ୍କୁ ଟି-୨୦ ପରଫରମାନ୍ସ ଅଫ୍‌ ଦି ଇଅର ଆୱାର୍ଡ ପାଇଁ ଚୟନ କରାଯାଇଛି। ୨୦୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ବେନ୍ ଷ୍ଟୋକ୍ସ ପ୍ଲେଆର ଅଫ୍ ଦି ଆୱାର୍ଡ ପାଇବେ। ସେହିଭଳି ଆଉ କେଉଁ ଖେଳାଳିଙ୍କୁ […]

jf
ଆଇସିସି ଆୱାର୍ଡ ୨୦୧୯: ରୋହିତ, ବିରାଟଙ୍କୁ ମିଳିଲା ଏହି ପୁରସ୍କାର

ନୂଆଦିଲ୍ଲୀ: ୨୦୧୯ର ପ୍ରଦର୍ଶନ ପାଇଁ ଆଇସିସି(ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ ) ପକ୍ଷରୁ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି। ୨୦୧୯ରେ ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଅଫ୍ ଦି ଇୟରରେ ସମ୍ମାନୀତ ହୋଇଛନ୍ତି। ଗତବର୍ଷ ଇଂଲଣ୍ଡରେ ବିଶ୍ୱକପ ଆୟୋଜିତ ହୋଇଥିଲା। ବିଶ୍ୱକପରେ ରୋହିତ ୯ଟି ମ୍ୟାଚରେ ୫ଟି ଶତକ ମାରି ୬୪୮ ରନ୍ […]

AKHILESH
ଡାକ୍ତରଙ୍କୁ ବିଜେପି ଓ ଆର୍‌ଏସ୍‌ଏସ୍ ଲୋକ କହି ତଡ଼ିଦେଲେ ଅଖିଲେଶ

କନ୍ନୌଜ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଜଣେ ଡାକ୍ତରଙ୍କ ପ୍ରତି ବିରକ୍ତ ହେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଏକ ସରକାରୀ ହସ୍ପିଟାଲରେ ସେ ଏହି ଡାକ୍ତର ଜଣଙ୍କୁ କହୁଛନ୍ତି, “ତୁମେ ଆରଏସ୍‌ଏସ୍‌ର ହେଇଥିବ, ବିଜେପିର ହେଇଥିବ… ତୁମେ କ’ଣ କହୁଛ ମୋତେ ବୁଝାଇବା ଦରକାର ନାହିଁ।” ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହେବାପରେ ଆହତମାନଙ୍କୁ ଭେଟିବାକୁ ଯାଇଥିବାବେଳେ ଅଖିଲେଶ ଏଭଳି କହିଛନ୍ତି। ଅଖିଲେଶ ଯାଦବ […]

Hemr
ଫାଶୀର ଭୟଙ୍କର କାହାଣୀ: ଶେଷ ଇଚ୍ଛାର ପ୍ରକୃତ ଅର୍ଥ କ'ଣ ?

ନୂଆଦିଲ୍ଲୀ: ଆଉ ମାତ୍ର ୭ ଦିନ ପରେ ଫାଶୀ ପାଇବେ ନିର୍ଭୟାର ନିଷ୍ଠୁର ଦୋଷୀ। ଆଜି ନିର୍ଭୟା ଦୋଷୀଙ୍କ ବଞ୍ଚିବାର ଶେଷ ଆଶା ଟିକକ ବି ମଉଳି ଯାଇଛି। ସୁପ୍ରିକୋର୍ଟ ଆଜି ଦୁଇ ଦୋଷୀଙ୍କର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ୍‌ କରିଦେଇଛନ୍ତି। ତେଣୁ ଫାଶୀ ସୁନିଶ୍ଚିତ। ଏଥିପାଇଁ ଜହ୍ଲାଦ, ଜେଲ୍‌ ଓ ଫାଶୀ ଦଉଡ଼ି ସବୁ ପ୍ରସ୍ତୁତ। ଫାଶୀ ଫନ୍ଦା କରିବା ପାଇଁ ଗତକାଲି ଦୋଷୀଙ୍କ ବେକର ମୋଟେଇ ମାପ ବି ନିଆଯାଇଛି। ମାପ ନେଲାବେଳ ଭୟରେ ଭୋ […]

fd
ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ: ଫାଶୀ ସୁନିଶ୍ଚିତ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍‌ ଖାରଜ୍ କଲେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ। ଫଳରେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ସୁନିଶ୍ଚିତ ହୋଇଛି। ଦୋଷୀ ବିନୟ ଓ ମୁକେଶଙ୍କ ପକ୍ଷରୁ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ଯାହାକୁ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ- ଜଷ୍ଟିସ୍‌ ଏନ୍. ଭି. ରମନା, ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର. ଏଫ୍. ନରିମାନ୍‌, ଜଷ୍ଟିସ୍‌ ଆର. ବାନୁମଥି ଏବଂ ଜଷ୍ଟିସ୍‌ ଅଶୋକ ଭୂଷଣ ଶୁଣାଣି […]

otv
ଆରବିଆଇର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ତାଙ୍କ  ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ଜନ୍ମ ହୋଇଥିବା ଏହି ଅଫିସର୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Congratulate #Odisha born Michael Debabrata Patra on being appointed as Deputy Governor of the Reserve Bank of India. Best wishes for the […]

1
କିଏ ଏହି କୈଫୀ ଆଜ୍‌ମୀ, ଯାହାଙ୍କୁ ଗୁଗଲ୍‌ ଜଣାଇଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କୈଫୀ ଆଜ୍‌ମୀ, ଗୀତ ଓ ଗଜଲ ଦୁନିଆର ବେତାଜ୍ ବାଦ୍‌ଶାହ। ଆଜି ତାଙ୍କର ୧୦୧ ତମ ଜୟନ୍ତୀ ଅବସରରେ ଗୁଗଲ ଡୁଡଲ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଗୁଗଲ୍‌ର ଡୁଡଲ୍‌ରେ କୈଫୀ ଆଜମୀ ମାଇକ୍‌ ସାମ୍ନାରେ କିଛି କହୁଥିବାର ଦେଖାଯାଉଛି।   କୈଫୀ ଆଜ୍‌ମୀଙ୍କ ଜନ୍ମ ୧୯୧୯ ମସିହା ଜାନୱାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଆଜମଗଡ଼ଠାରେ ହୋଇଥିଲା। ସେ ଉର୍ଦ୍ଦୁ ସାହିତ୍ୟରେ ପ୍ରସିଦ୍ଧ ଲେଖକ ହେବା ସହିତ ବଲିଉଡ୍‌ ପାଇଁ ଅନେକ କବିତା ,ଗଜଲ […]

MAN
ଏମାନଙ୍କୁ ହତ୍ୟା କରିବାକୁ କରିଥିଲା ଷଡ଼ଯନ୍ତ୍ର; ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ପୁଲିସ୍ ଅଫିସର୍, ସିଆର୍‌ପିଏଫ୍‌ ଡାକ୍ତର ଓ ଜଣେ ଲେଖକଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା କୁଖ୍ୟାତ ଆତଙ୍କବାଦୀ। ଏବେ ଭାରତୀୟ ସେନା ତାର ଖେଳ ଖତମ କରିଛି। ଭୟଙ୍କର ଆତଙ୍କବାଦୀ ଆଦିଲ ଗୁଲଜାର ଶେଖକୁ ଏନ୍‌କାଉଣ୍ଟର କରିଛି ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଅଞ୍ଚଳରେ ହୋଇଥିବ ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିବା ଆଜି ସେନା ପକ୍ଷରୁ କୁହାଯାଇଛି। ଆଦିଲ ହିଜବୁଲ ମୁଜାହିଦ୍ଦିନ ପାଇଁ କାମ କରୁଥିଲା। ସେ ଜଣେ ପୁଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ […]