ନୂଆଦିଲ୍ଲୀ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ମାସିକିଆ ବୈଠକ ପ୍ରଗତିରେ ସମୀକ୍ଷା କରିବା ସହ ଜଂଗଲ, ପରିବେଶ ଓ ରେଳ ବିଭାଗକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପ ପଛୁଆ ଅଂଚଳର ବିକାଶ ପାଇଁ ଆରମ୍ଭ କରାଯାଇଥିଲା। କିନ୍ତୁ ଅହେତୁକ ବିଳମ୍ବ ଯୋଗୁ ଏହି ଅଂଚଳରେ ରହୁଥିବା ଗରିବ ଲୋକମାନେ ସୁବିଧାରୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରାର ଔଜଲ୍ୟତା ପଛର ରାଜ୍ କଣ ? କେମିତି ସେ ଏତେ ଫିଟ୍ ରୁହନ୍ତି। ଏହି ସମସ୍ତ କଥାର ଗୁମର ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀରେ ପ୍ରାଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ଭେଟିବା ଅବସରରେ ଏହି ରହସ୍ୟ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି “ଅନେକ ବର୍ଷ ପୂର୍ବେ ମୋତେ ଜଣେ ପଚାରିଥିଲେ ଯେ ତୁମର ଚେହେରା ଏତେ ଉଜ୍ଜ୍ୱଳ କେମିତି ? ମୁଁ ତାଙ୍କୁ ଗୋଟିଏ ସରଳ ଉତ୍ତର […]
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସାମୟିକ ବୋଲି ଆଇଏମ୍ଏଫ୍(ଇଣ୍ଟର୍ ନ୍ୟାସ୍ନାଲ୍ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ଅର୍ଥିକ ପାଣ୍ଠି) ମୁଖ୍ୟ କ୍ରୀଷ୍ଟାଲିନା ଜର୍ଜିଭା କହିଛନ୍ତି। ଏଥିସହ ସେ କହିଛନ୍ତି ଖୁବଶୀଘ୍ର ଅର୍ଥନୀତିକ ସ୍ଥିତି ସୁଧୁରିବା ଆରମ୍ଭ କରିବ। ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ”୨୦୧୯ ମସିହା ଅକ୍ଟୋବରରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍ ସମୟର ସ୍ଥିତି ତୁଳନାରେ ଜାନୁଆରୀ ୨୦୨୦ରେ ବିଶ୍ୱ ଭଲ ସ୍ଥିତିରେ ପହଞ୍ଚିଛି। ଏପରି ସକାରାତ୍ମକ ପରିବର୍ତ୍ତନର […]
ନୂଆଦିଲ୍ଲୀ: ଯଦି ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି, କିନ୍ତୁ ନିଯୁକ୍ତି ଦାତାଙ୍କୁ ପାନ୍ କିମ୍ବା ଆଧାର ତଥ୍ୟ ଦେଇ ନାହାଁନ୍ତି ତେବେ ସାବଧାନ। ଦରମାରୁ ୨୦% ଟଙ୍କା ନେବେ ନିଯୁକ୍ତି ଦାତା। କାରଣ ତଥ୍ୟ ଦେଇନଥିବା କର୍ମଚାରୀଙ୍କ ଆୟରୁ ୨୦% ଟ୍ୟାକ୍ସ କାଟିବାକୁ ଆୟକର ବିଭାଗ ନିଯୁକ୍ତିଦାତା କମ୍ପାନୀଗୁଡ଼ିକ କହିଛି। ଏଭଳି ନିୟମ ସିବିଡିଟି (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟର୍ ଟ୍ୟାକ୍ସ) ଗଠନ କରିଥିଲା। ଜାନୁଆରୀ ୧୬ରେ ଏହା କାର୍ଯ୍ୟକାରୀ ହୋଇଛି। ଏହି […]
ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। କୋହଲିଙ୍କର ବର୍ତ୍ତମାନ ରେଟିଂ ପଏଣ୍ଟ ୯୨୮ ରହିଛି ଏବଂ ତାଙ୍କଠାରୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୧) ୧୭ ପଏଣ୍ଟ ପଛରେ ରହିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ପେସର ଯଶପ୍ରୀତ ବୁମ୍ରା ୭୯୪ ପଏଣ୍ଟ […]
ଅକଲ୍ୟାଣ୍ଡ୍: ନ୍ୟୁଜିଲାଣ୍ଡ ଗସ୍ତରେ ବିଜୟରୁ ଯାତ୍ରା ଆରମ୍ଭ କଲା ଭାରତ। ଆଜି ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭାରତ ୬ ଓ୍ୱିକେଟରେ ପରାସ୍ତ କରିଛି। ୨୦୪ ରନ୍ ପିଛା କରୁଥିବା ଭାରତୀୟ ଦଳ ଶେଷ ଗୋଟିଏ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରେୟଶ୍ ଆୟର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନିଭେଇଥିଲେ। ସେ ମାତ୍ର ୨୯ ବଲ୍ ଖେଳି ୫ ଚୌକା ଓ […]
ନୂଆଦିଲ୍ଲୀ : ଦେଶର ୩୪% ଜନତା ବିଶ୍ୱାସ କରନ୍ତି ଯେ ନରେନ୍ଦ୍ର ମୋଦି ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟୁଡେ ‘ଗ୍ରୁପ୍- କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ର’ର ମିଳିତ ସର୍ଭେରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧିଙ୍କୁ ପଛରେ ପକାଇ ଦେଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହାପରେ ବିଜେପିର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଅଛନ୍ତି। ଏହି […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ବର୍ଷକୁ ଦୁଇ ଥର ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଉଥିବା ‘ଫୁଲ୍ ପଇସା ଅସୁଲ ସେଲ୍’ ଏବେ ଆରମ୍ଭ ହୋଇଛି। ଏଥର ଏହା ବଡ଼ ଆକାରରେ ହେଉଛି। ଏହି ମେଗା ରିଟେଲ୍ ସପିଙ୍ଗ ଉତ୍ସବ ଜାନୁଆରୀ ୨୨ରୁ ଜାନୁୟାରୀ ୨୬ ତାରିଖ ପୂରା ୫ ଦିନ ଯାଏ ସମସ୍ତ ରିଲାଏନ୍ସ ଫ୍ରେସ୍ ଏବଂ ସ୍ମାର୍ଟ ଷ୍ଟୋର୍ରେ ଉପଲବ୍ଧ ହେବ। ‘ଫୁଲ୍ ପଇସା ଅସୁଲ୍ ସେଲ୍’ର ଏହି ୫ ଦିନ ମଧ୍ୟରେ ଗ୍ରାହକମାନେ ତେଜରାତି ସାମଗ୍ରୀ, […]
ପଟନା: ସିଏଏ ପ୍ରସଙ୍ଗକୁ ନେଇ ଜେଡିୟୁରେ କଳି ବଢ଼ିଛି। ମୁହାଁମୁହିଁ ହୋଇଛନ୍ତି ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ବରିଷ୍ଠ ନେତା ପବନ ବର୍ମା। ଦିଲ୍ଲୀରେ ବିଜେପି ସହ ଜେଡିୟୁ ମେଣ୍ଟ କରିବା ନିଷ୍ପତ୍ତିକୁ ନେଇ ନୀତୀଶକୁ ଚିଠି ଲେଖିଥିଲେ ପବନ। ସିଏଏ, ଏନଆରସି ଓ ଏନପିଆର ଭଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଘମାସାନ ଚାଲିଥିବା ବେଳେ ବିଜେପି ସହ ମେଣ୍ଟର ଔଚିତ୍ୟକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ସେ। ଅକାଳୀ ଓ […]
ନୂଆଦିଲ୍ଲୀ: ସିଏଏ ଓ ଏନ୍ଆର୍ସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ଦେଶର ଦୁଇଭିନ୍ନ ଭିନ୍ନ ସ୍ଥାନରେ ମହିଳାଙ୍କ ଉପରେ ଆକ୍ରମଣ ହେଉଛି। ରାଜସ୍ଥାନର କୋଟାରେ ନ୍ୟାଶନାଲ ଇକୋନୋମିକ ସେନସସ୍ ବିଭାଗର ମହିଳା କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ନାଜିରାନ ବାନୋ ନାମକ ଏହି କର୍ମଚାରୀ ୨୦୧୯–୨୦ ସେନସସ୍ ପାଇଁ ବ୍ରିଜଧାମ ଅଞ୍ଚଳରେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଲୋକମାନେ ଆକ୍ରମଣ ସମୟରେ […]
ନୂଆଦିଲ୍ଲୀ: ଗଣତନ୍ତ୍ର ସୂଚକାଙ୍କ(ଡେମୋକ୍ରାସି ଇନ୍ଡେକ୍ସ)ରେ ଏକାଥରେ ୧୦ ପଏଣ୍ଟ ତଳକୁ ଖସିଲା ଭାରତ। ବର୍ତ୍ତମାନ ଏହି ତାଲିକାରେ ୧୫୭ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୫୧ ରହିଛି। ଇକୋନୋମିକ ଇଣ୍ଟେଲିଜେନ୍ସ ୟୁନିଟ୍(EIU) ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ୨୦୧୭ରେ ଏହି ସୂଚୀରେ ଭାରତ ୪୨ ତମ ସ୍ଥାନରେ ଥିବା ବେଳେ ୨୦୧୮ରେ ଦେଶର ସ୍ଥାନ ୪୧ ଥିଲା। ତେବେ ୨୦୧୯ରେ ପ୍ରାକାଶ ପାଇଥିବା ମୋଟ ଗଣତନ୍ତ୍ର ସଂଖ୍ୟାରେ ୧୦ରୁ ଭାରତର ୬.୯୦କୁ ଖସିଆସିଛି। ୨୦୧୮ରେ ଏହା […]
କୋଟା: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପାଖରେ ୮୨ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କ ଜାତୀୟତା ବାବଦରେ କୌଣସି ତଥ୍ୟ ନାହିଁ। ଅର୍ଥାତ ମୋଟ ୩୦୧ ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୨ ଜଣ କେଉଁ ଦେଶରୁ ଆସିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିନାହାନ୍ତି। ଆରଟିଆଇ ଯୋଗେ ଏଭଳି ତଥ୍ୟ ମିଳିପାରିଛି। ଏକ ଆରଟିଆଇର ଉତ୍ତରରେ ଜେଏନ୍ୟୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା, ମୋଟ ୮,୮୦୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮% ଏମ୍ଫିଲ ବା ପିଏଚ୍ଡି କରୁଛନ୍ତି। କୋଟାର ସୁଜିତ ସ୍ୱାମୀଙ୍କ ଆରଟିଆଇରେ ୨୦୧୯ […]