• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bcci
ନୂଆ ବର୍ଷରୁ ଟିମ୍‌ ଇଣ୍ଡିଆର ବିଜୟ ଯାତ୍ରା ଆରମ୍ଭ

ଇନ୍ଦୋର: ବିଜୟରୁ ନୂଆବର୍ଷର ଶୁଭାରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ଭାରତ ୧୭.୩ […]

shikara
କାଶ୍ମୀର ପଣ୍ଡିତଙ୍କ ହୃଦୟଥରା କାହାଣୀ କହିବ ଫିଲ୍ମ ଶିକାରା; ଟ୍ରେଲର୍‌ ରିଲିଜ୍

ମୁମ୍ବାଇ: ୨୦୦୦ ମସିହାରେ ବଲିଉଡ୍‌ର ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ହ୍ରିତ୍‌କ ରୋଶନଙ୍କୁ ନେଇ କାଶ୍ମୀର ଉପରେ ଏକ ଫିଲ୍ମ “ମିସନ୍‌ କାଶ୍ମୀର।” ତିଆରି କରିଥିଲେ।  ଆଉ ଆଜି କୋଡ଼ିଏ ବର୍ଷ ପରେ ପୁଣି କାଶ୍ମୀରକୁ ନେଇ ‘ଶିକାରା’ ନାମକ ଏକ ଫିଲ୍ମ ତିଆରି କରିଛନ୍ତି। ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଏହାର ଟ୍ରେଲ୍‌ର ମଧ୍ୟ ରିଲିଜ୍ ହୋଇଛି। ଭାରତ ଇତିହାସରେ ଅନ୍ୟତମ ଦୁଃଖଦ ଘଟଣା କୁହାଯାଉଥିବା କାଶ୍ମୀର ପଣ୍ଡିତମାନଙ୍କୁ […]

death
ଡେଥ୍ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା କ'ଣ ?

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ। ମୁକେଶ, ପଓ୍ୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାରକୁ ତିହାର ଜେଲରେ ଫାଶୀ ଦେବା ଲାଗି ଆଜି ଦିନ ଓ ସମୟ ଧାର୍ଯ୍ୟ ସହ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ। ତେବେ କ’ଣ ଏହି ଡେଥ୍‌ ୱାରେଣ୍ଟ ବା ମୃତ୍ୟୁର ପରୱାନା  ଆସନ୍ତୁ ଜାଣିବା ଡେଥ୍‌ ୱାରେଣ୍ଟ ବା ମୃତ୍ୟୁର ପରୱାନା […]

f
ସତ ହେବ କି ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ. ୨୦୨୦ ଆରମ୍ଭରୁ ମିଳିଲାଣି ସଂକେତ

ସତ ହେବ କି ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ? କାରଣ ୨୦୨୦ ଆରମ୍ଭରୁ ହିଁ ତାର ଆଭାସ ବାରି ହୋଇପଡ଼ିଲାଣି। ଆମେରିକା ଇରାକ୍‌ ଉପରେ ଆକ୍ରମଣ କରି ତାର ସେନା କମାଣ୍ଡର ଅବୁ ମେହଦୀ ଅଲ୍‌ ମୁହାନ୍ଦିସ୍‌ଙ୍କୁ ହତ୍ୟା କରିବା ସହିତ ଇରାନର ସୁପ୍ରିମ ପାୱାର୍‌ କୁହାଯାଉଥିବା ଜେନେରାଲ କ୍ୱାସିମ ସୁଲେମାନୀଙ୍କୁ ବି ହତ୍ୟା କରିଛି। ଆଉ ବଦଳରେ ଇରାନ୍‌ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଆମେରିକାକୁ ଧମକ୍‌ ଦେଇଛି। ଆଉ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା […]

sulemani
ଗରିବ ଚାଷୀ ପୁଅରୁ ଇରାନର ସୁପ୍ରିମ୍‌ ପାୱାର୍‌ ହୋଇଥିଲେ କ୍ୱାସିମ ସୁଲେମାନୀ

ବାଗଦାଦ: ଗିରବ ଚାଷୀ ପରିବାରର ପୁଅ ମେଜର ଜେନେରାଲ କ୍ୱାସିମ ସୁଲେମାନୀଙ୍କ ପିଲାବେଳେ ଗରିବୀରେ କଟିଛି।ନାବାଳକ ସମୟରେ ଅନ୍ୟର ମୂଲ ଲାଗି ପରିବାରର ପେଟ ପୋଷିଛନ୍ତି। ପିଲାବେଳେ କାମ କରି ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କରୁଥିଲେ। ହେଲେ ସମୟକ୍ରମେ ସେ ଇରାନର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ। ଏପରି କି ଇରାନ ରାଷ୍ଟ୍ରପତିଙ୍କ ତୁଳନାରେ ତାଙ୍କର ଦବଦବା ଅଧିକ ରହିଥିଲା। ଖାସ୍‌ ଏହି କାରଣ ପାଇଁ ଆମେରିକା ତାଙ୍କ ପଛରେ ପଡ଼ି ଯାଇଥିଲା। ଇରାନ ରେଭ୍ୟୁଲେସନାରୀ […]

sangita
୧୫ ଘଣ୍ଟାରେ ଦୁଇଥର ଭୂମିକମ୍ପ

ଶିମଲା: ହିମାଚଳର ଲାହଉଲ ଓ ସ୍ପିତି ଜିଲ୍ଲାରେ ୧୫ ଘଣ୍ଟା ମଧ୍ୟରେ ଦୁଇଥର ଭୂମିକମ୍ପ ହୋଇସାରିଲାଣି। ଗୁରବାର ରାତି ୭.୩୮ରେ ଏହି ସ୍ଥାନରେ ୩.୭ ପ୍ରତିଶତ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଆଉ ଏବେ ଦ୍ୱିତୀୟ ଭୂମିକମ୍ପ ଶୁକ୍ରବାର ସକାଳ ପ୍ରାୟ ୧୦:୪୬ ରେ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା  ୩.୪ ରହିଛି। ଏହି ସୂଚନା ଦେଇଛନ୍ତି ଶିମ୍‌ଲାର ପାଣିପାଗ ବିଭାଗର ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି।  ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଲାହଉଲ୍‌ ଏବଂ […]

petroll
ଇରାକ୍‌ ଉପରେ ଆମେରିକାର ଏୟାର୍‌ ଷ୍ଟ୍ରାଇକ୍ ପରେ ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଇରାନ୍‌ ଉପରେ ଆମେରିକା ଏୟାର୍‌ ଷ୍ଟ୍ରାଇକ୍ କରିବା ପରେ ସାରା ବିଶ୍ୱରେ ମହଙ୍ଗା ମାଡ଼ ପଡ଼ିଛି। ଏବେ ଏବେ ସୁନା ଓ ରୂପା ଦର ବଢ଼ିଥିବା ବେଳେ ଏବେ ପୁଣି ତୈଳ ଦର ବୃଦ୍ଧି ହୋଇଛି। ଅଶୋଧିତ ତୈଳଦର ୪% ବୃଦ୍ଧି ହୋଇଛି। ଏହାପରେ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ୍‌ ଦର ୧୦ ପଇସା ଓ ଡିଜେଲ୍ ଦର ୧୫ ପିଇସା ବୃଦ୍ଧି କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍ […]

SU
ରେକର୍ଡ ଭାଙ୍ଗିଲା ସୁନା ଦର; ଗୋଟିଏ ଦିନରେ ବଢ଼ିଲା ଏତିକି, ରୂପା ବି ବଢ଼ିଲା

ନୂଆଦିଲ୍ଲୀ: ସୁନାର ରେକର୍ଡ ଦର ବୃଦ୍ଧି ହୋଇଛି। ବିଶ୍ୱ ବଜାରରେ ସୁନାର ଦର ବଢ଼ିବାରୁ ଭାରତରେ ବି ସୁନାର ଦର ଆକାଶ ଛୁଆଁ ହୋଇଛି। MCX ( ମଲ୍‌ଟି କମ୍ୟୁଡିଟି ଏକ୍ସଚେଞ୍ଜ୍)ରେ ପ୍ରତି ଦଶ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ ୩୯ ହଜାର ୬୮୦ ଟଙ୍କା ଟପିଛି। ଗତ ଦୁଇ ସପ୍ତାହରେ ଭାରତରେ ସୁନାର ଦର ପାଖାପାଖି ପ୍ରତି ଦଶ ଗ୍ରାମକୁ ୧୭oo ଟଙ୍କା ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ମାନ୍ଦା ପରିସ୍ଥିତି ତଥା ଉତ୍ତେଜନା ପରିସ୍ଥିତି […]

mimicry
କଟକର ମିମିକ୍ରି ମ୍ୟାନ୍; କଅଁଳା ଛୁଆ, କାଉ, ମୟୂର ସବୁର ନକଲ କରିପାରନ୍ତି

କଟକ: କାର୍ଟୁନ ଶୋ’ର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ। ଏହି ମିମିକ୍ରି କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକର ଦେବଦତ୍ତ ସାମଲ। ଅବିକଳ ନକଲ କରି ମିମିକ୍ରି ମ୍ୟାନ୍‌କ ମଧ୍ୟ ଆଖ୍ୟା ପାଇଛନ୍ତି। ଅନେକ ଫିଲ୍ମଷ୍ଟାରଙ୍କ ମଧ୍ୟ ସେ ମିମିକ୍ରି କରୁଛନ୍ତି। ଦେବଦତ୍ତଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଜଣେ ଭଲ ମିମିକ୍ରି ଆର୍ଟିଷ୍ଟ ହୋଇ ପାରିବେ ବୋଲି ମତ ରଖିଛନ୍ତି ତାଙ୍କର ପ୍ରଶଂସକ। ଅବିକଳ ନବଜାତ ଛୁଆର […]

OTV
ଯାତ୍ରୀଙ୍କ ପାଇଁ ୧୩୯ ହେଲ୍‌ପ୍‌ ଲାଇନ୍‌ ନମ୍ବର୍‌ ଜାରି କଲା ରେଳବାଇ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ସମ୍ପର୍କିତ ସହାୟତା କିମ୍ବା କୌଣସି ପଚରାଉଚରା ବା ଅଭିଯୋଗ ପାଇଁ ଯାତ୍ରୀଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବର୍‌ରେ ଫୋନ୍‌ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ରେଳବାଇ ତରଫରୁ ଗୋଟିଏ ମାତ୍ର ହେଲ୍‌ପ ଲାଇନ୍‌ ନମ୍ବର୍‌ ୧୩୯ ଜାରି କରାଯାଇଛି। ଏହି ହେଲ୍‌ପ ଲାଇନ୍‌ ନମ୍ବର୍‌କୁ ଫୋନ କରି ଯାତ୍ରୀ ସମସ୍ତ ପ୍ରକାର ଅଭିଯୋଗ କରିପାରିବ ଏବଂ ସହାୟତା ମାଗିପାରିବ। ଏହି ସମ୍ପର୍କରେ ରେଳବାଇ ତରଫରୁ […]

sabarakar
ବିବାଦରେ କଂଗ୍ରେସ ବୁକ୍‌ଲେଟ୍‌: ଗଡସେଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ସବରକର

ଭୋପାଳ: ବିନାୟକ ଦାମୋଦର ସବରକର ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ନାଁରେ ବିବାଦୀୟ ବୁକଲେଟ ଛାପିଛି ମଧ୍ୟପ୍ରଦେଶ କଂଗ୍ରେସ। ସବରକର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସହ ଶାରିରୀକ ସମ୍ପର୍କ ରଖିଥିବା ଏହି ବୁକଲେଟରେ ଦାବି କରିଛି କଂଗ୍ରେସ। ବୁକଲେଟ୍‌ର ନାଁ “କେତେ ବୀର ଥିଲେ ବୀର ସବରକର” ରଖାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ପକ୍ଷରୁ ପରିଚାଳିତ ସର୍ବଭାରତୀୟ କଂଗ୍ରେସ ସେବା ଦଳ ଟ୍ରେନିଂ କ୍ୟାମ୍ପରେ ଏହାକୁ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। […]