• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

hudda
ସିଏଏକୁ ନେଇ ଦୁଇ ଭାଗ ହେଲା କଂଗ୍ରେସ ! ଶିବଲଙ୍କ ପରେ ଏବେ ହୁଡା କହିଲେ ଏମିତି

ନୂଆଦିଲ୍ଲୀ: ସିଏଏକୁ ନେଇ ଦୁଇ ଭାଗରେ ବିଭକ୍ତ ହେଲା କି କଂଗ୍ରେସ ? ପ୍ରଥମେ କପିଲ ଶିବଲ ଆଉ ଏବେ କଂଗ୍ରସର ଆଉ ଜଣେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି।  କୌଣସି ରାଜ୍ୟ ପାର୍ଲିଆମେଣ୍ଟଦ୍ୱାରା ପାସ୍ ହୋଇଥିବା ଆଇନ୍‌କୁ ରୋକ୍ ଲଗାଇ ପାରିବେ ନାହିଁ, ଏବଂ ଲଗାଇବା କଥା ମଧ୍ୟ ନୁହଁ  ବୋଲ ହୁଡା କହିଛନ୍ତି। ସେ କହିଛନ୍ତି “ ଥରେ […]

pratap
‘ବନ୍ଦେ ମାତରମ’କୁ ଗ୍ରହଣ ନ କଲେ ଭାରତରେ ରହିବାର ଅଧିକାର ନାହିଁ: ପ୍ରତାପ ଷଡ଼ଙ୍ଗୀ

ସୁରତ: ଯେଉଁମାନେ ବନ୍ଦେ ମାତରମ୍‌ ନାରାକୁ ଗ୍ରହଣ କରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, “ ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି […]

kudeep
ଏଇଠି ଶେଷ ହେବ କି କେଦାରଙ୍କ କ୍ୟାରିୟର ?

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମରେ ମ୍ୟୁଜିକାଲ ଚେୟାର ଚାଲିଛି। କେତେବେଳେ କିଏ ବାଦ ପଡ଼ୁଛି ତ ଆଉ କେତେବେଳେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି। ଏବେ ଏହି ମ୍ୟୁଜିକାଲ ଚେୟାର ନିଆଁରେ କେଦାର ଯାଦବଙ୍କ ପାଳି ପଡ଼ିବାକୁ ଯାଉଛି। ୩୪ ବର୍ଷୀୟ କେଦାରଙ୍କ ପ୍ରଦର୍ଶନକୁ ଏବେ ଟିମ ମ୍ୟାନେଜମେଣ୍ଟ ଯାଞ୍ଚ କରୁଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ କେଦାର ଯାଦବଙ୍କୁ ବାଦ ଦେବାକୁ ଚୟନକର୍ତ୍ତା ବିଚାର କରୁଛନ୍ତି। ଏପରି ହେଲେ ପୁଣିଥରେ […]

mohan
ରାଜନୀତି ସହ ଆର୍‌ଏସ୍‌ଏସ୍‌ର କୌଣସି ସମ୍ପର୍କ ନାହିଁ: ମୋହନ ଭାଗବତ

ମୁରାଦାବାଦ: ଆର୍‌ଏସ୍‌ଏସ୍‌(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ଦେଶର ସଂସ୍କୃତି, ନୈତିକତା ଓ ମାନବୀୟ ମୂଲ୍ୟବୋଧ ପାଇଁ କାର୍ଯ୍ୟ କରିଥାଏ। ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ବର୍ତ୍ତମାନ ମୋହନ ଭାଗବତ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ମୁରାଦାବଦର ଏକ ପଡ଼ିଆରେ ଆୟୋଜିତ ଏକ ବିଶାଳ […]

car
ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ମୁମ୍ବାଇ: ମୁମ୍ବାଇରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ତଥା ଲେଖକ ଜାବେଦ୍‌ ଆଖତରଙ୍କ ପତ୍ନୀ ଶବାନା ଆଜ୍‌ମୀ। ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ଶବାନା। ଖବର ଅନୁସାରେ, ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ରାସ୍ତାରେ ଯାଉଥିବା ବେଳେ କୋହ୍ଲାପୁର ଟୋଲ୍‌ ପ୍ଲାଜା ନିକଟର ଏକ ଟ୍ରକ୍‌ ତାଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଛି। ଏତିରେ ଆହତ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଏମ୍‌ଜିଏମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଶବାନାଙ୍କ ସହିତ […]

avrkar
ସବରକରଙ୍କୁ ଭାରତରତ୍ନ ଦେବା ପାଇଁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନ୍‌ ଜେଲ୍‌ ପଠାଅ; ସଞ୍ଜୟ ରାଉତ

ମୁମ୍ବାଇ: ନିଜ ବିସ୍ଫୋରକ ମନ୍ତବ୍ୟ ପାଇଁ ପରିଚିତ ଶିବସେନା ନେତା ସଞ୍ଜୟ ରାଉତ୍ ଆଜି ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସବରକରଙ୍କୁ ଭାରତ ରତ୍ନ ଦେବାରେ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନର ସେହି ସେଲୁଲାର ଜେଲ୍‌ର କାଳ କୋଠରୀକୁ ଦୁଇ ଦିନ ପାଇଁ ପଠାଇ ଦେବା ଦରକାର। ତେବେ ଯାଇ ସେମାନେ ବୁଝିବେ ଯେ ସବରକର ଦେଶ ପାଇଁ କେତେ ବଡ଼ ତ୍ୟାଗ ଓ ବଳିଦାନ ଦେଇଥିଲେ। ସଞ୍ଜୟ ରାଉତଙ୍କ […]

jammu
ଜାମ୍ମୁ-କାଶ୍ମୀର ପ୍ରିପେଡ୍ ୟୁଜର୍‌ଙ୍କ ପାଇଁ କଲ୍ ଓ ଏସ୍‌ଏମ୍‌ଏସ୍‌ ସୁବିଧା ଚାଲୁ

ଶ୍ରୀନଗର: ଇଣ୍ଟର୍‌ନେଟ୍‌ ପରେ ଏବେ ଜାମ୍ମୁ-କାଶ୍ମୀର ମେସେଜ୍‌ ଓ ଭଏସ୍‌ କଲ୍‌ ସେବାକୁ ଚାଲୁ ହୋଇଛି। ଭଲଭାବେ ନିରିକ୍ଷଣ ପରେ ଏହି ସେବା ଚାଲୁ କରାଯାଇଛି। ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ସରକାରୀ ପ୍ରବକ୍ତା ଓ ପ୍ରମୁଖ ସଚିବ ରାହୁଲ୍ କନସଲ କହିଛନ୍ତି “ ଭଲଭାବରେ ନିରିକ୍ଷଣ ପରେ ଜାମ୍ମୁ-କାଶ୍ମୀରରେ ଲୋକାଲ୍‌ ସିମ୍‌ ୟୁଜରଙ୍କୁ ଏସ୍‌ଏମ୍‌ଏସ୍‌ ସର୍ଭିସ୍‌ ଓ ଭଏସ୍‌ କଲ୍‌ ସୁବିଧା ଯୋଗାଇ ଦିଆଯାଇଛି। ” ସେ […]

wh
ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଆସିବା ନେଇ ଯେଉଁମାନେ ଚିନ୍ତିତି ଥିଲେ, ଏବେ ସେମାନେ ଟିକେ ରିଲାକ୍ସ ହୋଇଯାଆନ୍ତୁ। କାରଣ ଏବେ ଫେସ୍‌ବୁକ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଖବର ମିଳିଛି । ଆମେରିକୀୟ ଖବର କାଗଜ ୱାଲ୍‌ ଷ୍ଟ୍ରିଟ୍ ଜର୍ନାଲ୍‌ର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଦେବା ନେଇ କାର୍ଯ୍ୟ କରୁଥିବା ଟିମ୍‌ ହ୍ୱାଟ୍‌ସଆପ୍‌ର କୋଡ୍‌କୁ ହଟାଇ ଦେଇଛନ୍ତି। ଏଣୁ ହ୍ୱାଟ୍ସଆପ୍‌ରେ ବିଜ୍ଞାପନ ଆସି ନପାରେ। କିନ୍ତୁ ଏନେଇ ଫେସ୍‌ବୁକ ତରଫରୁ କୌଣସି […]

kngan
ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ, ସାମାଜିକ ଘଟଣାବଳି ଉପରେ ନିଜର ଦୃଢ଼ ଓ ସାହସିକ ମନ୍ତବ୍ୟ ପାଇଁ ମଧ୍ୟ ସେ ସେତିକି ଜଣାଶୁଣା। କଙ୍ଗନା ଅନେକ ସମୟରେ କାହାକୁ ଭୟ ନକରି ସାମାଜିକ ଘଟଣାବଳି ଉପରେ ବେଶ୍‌ ଦୃଢ଼ତାର ସହ ଜବାବ ରଖନ୍ତି। ଏଥର ମଧ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଭ୍ରମଣକୁ ନେଇ ସେ ନିଜର ମନ୍ତବ୍ୟ ରଖିଛନ୍ତି। ଏକ ନ୍ୟୁଜ୍‌ ପୋର୍ଟାଲକୁ ସାକ୍ଷାତ୍‌କାର ଦେଇ କଙ୍ଗନା […]

kuldeep
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ କଲେ କୁଲଦୀପ

ରାଜକୋଟ୍‌: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି କୁଲ୍‌ଦୀପ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଗୌରବ ଅର୍ଜନ କରିଥିଲେ। ଆଉ ଏବେ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। […]

fd
ଟିମ୍‌ ଇଣ୍ଡିଆର ରାଜକୋଟ୍‌ରେ ରାଜକୀୟ ବିଜୟ

ରାଜକୋଟ୍‌: ମୁମ୍ବାଇରେ ଲଜ୍ଜାଜନକ ପରାଜୟ ପରେ ସମାଲୋଚନାର ଶିକାର ହୋଇଥିବା ଟିମ୍ ଇଣ୍ଡିଆ ରାଜକୋଟରେ ରାଜକୀୟ ବିଜୟ ହାସଲ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ […]

congress
ଭିତରେ ବୈଠକ ବାହାରେ ବିକ୍ଷୋଭ; କଂଗ୍ରେସର କେଉଁ ନେତାଙ୍କ ପ୍ରତି ଅଛି ବିପଦ ?

ଭୁବନେଶ୍ୱର: ଯେତେ ପ୍ୟାଚ୍‌ ପକାଇଲେ ବି ରାଜ୍ୟ କଂଗ୍ରେସର କଳି ପଦାକୁ ଆସୁଛି। ଦଳରେ ଯେମିତି ସବୁକିଛି ଠିକ୍ ନାହିଁ ଥାହା ସ୍ପଷ୍ଟ ଜଣାପଡ଼ୁଛି। କଂଗ୍ରେସ ଭବନ ଭିତରେ ନେତାଙ୍କ ମଧ୍ୟରେ କଥା କଟାକଟି, ବାହାରେ ବିକ୍ଷୋଭ ପିସିସି ସଭାପତି ପରିବର୍ତ୍ତନ ଦାବିରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ତେବେ ସବୁଠୁ ରୋଚକ ଦୃଶ୍ୟ ଥିଲା ଦଳୀୟ ଅଫିସରେ ବାଉନସର ମୃତୟନ ହେବା। କେଉଁ ନେତାଙ୍କୁ କାହାଠାରୁ ବିପଦ ଥିଲା, କାହାକୁ ସୁରକ୍ଷା […]

gabndhi
ମହାତ୍ମାଗାନ୍ଧିଙ୍କୁ ଭାରତ ରତ୍ନ ଦେବା ଦାବିରେ ସୁପ୍ରିମକୋର୍ଟ କହିଲେ...

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଲାଗି ହୋଇଥିବା ଆବେଦନକୁ ଗ୍ରହଣ କରି ଏହା ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଗାନ୍ଧିଜୀ ଭାରତ ରତ୍ନ ସମ୍ମାନଠାରୁ ବହୁ ଉର୍ଦ୍ଧ୍ୱରେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଦେଶର କୌଣସି ଔପଚାରିକ ସମ୍ମାନ ଦେବା ଆବଶ୍ୟକ ନାହିଁ। ଏଣୁ ଅଦାଲତ ଏନେଇ କୌଣସି ନିର୍ଦ୍ଦେଶ ଦେଇପାରିବେନି […]

c
ପଞ୍ଜାବ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: କେରଳ ପରେ ପଞ୍ଜାବ ସରକାର ଏବେ ନାଗରିକତା ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ଆଜି ସିଏଏ ବିରୋଧରେ ପ୍ରସ୍ତାବ ପାରିତ। ନାଗରିକତା ଆଇନ ପ୍ରତ୍ୟାହାର ଦାବି କରି ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ପ୍ରସ୍ତାବ ଆଗତ କରିଥିଲେ। କାଲିଠାରୁ ଆଲୋଚନା ପରେ ଆଜି ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏହି ଆଇନ ରାଜ୍ୟରେ ଧାର୍ମିକ ବିଦ୍ୱେଷ ସହ ଅଶାନ୍ତି ସୃଷ୍ଟି କରିବା […]

jnu
ବୟକଟ୍‌ ସତ୍ତ୍ୱେ ୯୫% ଛାତ୍ରଛାତ୍ରୀ ଦେଲେ ସେମିଷ୍ଟର ଫି

ନୂଆଦିଲ୍ଲୀ: ଜେଏନ୍‌ୟୁ(ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ)ର ୬୫% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଦେଇସାରିଛନ୍ତି। ଏଥିସହିତ ଡେ’ସ୍କଲାରମାନଙ୍କ ମଧ୍ୟରୁ ୯୫% ଛାତ୍ରଛାତ୍ରୀ ମଧ୍ୟ ନିଜର ସେମିଷ୍ଟର ଫି’ ଦେଇସାରିଛନ୍ତି। ଗୁରୁବାର ଏହି ସୂଚନା ଦେଇଛି ଜଏନ୍ୟୁ ପ୍ରଶାସନ। ବର୍ତ୍ତମାନ ବିଭିନ୍ନ ହଷ୍ଟେଲରେ ୬,୪୫୦ ଛାତ୍ରଛାତ୍ରୀ ରହୁଛନ୍ତି। ଫି ଭରିବା ପାଇଁ ଜାନୁଆରୀ ୧୭ ତାରିଖକୁ ଶେଷ ତାରିଖ ରଖାଯାଇଛି। ବାକି ଛାତ୍ରଛାତ୍ରୀ ଘରୁ ଫେରିବା ପରେ ଫି ଭରିବା ଆରମ୍ଭ କରିଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ […]

modi
ମୋଦୀ ଭାରତୀୟ ତ ? ଆର୍‌ଟିଆଇ ଦ୍ୱାରା ମଗାଗଲା ତଥ୍ୟ

ଥ୍ରୀସୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ଭାରତୀୟ ତ ?  ଏ ପ୍ରଶ୍ନ ଆମର ନୁହଁ। ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି କେରଳର ଜୋଶ କାଲ୍ଲୁଭେଟ୍ଟିଲ। ପ୍ରଧାନମନ୍ତ୍ରୀ ଭାରତୀୟ କି ନା  ସେ ନେଇ ତାଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି।  ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ […]

Shri Kashi Vishwanath Temple
ବିବାଦରେ ପଡ଼ିଲା ପୁର୍ଣ୍ଣଚ୍ଛେଦ: ମନ୍ଦିର ନିର୍ମାଣ ପାଇଁ ଜାଗା ଦେବାକୁ ରାଜି ହେଲା ମୁସଲିମ୍‌ ପକ୍ଷ

କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍‌ ପକ୍ଷ। ଏନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍‌ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍‌ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍‌ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି।