• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

piaji-budha
ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ 'ବାବା କା ଢାବା'ର କାହାଣୀ

ବ୍ରହ୍ମପୁର: ଦିଲ୍ଲୀର ‘ବାବା କା ଢାବା’ ବିଷୟରେ ତ ଆପଣ ମାନେ ଜାଣିଥିବେ। ଗତ କିଛିଦିନ ତଳେ ସୋଶାଲ୍‌ ମିଡିଆରେ ଦିଲ୍ଲୀର ବାବାକା ଢାବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଢାବାରେ କାମ କରୁଥିବା ଜଣେ ବୃଦ୍ଧ ଦମ୍ପତି ଢାବାକୁ ଲୋକମାନେ ଖାଇବାକୁ ଆସୁନାହାନ୍ତି ବୋଲି କାନ୍ଦିକି କହିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକମାନେ ତାଙ୍କ ଢାବା ବାହାରେ ଗହଳି କରିଥିଲେ। ସେହି ବାବାଙ୍କ ଢାବା ପରି ଭଞ୍ଜନଗରରେ ମଧ୍ୟ ଏକ […]

  • Friday, 02 July 2021
moon
ଜହ୍ନରେ ମିଳିଲା ପାଣିର ସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମୁନ୍ ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ଥିବା ଦାବି କରିଛନ୍ତି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କରିବା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି। ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା […]

  • Friday, 02 July 2021
Sisters
ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ନୂଆଦିଲ୍ଲୀ: ଆପଣମାନେ ଯାଆଁଳା ଭାଇ ଭଉଣୀଙ୍କ କଥା ଶୁଣିଥିବେ। କିନ୍ତୁ ପଞ୍ଚକ ଭାଇଭଉଣୀଙ୍କ କଥା ପ୍ରାୟତଃ ଶୁଣିନଥିବେ । ୧୯୯୫ ମସିହା ନଭେମ୍ୱର ମାସରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଥିଲେ କେରଳର ଗୁରୁବାୟୁରର ୫ଜଣ ଭାଇ ଭଉଣୀ। ନିକଟରେ ଏହି ଭାଇ ଭଉଣୀଙ୍କ ମଧ୍ୟରୁ ୩ଭଉଣୀଙ୍କର ବାହାଘର ହେଇଛି, ସେ ପୁଣି ଗୋଟିଏ ଦିନରେ। ଏହି ଘଟଣା ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି। କେରଳର ପୋଥେନକୋଡରେ ଲହୁଥିବା ରେମାଙ୍କ ପେଟରୁ ଏହି ୫ଜଣଟି ସନ୍ତାନ ଜନ୍ମ ହୋଇଥିଲେ। […]

  • Friday, 02 July 2021
Teacher
ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ମୟୂରଭଞ୍ଜ: ସୁନ୍ଦର ପରିବେଶ  ଆଉ ତା ସାଙ୍ଗକୁ ସୁନ୍ଦର ଶ୍ରେଣୀ ଗୃହ। ଘରର କାନ୍ଥରେ ସୁନ୍ଦର ଫଟୋଚିତ୍ର। ତାସହ ସ୍କୁଲ୍‌ରେ ରହିଛି ସୁନ୍ଦର ସୁନ୍ଦର ପାଠ୍ୟ ଉପକରଣ। ମୟୂରଭଞ୍ଜ ଜିଲ୍ଲାର କୁଳିଆଣା ବ୍ଲକ ଦୁଵିଲାବେଡା ମାତୃଭାଷା ଭିତ୍ତିକ ବହୁଭାଷୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶ୍ରେଣୀଗୃହ ବାହାରେ ଏକତ୍ର ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିଆରି କରୁଛନ୍ତି ବିଭିନ୍ନ ପାଠ୍ୟ ଉପକରଣ। ନିକିତି, ବଟକରା, ଧନୁତୀର, ଶଗଡ଼ଗାଡି, ବିଭିନ୍ନ ପ୍ରକାରର ଶସ୍ୟ ଆଉ ତା ସାଙ୍ଗକୁ […]

  • Friday, 02 July 2021
nilagiri home pkg
୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ବାଲେଶ୍ୱର: ପର ଘରେ ୩ବର୍ଷ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟେ ପରିବାର। ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦରାଜପୁର ଗାଁର କାର୍ତ୍ତିକ ରାଉତ ଅର୍ଥ ଅଭାବରୁ ପଡୋଶୀ ଘରେ ରହିଛନ୍ତି। ମର୍ଦରାଜପୁର ଗାଁରେ ତିନି ବର୍ଷ ପୂର୍ବେ ପକ୍କା ରାସ୍ତା ନଥିଲା। ସେତେବେଳେ ପକ୍କା ସଡ଼କରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇନଥିବା ଯୋଗୁ ଗାଁରେ ଲୋକଙ୍କ ଘରେ ପାଣି ପଶୁଥିଲା। ପାଣି ପସି କାର୍ତ୍ତକ ରାଉତଙ୍କ ମାଟି ଘର  ଭାଙ୍ଗିଗଲା। ଏଥିରେ ସାଙ୍ଗହୋଇ ରହୁଥିବା ତିନି ଭାଇ […]

  • Friday, 02 July 2021
topper
ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

ଭୁବନେଶ୍ୱର: ବିନା କୌଣସି କୋଚିଂ କ୍ଲାସ୍ ଏବଂ ସହଯୋଗରେ ଚଳିବ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍‌ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍‌ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି। ୧୯ ବର୍ଷୀୟ ଅମିତ୍‌ କେବଳ ନିଟ୍‌ ନୁହେଁ, ଆଇଆଇଟି ଜେଇଇରେ କୃତକାର୍ଯ୍ୟ ହାସଲ୍‌ କରିବା ସହ ନାଇଜର୍‌ରେ ଅଲ୍‌ ଇଣ୍ଡିଆ ୩୦୪ରାଙ୍କ ରଖିଛନ୍ତି। ଆଗକୁ […]

  • Friday, 02 July 2021
diamond-pk
ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ଅଳଙ୍କାର ବ୍ୟବସାୟୀ ଗୋଟିଏ ଅତି ସୁନ୍ଦର ମୁଦି ତିଆରି କରିଛନ୍ତି। ସେ ଏହି ମୁଦିର ନାଁ ରଖିଛନ୍ତି ‘ବ୍ରହ୍ମ ବଜ୍ର କମଳମ୍’। ଏହି ମୁଦିରେ ସେ ୭୮୦୧ ଖଣ୍ଡ ହୀରା ଲଗାଇଛନ୍ତି। ସାଧାରଣତଃ ବ୍ରହ୍ମକମଳ ଫୁଲ ହିମାଳୟରେ ଫୁଟେ। ଏହି ଫୁଲ ପରି ସେ ଏହି ମୁଦି ତିଆରି କରିଛନ୍ତି। ଏହି ମୁଦିରେ ସର୍ବାଧିକ ହୀରା ବ୍ୟବହାର କରାଯାଇଥିବାରୁ ଏହା ଗିନିସ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହି ମୁଦି ତିଆରି କରିଥିବା […]

  • Friday, 02 July 2021
car 1
କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୋଟିଏ ଟଙ୍କାର ମର୍ସିଡିଜ୍‌ କାର୍‌ ଜାଳିଦେଲେ ୟୁଟ୍ୟୁବର। ଏହି ୟୁଟ୍ୟୁବର ନିଜର ୧ କୋଟି ୧୦ ଲକ୍ଷ ଟଙ୍କାର ମର୍ସିଡିଜ୍‌ କାର୍‌ରେ ନିଆଁ ଲଗାଇ ଏହାର ଭିଡିଓ କରି ନିଜେ ସୋସିଆଲ ମିଡିଆରେ ଶେଆର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ମିଖାଇଲ୍‌ ଲିଟ୍‌ଭିନ୍‌ ନାମକ ଋଷର ଏହି ୟୁଟ୍ୟୁବରଙ୍କ ଫ୍ୟାନ୍ସ ସଂଖ୍ୟା ବହୁତ ଅଧିକ। ୟୁଟ୍ୟୁବରେ ତାଙ୍କର ୪.୯୭ ମିଲିୟନ ସବ୍‌ସ୍କ୍ରାଇବର ଥିବାବେଳେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ତାଙ୍କର […]

  • Friday, 02 July 2021
corona-virus
କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯଦିଓ କରୋନାର ମୁକାବିଲା ପାଇଁ ଔଷଧ ଏବଂ ଭାକ୍ସିନ ବାହାର କରିବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏ ଦିଗରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ।ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  କରୋନା ମୁକ୍ତ ବ୍ୟକ୍ତିକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ଏହି ଭାଇରସ ରୋଗୀଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି।  ଏହାର ପ୍ରଭାବରେ ମଣିଷର […]

  • Friday, 02 July 2021
Costume Designer
ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ଥିରୁଅନନ୍ତପୁରମ୍‌: ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବାକୁ ଯାଉଛନ୍ତି ଜଣେ ଦିନ ମଜୁରିଆ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଦିନ ମଜୁରିଆ କେମିତି ଆୱାର୍ଡ ପାଇଲେ। ତାହା ହିଁ ବାସ୍ତବତା। କେରଳ ଆଲାପୁଝାର ଅଶୋକାନ ଜଣକ ଘରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିଲେ। ଖବର ପାଇଲେ, ସେ କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନର୍ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜ୍ୟ ସରକାର ତାଙ୍କ ନାଁ ଘୋଷଣା କରିବା ପରେ ସ୍ଥାନୀୟ […]

  • Friday, 02 July 2021
super cyclone
ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। […]

  • Friday, 02 July 2021
gas cylinder booking
କାଲିଠୁ ବଦଳିବ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ, ରେଲ୍‌ୱେ ଟାଇମ୍ ଟେବଲ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଏଲ୍‌ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍‌ୱେ ଟାଇମ୍ ଟେବଲ୍‌ ପର୍ଯ୍ୟନ୍ତ‌ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। କାଲିଠୁ ଏହିସବୁ ନିୟମ ବଦଳିବ…. ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ ଯଦି ଆପଣ Indane ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତା’ହେଲେ ଏଣିକି ବୁକିଂ ପାଇଁ ଆପଣଙ୍କୁ ନୂଆ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଇଣ୍ଡିଆନ୍‌ ଅଏଲ୍‌ ଇଣ୍ଡେନ୍‌ ଗ୍ୟାସ୍‌ ବୁକିଂ ନମ୍ବରରେ ପରିବର୍ତ୍ତନ କରିଛି। ଏବେ ଗ୍ରାହକମାନେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ […]

  • Friday, 02 July 2021
benu-mausha
କେତେ ସମ୍ପତ୍ତିର ମାଲିକ ବେଣୁ ମଉସା ?

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପ୍ରଚାର ଦିନକୁ ଦିନ ଜମିବାରେ ଲାଗିଛି। ପ୍ରଥମେ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସା, ପରେ ଖୋଲା ଜିପରେ ପ୍ରଚାର କରୁଥିବା ଦେଖିବାକୁ ମିଳିଲା। ତା ପରେ ପରେ ରଥ। ଶେଷରେ ହୋଣ୍ଡା ସିଟି ଗାଡିରେ ବୁଲି ପ୍ରଚାର କଲେ ବେଣୁ ମଉସା। ଏବେ ତାଙ୍କ ପ୍ରଚାର ପାଇଁ ଆଉ ଗାଡିର ଅଭାବ ନାହିଁ। ସକାଳୁ ସକାଳୁ ଘର ଆଗରେ ଲାଗି ଯାଉଛି […]

  • Thursday, 01 July 2021
story-1
ଯଦି ପଶାଖେଳ ପାପ, ମହାପ୍ରଭୁ ଖେଳନ୍ତି କେମିତି ?

ପଶା ବା ଦ୍ୟୁତ ଖେଳ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। କାରଣ ଏହି ଖେଳ କେତେ ବଡ ବିପର୍ଯ୍ୟୟକୁ ଡାକି ଆଣିପାରେ ତାହା ଆମେ ମହାଭାରତରୁ ଜାଣୁ। ତଥାପି ପଶା ଖେଳ ହୁଏ। ପଶା ଖେଳୁଥିବା ଲୋକଙ୍କ ଯୁକ୍ତି- ମହାପ୍ରଭୁ ଜଗନ୍ନାଥ ତ ଖେଳନ୍ତି, ଆମେ ଖେଳିଲେ କ’ଣ ହେଲା ? ସତେ ତ, ମହାପ୍ରଭୁ ବି ପଶା ଖେଳିବାର ପରମ୍ପରା ଶ୍ରୀମନ୍ଦିରରେ ରହିଛି। ତେବେ କାହିଁକି ? ମହାପ୍ରଭୁ […]

  • Thursday, 01 July 2021
deepa-op
୨୪ ରୁ ୪୦ ଘଣ୍ଟା ଜଳୁଛି ମାଟି ଦୀପ

ନୂଆଦିଲ୍ଲୀ: ଛତିଶଗଡର କୋଣ୍ଡାଗାଓନରେ ରହୁଥିବା କାରିଗର ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି। ଯାହାକି ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଏଥିପାଇଁ ତାଙ୍କୁ ଜାତୀୟ ମେରିଟ୍ ଆୱାର୍ଡ ସାଇଟେସନ୍ ମଧ୍ୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଅଶୋକ ଚକ୍ରଧାରୀ ବୃତ୍ତିରେ ଜଣେ କାରିଗର। ସେ ଏମିତି ଏକ ମାଟିର ଦୀପ କରିଛନ୍ତି ଯାହା ୨୪ ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଜଳୁଛି। ଅଶୋକଙ୍କ କହିବା ଅନୁଯାୟୀ, ୩୫ ବର୍ଷ […]

  • Thursday, 01 July 2021
pic-1
ମାଗଣାରେ ଯୁବପିଢିଙ୍କୁ ତାଲିମ ଦେଉଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର

ଯାଜପୁର: ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ। ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା କଲେଜରେ ପ୍ରାୟ ୪୦ରୁ ସ୍ଥାନୀୟ ଯୁବକଙ୍କୁ ଫିଟନେସ ଟ୍ରେନିଂ ଦେଉଛନ୍ତି।  ଏଥିପାଇଁ କିନ୍ତୁ ସେ ଟଙ୍କାଟିଏ ବି ପାରଶ୍ରମିକ ନିଅନ୍ତି ନାହିଁ।  କେବଳ ଏତିକି ନୁହେଁ ସପ୍ତାହକୁ ୪ଦିନ ଯୁବକମାନଙ୍କୁ ଫିଟନେସ୍ ଟ୍ରେନିଂ ସହ ଗୋଟିଏ ଦିନ ଯୋଗ, ପ୍ରାଣାୟାମ ଶିଖାଇଥାନ୍ତି। ରବିବାର କିମ୍ବା […]

  • Thursday, 01 July 2021
mirror
ବାଥରୁମ୍‌ରେ ଲାଗିଥିଲା ଫ୍ରାନ୍ସ ରାଣୀଙ୍କ ଦର୍ପଣ, ମୂଲ୍ୟ ଜାଣି ପରିବାର ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବାଥରୁମ୍‌ରେ ଲାଗିଥିଲା ଦର୍ପଣ। ପରିବାର ଲୋକ ଏହାକୁ ଏକ ସାଧାରଣ ଦର୍ପଣ ଭାବି ଦେଇଥିଲେ। କିନ୍ତୁ  କିଛି ଦିନ ପରେ ଏହି ଏମାନେ ଜାଣିବାକୁ ପାଇଲେ ଯେ ଦର୍ପଣଟି ଫ୍ରାନ୍ସର ଶେଷ ରାଣୀ ମାରି ଆଣ୍ଟୋନିଟିଙ୍କର। ଡେଲି ମେଲ ରିପୋର୍ଟ ଅନୁଯାୟୀ, ଏହି ପ୍ରାଚୀନ ଦର୍ପଣ ୪୦ ବର୍ଷର। ଦର୍ପଣର ଆକାର ୧୯ ଇଞ୍ଚ / ୧୫ ଇଞ୍ଚ। ବର୍ତ୍ତମାନ ବ୍ରିଟେନର ବ୍ରିଷ୍ଟଲରେ ଏହି ଦର୍ପଣ ନିଲାମ ହେବାକୁ ଯାଉଛି। ଅତି କମରେ ୮ ହଜାର […]

  • Thursday, 01 July 2021
chalana-1
ନିୟମ ନମାନିବାରୁ ୨ମିଟର ଲମ୍ବର ଚାଲାଣ ଧରାଇଲା ପୋଲିସ୍‌

ବେଙ୍ଗାଲୁରୁ: ପୋଲିସ୍‌ ଚାଲାଣକୁ ସମସ୍ତେ ଡରନ୍ତି। ଟିକେ ଯଦି ନିୟମର ନମାନିଲ ତେବେ ପୋଲିସ୍‌ ଚାଲଣ ଧରାଇଦିଏ। ନିକଟରେ ବେଙ୍ଗାଲୁରୁର ଜଣେ ଦୁଇଚକିଆ ଚାଳକଙ୍କୁ ମଧ୍ୟ ଚାଲାଣ ମିଳିଛି। ଯାହାର ଲମ୍ବ ରହିଛି ୨ମିଟର। ବ୍ୟକ୍ତି ଜଣଙ୍କ ମଡ଼ିୱାଲାର ଅରୁଣ କୁମାର। ପେସାରେ ସେ ଜଣେ ପରିବା ବିକାଳୀ। ଅରୁଣ ପ୍ରାୟ ସମୟ ହେଲ୍‌ମେଣ୍ଟ ପିନ୍ଧନ୍ତି ନାହିଁ। ଏମିତି ହେଲ୍‌ମେଣ୍ଟ ନ ପିନ୍ଧି ସେ ଅନେକ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି। ସେ ସମସ୍ତ ନିୟମ ଭାଙ୍ଗିବା […]

  • Thursday, 01 July 2021
marriage
୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି ମହିଳା, ଜାଣନ୍ତୁ କାରଣ

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ୨୭ ବର୍ଷୀୟା ମହିଳାଙ୍କୁ ପୁଲିସ ଗିରଫ କରିଛି। ସେ ୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ ହୋଇଛି, ସେ ବିବାହ ପରେ ସୁନାଗହଣା ଧରି ଫେରାର ହୋଇଯାଇଥିଲେ। ଔରଙ୍ଗାବାଦରେ ଏହି ଘଟଣା ଘଟିଛି। ଏହା ପଛରେ ଏକ ରାକେଟ କାମ କରୁଥିବା ପୁଲିସ୍ କହିଛି। ପୁଲିସର କହିବା ଅନୁସାରେ ମୁକୁନ୍ଦୱାଡିର ବାସିନ୍ଦା ବିଜୟା ଅମୃତେ ନାମ୍ନୀ ଏହି ମହିଳାଙ୍କୁ ଗିରଫ କରାଯାଇଛି। ନାସିକର ଯୋଗେଶ […]

  • Thursday, 01 July 2021
train
ଚଳନ୍ତା ଟ୍ରେନ୍‌ରେ ପିଲା ଜଣଙ୍କ କଲେ ଚମତ୍କାର ସ୍ଟଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଶିଶୁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପିଲାଟି ଚାଲୁଥିବା ଟ୍ରେନ୍ ଭିତରେ ଏକ ଚମତ୍କାର ଷ୍ଟଣ୍ଟ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେ ଏକ ଚମତ୍କାର ଶୈଳୀରେ ଚଳନ୍ତା ଟ୍ରେନ୍ ଭିତରେ ବ୍ୟାକଫ୍ଲିପ୍ ମାରୁଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଶେଆର ହେବା ପରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଲୋକମାନେ ପିଲାଟିକୁ ବହୁତ ପ୍ରଶଂସା କରୁଛନ୍ତି। ଆରିଫ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ […]

  • Thursday, 01 July 2021
pic
ଡାକ୍ତରଙ୍କୁ ଧରି ଖୁସିରେ କାନ୍ଦିଲେ ସହିଦ୍‌‌ଙ୍କ ମାଆ

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ୟୁରୋଲୋଜିଷ୍ଟଙ୍କର ଆଜିକାଲି ଢେର୍‌ ପ୍ରଶଂସା ହେଉଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଡାକ୍ତରଙ୍କ ନିଆରା କାର୍ଯ୍ୟପାଇଁ ତାଙ୍କୁ ସାଧୁବାଦ ଜଣାଉଛନ୍ତି।  ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ମାଆଙ୍କର ମାଗଣାରେ ଚିକିତ୍ସା କରୁଥିଲେ ଡାକ୍ତର। ନିକଟରେ ଉକ୍ତ ମହିଳାଙ୍କର ଚିକିତ୍ସା ସରିବା ପରେ ସେ ଡାକ୍ତରଙ୍କୁ ଧରି କାନ୍ଦିବାରେ ଲାଗିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ […]

  • Thursday, 01 July 2021
7
୬୯୯ ଟଙ୍କାରେ ମିଳୁଛି ୩୩ ଶହ ଜିବି ଡାଟା

ନୂଆଦିଲ୍ଲୀ: କରୋନା କାରଣରୁ ଏବେ ବିଭିନ୍ନ କମ୍ପାନୀର କର୍ମଚାରୀ ହୁଅନ୍ତୁ ବା ଘରେ ରହୁଥିବା ବ୍ୟକ୍ତି, ସମସ୍ତେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର କରୁଛନ୍ତି। ଯାହା ଫଳରେ ସାଧାରଣ ରିଚାର୍ଜରେ ଡାଟା ଖୁବ୍ କମ୍‌ ମିଳୁଥିବାରୁ ବ୍ୟବହାରକାରୀ ଅସନ୍ତୁଷ୍ଟ ହେଉଛନ୍ତି। ଏହାଛଡ଼ା ଓଟିଟି ପ୍ଲାଟଫର୍ମର ଅଧିକ ବ୍ୟବହାର କାରଣରୁ ଡାଟା ସରିଯାଉଛି। ତେଣୁ ଗ୍ରହାକଙ୍କ ସୁବିଧା ପାଇଁ ସ୍ପୀଡ୍‌ ଇଣ୍ଟରନେଟ୍‌ ସହ ଅଧିକ ଡାଟା ଖୁବ୍‌ କମ୍‌ ଦାମ୍‌ରେ ଯୋଗାଇ ଦେଉଛନ୍ତି କିଛି ବଡ଼ ବଡ଼ କମ୍ପାନୀ। ସେମାନଙ୍କ […]

  • Thursday, 01 July 2021
Bali-college-fee-pkg
ଟ୍ୟୁସନ ଫି ବାବଦରେ ଛାତ୍ରଛାତ୍ରୀ ଦେଲେ ନଡିଆ ଓ ସଜନା ପତ୍ର

ବାଲି: ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ବାବଦରେ ଏକ ବଡ ଧରଣର ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏଣିକି ଛାତ୍ରଛାତ୍ରୀମାନେ ଟ୍ୟୁସନ ଫି ବାବାଦରେ ଟଙ୍କା ନୁହେଁ ଦେବେ ନଡିଆ ଓ ସଜନା ପତ୍ର।  ବାଲିରେ ତେଗାଲାଲାଙ୍ଗଠାରେ ଥିବା ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କରୋନା ସମୟରେ ଅର୍ଥନୀତି ଖରାପ ପଡିଥିବାରୁ ଭେନସ ୱାନ ଏକାଡେମୀ ଏହି ଅଭିନବ ରାସ୍ତା ବାହାର କରିଛି । ପରିବାରର ଅର୍ଥନୀତି ଭୁଶୁଡି ଯାଇଥିବାରୁ ଛାତ୍ରଛାତ୍ରୀମାନେ ଟ୍ୟୁସନ୍ ଫି ଦେବାକୁ […]

  • Thursday, 01 July 2021
ଚାକିରି ପଛରେ ନ ଧାଇଁ ପାଲଟିଲେ ‘ଜଙ୍ଗଲ ବୟ’

ମାଲକାନଗିରି: ଉଚ୍ଚ ଶିକ୍ଷିତ ହୋଇ ବି ଏବେ ପାଲଟିଛନ୍ତି ଜଙ୍ଗଲ ବୟ। ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ ଗହଳିରେ ଜୀବନ କାଟୁଛନ୍ତି ଏହି ଯୁବକ। ଭୋପାଳ ଏନଆଇଟିରେ ଏମ୍‌ଟେକ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୭୯ ଗାଁର ରବୀନ୍ଦ୍ର ମଣ୍ଡଳଙ୍କ ପୁଅ ରାଜେଶ ମଣ୍ଡଳ। ହେଲେ ଚାକିରି ପ୍ରତି ରାଜେଶ ମନ ନ ଦେଇ ଏବେ ଜଙ୍ଗଲ ବୟ ପାଲଟିଛନ୍ତି। ଏମ୍‌ଟେକ୍ ସରିଲା ପରେ ସେ ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ […]

  • Thursday, 01 July 2021
tara bhagat
୧୦ ବର୍ଷରୁ ନିଖୋଜ୍ ଥିଲା ମାଆ, ପୁଅ ପାଇଁ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର

ପୁରୀ: ୧୦ ବର୍ଷରୁ ନିଖୋଜ ଥିଲେ ମହିଳା। ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାରଲୋକେ ବି ଆଶା ଛାଡ଼ି ଦେଇଥିଲେ। ହେଲେ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର। ପଶ୍ଚିମବଙ୍ଗରୁ ନିଖୋଜ ମହିଳାଙ୍କ ପତ୍ତା ପୁରୀରୁ ମିଳିଲା। ପରିବାରଲୋକଙ୍କୁ ୧୦ ବର୍ଷ ପରେ ଦେଖିପାରିଲେ ପୁଅ ଓ ସ୍ୱାମୀ। ଆଉ ଏବେ ଖୁସି କହିଲେ ନସରେ। ଘଟଣାଟି ଥିଲା ଏମିତି…. ପଶ୍ଚିମବଙ୍ଗ ବୋଲପୁରର ତାରା ଭଗତ। ୨୦୧୦ରୁ ନିଖୋଜ ଥିଲେ। ଘର ଛାଡ଼ି କେଉଁ ଆଡ଼େ ଚାଲି […]

  • Thursday, 01 July 2021